March 27, 2024

Odia Express

News For Public

ପିଇବା ପାଣିରେ ଧୁଆ ହେଉଥିଲା ବିରାଟ କୋହଲିଙ୍କ କାର , ନଗର ନିଗମ ସିଧା ଏତେ ଟଙ୍କାର ଜୋରିମାନା କରିଲେ …

1 min read

ଦେଶ ସାରା ପିଇବା ପାଣିକୁ ନେଇ ନାନାଦି ଅସୁବିଧା ଦେଖାଯାଉଛି , ସେପଟେ ବିରାଟ କୋହଲିଙ୍କ ମହଙ୍ଗା ଗାଡି ପିଇବା ପାଣିରେ ଧୁଆ ହେଉଛି , ଏହାପାଇଁ ନଗର ନିଗମ ଏକ ଚାଳାଣ କାଟିଛନ୍ତି , ଗୁଡଗାଓଁର ନଗର ନିଗମ ଟିମ୍ ର ଭାରତୀୟ ଅଧିନାୟକ ବିରାଟ କୋହଲିନ ଡିଏଲ୍ ଏଫ୍ ଫେସ୍-୧ ସ୍ଥିତ ଘର ବାହାରେ ପାଇପ୍ ରୁ ଗାଡି ଧୋଇବା ପାଣିକୁ ବ୍ୟର୍ଥ ବୁହାଇବା ଓ ଘରୋଇ ସହାୟକ ଦିପକଙ୍କୁ ଜୋରିମାନା ଅସୁଲ୍ କରିଛନ୍ତି ।

 

ବୁଧବାରକୁ ଚାଳାଣ ବିରାଟ କୋହଲିଙ୍କ ଠିକଣା ସି-୧/୧୦ ରେ ଦିପକ ନାଁରେ କଟାଯାଇଥିଲା , ମଉକାରେ ଜୋରିମାନା ରାଶି ୫୦୦ ଟଙ୍କା ଆଦାୟ ହୋଇଥିଲା , ପାଖରେ ରହୁଥିବା ସୁନିଲ୍ ଭାଟ୍ଟିଆ କହିଲେ କି ବିରାଟ କୋହଲିଙ୍କ ଅଧା ଡର୍ଜନ କାର୍ ଏଠାରେ ଠିଆ ହୋଇରହେ , ଯେଉଁଥିରେ ଦୁଇଟି ଏସ୍ ୟୁଭି ଅଟେ , ଏହି ଗାଡିକୁ ସବୁଦିନ ଧୁଆହୋଇଥାଏ , ଯେଉଁଥିରେ ବହୁତ ପରିମାଣର ପାଣି ଖର୍ଚ୍ଚ ହୋଇଥାଏ , ସେ ଏହାପାଇଁ ବହୁତଥର ମନାକରିଥିଲେ,  କିନ୍ତୁ ତାଙ୍କ ଘରୋଇ ସହାୟକ କାର୍ ଚାଳକଙ୍କୁ ଏହି କଥାର ପ୍ରଭାବ ପଡିନଥିଲା,  ଯେବେକି ଏହା ଅଧା ବାଲଟି ପାଣିରେ କିମ୍ବା ୧ ବାଲଟି ପାଣିରେ ଭଲ ସେ ଧୁଆ ଯାଇପାରିବ ।

 

ଅଭିଯୋଗ ପରେ ନଗର ନିଗମ ଜେଇ ଅମନ ଫୋଗାଟ କହିଲେ କି ପାଣିର ବର୍ବାଦି ଉପରେ ପ୍ରାୟ ୧୦ ଅନ୍ୟ ଲୋକଙ୍କ ଚାଳାଣ ବି କଟାଯାଇଛି, ଡିଏଲ୍ ଏଫ୍ ଇଲାକାରେ ୱାଟର ସପ୍ଲାଇ ଶୁଳ୍କ ପ୍ରାୟ ୧ ଟଙ୍କା ପ୍ରତି ବର ଗଜ ଅସୁଲ୍ କରାଯାଏ , ଯଦି କେଉଁ ଘର ୫୦୦ ବର୍ଗର ଅଟେ , ତେବେ ପ୍ରତିମାସ ୫୦୦ ଟଙ୍କା ଆଦାୟ କରାଯାଏ ।

Leave a Reply

Your email address will not be published. Required fields are marked *