ଏଠାରେ ଗଞ୍ଜା ନିର୍ଦ୍ଧାରଣ କରୁଛନ୍ତି କି ଏଥର World Cup ରେ କାହାର ହେବ ହାର୍ , କାହାକୁ ମିଳିବ ବିଜୟ..କିଏ ଜିତିବ ଦେଖିଲେ ଆପଣ ନିଶ୍ଚୟ ଖୁସି ହେବେ..

ୱାର୍ଲଡକପ୍ ନିଶା ସମସ୍ତଙ୍କ ମନରେ ଏବେ ଚଢିଛି , ଭାରତର ଜିତ୍ ପାଇଁ ନାନାଦି ହୋମ ଯଜ୍ଞ କରାଯାଉଛି , ଭାରତ ଏମିତି ଏକ ଜାଗା ଅଟେ , ଯେଉଁଠି ଗଞ୍ଜା ଠିକ୍ କରନ୍ତି କି ଏହିଥର ୱାର୍ଲଡ କପ୍ କିଏ ବିଜେତା ହେବ ଓ କିଏ ବାଜିମାତ କରିବ କିମ୍ବା ହାରିବ । ସେମାନେ ମୌସୁମ ଓ ଫସଲର ଭବିଷ୍ୟବାଣୀ ବି କରନ୍ତି , ଆପଣଙ୍କୁ ଏହା ଜାଣିକରି ଆଶ୍ଚର୍ଯ୍ୟ ଲାଗିବ କି କିନ୍ତୁ ଏହା ନିରାଟ ସତ୍ୟ ଅଟେ । ବସ୍ତର ଇଲାକାରେ ଗଞ୍ଜା ଲଢାଇ ସବୁ ବିଶ୍ୱରେ ପ୍ରସିଦ୍ଧ ଅଟେ , ଏହାକୁ ଦେଖିବାପାଇଂ ଦେଶ ବିଦେଶରୁ ଲୋକ ଆସିଥାନ୍ତି , ଏହା ବସ୍ତର ଲୋକ ସଂସ୍କୃତି ସହ ଯୋଡିହୋଇଥିବା ଏକ ମୁଖ୍ୟ ଖେଳ ଅଟେ , ସବୁ ସାପ୍ତାହିକ ହାଟ ବଜାରରେ ଏହାର ଆଖଡା ଚାଲେ , ଏହି ଥର ଏହି ଆଖଡାରେ ୱାର୍ଲଡ କପ୍ ଟିମ୍ ର ଭବିଷ୍ୟ ତୟ କରୁଛନ୍ତି , ବସ୍ତରର ଲୋକ ପରମ୍ପରା ମୁତାବିକ ଗଞ୍ଜା ଲଢେଇରେ ଜିତ୍ ଓ ହାର ଭବିଷ୍ୟତ ବାଣୀ ହୋଇଥାଏ , ଏହାର ସ୍ୱରୁପ ବଦଳିଛି, ଓ ଟିମ୍ ର ହାର୍ ଜିତ୍ ଫଇସଲା ବି ହେଉଛି ।

 

ଏହି ଲଢେଇରେ ଦୁଇଟି ଗଞ୍ଜା ଲଢେଇ ହୁଏ , ଏଥିରେ ସାଧାରଣତଃ ଗଞ୍ଜାଙ୍କ ଉପରେ ବାଜି ଚାଲେ । ତାଙ୍କୁ ଯେ କୌଣସି ଟିମ୍ ର ନାଁ ଦିଆଯାଏ , ଏହାପରେ ଫଳାଫଳ ଆସେ , ଯେଉଁ ଗଞ୍ଜା ଜିତିଥାଏ , ସେହି ଟିମ୍ ର ମ୍ୟାଚ୍ ଜିତ୍ ହେଲାବୋଲି ଜଣାଯାଏ , ସହରରୁ ବହୁତ ଲୋକେ ଏହି ଖେଳ ଦେଖିବାକୁ ଆସି ଉପସ୍ଥିତ ହୁଅନ୍ତି , ଧନସିଂହ ସେଠିଆ କହିଲେ କି ଏହି ଥର ଆଇପିଏଲ୍ ରୁ ଏହି ଟ୍ରେଣ୍ତ ଆରମ୍ଭ ହୋଇଥିଲା ।

 

ଗଞ୍ଜାଙ୍କ ଜରିଆରେ ଭବିଷ୍ୟବାଣୀ କରିବା ବସ୍ତର ଜିଲ୍ଲାରୁ ଆରମ୍ଭ ହୋଇଥିଲା,  ଦୀପାବଳୀରେ ଗ୍ରାମୀଣ ଗୋବର୍ଦ୍ଧନ ପୁଆଜ୍ ଓ ଅନ୍ୟ ଗ୍ରାମ ଦେବତାଙ୍କ ପୁଜା ବି ହୋଇଥାଏ , ନଭେମ୍ବର ରୁ ଜାନୁୟାରୀ ମଧ୍ୟରେ ଗାଁ ଲୋକେ ଏଠାରେ ଏକ ଖାସ୍ ଉତ୍ସବ ମନାଇଥାନ୍ତି , ସବୁ ଲୋକ ସେଠି ଏକାଠି ହୁଅନ୍ତି, ଓ ପୁଜା ଅର୍ଚ୍ଚନା ସମୟରେ ଗଞ୍ଜା ଲଢେଇ ବି ହୁଏ , ଏଥିରେ ବର୍ଷ କେମିତି କଟିବ , ବର୍ଷା ହେବ କି ନାହିଁ , ଫସଲ୍ କିପରି ରହିବ , ଏହି ପ୍ରଶ୍ନର ଉତ୍ତର ଗଞ୍ଜାର ହାର୍ ଜିତ୍ ଉପରେ ନିର୍ଭର କରେ ।

 

ବସ୍ତରର କିଛି ଇଲାକା ଖାସକରି ଦନ୍ତେ ୱାଡା ଓ ବିଜାପୁର ରେ ଗଞ୍ଜା ଲଢେଇ ଓ ଏଥିରେ ବିଜୟୀ ହେଉଥିବା ଗଞ୍ଜା ତୟ କରାଯାଏ , ଫସଲ ଭଲ ହେବ କି ନାହିଁ , ବର୍ଷା ଆସୁଛି କି ନାହିଁ । ପ୍ରାକୃତିକ ଦୈବିପାକ କିଛି ହେବ କି ନାହିଁ , ଏହି ପରିବର୍ତ୍ତିତ ରୁପ ଏବେ ଗଞ୍ଜା ଲଢେଇ ଟିମ୍ ଜିତ୍ ହାର୍  କରି ଦେଖିବାକୁ ମିଳୁଛି, ଆଇପିଏଲ୍ ରେ ୭୦ ପ୍ରତିଶତ ମ୍ୟାଚର ଲଢେଇ ଜିତ୍ ହାର୍ ଭବିଷ୍ୟବାଣୀ ଏହି ଗଞ୍ଜା ଲଢେଇର ଫଳାଫଳରୁ ହିଁ ଜଣାପଡିଛି ।

Leave a Reply

Your email address will not be published. Required fields are marked *