୭ ଜୁନ ୨୦୧୯ ଶୁକ୍ରବାର,ଆଜିର ରାଶିଫଳ – କେମିତି କଟିବ ଆଜି ଆପଣଙ୍କ ଦିନ – ମହାକାଳଙ୍କ କୃପା ରହିବ ଏହି ୩ଟି ରାଶି ଉପରେ
1 min read
ମେଷ : ଭ୍ରମଣ ପାଇଁ ଆଜି ଦିନଟି ଶୁଭ ।ବନ୍ଧୁ ସମ୍ପର୍କିୟ କିମ୍ବା ଅଫିସକାମରେ ବାହାରକୁ ଯାଇପାରନ୍ତି । ଭ୍ରମଣ ବେଳେ ନୂଆ ଦର୍ଶନ ସ୍ଥାନ ପରିଦର୍ଶନ କରିବେ ଏବଂ ବାର୍ତ୍ତାଳାପ ଉପଭୋଗ କରିବେ । ଆଜି ଆପଣଙ୍କର ରଣନୀତିରେ ଶତ୍ରୁମାନଙ୍କୁ ପରାସ୍ତ କରିବେ। ନୂଆ କାର୍ଯ୍ୟର ଆରମ୍ଭ ପାଇଁ ପ୍ରସ୍ତୁତ ରୁହନ୍ତୁ। ସଫଳତା ମିଳିବ। ଆପଣ ପ୍ରତ୍ୟେକ କାର୍ଯ୍ୟ ହୃଦୟରେ ସ୍ଵସ୍ଥ ରହିକରି କରିବେ। ବ୍ୟାପାର- ଧନ୍ଦାରେ ଲାଭ ହେବ। ଶେୟାର-ସଟ୍ଟାରେ ଲଗାଇଥିବା ଅର୍ଥ ଲାଭ ଦେଇପାରେ। ମିତ୍ର ତଥା ସ୍ଵଜନ ଏବଂ ଭାଇ-ଭଉଣୀମାନଙ୍କ ସହିତ ମିଳାମିଶା ରହିବ। ମନର ଚିନ୍ତା ଦୂର ହେବ। ଏହି ଭଲ ସମୟରେ କୌଣସି ବାଧା ବିଘ୍ନ ଆସିବ ନାହିଁ । ଆଜିର ଦିନ ଆପଣଙ୍କ ପାଇଁ ଶୁଭ ଅଟେ। ଚାକିରିପେଶା ଲୋକଙ୍କର ପ୍ରମୋଶନର ଯୋଗ ଅଛି। ପରିବାରରେ ମିତ୍ରତାପୂର୍ଣ୍ଣ ବାତାବରଣ ରହିବ। ନୂଆ ସାଜ-ସଜ୍ଜାରେ ଘରର ଶୋଭା ବୃଦ୍ଧି କରିବେ। ମାତାଙ୍କଠାରୁ ମଧ୍ୟ ଲାଭ ମିଳିବ। ଧନ ଏବଂ ପ୍ରତିଷ୍ଠାରେ ବୃଦ୍ଧି ହେବ।ପ୍ରତିକାର-କୌଣସି ଛୋଟ ଛୁଆକୁ ମିଠା ଖାଇବାକୁ ଦେବେ।
ବୃଷ : ଆଜି ଆପଣ ସେମାନଙ୍କୁ ଜଣାଇଦେବେ ଯେ ଆପଣ ସେମାନଙ୍କ ସାହାଯ୍ୟ କିପରି ଗ୍ରହଣ କରିଛନ୍ତି ଏବଂ ସବୁବେଳେ ଆପଣ ସେମାନଙ୍କ ବ୍ୟତିତ ଅନ୍ୟ କାହାର ସାହାଯ୍ୟ ଆବଶ୍ୟକ ହେଲେ ଆପଣ ସାହାଯ୍ୟ କରିବାକୁ ପଛାନ୍ତୁ ନାହିଁ । ଜଗନ୍ନାଥଙ୍କର କୃପାରେ ଦାମ୍ପତ୍ୟଜୀବନ ସୁଖଦ କ୍ଷଣର ଅନୁଭବ କରିବେ। ସାମାଜିକ କ୍ଷେତ୍ରରେ ଆପଣ ପ୍ରତିଷ୍ଠା ପ୍ରାପ୍ତ କରିବେ। ମନୋରଞ୍ଜନ ପାଇଁ ସମୟ ବାହାର କରି ପାରିବେ। ବସ୍ତ୍ର, ଗହଣା ଏବଂ ବାହନର କ୍ରୟ କରିବାର ଯୋଗ ଅଛି। ବ୍ୟାପାରରେ ଭାଗୀଦାର ସହିତ ସମ୍ବନ୍ଧ ଭଲ ରହିବ। ଧନ ଲାଭ ହେବ। ନକାରାତ୍ମକ ବିଚାରକୁ ନିଜର ମନରୁ ହଟାନ୍ତୁ। କ୍ରୋଧ ଏବଂ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। ବାଦ-ବିବାଦରୁ ଦୂରରେ ରୁହନ୍ତୁ। ଖାଇବା ପିଇବା ଉପରେ ନିୟନ୍ତ୍ରଣ ରଖିବେ। ଶାରୀରିକ ସ୍ଵାସ୍ଥ୍ୟ ମଧ୍ୟମ ରହିବ। ସନ୍ତାନମାନଙ୍କ ବିଷୟରେ ଆପଣଙ୍କୁ ଚିନ୍ତା ହୋଇପାରେ। ଆକସ୍ମିକ ଧନ ଖର୍ଚ୍ଚର ଆଶଂକା ଅଛି।ପ୍ରତିକାର–ଗହମ, ଗୁଡ ପିଲାମାନଙ୍କୁ ଦାନ କରିବେ।
ମିଥୁନ : ଆଜି ଆପଣ କୌଣସି ତୀର୍ଥଯାତ୍ରାକୁ ଯିବା ପାଇଁ ଭାବିବେ । ଆପଣଙ୍କ ଆତ୍ମା ଆଧ୍ୟାତ୍ମ ପ୍ରତି ଆକର୍ଷିତ ରହିବ , ଆଜି ଆପଣଙ୍କର ଜୀବନରେ ଧର୍ମର ମହତ୍ତ୍ୱକୁ ମଧ୍ୟ ଜାଣିବାକୁ ଚାହିଁବେ । ଏହି ରାସ୍ତାରେ ଚାଲିଲେ ଆପଣଙ୍କୁ ସୁଖ ମିଳିବ । ଆଜି ସ୍ଵାସ୍ଥ୍ୟ ଭଲ ରହିବ ଏବଂ ରୋଗାକ୍ରନ୍ତ ବ୍ୟକ୍ତିଙ୍କର ମଧ୍ୟ ସ୍ୱାସ୍ଥ୍ୟରେ ସୁଧାର ହେବ। ଘରେ ସୁଖ-ଶାନ୍ତିର ବାତାବରଣ ରହିବ। କାର୍ଯ୍ୟରେ ସଫଳତା ଏବଂ ଯଶ ମିଳିବାରେ ଉତ୍ସାହ ବଢ଼ିବ। ଚାକିରିରେ ଲାଭଦାୟକ ସମାଚାର ମିଳିବ ଏବଂ ସହକର୍ମିମାନଙ୍କର ସାଥି ମିଳିବ। ମହିଳା ମିତ୍ରମାନଙ୍କ ସହିତ ସାକ୍ଷାତକରିବେ। ବିରୋଧି ଏବଂ ପ୍ରତିଦ୍ୱନ୍ଦ୍ୱୀମାନଙ୍କର ପରାଜୟ ହେବ। ଜଗନ୍ନାଥଙ୍କର କୃପାରୁ ଆଜିର ଦିନ ଆନନ୍ଦ ଏବଂ ଉଲ୍ଲାସ ଭରା ରହିବ। ଆଜି କରାଯାଇଥିବା ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ। ଘରର ବାତାବରଣ ପ୍ରଫୁଲ୍ଲିତ ରହିବ। ବିବାହିତା ମହିଳା ମାନଙ୍କପାଇଁ ବାପ ଘରୁ ମଧ୍ୟ ଲାଭ ହୋଇପାରେ ଏବଂ ଭଲ ସମାଚାର ମିଳିପାରେ। ଆର୍ଥିକ ଲାଭର ସମ୍ଭାବନା ଅଛି।ପ୍ରତିକାର–ଫୁଲଗଛରେ ପାଣିଛିଞ୍ଚିବେ
କର୍କଟ : ଆପଣ ଖେଳିବା କିମ୍ବା ଚଳଚ୍ଚିତ୍ର ଦେଖିବାପାଇଁ ଚାହୁଁଥିଲେ ମଧ୍ୟ ଏହା ଆପଣଙ୍କର ପଢିବାର ସମୟ । ଆଜି ଆପଣଙ୍କ ମନ କିଛିଟା ବିଚଳିତ ରହିବ ,ମାତ୍ର ଆପଣ ନକାରାତ୍ମକତାରୁ ଧ୍ୟାନ ହଟାଇ ପଢାରେ ମନ ଦେବା ଉଚିତ । ଆଜି ଯାତ୍ରାର ଆୟୋଜନ ନ କରିବାକୁ ଉପଦେଶ। ସ୍ଵାସ୍ଥ୍ୟ ସମ୍ବନ୍ଧରେ ଚିନ୍ତିତ ହୋଇପାରନ୍ତି। ସନ୍ତାନ ସମ୍ବନ୍ଧିତ ସମସ୍ୟା ଆସିପାରେ। ସ୍ଵାଭିମାନ ଭଙ୍ଗ ନ ହେଉ ଏହାର ଧ୍ୟାନ ରଖିବେ। ଅବଶ୍ୟ ବିତ୍ତୀୟ ଆୟୋଜନ ପାଇଁ ସମୟ ଭଲ ଅଛି। ବୌଦ୍ଧିକ ଚର୍ଚ୍ଚା କିମ୍ବା ବାଦ-ବିବାଦରେ ଭାଗ ନ ନେବା ଭଲ। ଶେୟାର-ସଟ୍ଟାର ପ୍ରଲୋଭନ କ୍ଷତି କରିବ। ଅନେକ ପ୍ରକାରର ଚିନ୍ତାରେ ହଇରାଣ ହୋଇପାରନ୍ତି। ଆଜି ସ୍ଵାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ। ସ୍ଵଜନ ଏବଂ ସ୍ନେହୀଜନମାନଙ୍କ ସାଥିରେ ମତଭେଦ ହୋଇପାରେ। ସମ୍ଭବ ହେଲେ କୌଣସି କାର୍ଯ୍ୟ ଆଜି ଅଧୂରା ଛାଡ଼ନ୍ତୁ ନାହିଁ। କୌଣସି କାରଣବଶତଃ ବ୍ୟୟ ମଧ୍ୟ ଅଧିକ ହୋଇପାରେ।ପ୍ରତିକାର– ଘରୁ ବହାରରିବା ସମୟରେ ମୁହଁ ମିଠା କରି ବାହାରନ୍ତୁ।
ସିଂହ : ଆଜି ଆପଣ କାହା ଉପରେ ନିର୍ଭର କରୁଛନ୍ତି । ଆପଣ ସମସ୍ତଙ୍କୁ ବିଶ୍ୱାସ ବହୁତ ଶିଘ୍ର କରିନିଅନ୍ତି ।ଏହି ଅଭ୍ୟାସକୁ ଆପଣ ପରିବର୍ତ୍ତନ କରନ୍ତୁ ନହେଲେ ଏହି ଅଭ୍ୟାସ ପାଇଁ ଆପଣ ପଛରେ ହଇରାଣରେ ପଡ଼ିବେ । ଅତ୍ୟଧିକ ସମ୍ବେଦନଶୀଳତା ମାନସିକ ଚିନ୍ତାର କାରଣ ବନିପାରେ। ଭାବନା ଉପରେ ନିୟନ୍ତ୍ରଣ ରଖିବେ। ବିଶେଷକରି ଘରୋଇ ମାମଲାରେ ବାଦ-ବିବାଦରୁ ଦୂରରେ ରୁହନ୍ତୁ। ସ୍ଵାସ୍ଥ୍ୟ ସମ୍ବନ୍ଧରେ ମଧ୍ୟ ଆଜିର ଦିନ ସକାରାତ୍ମକ ନୁହେଁ। ମାତାଙ୍କର ସ୍ୱାସ୍ଥ୍ୟ ସମ୍ବନ୍ଧରେ ସତର୍କତା ରଖିବେ। ଅନିଦ୍ରା ଚିନ୍ତିତ କରିବ। ଆଜି ଜଳାଶୟଠାରୁ ଦୂରରେ ରହିବା ହିତକର ଅଟେ। ବ୍ୟାପାରୀବର୍ଗଙ୍କ ପାଇଁ ଆଜିର ଦିନ ଶୁଭଫଳଦାୟୀ ଅଟେ। ବ୍ୟାପାର ତଥା ଆୟରେ ବୃଦ୍ଧି ହେବ। ମିତ୍ରମାନଙ୍କର ଲାଭ ହେବ। ଚାକିରିରେ ଉଚ୍ଚାଧିକାରିମାନଙ୍କର କୃପାଦୃଷ୍ଟି ରହିବ। ଆପଣଙ୍କ ପ୍ରମୋଶନ ହୋଇପାରେ। ବିବାହ ଇଚ୍ଛୁକ ବ୍ୟକ୍ତିମାନଙ୍କୁ ଜୀବନସାଥୀ ମିଳିବାର ଯୋଗ ଅଛି।ପ୍ରତିକାର–ଫୁଲଗଛରେ ପାଣିଛିଞ୍ଚିବେ।
କନ୍ୟା : ଆଜି ଧାର୍ମିକ ଏବଂ ଆଧ୍ୟାତ୍ମିକ ପ୍ରବୃତ୍ତି ବିଶେଷର ପ୍ରଭାବ ରହିବ। କୌଣସି ନିର୍ଣ୍ଣୟ ନେବାରେ ଅସୁବିଧା ହୋଇପାରେ। ଅର୍ଥର ଦେବା-ନେବା କିମ୍ବା ଆର୍ଥିକ ବ୍ୟବହାର ନ କରିବାପାଇଁ ଉପଦେଶ। ଶାରୀରିକ ଏବଂ ମାନସିକ ଚିନ୍ତା ହୋଇପାରେ। ଧାର୍ମିକ କାର୍ଯ୍ୟଗୁଡ଼ିକରେ ଧନ ଖର୍ଚ୍ଚ ଯୋଗ ଅଛି। ଏହି ସମୟଟି ଘର ପ୍ରତି ଧ୍ୟାନ ଦେବାର ଅଛି । ନିଜର ଆଖପାଖକୁ ଦେଖନ୍ତୁ ଏବଂ ଭାବନ୍ତୁ ଆପଣ କିପରିଭାବେ ନିଜ ବାତାବରଣକୁ ସୁନ୍ଦର କରିପାରିବେ । ନିଜ ଘରକୁ ସୁନ୍ଦର କଲେ ଆପଣଙ୍କୁ ବି ସତେଜ ଅନୁଭବ ହେବ । ଚିନ୍ତା ଦୂର ହେବ ଏବଂ ଆପଣ ମାନସିକ ରୂପରେ ଆନନ୍ଦିତ ଅନୁଭବ କରିବେ। ପାରିବାରିକ ଜୀବନରେ ପରସ୍ପର ମଧ୍ୟରେ ସଦ୍ଭାବ ବଢ଼ିବ। ଭାଇ-ଭଉଣୀମାନଙ୍କ ସହିତ ସମ୍ବନ୍ଧରେ ମଧୁରତା ଅନୁଭବ କରିବେ। ଛୋଟ ଯାତ୍ରାର ମଧ୍ୟ ସମ୍ଭାବନା ଅଛି।ପ୍ରତିକାର:- ଅସହାୟା ମାନଙ୍କୁ ସାହାଯ୍ୟ କରନ୍ତୁ ।
ତୁଳା : ଆଜି ବ୍ୟାପାରରେ ବୃଦ୍ଧି ହେବା ସହିତ କରାଯାଇଥିବା ବ୍ୟାପାରିକ ସଉଦା ଲାଭଦାୟକ ପ୍ରମାଣିତ ହେବ। ଆୟର ସାଧନରେ ବୃଦ୍ଧି ହେବ। ବୃଦ୍ଧ ତଥା ମିତ୍ରମାନଙ୍କଠାରୁ ଲାଭ ମିଳିବ। ଦାମ୍ପତ୍ୟଜୀବନରେ ସନ୍ତୋଷ ଏବଂ ଆନନ୍ଦ ରହିବ। ପର୍ଯ୍ୟଟନର ଆୟୋଜନ ହେବ। ବୈବାହିକ ସଂପର୍କ ବନିବାର ଯୋଗ ଅଛି। ସନ୍ତାନଙ୍କ ତରଫରୁ ଶୁଭ ସମାଚାର ମିଳିବ। ଆପଣଙ୍କୁ କେହି ସାମାଜିକ କାମ ପାଇଁ ସାହାଯ୍ୟ ମାଗିଲେ ଆପଣ ତାହା ଅବଶ୍ୟ କରନ୍ତୁ । ଏଥିରୁ ଆପଣଙ୍କୁ ସନ୍ତୁଷ୍ଟି ମିଳିବା ସହିତ ସେମାନଙ୍କୁ ସାହାଯ୍ୟ ମଧ୍ୟ ମିଳିଯିବ । ଆଗକୁ ବଢ଼ନ୍ତୁ ଏବଂ ଏହି ଅନୁଭବର ମଜ୍ଜା ନିଅନ୍ତୁ । ଆଜି ସାଂସାରିକ ଜୀବନରେ ଆନନ୍ଦ ରହିବ। ପରିଜନମାନଙ୍କ ସହିତ ସାମାଜିକ କାର୍ଯ୍ୟ ହେତୁ ବାହରକୁ ଯାଇପାରନ୍ତି। ଛୋଟ ଯାତ୍ରାର ଆୟୋଜନ ହେବ। ବ୍ୟାପାରୀ ବ୍ୟାପରରେ ବୃଦ୍ଧି କରିପାରନ୍ତି। ସାମାଜିକ କ୍ଷେତ୍ରରେ ଆପଣଙ୍କୁ ସଫଳତା ଏବଂ ଯଶ କୀର୍ତ୍ତି ମିଳିବାର ମଧ୍ୟ ଯୋଗଅଛି।ପ୍ରତିକାର–ବୃଦ୍ଧ ବୃଦ୍ଧାଙ୍କୁ ସହାୟତା କରିବେ ଓ ଆଶୀର୍ବାଦ ପ୍ରାପ୍ତ କରିବେ
ବିଚ୍ଛା : ଆଜି ଆପଣଙ୍କୁ ଆପଣଙ୍କ ପରିବାର ଲୋକଙ୍କର ସହାୟତା ମିଳିବ । ଯଦି ଆପଣ କିଛି ଅସୁବିଧାରେ ପଡ଼ିଛନ୍ତି ତାହାହେଲେ ପରିବାର ଲୋକଙ୍କ ସାହାଯ୍ୟ ମଧ୍ୟ ନେଇପାରନ୍ତି । ଆନନ୍ଦ-ଉତ୍ସାହ ଏବଂ ହୃଦୟ ପ୍ରସନ୍ନତାରେ ଭରପୂର ରହିବ। ନୂଆ କାର୍ଯ୍ୟ ହାତକୁ ନେବେ। ସେଥିରେ ସଫଳତା ମିଳିବ। ଧାର୍ମିକ ତଥା ମାଙ୍ଗଳିକ ପ୍ରସଙ୍ଗର ଯୋଗ ଅଛି। କୌଣସି ନିର୍ଣ୍ଣୟ ନେବାରେ ଦ୍ୱନ୍ଦ୍ୱତା ଅନୁଭବ କରିପାରନ୍ତି। ଆଜିର ଦିନ ଆଲସ୍ୟ ତଥା ଥକା ଲାଗିପାରେ। ପେଟ ସମ୍ବନ୍ଧିତ ଯନ୍ତ୍ରଣା ଯୋଗୁଁ ଅସୁବିଧା ହୋଇପାରେ। ସଫଳତା ପ୍ରାପ୍ତ କରିବା ପାଇଁ ପରିଶ୍ରମ ଅଧିକ କରିବାକୁ ପଡ଼ିବ। ଧାର୍ମିକ ଯାତ୍ରାର ସମ୍ଭାବନା ଅଛି। କ୍ରୋଧ ଉପରେ ନିୟନ୍ତ୍ରଣ ରଖିବେ।ପ୍ରତିକାର: ମୁଗ ଧର୍ମାନୁଷ୍ଠାନରେ ଦାନ କରନ୍ତୁ।
ଧନୁ : ଆଜି ଆକସ୍ମିକ ଧନ ଲାଭର ଯୋଗ ଅଛି। ବିଦେଶ ଯିବାକୁ ଇଚ୍ଛୁକ ଲୋକମାନଙ୍କର ପ୍ରୟାସ ସଫଳ ହେବ। ଧାର୍ମିକ କାର୍ଯ୍ୟଗୁଡ଼ିକରେ କିମ୍ବା ଯାତ୍ରା ପଛରେ ଧନ ଖର୍ଚ୍ଚ ହେବ। ପରିବାର ଏବଂ ସହକର୍ମିମାନଙ୍କ ସହିତ ସୁଖମୟ ଦିନ କଟିବ। ଚାକିରିପେଶା ଲୋକମାନଙ୍କୁ ମଧ୍ୟ ଲାଭ ମିଳିବ। ଆଜି ଆପଣଙ୍କର ପ୍ରସିଦ୍ଧିରେ ଯାହା ଜାରୀରହିବ , ଆଗାମୀ ଦିନରେ ଆପଣଙ୍କୁ ମଉଜ ମସ୍ତି କରିବାର ସୁଯୋଗ ମିଳିବ । ସବୁ କିଛି ଆପଣଙ୍କର ଆପ୍ରାଣ ଉଦ୍ୟମର ଫଳ । ପେଟ ସମ୍ବନ୍ଧୀତ ରୋଗରେ ଯନ୍ତ୍ରଣା ଅନୁଭବ କରିପାରନ୍ତି। କୌଣସି କାର୍ଯ୍ୟରେ ସଫଳତା ନ ମିଳିବାରୁ ନିରାଶା ହୁଅନ୍ତୁ ନାହିଁ। ସାହିତ୍ୟ କିମ୍ବା ଅନ୍ୟ କୌଣସି ରଚନାତ୍ମକ କଳା ପ୍ରତି ରୁଚି ରହିବ। ସନ୍ତାନମାନଙ୍କର ଭବିଷ୍ୟତରେ ଚିନ୍ତା ହୋଇପାରେ।ପ୍ରତିକାର–ବୃଦ୍ଧ ବୃଦ୍ଧାଙ୍କୁ ସହାୟତା କରିବେ ଓ ଆଶୀର୍ବାଦ ପ୍ରାପ୍ତ କରିବେ।
ମକର :ଆଜି ଆପଣ ନିଜ କଳାକୁ ଚ଼ିହ୍ନି ପାରିବେ ନିଜର ସବୁ ଦିନିଆ ଦିନଚ଼ର୍ଚ୍ଚାରେ କିଛି ପରିବର୍ତ୍ତନ ଆଣନ୍ତୁ । ଛୋଟ ଛୋଟ କଥାରେବି ଆପଣଙ୍କର ନିଜର ତିକ୍ଷଣ ବୁଦ୍ଧି ପାଇଁ ପ୍ରଶଂସା ମିଳିବ । ଆଜିର ଦିନ ପ୍ରତିକୂଳତା ପୂର୍ଣ୍ଣ ହୋଇପାରେ। ପରିଜନମାନଙ୍କ ସହିତ ବାଦ-ବିବାଦରୁ ବଞ୍ଚନ୍ତୁ। ଆଜି ଆପଣଙ୍କୁ ସ୍ଵାସ୍ଥ୍ୟର ଧ୍ୟାନ ରଖିବାକୁ ହେବ। ସ୍ୱାସ୍ଥ୍ୟ ପଛରେ ଧନ ଖର୍ଚ୍ଚ ହେବାର ସମ୍ଭାବନା ଅଛି। ବିଚାର ଉପରେ ନିୟନ୍ତ୍ରଣ ରଖିବେ ଏବଂ ଭୁଲ କରନ୍ତୁନାହିଁ। ପାରିବାରିକ ସଦସ୍ୟମାନଙ୍କ ସହିତ ମନମାଳିନ୍ୟ ହୋଇପାରେ। ଅନୈତିକ କାର୍ଯ୍ୟରେ ବଦନାମ ହେବାର ଯୋଗ ଅଛି। ଏଥିରୁ ଦୂରରେ ରହିବାକୁ ଚେଷ୍ଟା କରିବେ। ପାରିବାରିକ କାରଣରୁ ଆପଣ ଚିନ୍ତିତ ହୋଇପାରନ୍ତି। ଅନିଦ୍ରା କାରଣରୁ ଆପଣଙ୍କ ସ୍ଵାସ୍ଥ୍ୟ ବିଗିଡ଼ି ପାରେ।ପ୍ରତିକାର:- ଦରିଦ୍ର ନାରାୟଣଙ୍କୁ ଖାଦ୍ୟ ଦିଅନ୍ତୁ।
କୁମ୍ଭ : ଶାରୀରିକ ଏବଂ ମାନସିକ ସୁଖ ମିଳିବ। ଚାକିରି – ବ୍ୟବସାୟରେ ଲାଭର ଯୋଗ ଅଛି। ଅଧିକାରୀ ବର୍ଗଙ୍କର ପ୍ରୋତ୍ସାହନରେ ଆପଣଙ୍କ ଉତ୍ସାହ ବଢ଼ିବ। ସାମାଜିକ କ୍ଷେତ୍ରରେ ପ୍ରତିଷ୍ଠା ବଢ଼ିବ। ପାରିବାରିକ ମାହୌଲ ଆନନ୍ଦମୟ ରହିବ। ସରକାରୀ କାର୍ଯ୍ୟ ପୂର୍ଣ୍ଣ ହେବାପାଇଁ ସରଳତା ରହିବ। ଦାମ୍ପତ୍ୟଜୀବନରେ ସୁଖ ଏବଂ ଆନନ୍ଦ ଅନୁଭବ କରିବେ। ଆଜି ଦିନରେ ଆପଣ ବିଦେଶରୁ କୌଣସି ଖୁସିଖବର ପାଇ ପାରନ୍ତି । ଏହି ଖବର ବିଦେଶରେ ରହୁଥିବା କୌଣସି ବନ୍ଧୁପରିଜନ ଆପଣଙ୍କୁ ଦେବେ । ଆପଣ ତାଙ୍କର ଫୋନ କିମ୍ବା ଇମେଲର ଅପେକ୍ଷା କରନ୍ତୁ । କାରଣ ଏହି ସୁସମ୍ବାଦ ଆପଣଙ୍କ ପାଇଁ ଖୁବ୍ ଗୁରୁତ୍ତ୍ୱପୂର୍ଣ୍ଣ । ଆପଣଙ୍କ ପାରିବାରିକ ବାତାବରଣ ଆନନ୍ଦ ଏବଂ ଉଲ୍ଲାସରେ ଭରି ରହିବ। ମନରେ ଚେତନା ଏବଂ ଫୂର୍ତ୍ତିର ସଞ୍ଚାର ହେବ। ମିତ୍ର ବେଶରେ ଲୁଚି ରହିଥିବା ଶତ୍ରୁ ନିଜର ପ୍ରୟାସରେ ଅସଫଳ ରହିବେ। ଅଫିସରେ ସହକର୍ମିମାନଙ୍କ ସହଯୋଗ ମିଳିବ। ଆର୍ଥିକ ଲାଭର ସଂକେତ ମିଳିବ, ଅଧୂରା କାର୍ଯ୍ୟ ପୂର୍ଣ୍ଣ ହେବ।ପ୍ରତିକାର– ଗାଈକୁ ରୁଟି ଖାଇବାକୁ ଦେବେ।
ମୀନ : ଆଜି ଆପଣଙ୍କୁ ନିଜର ଚ଼େଷ୍ଟାର ଫଳ ମିଳିବ, ଯେଉଁଥିରେ କି ଆପଣଙ୍କର ଜୀବନ ହିଁ ବଦଳିଯିବ ଏବେ ଆପଣ ଏବଂ ଆପଣଙ୍କ ପରିବାର ଲୋକେ ପରସ୍ପରକୁ ସହଜରେ ବୁଝିପାରୁଛନ୍ତି । ନିଜର ଚ଼େଷ୍ଟାକୁ ବଜାୟ ରଖନ୍ତୁ ଏବଂ ଖୁସି ଜୀବନର ମଜା ନିଅନ୍ତୁ । ଆଜି ମାନସିକ ଅସୁବିଧା ଆପଣଙ୍କୁ ହୋଇପାରେ। ଦ୍ୱନ୍ଦ୍ୱତା ନିଜ ଉପରେ ହାବୀ ହେବାକୁ ଦିଅନ୍ତୁ ନାହିଁ ଏବଂ ମନକୁ ଶାନ୍ତ ରଖିକରି ହିଁ କୌଣସି ନିର୍ଣ୍ଣୟ ନିଅନ୍ତୁ। ଭଲ ହେବ କି ଆଜି ଆପଣ ମହତ୍ତ୍ଵପୂର୍ଣ୍ଣ ନିର୍ଣ୍ଣୟ ନିଅନ୍ତୁ ନାହିଁ। ବାଣୀ ଉପରେ ନିୟନ୍ତ୍ରଣ ରଖିବେ। ଧାର୍ମିକ କାର୍ଯ୍ୟଗୁଡ଼ିକରେ ଖର୍ଚ୍ଚର ଯୋଗ ଅଛି। ସ୍ଵାସ୍ଥ୍ୟ କିଛି ଖରାପ ରହିପାରେ। ବିଦ୍ୟାର୍ଥିମାନଙ୍କ ପାଇଁ ମଧ୍ୟମ ସମୟ ଅଟେ। ନକାରାତ୍ମକ ବିଚାରକୁ ଦୂର କରିବା ପାଇଁ ଉପଦେଶ। ଖାଇବା ପିଇବାର ବିଶେଷ ରୂପରେ ଧ୍ୟାନ ରଖିବେ। ଆବେଶ ଏବଂ କ୍ରୋଧର ମାତ୍ରା ଅଧିକ ହୋଇପାରେ। ସ୍ଵାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ବାଣୀ ଉପରେ ନିୟନ୍ତ୍ରଣ ରଖିବେ। ଅନୈତିକ କାର୍ଯ୍ୟରୁ ଦୂରରେ ରୁହନ୍ତୁ। ସରକାର ବିରୋଧୀ ପ୍ରବୃତ୍ତି କାରଣରୁ ଅସୁବିଧା ହୋଇପାରେ। ଖର୍ଚ୍ଚର ମାତ୍ରା ବଢ଼ିପାରେ।ପ୍ରତିକାର–ମାଦକଦ୍ରବ୍ୟଠାରୁ ଦୂରେଇ ରୁହନ୍ତୁ।