March 22, 2024

Odia Express

News For Public

ସବୁ ଦିନ ସକାଳୁ ପିଅନ୍ତୁ ୧ ଗିଲାସ ଲବଙ୍ଗର ପାଣି – ହେବ ଏମିତି ଫାଇଦା କି ଆପଣ ବି କହିବେ – ସତରେ କେତେ ବଢିଆ..

ସମସ୍ତଙ୍କ ଘରର କିଚେନ୍ ରେ ମସଲା ଡବାରେ ଲବଙ୍ଗ ମିଳିଯିବ , ସାଧାରଣତଃ ଲବଙ୍ଗର ଉପଯୋଗ ତଡକା ବନାଇବାରେ କିମ୍ବା ଚାହାର ସ୍ୱାଦ ବଢାଇବାରେ ହୋଇଥାଏ , କିନ୍ତୁ ଆପଣଙ୍କୁ ଜାଣିକରି ଆଶ୍ଚର୍ଯ୍ୟ ଲାଗିବ କି ଛୋଟ ଲବଙ୍ଗ ଆପଣଙ୍କ ମୁହଁର ସ୍ୱାଦ ବଢାଇବାରେ ସ୍ୱାସ୍ଥ୍ୟକୁ ସୁସ୍ଥ୍ୟ ରଖିବାରେ ସାହାଯ୍ୟ କରେ । ଲବଙ୍ଗ ମଧ୍ୟରେ ଆଇରନ୍ , କାର୍ବୋହାଇଡ୍ରେଡ୍ , କ୍ୟାଲସିୟମ, ଫସଫରସ୍, ପୋଷକ ତତ୍ତ ଛଡା ଆଣ୍ଟିଏକ୍ସିଡେଣ୍ଟ, ଆଣ୍ଟିବ୍ୟାକ୍ଟ୍ରିଆଲ୍ , ଓ ଆଣ୍ଟି ସେପ୍ଟିକ୍ ଗୁଣ ବି ଉପସ୍ଥିତ ଅଛି, ଏହାର କାରଣରୁ ଲବଙ୍ଗ ବହୁତ ସାରା ରୋଗର ସହ ଲଢିବାରେ ସାହାଯ୍ୟ କରେ ।

ଆପଣଙ୍କୁ ଜାଣିକରି ଆଶ୍ଚର୍ଯ୍ୟ ଲାଗିବ କି ଲବଙ୍ଗର ପାଣି ପିଇଲେ ପେଟ ସଂବନ୍ଧିତ ସବୁ ରୋଗର ନାଶ ହୋଇଥାଏ । ଏହା ପେଟ ପୀଡା, ଏସିଡିଟି ଇତ୍ୟାଦିରୁ ମୁକ୍ତି ଦେଇଥାଏ , ଆପଣଙ୍କୁ ସବୁ ଦିନ ସକାଳୁ ଗୋଟେ ଗିଲାସ ସିଝା ପାଣିରେ ତିନୋଟି ରୁ ଚାରୋଟି ଲବଙ୍ଗ ପକାଇବାର ଅଛି, ଓ ଏହାର ସେବନ କରିବାର ଅଛି । ଧ୍ୟାନ ରଖିବେ କି ଏହି ପାଣି ଖାଲି ପେଟରେ ପିଇବାର ଅଛି , ଏହାର ଲଗାତାର ସେବନ କଲେ ପେଟ ସଂବନ୍ଧିତ ସବୁ ରୋଗ ଦୂର ହୋଇଯିବ , ଓ ଏହା ପାଚନ ତନ୍ତ୍ରକୁ ମଜବୁତ କରିବ ।

 

ଥଣ୍ତା ଜ୍ୱରରେ ଲବଙ୍ଗ ହଳଦୀ ଓ ଅଦା ବାଲା କ୍ଷୀରକୁ ସିଝାଇ ପିଇଲେ ଆରାମ ମିଳିଥାଏ ।

ଲବଙ୍ଗର ତେଲକୁ ନଡିଆ ତେଲ ସହ ସମାନ ମାତ୍ରାରେ ମିଶାଈ ବାଳରେ ଲଗାଇଲେ ବାଳ କଳା ଓ ଘନ ହୁଏ।

ଲବଙ୍ଗର ତେଲ ଦ୍ୱାରା ମାଲିସ୍ କଲେ ମୁଣ୍ତ ବିନ୍ଧା କମିଯାଇଥାଏ ।

ଖସରା ରୋଗରେ ଆରାମ ପାଇଲେ ଲବଙ୍ଗକୁ ପେଷି ନିଅନ୍ତୁ , ଓ ସେଥିରେ ମହୁ ମିଶାଈଦିଅନ୍ତୁ , ଏହାକୁ ଚାଟନ୍ତୁ , ବହୁତ ଫାଇଦା ମିଳିବ ,

ଯଦି ଆପଣଙ୍କୁ ଗଳାରେ କୌଣସି ଅସୁବିଧା ଅଛି ତେବେ ସାବୁତ ଲବଙ୍ଗ ସହ ଦିନରେ ଦୁଇ ଚାରିଥର ଚୁଚୁମିଲେ ଫାଇଦା ମିଳିବ ।

 

ବହୁତ ଲୋକ ବସ୍ ଟ୍ରେନ୍ ରେ ବାନ୍ତି କରନ୍ତି ଏମିତିରେ ଯାତ୍ରା ସମୟରେ ଲବଙ୍ଗ ଚୋବାଇଲେ ବାନ୍ତିଆସିବା କମ୍ ହୋଈଯାଏ ।

ଲବଙ୍ଗରେ ମହଜୁତ ଆଣ୍ଟିସେପ୍ଟିକ୍ ଗୁଣ ଥିବା କାରଣରୁ ଏହାର ସେବନ ସଂକ୍ରମଣ ହେବାର ବିପଦ ନଥାଏ ।

ଲବଙ୍ଗରେ ଆଣ୍ଟିସେପ୍ଟିକ୍ ଗୁଣ ହେବା କାରଣରୁ ଏହାର ସେବନରୁ ସଂକ୍ରମଣ ହୋଇପାରେ ନାହିଁ । ଲବଙ୍ଗର ସେବନରେ ଶରୀରରେ ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ପାଇଥାଏ ,

ଲବଙ୍ଗର ପାଣିପିଇଲେ ରକ୍ତ ସଫା ହୁଏ ।

ଯଦି ଆପଣଙ୍କୁ ଥଣ୍ତା ହୋଈଯାଇଛି, ତେବେ ଲବଙ୍ଗର ତେଲକୁ କପଡାରେ ପକାଇ ଶୁଙ୍ଗନ୍ତୁ , ବନ୍ଦ ହୋଇଥିବା ନାକ ଖୋଲିଯିବ । ଲବଙ୍ଗର ତେଲ ମାଲିସ୍ କଲେ ଗଣ୍ଠି ବାତ ଦୂର ହୋଇଯାଏ ।

ଶୁଖିଲା କାଶ ହେଲେ ଲବଙ୍ଗକୁ ଭାଜି ଦିଅନ୍ତୁ , ସେଥିରେ ମହୁ ମିଶାଇ ଚାଟନ୍ତୁ , ଆରାମ ମିଳିବ ।

Leave a Reply

Your email address will not be published. Required fields are marked *