କମ ଦାମ ରେ AC ଦେବାପାଇଁ ଯୋଜନା କରୁଛନ୍ତି ମୋଦି ସରକାର – ସାଧାରଣ ଜନତାଙ୍କୁ ମିଳିବ ଖରାଦିନର ଉତ୍ତାପରୁ ମୁକ୍ତି..ଦେଖନ୍ତୁ କିପରି ଏହା ମିଳିବ..

ଏବେ ଖରା ପାଇଁ ସାଧାରଣ ଜନତା ବହୁତ ଲୋକ ଅସ୍ତବ୍ୟସ୍ତ ହୋଇଯାଉଛନ୍ତି , ଏହି ଗରମରୁ ଆଶ୍ୱସ୍ତି ଦେବାପାଇଁ ମୋଦୀ ସରକାର ଜନତାଙ୍କୁ ଏକ ନୁଆ ଉପହାର ଦେବାପାଇଁ ଯୋଜନା କରୁଛନ୍ତି । ସତ୍ତାର ଜୋରଦାର୍ ଫେରିବା ପରେ ମୋଦୀ ସରକାର ଏବେ ସାଧାରଣ ଲୋକଙ୍କ ପାଇଁ ଏସି ଉପଲ୍ଲବ୍ଧ କରିବେ , ଯେବେ ଖରାର ଉତ୍ତାପ ବଢିଯାଏ ତେବେ ସମସ୍ତେ ଘରେ ଏୟାରକଣ୍ତିସନର୍ ଲଗାଇବା ପସନ୍ଦ କରନ୍ତି । କିନ୍ତୁ ତାହାର ପ୍ରକୃତ ମୂଲ୍ୟ ଶୁଣିକରି ଲୋକେ ପଛଘୁଞ୍ଚା ଦେଇଥାଆନ୍ତି । କିନ୍ତୁ ଏମିତି ଲୋକଙ୍କ ପାଇଁ ଖୁସିଖବର ଅଟେ ଯାହା ମହଙ୍ଗା ହେବା କାରଣରୁ ଏସି କିଣିପାରିନଥାନ୍ତି । ଏବେ ମୋଦୀ ସରକାର ଘର ଘର ପର୍ଯ୍ୟନ୍ତ ଏସି ଲଗାଇବାର ପାଇଁ ବଜାରରେ ଉପଲ୍ଲବ୍ଧ କରାଇବେ ।

 

ଇକୋନୋମିକ ଟାଇମ୍ସ ଖବର ଅନୁସାରେ ସରକାରଙ୍କ ତରଫରୁ ବଜାରରେ ଉପଲ୍ଲବ୍ଧ ଏସି ଅନ୍ୟ କମ୍ପାନୀର ଏସି ଠାରୁ ୧୫ ରୁ ୨୦ ପ୍ରତିଶତ କମ୍ ହେବ , କିଛି ମିଡିଆ ରିପୋର୍ଟ ଅନୁସାରେ ୩୦ ପ୍ରତିଶତ ଏସି ଶସ୍ତା ହେବାର କଥା କୁହାଯାଉଛି , ବଜାରରେ ଏହା ସରକାରୀ କମ୍ପାନୀ EESL ଉପଲ୍ଲବ୍ଧ କରାଇବ , ଏହି ଏସିର ସବୁଠାରୁ ଖାସ୍ କଥା ଏହି କି ଯେ ଏହାର ବ୍ୟବହାର ଦ୍ୱାରା ବିଜୁଳିର ଖର୍ଚ୍ଚ କମ୍ ହେବ , ଏହା ଦ୍ୱାରା ବିଜୁଳି ମୁଲ୍ୟରେ ୩୫-୪୦ ପ୍ରତିଶତ କମ୍ ହେବ । ଗ୍ରାହକ ଏହି ଏସିକୁ ଘରେ ବସି ଅନଲାଇନ୍ କିଣିପାରିବେ ,

 

ଅନଲାଇନ୍ ବୁକିଙ୍ଗ୍ କଲେ ୨୪ ଘଣ୍ଟା ମଧ୍ୟରେ ଏସି ଗ୍ରାହକଙ୍କ ଘରେ ଲଗାଇବାର ଗ୍ୟାରେଣ୍ଟି ଅଛି, ଏହାପାଇଁ ସରକାରୀ କମ୍ପାନୀ EESL ଜୁଲାଇରୁ ସାଧାରଣ ଗ୍ରାହକଙ୍କ ପାଇଁ ମାର୍କେଟ୍ ପ୍ଲେସ୍ ଲଞ୍ଚ କରିବ , ତାହା ସହ ଏସି ସହ ଏକ୍ସଚେଞ୍ଜ ଅଫର୍ ବି ଫାଇଦା ଦେବ , ଏହି ଏସି ବଜାରରେ ଜୁଲାଇ ମାସରୁ ଉପଲ୍ଲବ୍ଧ ହେବ , ଶସ୍ତା ଦାମରେ ଏସି ଗ୍ରାହକଙ୍କୁ ମିଳିବ । ଯାହା ନାଁ ରେ ବିଜୁଳି ବିଲ୍ ଥିବ ସେ ଏହି ବିଲ୍ ଦେଖାଇବାକୁ ପଡିବ । ଏହି ଏସି ବିଜୁଳି ସଞ୍ଚୟ କରିବାପାଇଁ ବଜାରରେ ମିଳୁଥିବା ୫ ଷ୍ଟାର୍ ରେଟିଙ୍ଗ୍ ମୁକାବଲାରେ ଅଧିକା ସକ୍ଷମ ଅଟେ ,  କମ୍ପାନୀ ଆର ବର୍ଷ ପର୍ଯ୍ୟନ୍ତ ୨ ଲକ୍ଷ ଲୋକଙ୍କ ଏସି ବିକ୍ରି କରିବାର ଲକ୍ଷ୍ୟ ରଖିଛି , ଏଲଜି, ପାନାସୋନିକ୍  ବ୍ଲୁ ଷ୍ଟାର୍ , ଗୋଦରେଜ୍ ପରି କମ୍ପାନୀଗୁଡିକ ଏସି ସପ୍ଲାଇ କରିବାର ରେସ୍ ରେ ଅଛନ୍ତି ।

 

EESL ସେମିତି କମ୍ପାନୀ ଅଟେ ଯାହା ବଜାରରୁ ଶସ୍ତା ଦାମରେ ଏଲଇଡି ବଲବ୍, ପଙ୍ଖା, ଏଲଇଡୀ ଟ୍ୟୁବଲାଇଡ୍ ଲୋକଙ୍କୁ ଯୋଗାଇଛନ୍ତି , ଶସ୍ତା ପଙ୍ଖା ଓ ଟ୍ୟୁବଲାଇଟ୍ ବିକ୍ରି କରିବାପାଇଁ କାମ ବିଜୁଳି ବିତରଣ କମ୍ପାନୀ ଡିସକମ୍ ମାଧ୍ୟମରେ କରାଯାଇପାରିବ , ସାଧାରଣ ଲୋକଙ୍କ ପାଇଁ ଶସ୍ତା ଦାମ୍ ରେ ଏସି ବିକ୍ରି କରିବାରୁ ଡିସକମ୍ ମାଧ୍ୟମରେ କରାଯାଇପାରିବ ।

EESL ମୁତାବିକ ବଲକ୍ ରେ ଏସି କିଣିବାରେ ଦାମ୍ କମ୍ ହୋଇଯିବ , ଏଲ୍ ଇଡି ବଲବ୍ ଓ ପଙ୍ଖା ବି କମ୍ ଦାମରେ ମିଳୁଥିଲା , ଖବର ମୁତାବିକ ଗୋଟେ ବର୍ଷ ପୁରା ଏସିର ଗ୍ୟାରେଣ୍ଟି ରହିବ , ଏସିର କମ୍ପେଶର୍ ଗ୍ୟାରେଣ୍ଟୀ ୫ ବର୍ଷ ରହିବ ।

Leave a Reply

Your email address will not be published. Required fields are marked *