March 29, 2024

Odia Express

News For Public

ପୋଷ୍ଟମର୍ଟମ୍ କରୁଥିବା ଏହି ମହିଳାଙ୍କ ବିଷୟରେ ଜାଣିଲେ ଆପଣ ବି ହୋଇଯିବେ ଚକିତ – ଶୁଣିଲେ ବିଶ୍ୱାସ କରିପାରିବେ ନାହିଁ ଆପଣ..

ଆଜି ଆମେ ଆପଣଙ୍କୁ ଯେଉଁ ମହିଳାଙ୍କ ବିଷୟରେ କହିବାକୁ ଯାଉଛୁ , ତାଙ୍କ ନାଁ ହେଲା ସନ୍ତୋଷୀ ଦୁର୍ଗା , ତାଙ୍କ ବାପା ଛତିଶଗଡର ନରହରପୁର ବ୍ଲକ୍ ରେ ସ୍ୱାସ୍ଥ୍ୟ ବିଭାଗରେ ସୁଇପର୍ ଅଛନ୍ତି , ଦୁର୍ଗା କହନ୍ତି କି ତାଙ୍କ ବାପା ବହୁତ ନିଶା ନେଉଥିଲେ , ଘରର ବଡ ଝିଅ ଦୁର୍ଗା ନିଜ ବାପାଙ୍କୁ ବହୁତ ବୁଝାଉଥିଲେ , ଏହି ଭଳି ଯଦି ନିଶାରେ ବୁଡିରହିବେ ତେବେ ପାଞ୍ଚ ଜଣ ଭଉଣୀଙ୍କ ଯତ୍ନ କିଏ ବା ନେବ , କିନ୍ତୁ ଦିନେ ନିଜ ଛଅ ଭଉଣୀଙ୍କୁ ଏହି ଦୁନିଆଁରେ ସଂଘର୍ଷ କରିବାପାଇଁ ଛାଡି ଆସିଲେ । ଦୁର୍ଗା ନିଜ ବାପାଙ୍କ ସହ କେଉଁ କଥାକୁ ନେଇ ଆଲୋଚନା କରୁଥିଲେ ତେବେ ତାଙ୍କ ଆଖିରେ ଲୁହ ଚାଲି ଆସୁଥିଲା , ଛତିଶଗଡର ଉତ୍ତର ବସ୍ତର କାଂଙ୍କୋର୍ ଜିଲ୍ଲାର ନରହରପୁର ବ୍ଲକ୍ ର ସନ୍ତୋଷୀ ଦୁର୍ଗା ଆଜି ମହିଳାମାନଙ୍କର ପାଇଁ ଏକ ମିଶାଇ ହୋଇଛନ୍ତି , କହିଦେବୁ କି ବାପା ଚାଲିଯିବାପରେ ଘରର ବଡ ଝିଅ ହୋଇ ସେ ସବୁ ଦାୟିତ୍ୱ ନିର୍ବାହ କରିଥିଲେ , ଦୁର୍ଗା ପେଶାରେ ଜଣେ ପୋଷ୍ଟପର୍ଟମ୍ କର୍ମଚାରୀ ଅଟନ୍ତି , ୧୫ ବର୍ଷରୁ ସେ ପ୍ରାୟ ୬୦୦ ଟି ପୋଷ୍ଟ ମର୍ଟମ୍ କରିଛନ୍ତି ,

 

କୁହନ୍ତି ନା କାମ ବଡ ହୋଇଥିଲେ ଟିକେ ଅସୁବିଧା ପୂର୍ଣ୍ଣ ହୋଇଥାଏ , ବହୁତ ଲୋକଙ୍କ କହିବା କଥା କି ବିନା ନିଶା କରି ପୋଷ୍ଟମର୍ଟମ୍ କରିବା ବହୁତ ଅସୁବିଧାଜନକ , କିନ୍ତୁ ଦୁର୍ଗା ବିନା କିଛି ନିଶାରେ ଏହି କାମକୁ ସୁଚାରୁରୂପେ କରିଥାନ୍ତି , ତାଙ୍କର କହିବା କଥା କି ଗୋଟେ ସମୟ ଏପରି ଥିଲା ଯେବେ ସେ ପୋଷ୍ଟମର୍ଟମ୍ କରିବାକୁ ଭୟ କରୁଥିଲେ , ଶବ ଦେଖିଲେ ତାଙ୍କ ହାତ ଥରି ଉଠୁଥିଲା , କିନ୍ତୁ ତାଙ୍କ ଉପରେ ଘରର ଦାୟିତ୍ୱ ଥିଲା , ସେଥିପାଇଁ ସେ ସାହାସ ବାନ୍ଧିଥିଲେ ।

 

ସେ ଏହି କାମକୁ ପୁରା ସମାଜକୁ ନୁହେଁ , ଜିଲ୍ଲା ପାଇଁ ବି ନୁହେଁ ବରଂ ପୁରା ଦେଶ ପାଇଁ ଦେଖାଇଥିଲେ , ସେ ଜଣେଇଥିଲେ କି ବିନା କୌଣସି ନିଶାରେ ପୋଷ୍ଟମର୍ଟମ୍ କରାଯାଇପାରିବ , ଦୁର୍ଗା ଯେବେ ଏହି କାମକୁ ଆରମ୍ଭ କରିଥିଲେ ତେବେ ତାଙ୍କର ପ୍ରଥମ ଲକ୍ଷ୍ୟ ଥିଲା କି ସେ ତାଙ୍କ ବାପାଙ୍କର ନିଶାକୁ ଛଡାଇବେ , ଦୁର୍ଗା ନିଜ ବାପାଙ୍କ ସହ ସର୍ତ୍ତ ଲଗାଇଥିଲେ କି ସେ ବିନା କୌଣସି ନିଶା କରି ପୋଷ୍ଟମର୍ଟମ୍ କରିବେ , ଏହି କାମ କରି ସେ ନିଜ ବାପାଙ୍କ ସର୍ତ୍ତକୁ ଜିତି ଯାଇଥିଲେ , ଓ ସେ ବାପାଙ୍କୁ ମଦ ପାନ କରିବା ଅଭ୍ୟାସକୁ ଦୁରେଇ ପାରିଥିଲେ , ଏବେ ଦୁର୍ଗା ତିନୋଟି ଭଉଣୀଙ୍କ ବାହାଘର କରିବାର ଦାୟିତ୍ୱ ଅଛି , ଓ ତିନୋଟି ଛୁଆଙ୍କ ଯତ୍ନ ନେବା ବି , କିନ୍ତୁ ତାଙ୍କର କହିବା କଥା କି ଏହି କାମ ପାଇଁ ସେ ସବୁବେଳେ ଆଗଭର ଅଛନ୍ତି , ସେ ଏହାକୁ ସେବା ଭାବନାରେ କରୁଛନ୍ତି ।

Leave a Reply

Your email address will not be published. Required fields are marked *