March 29, 2024

Odia Express

News For Public

୯ ଜୁନ ୨୦୧୯ ରବିବାର,ଆଜିର ରାଶିଫଳ – କେମିତ କଟିବ ଆଜି ଆପଣଙ୍କ ଦିନ – ସୂର୍ଯ୍ୟଦେବ ଙ୍କ କୃପା ରହିବ ଏହି ୪ ଟି ରାଶି ଉପରେ

1 min read

ମେଷ : ଆଜି ଆପଣ ଅଧିକ ସମୟ ପରିବାର ଲୋକଙ୍କ ସହିତ କଟାଇବେ । ନିଜ ଲୋକଙ୍କ ସହିତ ରହିଲେ ଆପଣଙ୍କୁ ବହୁତ ଖୁସି ଲାଗିବ । ନିଜ ପ୍ରତି ପରିବାର ଲୋକଙ୍କ ସ୍ନେହ ଓ ସମ୍ମାନ ଦେଖି ଆପଣ ବହୁତ ଖୁସି ହେବେ ।ମନରେ ଦ୍ୱନ୍ଦ୍ୱ ହେବାରୁ ଆପଣ କୌଣସି ଠୋସ୍ ନିର୍ଣ୍ଣୟ ନେଇପାରିବେ ନାହିଁ। ମହତ୍ତ୍ଵପୂର୍ଣ୍ଣ ନିର୍ଣ୍ଣୟ ନିଅନ୍ତୁ ନାହିଁ। ବାଣୀ ଉପରେ ନିୟନ୍ତ୍ରଣ ରକ୍ଷା କରନ୍ତୁ। ପାରିବାରିକ ସଦସ୍ୟମାନଙ୍କ ସହିତ ମନମାଳିନ୍ୟ ହେବାର ଆଶଂକା ଅଛି।  ଆଜି ବୌଦ୍ଧିକ କ୍ଷମତାରେ ବୃଦ୍ଧି ହେବାଯୋଗୁଁ ଚର୍ଚ୍ଚାରେ ଭାଗ ନେଇପାରନ୍ତି। ପରନ୍ତୁ ବାଦ-ବିବାଦ ଟାଳନ୍ତୁ। ପାରିବାରିକ ସଦସ୍ୟମାନଙ୍କ ସହିତ ଭଲ ସମୟ ବିତିବ। ଆର୍ଥିକ ଲାଭ ହେବାର ସମ୍ଭାବନା ଅଛି। ଭାଇମାନଙ୍କଠାରୁ ଲାଭ ହେବ। ଆଧ୍ୟାତ୍ମିକ କ୍ଷେତ୍ରରେ ସିଦ୍ଧି ପ୍ରାପ୍ତ ହେବ।ପ୍ରତିକାର-ନିଶାଦ୍ରବ୍ୟ ଓ ଆମିଷ ସେବନ କରନ୍ତୁ ନାହିଁ।

ବୃଷ : ଆଜି ଆପଣଙ୍କର ସାହାସ ଏବଂ ସୌଭାଗ୍ୟ ଦୁଇଟି ଯାକ ମିଶିକରି ଆପଣଙ୍କୁ ସଫଳତା ଦେବେ । ଆଜି ଆତ୍ମନିର୍ଭରତା ଏବଂ ଆତ୍ମବିଶ୍ୱାସର ଦିନ ଅଛି ଯାହାକି ଆପଣଙ୍କ ନିଜର ନିର୍ଣ୍ଣୟ ଅନ୍ୟ ମାନଙ୍କର ନିର୍ଣ୍ଣୟ ଠାରୁ ଅଧିକ ଗୁରୁତ୍ତ୍ୱ ହେବ । ଦାମ୍ପତ୍ୟଜୀବନର ସୁଖ କ୍ଷଣର ଅନୁଭବ କରିବେ। ସାମାଜିକ ଏବଂ ସାର୍ବଜନିକ କ୍ଷେତ୍ରରେ ଆପଣ ଖ୍ୟାତି ଏବଂ ପ୍ରତିଷ୍ଠା ପ୍ରାପ୍ତ କରିବେ। ବସ୍ତ୍ରାଭୂଷଣ ଏବଂ ବାହନର କ୍ରୟ କରିବେ। ବ୍ୟାପାରରେ ଭାଗିଦାରୀରେ ଆପଣଙ୍କୁ ଲାଭ ହେବ। କୌଣସି ମନୋରଞ୍ଜନ ସ୍ଥଳକୁ ସ୍ନେହୀଜନମାନଙ୍କ ସହିତ ଯାତ୍ରା କରିବେ, ମନ ପ୍ରଫୁଲ୍ଲିତ ହୋଇଯିବ। ପରନ୍ତୁ ମଧ୍ୟାହ୍ନ ପରେ ପରିସ୍ଥିତିରେ ପରିବର୍ତ୍ତନ ଅନୁଭବ କରିବେ। ନୂଆ କାର୍ଯ୍ୟର ପ୍ରାରମ୍ଭ କରନ୍ତୁ ନାହିଁ।ପ୍ରତିକାର-ପିତା ମାତାଙ୍କ ପାଦଛୁଇଁ ପ୍ରଣାମ କରନ୍ତୁ।

ମିଥୁନ : ଆଜି ଆପଣ ନିଜ ପରିବାର ଲୋକଙ୍କ ସହିତ କୌଣସି କାର୍ଯ୍ୟରେ ଯୋଗଦେବେ ,ନହେଲେ ବାହାରକୁ ବୁଲିବାକୁ ଯାଇପାରନ୍ତି ଯାହା ଆପଣଙ୍କୁ ବହୁତ ଖୁସି ପ୍ରଦାନ କରିବ । ଆଜି ସ୍ଵାସ୍ଥ୍ୟ ଭଲ ରହିବ ଏବଂ ରୋଗଗ୍ରସ୍ତ ବ୍ୟକ୍ତିଙ୍କର ମଧ୍ୟ ସ୍ୱାସ୍ଥ୍ୟରେ ସୁଧାର ଆସିବ। ଘରେ ସୁଖ-ଶାନ୍ତିର ବାତାବରଣରେ ଆପଣଙ୍କ ସମୟ କଟିବ। କାର୍ଯ୍ୟରେ ସଫଳତା ଏବଂ ଯଶ ମିଳିବାରରୁ ଉତ୍ସାହ ବଢ଼ିବ। ଚାକିରିରେ ଲାଭଦାୟକ ସମାଚାର ମିଳିବ ଏବଂ ସହକର୍ମିମାନଙ୍କ ସାଥି ମିଳିବ। ଆଜିର ଦିନ ନିଜ ପରିବାର ଲୋକଙ୍କ ସହିତ ବଣଭୋଜିରେ ଯିବା ପାଇଁ ଉଚ଼ିତ୍ ହେବ । ଆଜି ଆପଣଙ୍କୁ ଫୂର୍ତ୍ତିର ଅଭାବ ରହିବ। ପାରିବାରିକ ସଦସ୍ୟମାନଙ୍କ ମଧ୍ୟରେ କଳହ ହେବାର ମଧ୍ୟ ଆଶଂକା ଅଛି। ସ୍ଥାବର ସଂପତ୍ତିର କାଗଜପତ୍ର ବିଷୟରେ ସାବଧାନ ରହିବେ। ଆକସ୍ମିକ ଧନ ଖର୍ଚ୍ଚର ଆଶଂକା ରହିବ।ପ୍ରତିକାର- ଗୁଡ ରୁଟି ଗାଈକୁ ଖାଇବାକୁ ଦିଅନ୍ତୁ।

କର୍କଟ : ଆଜି ଦିନଟି ଆପଣଙ୍କ ପାଇଁ ଶୁଭ ଅଟେ ।ସ୍ଵାସ୍ଥ୍ୟ ସମ୍ବନ୍ଧରେ ଚିନ୍ତିତ ହୋଇପାରନ୍ତି। ସନ୍ତାନମାନଙ୍କର ସମ୍ବନ୍ଧରେ ସମସ୍ୟା ଆସିପାରେ। ସ୍ଵାଭିମାନ ଭଙ୍ଗ ନହେଉ, ଏହାର ଧ୍ୟାନ ରଖିବେ। ଆର୍ଥିକ ଆୟୋଜନ ପାଇଁ ସମୟ ଭଲ। ଶେୟାର-ସଟ୍ଟାର ପ୍ରଲୋଭନ କ୍ଷତି ପହଁଚାଇପାରେ। ବହୁତ ମଜା କରନ୍ତୁ ଆଜି ଆପଣଙ୍କର ଭାବନା ସ୍ଥିର ରହିବ ଏବଂ ଆପଣ ବହୁତ ଆନନ୍ଦ ଅନୁଭବ କରିବେ । ଆଜି ଆପଣଙ୍କର ଆତ୍ମବିଶ୍ୱାସ ଦୃଢ଼ ଅଛି ,ତେଣୁ ଏହି ସମୟର ସଦୁପଯୋଗ କରନ୍ତୁ । ବ୍ୟବସାୟୀମାନଙ୍କ ପାଇଁ ଆଜିର ଦିନ ଲାଭଦାୟୀ ଅଟେ। ପରିବାରର ଆନନ୍ଦଦାୟୀ ବାତାବରଣ ମଧ୍ୟ ଆପଣଙ୍କ ମନକୁ ପ୍ରଫୁଲ୍ଲିତ ରଖିବାରେ ସହାୟତା କରିବ। ସ୍ଵାସ୍ଥ୍ୟରେ ବୃଦ୍ଧି ହେବ। ସହଯୋଗିମାନଙ୍କର ଭଲ ସହଯୋଗ ମିଳିବ। ସାମାଜିକ କ୍ଷେତ୍ରରେ ଯଶକୀର୍ତ୍ତି ମିଳିବ।ପ୍ରତିକାର- ହରିଡା ଚନ୍ଦନ ମୁଣ୍ଡରେ ଲଗାନ୍ତୁ।

ସିଂହ : ଆଜି ଆପଣଙ୍କୁ ଅତ୍ୟଧିକ ସମ୍ବେଦନଶୀଳତାର କାରଣରୁ ଏବଂ ଘରର ମାମଲାକୁ ନେଇକରି ମାନସିକ ଚିନ୍ତା ଆସିବାର ସମ୍ଭାବନା ଅଛି। ମନରେ ଉଠୁଥିବା ଦ୍ୱନ୍ଦ୍ୱରେ ଆପଣ ମାନସିକ ଯନ୍ତ୍ରଣା ଅନୁଭବ କରିବେ। ଆଜି ଆପଣଙ୍କର କୌଣସି ପରିବାରବର୍ଗ ସଦସ୍ୟ କିମ୍ବା ପୋଡଶୀଙ୍କ ସହ ଝଗଡାରୁ ନିଜକୁ ରକ୍ଷା କରନ୍ତୁ । କୌଣସି ଏକ ଛୋଟ ସମସ୍ୟା ବିରାଟ ରୂପ ଧାରଣ କରିପାରେ । ଆଜିର ଦିନ ଆପଣଙ୍କ ବାଣୀର ପ୍ରଭାବରେ ଆପଣଙ୍କୁ ଲାଭ ହେବ। ଏହା ଅନ୍ୟ ଲୋକମାନଙ୍କ ସହିତ ଆପଣଙ୍କ ସମ୍ବନ୍ଧରେ ପ୍ରେମର ମଧ୍ୟ ବୃଦ୍ଧି ହେବ। ପର୍ଯ୍ୟଟନ ଆପଣଙ୍କପାଇଁ ଆନନ୍ଦଦାୟୀ ରହିବ। ବ୍ୟବସାୟ କ୍ଷେତ୍ରରେ ମଧ୍ୟ ଆପଣଙ୍କୁ ଲାଭ ହେବ।ପ୍ରତିକାର- କ୍ଷୀରଗୁଡ଼ ପଣାକରି ବରଗଛ ମୂଳରେ ଢ଼ାଳନ୍ତୁ।

କନ୍ୟା : ଆଜିର ଦିନ ଧାର୍ମିକ ଏବଂ ଆଧ୍ୟାତ୍ମିକ କାର୍ଯ୍ୟରେ ବିଶେଷ ରହିବେ। ମନରେ କୌଣସି ପକ୍କା ନିର୍ଣ୍ଣୟ ନିଅନ୍ତୁ ନାହିଁ। ଦ୍ୱନ୍ଦ୍ୱରେ ରହିବେ। ଟଙ୍କାର ଆଦାନ ପ୍ରଦାନ କିମ୍ବା ଆର୍ଥିକ କାରବାର ନ କରିବା ପାଇଁ ଉପଦେଶ। ଶାରୀରିକ ଏବଂ ମାନସିକ ଅଣନିଶ୍ୱାସୀ ଅନୁଭବ କରିବେ। ଧାର୍ମିକ କାର୍ଯ୍ୟଗୁଡ଼ିକରେ ଧନ ଖର୍ଚ୍ଚ ହେବ। ଆଜି ଆପଣ ପରିବାରର ଲୋକଙ୍କ ଜୀବନରେ ସ୍ନେହ ଭରିଦିଅନ୍ତୁ । ଆଜିର ଦିନ ପରିବାର ଲୋକଙ୍କ ସହ କଟାଇବାର ଦିନ ଅଟେ । ଆପଣଙ୍କ ସ୍ନେହକୁ ଆପଣଙ୍କ ପରିବାର ଲୋକ ବୁଝିବେ । ଆଜି ଆପଣଙ୍କ ବିରତ୍ୱରେ ଦୃଢ଼ତା ଆସିବ । କୌଣସି କାର୍ଯ୍ୟ ବିନା ବୁଝି ବିଚାରି କରନ୍ତୁ ନାହିଁ। ଆପଣଙ୍କୁ ସ୍ଵଜନମାନଙ୍କ ସହିତ ହୋଇଥିବା ସାକ୍ଷାତର ଆନନ୍ଦ ମିଳିବ। ତାଙ୍କଠାରୁ ପ୍ରେମପୂର୍ଣ୍ଣ ସମ୍ବନ୍ଧରେ ଆପଣଙ୍କ ଆନନ୍ଦରେ ବୃଦ୍ଧି ହେବ। ପ୍ରତିଦ୍ୱନ୍ଦ୍ୱୀମାନଙ୍କ ସାମନାରେ ମନୋବଳ ବଢ଼ାନ୍ତୁ। ଶାରୀରିକ ଏବଂ ମାନସିକ ସ୍ଵାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ।ପ୍ରତିକାର:- ଷଣ୍ଢକୁ ଗୁଡ଼ ରୁଟି ଖୁଆନ୍ତୁ।

ତୁଳା : ବ୍ୟାପାରରେ ଠିକ୍ ନିର୍ଣ୍ଣୟ ନେଲେ ଲାଭଦାୟକ ପ୍ରମାଣିତ ହେବ। ଆୟର ସାଧନରେ ବୃଦ୍ଧି ହେବ। ବୃଦ୍ଧ କିମ୍ବା ବରିଷ୍ଠ ନାଗରୀକମାନଙ୍କ ତଥା ମିତ୍ରମାନଙ୍କଠାରୁ ଲାଭ ଏବଂ ଆପଣ ସୁଖଦ କ୍ଷଣ ଅନୁଭବ କରିବେ। ଦାମ୍ପତ୍ୟଜୀବନ ସନ୍ତୋଷପୂର୍ଣ୍ଣ ଏବଂ ଆନନ୍ଦପୂର୍ଣ୍ଣ ରହିବ। ପର୍ଯ୍ୟଟନ ଆୟୋଜନ ହେବ।  ଏହିସମୟରେ ଆପଣଙ୍କୁ କିଛି ବଦଳାଇବାକୁ ପଡ଼ିବ ଯାହା ପାଇଁ ଆପଣ କିଛି ଚ଼ିନ୍ତାରେ ରହିବେ, କିନ୍ତୁ ମନେରଖନ୍ତୁ ଏହି ପରିବର୍ତ୍ତନ ଆପଣଙ୍କ ପାଇଁ କିଛି ନୂଆ ସୁଯୋଗ ଆଣିଦେବ ଏବଂ ଆପଣଙ୍କର ଚ଼ିନ୍ତାଧାରାକୁ ବଢ଼ାଇବାରେ ସହାୟକ ହେବ । କ୍ରୋଧକୁ ନିୟନ୍ତ୍ରଣରେ ରଖିକରି ସ୍ଵଭାବକୁ ମୃଦୁ ବନାଇ ରଖିବେ। ବାଣୀ ଉପରେ ନିୟନ୍ତ୍ରଣ ରଖିବାଯୋଗୁଁ ବାତାବରଣକୁ ଶାନ୍ତ ରଖିବାରେ ଆପଣ ସଫଳ ହୋଇପାରନ୍ତି। ଖର୍ଚ୍ଚର ମାତ୍ରା ଅଧିକ ରହିବ। ଶାରୀରିକ ଏବଂ ମାନସିକ ସ୍ଵାସ୍ଥ୍ୟ ଆଜି ବିଗିଡ଼ି ପାରେ। ଆର୍ଥିକ ରୂପରେ ଆପଣଙ୍କୁ ଲାଭ ହେବ।ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

ବିଚ୍ଛା : ନିଜର କୌଶଳ ଏବଂ ସାହସକୁ ପାଥେୟ କରି ଆପଣଙ୍କ ରାସ୍ତାରେ ଆସୁଥିବା ସବୁ ବାଧାବିଘ୍ନକୁ ଆପଣ ସମାଧାନ କରିବେ । ଆଜି ଆପଣ ରଣନୀତିରେ ଶତ୍ରୁମାନଙ୍କୁ ପରାସ୍ତ କରିବେ। ନୂଆ କାର୍ଯ୍ୟଗୁଡ଼ିକର ଆରମ୍ଭ ପାଇଁ ପ୍ରସ୍ତୁତ ରୁହନ୍ତୁ, ସଫଳତା ମିଳିବ। ଆପଣ ପ୍ରତ୍ୟେକ କାର୍ଯ୍ୟ ହୃଦୟ ଏବଂ ମନରେ ସୁସ୍ଥ ରହିକରି କରିବେ। ଆପଣଙ୍କର ଏହି ଆସାଧାରଣ ନକ୍ଷତା ଯୋଗୁଁ ବାଧାବିଘ୍ନ ସବୁ ଆପେ ଦୂରେଇଯିବ । ଆଜି ବିଦେଶ ଯିବାର ଇଚ୍ଛୁକ ଲୋକମାନଙ୍କ ପାଇଁ ସମ୍ଭାବନା ବଢ଼ିପାରେ। ପରିଜନମାନଙ୍କ ଆନନ୍ଦ-ଉଲ୍ଲାସର ବାତାବରଣ ରହିବ। ବ୍ୟବସାୟ କ୍ଷେତ୍ରରେ ପ୍ରମୋଶନ ହେବ। ଉଚ୍ଚ ଅଧିକାରୀମାନଙ୍କୁ ମଧ୍ୟ ଆପଣଙ୍କ କାର୍ଯ୍ୟରେ ପ୍ରସନ୍ନତା ହେବ। ଧନ ସହିତ ମାନ-ସମ୍ମାନରେ ମଧ୍ୟ ବୃଦ୍ଧି ହେବ।ପ୍ରତିକାର- ହରିଡା ଚନ୍ଦନ ମୁଣ୍ଡରେ ଲଗାନ୍ତୁ।

ଧନୁ : ପରିକ୍ଷାର୍ଥି ଛାତ୍ରଛାତ୍ରୀମାନେ ମାନସିକ ଚାପରେ ରହିବେ । ଆପଣଙ୍କ ମାନସିକ ବିଚଳିତ ହୋଇପାରେ କିନ୍ତୁ ପାଠପଢାରେ ମନଦିଅନ୍ତୁ । ଅଧିକ ଚିନ୍ତା ଗ୍ରସ୍ତ ନହୋଇ ପରୀକ୍ଷାରେ ଭଲ କରିବାକୁ ଚେଷ୍ଟା କରନ୍ତୁ । ଆଜି ଆପଣଙ୍କ ଭାଗ୍ୟ ବୃଦ୍ଧି ସହିତ ଅଚାନକ ଧନ ଲାଭ ହେବ। ବିଦେଶ ଯାତ୍ରାର ଇଚ୍ଛୁକ ଲୋକମାନଙ୍କର ପ୍ରୟାସ ସଫଳ ହେବ। ଧାର୍ମିକ କାର୍ଯ୍ୟ କିମ୍ବା ଯାତ୍ରା ପଛରେ ଧନ ଖର୍ଚ୍ଚ ହେବ। ପାରିବାରିକ ସଦସ୍ୟମାନଙ୍କ ଏବଂ ପଦାଧିକାରିମାନଙ୍କ ସହିତ ସୁଖମୟ ଦିନ କଟିବ। ଚାକିରି ପେଶାଙ୍କୁ ମଧ୍ୟ ଲାଭ ମିଳିବ। ନୂଆ କାର୍ଯ୍ୟର ପ୍ରାରମ୍ଭ ଆଜି କରନ୍ତୁ ନାହିଁ। ସ୍ଵାସ୍ଥ୍ୟ ଭଲ ରଖିବା ପାଇଁ ଖାଇବା ପିଇବାରେ ଧ୍ୟାନ ରଖିବେ। ଯଦି ନିଜର ବାଣୀ ଉପରେ ନିୟନ୍ତ୍ରଣ ରଖିବେ ଆପଣ କାହା ସହିତ ଉଗ୍ର ଚର୍ଚ୍ଚା ମନମାଳିନ୍ୟକୁ ଟାଳିବାରେ ସଫଳ ହୋ ପାରିବେ। ମଧ୍ୟାହ୍ନ ପରେ ଆପଣଙ୍କ ପ୍ରସନ୍ନତାରେ ବୃଦ୍ଧି ହେବ।ପ୍ରତିକାର:-ଗାଈକୁ କିଛି ଖାଦ୍ୟ ଖୁଆନ୍ତୁ।

ମକର : ଏହି ସମୟରେ ଆପଣ ଧର୍ମପ୍ରତି ଆକର୍ଷିତ ରହିବେ । ସମାଜସେବାରୁ ଆଜି ଆପଣଙ୍କୁ ଶାନ୍ତି ମିଳିବ । ବ୍ୟସ୍ତ ଜୀବନକୁ ଆରାମଦେବାରେ ଏହାହିଁ ଉଚିତ ସମୟ । ଆନନ୍ଦ-ଉତ୍ସାହ ଏବଂ ହୃଦୟ ଏବଂ ମନର ପ୍ରସନ୍ନତା ଆପଣଙ୍କକୁ ଚେତନା ଏବଂ ଫୂର୍ତ୍ତିର ସଂଚାର କରିବ। ନୂଆ କାର୍ଯ୍ୟ ହାତକୁ ନେବେ। ସେଥିରେ ସଫଳତା ମିଳିବ। ଧାର୍ମିକ ମାଙ୍ଗଳିକ ପ୍ରସଙ୍ଗରେ ଯାଇପାରନ୍ତି। ଆଜି ଆପଣଙ୍କ ପରିସ୍ଥିତି ଯାହା ହେଉ ମଧ୍ୟ ନିଜର ବିସ୍ୱାଶ ବନେଇ ରଖନ୍ତୁ । ଜୀବନସାଥୀ ପ୍ରାପ୍ତ ହେବାପାଇଁ ଆଜିର ଦିନ ଶୁଭ ଅଟେ। ଆୟ ଏବଂ ବ୍ୟାପାରରେ ମଧ୍ୟ ବୃଦ୍ଧିର ଯୋଗ ଅଛି। ମିତ୍ରମାନଙ୍କ ସହିତ ଯାତ୍ରା କରିବାକୁ ଯାଇପାରନ୍ତି, ଯେଉଁଠାରେ ଆପଣଙ୍କ ସମୟ ଅଧିକ ଆନନ୍ଦ ପୂର୍ବକ ବିତିବ। ଆପଣଙ୍କ ସ୍ଵଭାବରେ କ୍ରୋଧ ଏବଂ ଉଗ୍ରତା ନ ହେଉ, ଏହାର ଧ୍ୟାନ ରଖିବେ।ପ୍ରତିକାର: ଗାଈକୁ କିଛି ଖୁଆନ୍ତୁ।

କୁମ୍ଭ : ବର୍ତ୍ତମାନ ଉଚ୍ଚପଦସ୍ଥ ଅଧିକାରୀମାନଙ୍କ ସହ କୌଣସି ପ୍ରକାର ମନୋମାଳିନ୍ୟରୁ ଦୂରେଇ ରୁହନ୍ତୁ ।ଆଜି ଆପଣଙ୍କୁ ସ୍ଵାସ୍ଥ୍ୟର ଧ୍ୟାନ ରଖିବାକୁ ରହିବ। ନିଷେଧାତ୍ମକ ବିଚାର ଆପଣଙ୍କୁ ଭୁଲ୍ ମାର୍ଗ ଉପରେ ନନେଇଯାଉ, ଏହାର ଧ୍ୟାନ ରଖିବେ। ପାରିବାରିକ ସଦସ୍ୟମାନଙ୍କ ସହିତ ମନମାଳିନ୍ୟ ହୋଇପାରେ।  ବିଶେଷକରି ଯେତେବେଳେ ଆପଣଙ୍କୁ ତାଙ୍କଠାରୁ କୌଣସି କାମର ସ୍ୱୀକୃତି ଦରକାର ହେଉଛି । ଆଜି ବୌଦ୍ଧିକ ଚର୍ଚ୍ଚାରୁ ଦୂରରେ ରୁହନ୍ତୁ। ବିଦ୍ୟାର୍ଥିମାନଙ୍କପାଇଁ ସମୟ କଠିନ ଅଟେ। ପେଟ ସମ୍ବନ୍ଧିତ ରୋଗରେ ମଧ୍ୟ ମନ ଚିନ୍ତିତ ହୋଇପାରେ, ପରନ୍ତୁ ମଧ୍ୟାହ୍ନ ପରେ ରୋଗରେ ଆପଣଙ୍କୁ ଆସ୍ୱସ୍ତି ଅନୁଭବ ହେବ। ମାନସିକ ରୂପରେ ମଧ୍ୟ ଆପଣଙ୍କୁ ଭଲ ଲାଗିବ।ପ୍ରତିକାର:-ଗାଈକୁ କିଛି ଖାଦ୍ୟ ଖୁଆନ୍ତୁ।

ମୀନ : ଶାରୀରିକ ଏବଂ ମାନସିକ ସୁଖ ରହିବ। ଚାକିରି-ବ୍ୟବସାୟରେ ଆପଣଙ୍କ ପରିଶ୍ରମର ଫଳ ମିଳିବା ପରି ପ୍ରତୀୟମାନ ହେବ। ଅଧିକାରୀ ବର୍ଗଙ୍କର ପ୍ରୋତ୍ସାହନରେ ଆପଣଙ୍କ ଉତ୍ସାହ ବଢ଼ିବ। ଆଜି ଆପଣଙ୍କ ସାମାଜିକ ଜୀବନ ବହୁତ ଖୁସି ପୁର୍ଣ୍ଣ ରହିବ । ଆପଣ ଆପଣଙ୍କ ବନ୍ଧୁମାନଙ୍କ ସହ ଖୁବ୍ ମଜ୍ଜା କରିବେ ଓ ତାହା ସହିତ ଆପଣଙ୍କ କାମରେ ମଧ୍ୟ ମିଳିତ ସଫଳତାର ମଜ୍ଜା ନେବେ । ଆଜି ଆପଣଙ୍କ କାର୍ଯ୍ୟର ଯୋଜନା ଭଲ ଭାବରେ ସଂପନ୍ନ ହେବ। ବ୍ୟବସାୟ ରୂପରେ ମଧ୍ୟ ସଫଳତା ପ୍ରାପ୍ତ ହେବ। କାର୍ଯ୍ୟାଳୟରେ ବାତାବରଣ ଅନୁକୂଳ ରହିବ। ପରିବାରରେ ମଧ୍ୟ ଆନନ୍ଦ-ଉଲ୍ଲାସ ରହିବ। ମିତ୍ରମାନଙ୍କ ସହିତ ହୋଇଥିବା ସାକ୍ଷାତଯୋଗୁଁ ମନ ପ୍ରଫୁଲ୍ଲିତ ରହିବ।ପ୍ରତିକାର- ଇଷ୍ଟ ଦେବୀଙ୍କୁ ଭୋଗ ଲଗେଇ ପିଲାଙ୍କୁ ବାଣ୍ଟିବେ।

Leave a Reply

Your email address will not be published. Required fields are marked *