April 25, 2024

Odia Express

News For Public

ନିଜ ସ୍ତ୍ରୀ ଉପରେ ସନ୍ଦେହ କରୁଥିଲେ , ଯାହା କାରଣରୁ ଘରେ ଲଗାଇଲେ ସିସିଟିଭି କ୍ୟାମେରା , ତାପରେ କ୍ୟାମେରାରେ କଏଦ୍ ହେଲା ସ୍ତ୍ରୀଙ୍କର ଏପରି କାର୍ଯ୍ୟ , ଯାହାକୁ ଦେଖି ଚକିତ ହୋଇଗଲେ ସମସ୍ତେ….

ଏହି ଦୁନିଆଁରେ ସବୁ ସଂମ୍ପର୍କ ମଧ୍ୟରୁ ସ୍ୱାମୀ ଓ ସ୍ତ୍ରୀ ସଂମ୍ପର୍କକୁ ସବୁଠାରୁ ଅମୂଲ୍ୟ ସଂମ୍ପର୍କ ବୋଲି ମାନିଥାନ୍ତି । ଓ ଏହି ପ୍ରେମର ସଂମ୍ପର୍କ ବିଶ୍ୱାସ ବଳରେ ଯୋଡିହୋଇଥାଏ , ଯଦି ଏହିଥିରେ ଟିକିଏ ବିଶ୍ୱାସର କମି ଦେଖିବାକୁ ମିଳେ ତେବେ ଭାଙ୍ଗିବାକୁ ବେଶୀ ସମୟ ବି ଲାଗେ ନାହିଁ , ଆଜି ଏମିତି ଏକ ମାମଲା ସାମ୍ନାକୁ ଆସିଛି ଯାହାକୁ ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ମାମଲା ଗୋରଖପୁର ଥାନା ଅନ୍ତର୍ଗତ ହାତିତାଳ କଲୋନୀର ରହୁଥିବା ମଧ୍ୟପ୍ରଦେଶର ବିଦ୍ୟୁତ୍ ମଣ୍ତଳଙ୍କ ଇଞ୍ଜିନିୟରଙ୍କ ଘରେ ଯେଉଁଠି ଲକ୍ଷାଧିକ ଟଙ୍କା ଚୋରୀ ହୋଈଯାଏ , ପୋଲିସ୍ ଏହି ବିଷୟରେ ଜାଣିଲା ପରେ ସିସିଟିଭି ଫୁଟେଜ୍ ଚେକ୍ କରନ୍ତି , ଓ ସବୁ ଦେଖିଲା ପରେ ଚକିତ ହୋଇଯାଆନ୍ତି , ଓ ଏହି ଘରୁ ଯିଏ ଚୋରୀ କଲା ସିଏ ଆଉ କିଏ ନୁହେଁ ବରଂ ତାଙ୍କର ନିଜ ଧର୍ମ ପତ୍ନୀ ହିଁ କରିଛନ୍ତି , ଏହାକୁ ଦେଖି ହିଂମାଶୁ ଅଗ୍ରୱାଲଙ୍କ ପାଦ ତଳୁ ମାଟି ଖସିଯାଇଛି ।

 

କହିଦେବୁ କି ଏମ୍ ପି ଇବି ସିନିୟର୍ ଇଞ୍ଜିନିୟର ହିମାଂଶୁ ଅଗ୍ରୱାଲ ଓ ତାଙ୍କ ସ୍ତ୍ରୀ ଏମ୍ ପିଇବି ଇଞ୍ଜିନିୟର ପଦରେ କାର୍ଯ୍ୟରତ ଅଛନ୍ତି , ୨୦୧୫ ରେ ହିଂମାଶୁ ଓ ତାଙ୍କ ସ୍ତ୍ରୀ ବର୍ଷିକା ଅଗ୍ରୱାଲ୍ ଲଭ୍ ମ୍ୟାରେଜ୍ କରିଥିଲେ , ବାହାଘର ପରେ ଆପସିକ ବିବାଦକୁ ନେଇ ଅଲଗା ରହୁଥିଲେ ।ଶୁକ୍ରବାର ରାତିରେ ଏମ୍ ପିଇବି ସିନିୟର୍ ଇଞ୍ଜିନିୟର ହିଂମାଶୁ ଅଗ୍ରୱାଲ ଯେବେ ଅଫିସ୍ ରୁ ଫେରିଲେ ତେବେ ଦେଖିଲେ କି ଘରର ତାଲା ଭଙ୍ଗା ହୋଇଛି, ଓ ସବୁ ଜିନିଷ ପତ୍ର ଏପଟ ସେପଟ ବିଛାଡି ହୋଇପଡିଛି, ଏହା ଦେଖି ଜାଣିପାରିଲେ କି ଘରେ ଚୋରି ହୋଇଛି, ଏହାର ସୂଚନା ତୁରନ୍ତ୍ ପୋଲିସ୍ କୁ ଦେଇଥିଲେ , ସୁଚନା ମିଳିବାପରେ ପୋଲିସ୍ ଅଧିକାରୀ, ସ୍ନିକର ଡଗ୍ସ , ଓ ଫିଙ୍ଗରପ୍ରିଣ୍ଟ ଏକ୍ସପର୍ଟ ମଉକା ସ୍ଥାନରେ ପହଞ୍ଚିଲେ , ଜଣାପଡିଲା କି ଏହି ଚୋରୀ କେଉଁ ଆଉ ନୁହେଁ ବରଂ ହିଂମାଶୁ ଅଗ୍ରୱାଲଙ୍କ ସ୍ତ୍ରୀ କରିଥିଲେ ।

 

ପୋଲିସ୍ ହିଂମାଶୁଙ୍କ ଘରର ସିସିଟିଭି ଯାଞ୍ଚ କଲେ , ଓ ସେଥିରୁ ସେ ପାଇଲେ କି ହିଂମାଶୁଙ୍କ ସ୍ତ୍ରୀଙ୍କ ସାଙ୍ଗରେ ଦୁଇଟି ଯୁବକ ଥିଲେ , ସଂନ୍ଧ୍ୟା ୬ ଟା ୪୭ ମିନିଟ୍ ସମୟରେ ବର୍ଷିତା ଦୁଇ ଯୁବକଙ୍କ ସହ ଘରେ ପହଞ୍ଚନ୍ତି , ଯାହାକି ସେ ତାଲା କାଟିବାପାଇଁ ସେ ସେହି ଦୁଇ ଯୁବକଙ୍କୁ ଡକାଇଥିଲେ , ଓ ତାଲା କାଟିବାପରେ ହିଂମାଶୁଙ୍କ କିଛି ଜରୁରୀ ଫାଇଲ୍ , ଅଫିସ୍ କାଗଜପତ୍ର ସୁନା ଗହଣା ଆଦି ଚୋରୀ ହୋଈଯାଏ , ଏହା ପରେ ହିଂମାଶୁଙ୍କ ସ୍ତ୍ରୀ ଭିତରକୁ ଆସି ଆଲମୀରା ଖୋଲନ୍ତି , ଓ ଘରେ ରଖାହୋଇଥିବା ଜିନିଷକୁ ଖୋଜନ୍ତି , ଓ ଘରେ ଥିବା ୫୦ ହଜାର ଟଙ୍କା ସୁନା ଗହଣା ସବୁ ଏକ ପୁଟୁଳିକରି ନେଇଯାଆନ୍ତି ,

 

ଏହା ସବୁ ଦେଖି ହିଂମାଶୁଙ୍କ ସହ ପୋଲିସ୍ ବି ଚକିତ ହୋଈଯାଆନ୍ତି , କେମିତି ଜଣେ ସ୍ତ୍ରୀ ନିଜ ସ୍ୱାମୀ ଘରେ ଚୋରି କରିପାରେ । ସେମିତି ଏହି ସିସିଟିଭି ଫୁଟେଜ୍ ଦେଖିବାପରେ ଗୋରଖପୁର ପୋଲିସ୍ ହିଂମାଶୁ ଅଗ୍ରୱାଲଙ୍କ ସ୍ତ୍ରୀଙ୍କ ଉପରେ ମାମଲା ରୁଜ୍ଜୁ କରିନେଇଛନ୍ତି , ପୋଲିସ୍ ଚୋରୀ କରି ଠକିଥିବା ଇଞ୍ଜିନିୟର ସ୍ତ୍ରୀଙ୍କୁ ଖୋଜୁଛି, ପୋଲିସ୍ ର କହିବା କଥା କି ମହିଳାଙ୍କ ପତ୍ତା ଲାଗିପାରିଲେ ଏହା ବିଷୟରେ ଅଧିକା ସୁଚନା ମିଳିପାରିବ , ପୋଲିସ୍ ଏବେ ବି ଯାଞ୍ଚ ଚାଲୁ ରଖିଛି ।

Leave a Reply

Your email address will not be published. Required fields are marked *