April 12, 2024

Odia Express

News For Public

କେବେ ପଡୋଶୀମାନେ କହୁଥିଲେ ଗର୍ଭ ନଷ୍ଟ କରାଇନିଅ ,ଝିଅମାନେ ବୋଝ ଅଟନ୍ତି – ଆଜି ବଡ ହେଇ ୩ ଜଣ ଭଉଣୀ କରୁଛନ୍ତି ଏଭଳି କାମ..

ୟୁପିର ବରେଲି ସହରରେ କେଉଁ ବ୍ୟକ୍ତି ରୁ ଆପଣ ଚନ୍ଦ୍ରସେନ ସାଗରଙ୍କ ବିଷୟରେ ପଚାରିବେ ତେବେ ଲୋକେ କହିବେ ଆଛା ଆଛା ସେ ଯାହାଙ୍କ ତିନିଜଣ ଝିଅ ଅଫିସର୍ ଅଛନ୍ତି , ଚନ୍ଦ୍ରସେନ ସାଗର ନିଜେ ୧୦ ବର୍ଷ ବ୍ଲକ୍ ପ୍ରମୁଖ ରହିସାରିଛନ୍ତି , ଭାଇ ସୀୟାରାମ ସାଗର ବି ପାଞ୍ଚ ବର୍ଷ ବିଧାୟକ ଥିଲେ,  କିନ୍ତୁ ଝିଅଙ୍କ ସଫଳତା ସାଗର ପରିବାର ସମୟର ସାଥେ ପରିଚୟ ବଢାଇଦେଇଛି ଏବେ ଚନ୍ଦ୍ର ସେନଙ୍କ ପରିଚୟ ଏକ ନେତାରୁ ଅଧିକା ଆଇଏଏସ୍ ଝିଅଙ୍କର ବାପା ହିସାବରେ ଅଧିକା ଜଣା ପଡୁଛି । ବରେଲିର ପୂର୍ବ ବ୍ଲକ୍ ପ୍ରମୁଖ ଚନ୍ଦ୍ରସେନ ସାଗରଙ୍କ ତିନି ଝିଅ ଅର୍ଜିତ୍ ,ଅର୍ପିତ୍ , ଓ ଆକୃତ ଯିଏ ଆଇଏଏସ୍ ଅଫିସର୍ ଅଛନ୍ତି । ଚନ୍ଦ୍ର ସେନ ସାଗର୍ କହିଲେ ରାଜନୀତିରେ ଥାଇ ବି ସେ ଚେଷ୍ଟା କରନ୍ତି କି କାହାର ଖରାପ ନ ହେଉ , ବୋଧେ ତାଙ୍କ ଭଲ କାର୍ଯ୍ୟର ପରିଣାମ ତାଙ୍କ ଝିଅ ମାନଙ୍କୁ ମିଳୁଛି ,

 

ଝିଅମାନଙ୍କୁ ଅଧିକା ପାଠ ପଢାର୍ ଚିନ୍ତା ମା ମୀନା ସାଗରଙ୍କୁ ରହିଥାଏ , ଚନ୍ଦ୍ରସେନ ସାଗରଙ୍କ ସ୍ତ୍ରୀ ମୀନା ସାଗର ନିଜେ ଝିଅମାନଙ୍କ ସହ ପରୀକ୍ଷା ସମୟରେ ରୁହନ୍ତି, ଯାହା ଦ୍ୱାରା ତାଙ୍କୁ ପାଠ ପଢାରେ କୌଣସି ଅସୁବିଧା ନ ହେଉ । ଖାଇବା ପିଇବାରେ ଝିଅମାନଙ୍କୁ ଅସୁବିଧା ନ କରିବାକୁ ପଡେ । ତିନି ଝିଅଙ୍କୁ ଆଇଏଏସ୍ କରିବାରେ ମାଙ୍କ ବହୁତ ବଡ ଯୋଗଦାନ ଅଛି । ସେ ନିଜ ଝିଅମାନଙ୍କୁ ବହୁତ ଦାୟିତ୍ୱ ନେଇଛନ୍ତି , ମା ଝିଅଙ୍କର ସାଙ୍ଗରେ ରୁହନ୍ତି , ଓ ବାପା ଚନ୍ଦ୍ର ସାଗାର ଏକେଲା ବରେଲିରେ ରହିକରି ଝିଅମାନଙ୍କୁ ପ୍ରୋତ୍ସାହିତ କରନ୍ତି ।

 

ଚନ୍ଦ୍ର ସେନ ସାଗର ନିଜ ଝିଅମାନଙ୍କର ସ୍ୱପ୍ନରେ କେବେ ବୋଝ ହୋଇନାହାନ୍ତି , ସେ କହିଲେ କି ତାଙ୍କର ଝିଅ ସବୁ କ୍ଷେତ୍ରରେ ନିଜ କ୍ୟାରିୟର କରିବାକୁ ଚାହୁଁଛନ୍ତି , ସେ ପୁରା ସାଥ୍ ଦେଇଥିଲେ । କେବେ ନିଜ ଇଚ୍ଛା ତାଙ୍କର ଉପରେ ଜାହିର୍ କରିନଥିଲେ , ଚନ୍ଦ୍ରସେନ ସାଗର ନିଜ ଦୁଇଟି ଫ୍ୟାସନ ଡିଜାଇନର ଝିଅଙ୍କୁ ଏହା ବି କେବେ କହିନାହାନ୍ତି କି ସେ ସିଭିଲ୍ ସର୍ଭିସ୍ ପାଇଁ ପ୍ରସ୍ତୁତି କରନ୍ତୁ , ସେମାନେ ଯାହା ହେବାକୁ ଚାହୂଁଛନ୍ତି ସେ ତାଙ୍କ ପୁରା ସାଥ୍ ଦେଇଥିଲେ ।

 

କଥାବାର୍ତ୍ତା ସମୟରେ ଚନ୍ଦ୍ରସେନ ସାଗର ଭାବୁକ ହୋଇଯାଇଥିଲେ, କହନ୍ତି କି ସତରେ ଝିଅମାନଙ୍କୁ ନେଇକରି ସମାଜରେ ଭଲ ଭାବନା ନାହିଁ , ଯେବେ ଲଗାତାର ଖାଲି ଝିଅ ହେଲା ତେବେ ଲୋକେ କହିଲେ କି ଅଲଟ୍ରାସାଉଣ୍ତ କରିନିଅ , ଓ କିଛି କହିଲେ ଗର୍ଭ ନଷ୍ଟ କରାଇଦିଅ । ତୁମେ ଚଳାଇପାରିବ ନାହିଁ , ଆଗରୁ ଅଲଟ୍ରାସାଉଣ୍ତ କରିବାବେଳେ ଲିଙ୍ଗ ନିରୁପଣ କରିବାରେ କୌଣସି ପ୍ରତିବନ୍ଧକ ନଥିଲା । କିନ୍ତୁ ସେ କାହା କଥାରେ ପଡିଲେନି , ସ୍ୱାମୀ ଓ ସ୍ତ୍ରୀ ଭାବିଲେ କି ପୁଅ ହେଉ କିମ୍ବା ଝିଅ କଣ ଫରକ ପଡୁଛି , ଆଜି ଆମେ ଦୁହେଁ ଏହି ଫଇସଲାରେ ଗର୍ବ କରୁଛୁ, ଯେଉଁ ଝିଅମାନଙ୍କୁ ଆମେ ଆବର୍ସନ କରିବାକୁ ଲୋକେ ଉପଦେଶ ଦେଉଥିଲେ , ସେମାନେ ଏବେ ତାଙ୍କ ପ୍ରଶଂସା କରୁଛନ୍ତି ।

Leave a Reply

Your email address will not be published. Required fields are marked *