ଗୋଟେ ପ୍ରାଇଭେଟ୍ କଲେଜରୁ ବିଟେକ୍ କରିବାପରେ ଚାକିରି ଖୋଜୁଥିବା ଚନ୍ଦ୍ରାଣୀ ମୁର୍ମୁ ଙ୍କୁ କେବେ ବିଶ୍ୱାସ ନଥିଲା କି ସେ ଏତେ ଜଲଦି ସାଂସଦ ହୋଇଯିବେ । କେଉଁଝର ଲୋକସଭା ସିଟ୍ ରୁ ବିଜୁ ଜନତା ଦଳରୁ ଟିକେଟ୍ ପାଇବାପରେ ସାଂସଦ ନିର୍ବାଚିତ ହୋଇଥିବା ଚନ୍ଦ୍ରାଣୀ ମୁର୍ମୁ କେବଳ ୨୫ ବର୍ଷ ୧୧ ମାସର ଅଟନ୍ତି , ସେ ୧୭ ତମ ଲୋକସଭା ସବୁଠାରୁ ଯୁବା ସାସଂଦ ହେବେ । ସଦନର ସଦସ୍ୟତା ପାଇଁ ନ୍ୟୁନତମ ଆୟୁ ୨୫ ବର୍ଷ ହେବା ଉଚିତ୍ , ଏହି ରେକର୍ଡ ଏବେ ସରଦ ଯାଦବଙ୍କ ନାଁରେ ଅଛି, ସେ ୨୫ ବର୍ଷ ଆୟୁରେ ଜବଲପୁରର୍ ଜିତିକରି ସାଂସଦ୍ ହୋଇଥିଲେ ।
ସେ ରାଜନୀତିରୁ ବହୁତ ଦୂରରେ ଥିଲେ , ସେ କେଉଁଝରରୁ ଦୁଇଥର ସାଂସଦ ହୋଇଥିବା ଅନନ୍ତ ନାୟକଙ୍କୁ ୬୬ ହଜାର ଭୋଟରୁ ହରାଇଲେ , ୧୬ ତମ ଲୋକସଭା ରେ ଦୁଷ୍ମନ୍ତ ଚୋଟାଲା ସବୁଠାରୁ କମ୍ ବୟସର ଲୋକସଭା ସଦସ୍ୟ ଥିଲେ ସେ କେବଳ ୨୬ ବର୍ଷୀୟ ଥିଲେ , ମୁର୍ମୁଙ୍କ ବୟସ ଏବେ ୨୫ ବର୍ଷ ଅଟେ , ନିର୍ବାଚନ ଅଭିଯାନରେ ଚନ୍ଦ୍ରାଣୀ ଚରିତ୍ର ଉପରେ ନାନାଦି ପ୍ରକାରର ଅଭିଯୋଗ ଆସିଥିଲା , ଯାହାକି ବିଫଳ ହୋଇଥିଲା , ସୋସିଆଲ୍ ମିଡିଆରେ ଟେକନିକ୍ ରେ ତାଙ୍କର୍ ବହୁତ ଅଶ୍ଳିଳ ଫଟୋ ଦିଆଯାଇଥିଲା , ଯେଉଁଥିରେ ୬ ଜଣ ଲୋକ ଗିରଫ ହୋଇଥିଲେ, ଯେଉଁଥିରେ ଦୁଇଜଣ ବିପକ୍ଷ ପାର୍ଟିର୍ କାର୍ଯ୍ୟକର୍ତ୍ତା ଥିଲେ ।
ସେମିତି ବାଙ୍ଗାଲୋର୍ ସାଉଥ୍ ସଂସଦୀୟ ସିଟ୍ ରୁ ବିଜେପି ଟିକେଟ୍ ରେ ଜିତିଥିବା ସଂସଦରେ ପହଞ୍ଚିଥିବା ତେଜସ୍ୱୀ ସୂର୍ଯ୍ୟା ବି ନିଜ କମ୍ ବୟସକୁ ନେଇ ଚର୍ଚ୍ଚାରେ ରହିଛନ୍ତି , ତେଜସ୍ୱୀ କେବଳ ୨୮ ବର୍ଷ ବୟସରେ ସଂସଦରେ ନିର୍ବାଚିତ ହୋଇଥିଲେ ।