April 14, 2024

Odia Express

News For Public

କ୍ରିକେଟ ପାଇଁ କଳଙ୍କ – ଅନେକ ବିଶ୍ୱ ରେକର୍ଡ କରିଥିବା ଭାରତୀୟ କ୍ରିକେଟ ଖେଳାଳି ଗିରଫ ହେଇଥିଲେ– ସେ ଏଭଳି ଭାବେ ଲୋକଙ୍କୁ ଠକୁଥିଲେ..

ଭାରତ ପରି ଦେଶରେ କ୍ରିକେଟ୍ କୁ ବହୁତ ଖାସ୍ ଦର୍ଜା ଦିଆଯାଇଛି , ଏଠାରେ କ୍ରିକେଟ୍ କୁ ପୁଜା କରନ୍ତି , ଅଧିକାଂଶ ସମସ୍ତେ କ୍ରିକେଟ୍ ଦୁନିଆଁରେ ପାଦ ଦେବାକୁ ଚାହଁନ୍ତି , ଯାହାକୁ ନେଇ ବହୁତ ଯୁବା ଖେଳାଳୀ ନିଜ କ୍ୟାରିୟର ବନାଇବା ପାଇଁ ଦିନ ରାତି ବହୁତ ପରିଶ୍ରମ କରିଥାନ୍ତି । ସେମିତି ଆଇପିଏଲ୍ ସିଜିନ୍ ଚାଲୁଛି , ସମସ୍ତେ ନିଜ ପସନ୍ଦର ଖେଳାଳୀଙ୍କ ପାଇଁ ପ୍ରାର୍ଥନା କରୁଛନ୍ତି ।  ସେମିତି ଆଇପିଏଲ୍ ମଧ୍ୟରେ ଏକ ପୂର୍ବତନ ଖେଳାଳି କିଛି ଏପରି କରିଛନ୍ତି ଯାହାକୁ ନେଇ ସେ ଏବେ ହାଜତରେ ପହଞ୍ଚିଯାଇଛନ୍ତି , ତେବେ ଆସନ୍ତୁ ଜାଣିବା ସେ କେଉଁ ଖେଳାଳୀ ।

 

ବହୁତ ରେକର୍ଡ ନିଜ ନାଁରେ କରିଥିବା ଏହି ଖେଳାଳୀ ହେଲେ ପୂର୍ବ ରଣଜୀ କ୍ରିକେଟିୟର୍ ବୁଡୁମୁରୁ ନାଗରାଜୁ , ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ ବିସିସିଆଇ ମୁଖ୍ୟ ଚୟନ କର୍ତ୍ତା ଏମ୍ ଏସ୍ କେ ପ୍ରସାଦ ହୋଇ ଲୋକଙ୍କୁ ଠକୁଥିଲେ, ଯାହାକୁ ନେଇ ଗୁରୁବାର ୨ ମେ କୁ ବିଜୟୱାଡା ସିଟି ପୋଲିସ୍ ଏକ ଅଭିଯୋଗ ପରେ ଗନ୍ନବରମ ହବାଇ ଅଡ୍ଡାରେ ନାଗାରାଜୁଙ୍କୁ ଗିରଫ କରିନେଇଥିଲେ । ଏହାର ଆରୋପ ଏହା ଥିଲା କି ସେ ଲୋକଙ୍କ ସହ ଫ୍ରଡ୍ କରିଥିଲେ ।

 

ପୋଲିସ୍ ଅନୁସାରେ ପୂର୍ବତନ ଖେଳାଳୀ ନାଗାରାଜୁ ଶ୍ରୀକାକୁଲମ୍ ର ପୋଲାକି ମଣ୍ତଳର ୟବରବିପେଟାର ବାସିନ୍ଦା ଅଟନ୍ତି । ଯିଏ ବିଶାଖାପାଟନମ୍ ର ମଧୁରାବାଡା ରେ ବାସିନ୍ଦା ଥିଲେ । ଯିଏକି ୨୦୧୧ ରେ ସାଉଥ୍ ଜୋନ୍ ଟିମ୍ ର ପ୍ରତିନିଧିତ୍ୱ କରିଥିଲେ । ଏହାପରେ ସେ ନେଟ୍ସ ରେ ୨୦୧୬ ରେ ଅବିଶ୍ୱନୀୟ ୮୨ ଘଣ୍ଟା ପର୍ଯ୍ୟନ୍ତ ଖେଳିଥିଲେ , ଯାହାପରେ ଏହାଙ୍କ ନାଁ ସବୁଠାରୁ ଅଧିକା ସମୟ ପର୍ଯ୍ୟନ୍ତ ବ୍ୟକ୍ତିଗତ କ୍ରିକେଟ୍ ନେଟ୍ ସତ୍ର ପୁରୁଷରେ ଗିନିଜ୍ ବୁକ୍ ଅଫ୍ ରେକର୍ଡରେ ଦର୍ଜା କରାଯାଇଥିଲା , ଏବେ ପର୍ଯ୍ୟନ୍ତ ଆମ ତରଫରୁ ସଠିକ୍ ତଥ୍ୟ ମିଳିପାରିନାହିଁ , କାରଣ ଅଫିସିଆଲ୍ ଗିନିଜ୍ ୱେବସାଇଡ୍ ରେ ଏହି ରେକର୍ଡ ୫୦ ଘଣ୍ଟା ନେଟ୍ ରେ ବ୍ୟାଟିଙ୍ଗ୍ କରିବା କାରଣରୁ ସେ ବିରାଗ ମାରେ ନାଁରେ ଦର୍ଜ ହୋଇଥିଲେ ।

Leave a Reply

Your email address will not be published. Required fields are marked *