March 25, 2024

Odia Express

News For Public

ପରୀକ୍ଷା ଫିସ୍ ଜମା କରିବାପାଇଁ ବାପା ଗାଁର ଜାଗା ବିକ୍ରି କରିଦେଲେ ,ପୁଅ ହେଇଗଲା IPS – କିନ୍ତୁ ତାପରେ..

ପରିଶ୍ରମ ଓ ଚେଷ୍ଟା କଲେ ତ ନିଜ ସ୍ୱପ୍ନକୁ ନିଶ୍ଚିତ ପୁରା କରିପାରିବା , ଆଜି ଆମେ ଆପଣଙ୍କୁ ଏମିତି ଏକ ଆଇପିଏସ୍ ଙ୍କ କାହାଣୀ କହିବାକୁ ଯାଉଛୁ , ଯିଏ ଏତେ ଅସୁବିଧାରେ ଥାଇ ମଧ୍ୟ ନିଜ ଅଭିଳାଷା ନିଜ ପରିଶ୍ରମ ବଳରେ ପାଇଥିଲେ , ହଁ ଆମେ କଥା ହେଉଛୁ , ଆଇପିଏସ୍ ନୁରୁଲ୍  ହସନଙ୍କର । ଉତ୍ତରପ୍ରଦେଶର ପିଲିଭିତ ର ଏକ ଛୋଟ ଗାଁରୁ ଜନ୍ମନେଇଥିବା ଆଇପିଏସ୍ ନୁରୁଲ୍ ହସନ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥିଲେ,  କିନ୍ତୁ କେବେ ବି ହାର୍ ମାନିନଥିଲେ , ନିଜ ଚେଷ୍ଟା ବଳରେ ସେ ସିଭିଲ୍ ପରୀକ୍ଷା ଦେଇ ସଫଳ ହୋଇଥିଲେ , ଆଜି ତାଙ୍କର ଏହି ଚେଷ୍ଟା ଫଳରେ ତାଙ୍କ ପରିବାର ଖୁସିରେ ଗର୍ବ ଅନୁଭବ କରୁଛନ୍ତି । ମୂଳରୁପରେ ପିଲିଭିତ ଜିଲ୍ଲାର ହରରାୟପୁରରେ ରହୁଥିବା ନୁର ଆର୍ଥିକ ଅବସ୍ଥା ସଙ୍କଟାପନ୍ନ ଥାଇ ମଧ୍ୟ ନିଜକୁ ନିଜ ଗୋଡରେ ଠିଆ ହୋଇଥିଲେ,  ୨୦୧୫ ଆଇପିଏସ୍ ରେ ତାଙ୍କ ଚୟନ ହୋଇଥିଲା , ନୁର୍ ବିନା କୋଚିଙ୍ଗ୍ ରେ ୟୁପିଏସ୍ ସି ପରୀକ୍ଷା ପାସ୍ କରିଥିଲେ

 

ଚତୁର୍ଥ ଶ୍ରେଣୀ କର୍ମଚାରୀ ପୁଅ ନୂର୍ ନିଜ ସଫଳତା କଥା କହିକରି ଭାବୁକ ହୋଇଯାଆନ୍ତି , ସେ ବର୍ତ୍ତମାନ ଭାରତୀୟ ପୁଲିସ୍ ସେବାର ଆଇପିଏସ୍ କାର୍ଯ୍ୟରତ ଅଛନ୍ତି ଓ ମହାରାଷ୍ଟ୍ରରେ ନିଯୁକ୍ତ ଅଛନ୍ତି । ତାଙ୍କ ଆଇପିଏସ୍ ପ୍ରାରମ୍ଭିକ ଶିକ୍ଷା ସେଠାରେ ହୋଇଥିଲା ଯେଉଁଠି ତାଙ୍କ ବାପା କ୍ଷେତି କରୁଥିଲେ , ସେ ବହୁତ ଗରିବ ପରିବାରରୁ ଜନ୍ମ ନେଇଛନ୍ତି , ତାଙ୍କର ଦୁଇ ଭାଇ ଅଛନ୍ତି ,ସେ ବ୍ଲକ୍ ର ଗୁରୁନାନକ ହାଇସ୍କୁଲ୍ ରୁ , ଆମେରିଆ ୬୭ ପ୍ରତିଶତ ସହ ଦଶମ ଓ ସ୍କୁଲ୍ ଟପର୍ ହୋଇଥିଲେ , ତାହାପରେ ତାଙ୍କ ବାପା ଚତୁର୍ଥ ଶ୍ରେଣୀ କର୍ମଚାରୀ ନିଯୁକ୍ତ ହୋଇ ବରେଲି ଆସିଗଲେ , ସେମାନେ ମନୋହରଲାଲ ଭୁଷଣ କଲେଜରୁ ୭୫ ପ୍ରତିଶତ ସହ +୨ ପାସ୍ କଲେ , +୨ ପରେ ନୁର୍ ସିଲେକ୍ସନ୍ ଏଏମୟୁ ଅଲ୍ଲୀଗଡ ବିଟେକ୍ ରେ ହୋଇଗଲା , କିନ୍ତୁ ଫିସ୍ ଭରିବାପାଇଁ ପଇସା ନଥିଲା ,

 

ଏହି ଅବସ୍ଥାରେ ବାପା ତାଙ୍କର ଗୋଟିଏ ଏକର ଜାଗା ବିକ୍ରି କରିଦେଇଥିଲେ,  ଏହାପରେ ସେ ଗୁରୁଗ୍ରାମର ଏକ କମ୍ପାନୀରେ ଚାକିରି କଲେ , ଏତିକି ସ୍ୟାଲେରୀରେ ଘର ଚଳାଇବା ମୁସକିଲ୍ ଥିଲା , ରିସର୍ଚ୍ଚ ଇନଷ୍ଟ୍ରିଟ୍ୟୁଡ୍ ପରୀକ୍ଷାରେ ନୁରଙ୍କ ଚୟନ ତାରାପୁର ମୁମ୍ବାଇରୁ ବୈଜ୍ଞାନିକ ପଦରେ ହୋଇଗଲା , ଯେଉଁ ସମୟରେ ତାଙ୍କର ସିଭିଲ୍ ସେବା ଚୟନ ହୋଇଥିଲା , ସେ ଅଟୋମିକ୍ ସେଣ୍ଟର୍ ନୋସେରାରେ ପୋଷ୍ଟିଙ୍ଗ୍ ହୋଇଥିଲେ , ସିଭିଲ୍ ସେବା ମୁଖ୍ୟ ପରୀକ୍ଷାରେ ନୂର ପବ୍ଲିକ୍ ଆଡମିନିଷ୍ଟ୍ରେଟର୍ ଭାବେ ବଛାହେଲେ , ସେ ଏକ ଇଣ୍ଟରଭ୍ୟୁରେ ଅନୁଭବ କଲେ କି ମୋତେ ଅଲଗା ପ୍ରଶ୍ନ କରାଯାଇଥିଲା , କାରଣ ମୁଁ ନ୍ୟୁକ୍ଲିୟର୍ ବୈଜ୍ଞାନିକ ଥିଲି , ଇଞ୍ଜିନିୟରିଙ୍ଗ୍ ,ସଂବିଧାଣ ଓ କ୍ରିକେଟ୍ ପ୍ରଶ୍ନ କିନ୍ତୁ ପଚାରାଯାଇଥିଲା,

 

ଏହା ଛଡା ଗୁରୁନାନକ , ସିଖ୍ ଓ ଗୁରୁଙ୍କ ନାଁ ପଚାରାଗଲା। ପ୍ରସ୍ତୁତ ହେଉଥିବା ଯୁବାଙ୍କ ପାଇଁ ନୁର୍ ଏକ ସନ୍ଦେଶ ଦେଇଥିଲେ , କହନ୍ତି କି ଗରିବଙ୍କ ପାଇଁ କୋର୍ସ ନାହିଁ , ଯାହା ବି ସଂସାଧନ ସେଥିରେ ପ୍ରସ୍ତୁତ ହୁଅନ୍ତୁ , ସେ ନିଜ ପରିଶ୍ରମ ବଳରେ ଆଜି ବୁଝାମଣା କରି ଏପର୍ଯ୍ୟନ୍ତ ଆସି ପହଞ୍ଚିଛନ୍ତି , ଅନ୍ୟ ମୁସଲିମ୍ ଯୁବାଙ୍କ କହିବି କି ଭାରତ ଦେଶ ବହୁତ ଭଲ ଅଟେ , ଦେଶର ପ୍ରଗତି ପାଇଁ ଶିକ୍ଷିତ ହୁଅନ୍ତୁ , ପରିଶ୍ରମ ବଳରେ ଆଗକୁ ବଢନ୍ତୁ ।

Leave a Reply

Your email address will not be published. Required fields are marked *