April 18, 2024

Odia Express

News For Public

ମାଧୁରୀ ଦୀକ୍ଷିତଙ୍କୁ ବାହା ହେବା ପାଇଁ ଏହି ଗାୟକ ମନା କରିଦେଇଥିଲେ – କାରଣ ଜାଣିକରି ଆଶ୍ଚର୍ଯ୍ୟ ହୋଇଯିବେ ଆପଣ..

ବଲିଉଡ୍ ରେ ଲୋକପ୍ରିୟ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ୯୦ ଦଶକରେ ସବୁଠାରୁ ସଫଳ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ ଥିଲେ । ମାଧୁରୀ ବଲିଉଡ୍ ରେ ଅଭିନୟ ଓ ଡ୍ୟାନ୍ସ ର କାରଣରୁ ଏକ ଅଲଗା ମୁକାମ୍ ହାସିଲ୍ କରିଥିଲେ , ସେ ବଲିଉଡ୍ କୁ ଖଳ ନାୟକ, ତେଜାବ, ଦିଲ୍ , ହମ୍ ଆପକେ ହେଁ କୌନ୍ , ସହିତ ବହୁତ ବଡ ବଡ ଫିଲ୍ମ ଦେଇଛନ୍ତି , ସେ ଏକ ଉନ୍ନତ ଅଭିନୟ ପ୍ରଦର୍ଶନ କରି ଚାରିଥର ଫିଲ୍ମ ଫେୟାର୍ ଆୱାର୍ଡ ସର୍ବଶ୍ରେଷ୍ଠ ଅଭିନେତ୍ରୀ ଓ ଥରେ ଫିଲ୍ମ ଫେୟାର ସର୍ବଶ୍ରେଷ୍ଠ ସହାୟକ ଅଭିନେତ୍ରୀଙ୍କୁ ପୁରସ୍କାର ଦ୍ୱାରା ସମ୍ମାନିତ କରାଯାଇଥିଲା , ଏହା ଛଡା ସେ ଭାରତ ସରକାରଙ୍କ ଚତୁର୍ଥ ନାଗରିକ ସମ୍ମାନ ପଦ୍ମଶ୍ରୀ ଦ୍ୱାରା ବି ସମ୍ମାନିତ କରାଯାଇଥିଲା ।

 

ନିଜର ଫିଲ୍ମ କ୍ୟାରିୟରର ଆରମ୍ଭର ପୂର୍ବରୁ ମାଧୁରୀ ମା ବାପା ତାଙ୍କ ବାହାଘର ସିଙ୍ଗର୍ ସୁରେଶ୍ ୱାଡେକର୍ ଙ୍କ ସହ ଠିକ୍ କରିଦେଲେ , ପରେ ସୁରେଶ୍ ବାହାଘର ପାଇଁ ମନା କରିଦେବା ପରେ ଏହି ବାହାଘର ହୋଇପାରିଲେ ନାହିଁ , ତାଙ୍କ କହିବା ଅନୁଯାୟୀ ସେ ବହୁତ ପତଳା ଥିଲେ ସୁରେଶ ୱାଡେକର୍ ମାଧୁରୀ ଦୀକ୍ଷିତଙ୍କ ଠାରୁ ୧୨ ବର୍ଷ ବଡ ଥିଲେ । ଏହି ଘଟଣା ପରେ ମାଧୁରୀ ପଛକୁ ବୁଲି ଦେଖିନଥିଲେ , ଓ ଫିଲ୍ମରେ କାମ କରିବାକୁ ଲାଗିଲେ , ଯାହାପରେ ସେ ସୁନ୍ଦର ଓ ଅଭିନୟ ଦ୍ୱାରା ବଲିଉଡ୍ ରେ ସର୍ବଶ୍ରେଷ୍ଠ ଅଭିନେତ୍ରୀ ହିସାବରେ ଜଣା ଗଲେ ।

 

ସୁରେଶ ୱାଡେକର୍ ମନା କରିବାପରେ ମାଧୁରୀଙ୍କ ବାପା ମା ବହୁତ ନିରାଶ ହୋଇଥିଲେ କିନ୍ତୁ ମାଧୁରୀ ଦୀକ୍ଷିତ ବହୁତ ଖୁସି ହୋଇଥିଲେ କାରଣ ସେ ଫିଲ୍ମରେ କାମ କରିବାକୁ ଅନୁମତି ପାଇଯାଇଥିଲେ , ବଲିଉଡ୍ ରେ ସଫଳ ହେବାପରେ ସେ ଡାକ୍ତର ଶ୍ରୀରାମ ନେନେ ଙ୍କ ସହ ବିବାହ କରିନେଲେ । ଆଜି ସେ ବଲିଉଡ୍ ର ଫିଲ୍ମରେ ନଜର ଆସୁଛନ୍ତି , ଏବେ ତାଙ୍କର ଆଗାମୀ ଫିଲ୍ମ କଳଙ୍କର ସୁଟିଂଙ୍ଗ୍ ରେ ବ୍ୟସ୍ତ ଅଛନ୍ତି । ଯାହାକି ଅତି ଜଲଦି ବଡ ପରଦାରେ ନଜର ଆସିବ ।

Leave a Reply

Your email address will not be published. Required fields are marked *