March 28, 2024

Odia Express

News For Public

ମହିଳା ଜିଲ୍ଲାପାଳ ନିଜ ରକ୍ତ ଦେଇକରି ବଞ୍ଚାଇଲେ ଜଣେ ମହିଳା ରୋଗୀଙ୍କ ଜୀବନ , ପୁରା ଦେଶ ତାଙ୍କର ପ୍ରଶଂସା କରୁଛି…

ମଧ୍ୟପ୍ରଦେଶର ରାଜଗଢ ଜିଲ୍ଲାର ମେଡିକାଲ୍ ରେ ଗତ ଗୋଟେ ମାସରେ ରକ୍ତର ଅଭାବ ଚାଲୁଥିଲା , ଏହି ସମୟରେ ସୋମବାରକୁ ଖଜୁରିଆ ଗାଁର ଏକ ଯୁବତୀ କବିତା ଦାଙ୍ଗୀଙ୍କ ଚିକିତ୍ସା ପାଇଁ ରକ୍ତ ଦରକାର ପଡିଲା , କାରଣ ତାଙ୍କର ହିମୋଗ୍ଲୋବିନ୍ କମ୍ ଥିଲା , ଓ ବି ପଜେଟିଭ୍ ରକ୍ତର ଦରକାର ଥିଲା , କିନ୍ତୁ ମେଡିକାଲ୍ ରେ ବ୍ଲଡ୍ ବ୍ୟାଙ୍କ୍ ରେ ରକ୍ତର ଅଭାବକୁ ଦେଖି କେବଳ ଗୋଟେ ୟୁନିଟ୍ ରକ୍ତ ଥିଲା , ଯେଉଁଥିରେ ଡାକ୍ତର ଓ ରୋଗୀଙ୍କର ପରିଜନ ଚିନ୍ତାରେ ପଡିଗଲେ । ରୋଗୀଙ୍କୁ ରକ୍ତ ନ ମିଳିବାକୁ ନେଇ ପିଡିତାଙ୍କ ବାପା ରାୟାସିଂହ ଦାଙ୍ଗୀ ସୋସିଆଲ୍ ମିଡିଆରେ ରକ୍ତଦାନ କରିବାର ଅପିଲ୍ କରିଥିଲେ , କିନ୍ତୁ ଅପିଲ୍ ରେ କିଛି ଫାଇଦା ମିଳିଲା ନାହିଁ , ଏହି ମଧ୍ୟରେ ଯୁବତୀ ହାଲତ ଆହୁରୀ ବିଗିଡିଯାଈଥିଲା , ଏହି କଥାର ସୁଚନା ଜିଲ୍ଲାପାଳ ନିଧି ନିବେଦିତାଙ୍କୁ ଜଣା ପଡିଲା , ସେ ନିଜେ ରୋଗୀ ପାଇଁ ରକ୍ତଦାନ କରିବାକୁ ମେଡିକାଲ୍ ରେ ପହଞ୍ଚିଲେ , ଡାକ୍ତରଙ୍କ ମୁତାବିକ ଏବେ କବିତାଙ୍କ ହାଲତ ଠିକ୍ ଅଛି,

 

ବ୍ଲଡ୍ ବ୍ୟାଙ୍କ୍ ପ୍ରଭାରୀ ଡାକ୍ତର ପିକେ ଜୈନ୍ କହିଲେ କି ମେଡିକାଲ୍ ରେ ପ୍ରସୁତି ୱାର୍ଡରେ ଆସୁଥିବା ମହିଳା ଥେଲିସିମିଆ ପିଡିତା ଛୁଆଙ୍କ ବ୍ଲଡ୍ ଅଭାବରୁ ବହୁତ ଅସୁବିଧା ହେଉଥିଲା , ସେମିତି ରୋଗୀଙ୍କ ରକ୍ତଦାନ କରିବାପାଇଁ ଆୟି ଜିଲ୍ଲାପାଳ ନିଧି ନିବେଦିତା କହିଲେ କି ଜଲଦି ପ୍ରଶାସନିକ ସ୍ତରରେ ସହରର ରକ୍ତଦାନ ଶିବିର ଲଗାଯିବ , ଯାହା ଦ୍ୱାରା ସହରର ମେଡିକାଲ୍ ରେ ରକ୍ତ ହୀନତାକୁ ରୋକାଯାଇପାରିବ ।

Leave a Reply

Your email address will not be published. Required fields are marked *