March 28, 2024

Odia Express

News For Public

ରାଜନୀତିର ସବୁଠାରୁ ବଡ ରହସ୍ୟରୁ ପର୍ଦା ଖୋଲିଗଲା – ଜାଣନ୍ତୁ କଣ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ନିଜ ସ୍ତ୍ରୀଙ୍କୁ ଛାଡିଲେ – ଜାଣିଲେ ଆପଣ ନିଶ୍ଚୟ ଗର୍ବ କରିବେ..

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା ଦିନକୁ ଦିନ ବଢିବାରେ ଲାଗିଛି , ଯେବେ ସେ କେନ୍ଦ୍ରରେ ଆସିଲେ ତେବେ ତାଙ୍କ ଲୋକପ୍ରିୟତା ଆକାଶ ଛୁଆଁ ହୋଇଯାଇଥିଲା । ମୋଦୀ ନା କେବଳ ଭାରତରେ ବରଂ ବିଦେଶରେ ବି ଲୋକପ୍ରିୟ ହୋଇପାରିଛନ୍ତି , ତାଙ୍କର ଲୋକପ୍ରିୟତାର ଚର୍ଚ୍ଚା ଆଜି ଚାରିପଟୁ ଅଛି , ଏମିତିରେ ଆଜି ଆମେ ଆପଣଙ୍କୁ ପିଏମ୍ ମୋଦିଙ୍କ ବିଷୟରେ କିଛି ଅକୁହା କଥା କହିବୁ , ଯାହାକୁ ନେଇକରି ପିଏମ୍ ମୋଦୀଙ୍କ ଆଲୋଚନା ହୋଇସାରିଛି, ଲୋକେ ତାଙ୍କୁ କଟାକ୍ଷ ବି କରୁଛନ୍ତି , କିନ୍ତୁ ଯଦି ଆପଣ ସତ କଣଜାଣିବେ ତେବେ ତାଙ୍କ ପାଇଁ ପ୍ରେମ ଆହୁରି ବଢିଯିବ ।

 

ନରେନ୍ଦ୍ର ମୋଦୀ ପିଏମ୍ ହେବା ପୂର୍ବରୁ ପ୍ରଥମେ ଗୁଜୁରାଟର ସିଏମ୍ ଥିଲେ , ୨୦୧୪ ରେ ଗୁଜୁରାଟର ସିଏମ୍ ପଦରୁ ଇସ୍ତଫା ଦେଇ ପିଏମ୍ ହୋଇଥିଲେ, ଯାହାପରେ ଏବେ ତାଙ୍କର ଲୋକପ୍ରିୟତା ଦିନକୁ ଦିନ ବଢିବାରେ ଲାଗିଛି , ଏବେ ଆପଣ ଜାଣିଛନ୍ତି କି ପିଏମ୍ ଙ୍କ ପାଖରେ ଏବେ ତାଙ୍କ ମାଁଙ୍କ ଛଡା ଆଉ କେହି ବି ନାହାନ୍ତି , ପିଏମ୍ ମୋଦୀ ନିଜ ସ୍ତ୍ରୀଙ୍କୁ ଛାଡିଦେଇଥିଲେ , ଯାହା କାରଣରୁ ନାରି ବାଦ ସମର୍ଥକ ତାଙ୍କର ଆଲୋଚନା କରୁଛନ୍ତି , କିନ୍ତୁ ଆଜି ଆମେ କହିବୁ କଣ ସେହି କାରଣ ଥିଲା , ଯାହା ପାଇଁ ପିଏମ୍ ମୋଦୀ ଏତେ ବଡ ପଦକ୍ଷେପ ନେଇଥିଲେ । ଯେବେ ପିଏମ୍ ମୋଦୀ ୧୭ ବର୍ଷ ବୟସର ଥିଲେ , ତେବେ ତାଙ୍କ ବାହାଘର ହୋଇଯାଇଥିଲା , କହିଦେବୁ କି ମୋଦୀଙ୍କ ବରଯାତ୍ରୀ ଦୁଇ ଦିନ ତାଙ୍କ ଶଶୁର ଘରେ ଅଟକି ରହିଥିଲା , ତାଙ୍କର ବରଯାତ୍ରୀ ଗୁଜୁରାଟର ଉଂଞ୍ଜା ପାଖରେ ଥିବା ବ୍ରହ୍ମାବାଡା ଗାଁକୁ ଯାଇଥିଲା ,ଯେଉଁଠି ୧୫ ବର୍ଷର ଜଶୋବେନ୍ ଙ୍କ ବାପ ଘର ଥିଲା ମୋଦୀ ବାହାଘର ହିନ୍ଦୁ ରୀତିନୀତିରେ କରିଥିଲେ ,

 

ବାହାଘର ପରେ ସେ ନିଜ କନ୍ୟାକୁ ନେଇ ଘରକୁ ଆସିଥିଲେ କିନ୍ତୁ କିଛି ଏପରି ହୋଇଥିଲା , ଯାହା ଦ୍ୱାରା ସେ ଜଶୋବେନ୍ ଙ୍କୁ ଛାଡିବାକୁ ବାଧ୍ୟ ହୋଇଥିଲେ । ଜଣାଯାଏ କି ମୋଦୀ ବିବାହ କରିବାପରେ ଘରେ ଆଉ ବେଶୀ ସମୟ ରହୁନଥିଲେ , ଯାହା କାରଣରୁ ନା ତ ପରିବାର ଆଗକୁ ବଢାଇବା କଥା ବିଷୟରେ କେବେ ବି ଭାବିନଥିଲେ, କୁହାଯାଏ କି ମୋଦୀଙ୍କ ରୁଚି ନିଜ ଦେଶରେ ଯୋଡି ହୋଇଥିବା ମୁଦ୍ଧା ଉପରେ ଥିଲା , ଯାହା କାରଣରୁ ନିଜ ପରିବାରକୁ ସେ ସମୟ ଦେଇପାରୁନଥିଲେ , କୁହାଯାଏ କି ମୋଦୀ ବାହା ହେବାକୁ ଚାହୁଁନଥିଲେ, କିନ୍ତୁ ପରିବାର ଲୋକଙ୍କର ଦାବିରେ ସେ ବାହାହୋଇଥିଲେ । ଜଣେ ଯୁବକ ହିସାବରେ ସେ ନିଜ ଭବିଷ୍ୟତ ଦେଖିବାକୁ ଲାଗିଲେ , ଏମିତିରେ ସେ ରାଷ୍ଟ୍ରିୟ ସ୍ୱୟଂସେବକ ସଂଘ ସହ ଯୋଗ ଦେଲେ , ତାଙ୍କର ଆଶା ପୁରଣ ହୋଇଗଲା ,

 

କହିଦେବୁ କି ସଂଘର ଅନୁଶାସନ, ଦେଶ ପ୍ରେମ ଭାବନା, ସେବା ମନ ଭାବ ଆଦି ମୋଦୀଙ୍କୁ ପସନ୍ଦ ଆସିଥିଲା , ଏମିତିରେ ସେ ନିଜ ପରିବାରକୁ ତ୍ୟାଗ କରିଦେଇଥିଲେ , କହିଦେବୁ କି ମୋଦୀ ଦେଶ ପାଇଁ କିଛି ବି କରିବାକୁ ରାଜିଥିଲେ , ଓ ସବୁକିଛି ସେ ଦେଶ ପାଇଁ କରିଥିଲେ।  ନରେନ୍ଦ୍ର ମୋଦୀଙ୍କ ବୟସ ପ୍ରାୟ ୨୦ ବର୍ଷର ହୋଇଥିଲା , ତେବେ ସେ ନିଜ ଗୃହସ୍ଥ ଜୀବନ ତ୍ୟାଗ କରି ସଂଘର ରାସ୍ତା ବାଛିନେଲେ , ଯାହାପରେ ସେ ସବୁ କିଛି ଛାଡିକରି ସଂଘ ଆଡକୁ ଆଗଭର ହେଲେ , ଏହି ରାସ୍ତାରେ ଯାଇ ସେ ଭାଜପା ରେ ଯୋଗ ଦେଲେ , ଯେଉଁଠି ବିଜେପିର ପରିବାର ତାଙ୍କୁ ନିଜ ଦଳର ଏକ ଦଳିୟ କାର୍ଯ୍ୟକର୍ତ୍ତା ରୂପେ ସ୍ୱାଗତ କଲେ , ଏହାପରେ ମୋଦୀ କେବେ ପଛକୁ ବୁଲି ଅନାଇନାହାନ୍ତି ।

 

ଯେବେ ମୋଦୀ ନିଜ ସ୍ତ୍ରୀଙ୍କୁ ଛାଡି ଗାଁରୁ ସହରକୁ ଚାଲି ଆସିଲେ ତେବେ ତାଙ୍କ ସ୍ତ୍ରୀ ଦୁଃଖି ହୋଇଥିଲେ କିନ୍ତୁ ସେ ନିଜ ସ୍ୱାମୀଙ୍କ ଦେଶ ଭକ୍ତି ଭାବନାରେ ପୁରା ସମର୍ଥନ ଦେଇଥିଲେ , କହିଦେବୁ କି ମୋଦୀ ଯିବାପରେ ଜଶୋଦା ବେନ୍ ସ୍କୁଲ୍ ଏ ପଢିକରି ନିଜ ଗୁଜୁରାଣ ମେଣ୍ଟାଇଥିଲେ , ପରେ ମୋଦୀଙ୍କ କଥା କେବେ ମନେ ପଡେ ନାହିଂମ୍ , ବରଂ ଯେବେ ମୋଦୀ ସଫଳତାର ଛବି ଟିଭିରେ ଦେଖନ୍ତି ତେବେ ସେ ବହୁତ ଖୁସି ହୁଅନ୍ତି ।ଏହା ସହ କହିଦେବୁ କି ପିଏମ୍ ମୋଦୀ ଜଶୋଦା ବେନ୍ ଙ୍କୁ ଏବେ ପର୍ଯ୍ୟନ୍ତ ଛାଡପତ୍ର ଦେଇନାହାନ୍ତି , ବିନା ଛାଡପତ୍ରରେ ସେ ଅଲଗା ଅଲଗା ରହୁଛନ୍ତି , ଏମିତିରେ ଏହି କାରଣ ପାଇଁ ମୋଦୀଙ୍କୁ ଆଲୋଚନଙ୍କ କଟାକ୍ଷର ସାମ୍ନା କରିବାକୁ ପଡିଥିଲା , ମନେ ପକାଇଦେବୁ କି ରାଜନୀତିରେ ଆସିବାର ବହୁତ ବର୍ଷ ପରେ ମୋଦୀ ସ୍ୱୀକାର କରିଥିଲେ କି ସେ ଜଶୋବେନ୍ ଙ୍କୁ ବିବାହ କରିଥିଲେ ।

Leave a Reply

Your email address will not be published. Required fields are marked *