ଜଣେ ସ୍ତ୍ରୀ ନିଜ ସ୍ୱାମୀଙ୍କର ଧୁମଧାମ୍ ରେ କରାଇଲେ ଦ୍ୱିତୀୟ ବିବାହ – ନିଜେ ବି ନେଲେ ନିଜ ସ୍ୱାମୀଙ୍କ ସହ ଆଉଥରେ ସାତଫେରା – ସବୁ କଥା ଜାଣିଲେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ..

ଛତିଶଗଡ ରାଜ୍ୟରେ ଏକ ଅଲଗା ଭାବେ ବିବାହ ଦେଖିବାକୁ ମିଳିଛି , ଯେଉଁଠି ଜଣେ ମହିଳା ନିଜ ସ୍ୱାମୀଙ୍କ ବାହାଘର ତାଙ୍କ ପ୍ରେମିକା ସହ କରାଇଥିଲେ , ଏତିକି ନୁହେଁ ଏହି ମହିଳା ନିଜେ ବି ବିବାହର ମଣ୍ତପରେ ନିଜ ସ୍ୱାମୀଙ୍କ ସହ ଆଉଥରେ ଫେରା ନେଇଥିଲେ , କୁହାଯାଉଛି କି ଅନିଲ ପେଙ୍କରା ନାମକ ଜଣେ ବ୍ୟକ୍ତି ବିବାହ ପରେ ଜଣେ ଝିଅକୁ ଭଲ ପାଇବସିଲେ ଓ ଅନିଲ ଯେବେ ସେହି ଝିଅକୁ ପ୍ରେମ ନିବେଦନ କଲେ ତେବେ ସେହି ଝିଅ ରାଜି ବି ହୋଇଗଲା , ଯାହାପରେ ଅନିଲ ପେଙ୍କରା ବହୁତଥର ସେହି ଝିଅକୁ ଦେଖା କରିବାକୁ ଯାଉଥିଲେ, ସେମିତି ଅନିଲଙ୍କ ସ୍ତ୍ରୀଙ୍କୁ ଯେବେ ଏହି ବିଷୟରେ ଖବର ମିଳିଲା ତ ସେ ତାଙ୍କ ପ୍ରେମିକାଙ୍କ ସହ ତାଙ୍କ ବିବାହ କରିବାର ନିଷ୍ପତ୍ତି କରିଥିଲେ, ଓ ଧୁମଧାମ୍ ରେ ବାହାଘର କରାଇଦେଇଥିଲେ , ଏବେ ଛତିଶଗଡର ବଗଡୋଲ ଗାଁରେ ହୋଇଥିବା ଏହି ଅଜବ ଧରଣର ବାହାଘର ଦେଖିକରି ଗାଁ ଲୋକେ ଚକିତ ହୋଇଯାଇଛନ୍ତି ।

 

ଅନିଲ୍ ପେଙ୍କରା ଯିଏ କି ସେନାରେ ଜଣେ ସିଆର୍ ପିଏଫ୍ ଜବାନ ଅଟନ୍ତି , ତାଙ୍କ ବିବାହ ପାଞ୍ଚ ବର୍ଷ ପୂର୍ବେ ବନଗହିନ ପେଙ୍କରାଙ୍କ ସହ ହୋଇଥିଲା , କିନ୍ତୁ ବିବାହ ହେବାର କିଛି ବର୍ଷ ପରେ ଅନିଲ ପେଙ୍କରାଙ୍କ ସାକ୍ଷାତ ଏକ ମହିଳାଙ୍କ ସହ ହୋଇଥିଲା , ଯିଏ ସେହି ଗାଁରେ ରହୁଥିଲେ,  କୁହାଯାଉଛି କି ଅନିଲ ପେଙ୍କରା ବହୁତଥର ନିଜ ଗାଁକୁ ଯାଊଥିଲେ ,ତେବେ ସେ ନିଜ ପ୍ରେମିକାଙ୍କୁ ନିଶ୍ଚିତ ଦେଖାକରୁଥିଲେ । ଓ ଯେବେ ତାଙ୍କ ସ୍ତ୍ରୀଙ୍କୁ ଏହି ବିଷୟରେ ଖବର ମିଳିଲା ସେ ଆଉଥରେ ତାଙ୍କ ସ୍ୱାମୀଙ୍କୁ ବାହାଘର କରାଇବାକୁ ନିଷ୍ପତ୍ତି କଲେ , ଓ ଏହା ସହ ସେ ନିଜ ସ୍ୱାମୀଙ୍କ ଦ୍ୱିତୀୟ ବିବାହ କରିବାପାଇଁ ନିଜ ଶଶୁର ଓ ଶାଶୁଙ୍କ ଅନୁମତି ବି ନେଲେ , ଓ ପରିବାର ଲୋକଙ୍କର ଇଚ୍ଛାନୁସାରେ ସେ ନିଜ ସ୍ୱାମୀଙ୍କ ଦ୍ୱିତୀୟ ବିବାହ କରାଇଥିଲେ ।

 

ବନଗହିନ ପେଙ୍କରା ନିଜ ସ୍ୱାମୀଙ୍କ ଦ୍ୱୀତିୟ ବିବାହ ଧୁମଧାମ୍ ରେ କରାଇଲେ , ଓ ବାହାଘରରେ ସବୁ ଗାଁ ଲୋକଙ୍କୁ ଡକାଇଥିଲେ , ଓ ସେ ବିବାହ ଦିନ ସେ ତାଙ୍କ ସ୍ୱାମୀଙ୍କ ସହ ତାଙ୍କ ପ୍ରେମିକାର ସାତ ଫେରା ସହ ନିଜେ ବି ଫେରା ନେଇଥିଲେ,  ବନଗହିନଙ୍କ ଅନୁସାରେ ସେ ତାଙ୍କ ସ୍ୱାମୀଙ୍କ ଦ୍ୱିତିୟ୍ ବିବାହ କରି ବହୁତ ଖୁସି ହୋଇଛନ୍ତି , ଓ ନିଜ ସ୍ୱାମୀଙ୍କ ଠାରୁ କେଉଁ ଭଳି ଅଭିଯୋଗ ବି ନାହିଁ, ଯେଉଁ ମହିଳାଙ୍କ ସହ ଅନିଲ ସାତ ଫେରା ନେଇଥିଲେ , ସେ ଅଙ୍ଗନବାଡିରେ କର୍ମୀ ଅଛନ୍ତି ।

 

ହିନ୍ଦୁ ବିବାହ ଆକ୍ଟ ଅନୁସାରେ ଜଣେ ବ୍ୟକ୍ତି ନିଜ ପ୍ରଥମ୍ ସ୍ତ୍ରୀଙ୍କୁ ଛାଡପତ୍ର ନଦେଇ ଅନ୍ୟ କେଉଁଠି ବିବାହ କରିବା ଆଇନସଙ୍ଗତ ନୁହେଁ , ଏଥିପାଇଁ ଅନିଲ ପେଙ୍କରାଙ୍କ ବିବାହ ଏକ ଆଇନବିରୁଦ୍ଧ ବୋଲି ମାନିଛନ୍ତି , ସେମିତି ଅନିଲ ପେଙ୍କରା ଗାଁର ସରପଞ୍ଚ ଲଲିତଙ୍କ ଅନୁସାରେ ପେଙ୍କରାଙ୍କ ପ୍ରଥମ ବିବାହ ହୋଇଥିବା ପ୍ରାୟ ପାଞ୍ଚ ବର୍ଷ ହୋଇସାରିଛି, ଅନିଲ ପେଙ୍କରାଙ୍କ କୌଣସି ସନ୍ତାନ ନାହିଁ , ଏହି କାରଣରୁ ସେ ଅନିଲ ପେଙ୍କରାଙ୍କ ସ୍ତ୍ରୀ ତାଙ୍କ ଦ୍ୱିତୀୟ ବିବାହ କରାଇଥିଲେ ।

Leave a Reply

Your email address will not be published.