ମେଡିକାଲ୍ ରେ ମୃତ୍ୟୁ ସହ ସଂଗ୍ରାମ କରୁଥିଲେ ସ୍ତ୍ରୀ , କିନ୍ତୁ ତାଙ୍କୁ ଛାଡିକରି ସିକ୍ରେଟ୍ ମିଶନରେ ଚାଲିଗଲେ IPS ଗୌରବ ତିୱାରୀ ,କହିଲେ – ଦେଶ ସବୁଠାରୁ ଆଗରେ ଆଉ ଯେବେ ଫେରିଲେ..

କିଛି ଏପରି ଦେଶରେ ଅଧିକାରୀ ଅଛନ୍ତି ଯେଉଁମାନେ ଦେଶର ଆଗରେ ନିଜ ସଂମ୍ପର୍କ ଦେଖିଥାନ୍ତି ନା କିଛି ସ୍ୱାର୍ଥ , ତାଙ୍କ ପାଇଁ ଦେଶର ସେବା କରିବା ପ୍ରଥମ ମୁଳ କର୍ତ୍ତବ୍ୟ ହୋଇଥାଏ , ଏମିତି ଅଧିକାରୀଙ୍କ ମଧ୍ୟରୁ ଜଣେ ଅଟନ୍ତି ଗୌରବ ତିୱାରୀ , ଯିଏକି ମଧ୍ୟପ୍ରଦେଶର ଏସ୍ ପି ଗୌରବ ତିୱାରୀ ୫୦୦ କୋଟି ଟଙ୍କାର ଘୋଟାଲା କାରୋବାରର ପର୍ଦ୍ଦାଫାସ୍ କରାଇଥିଲେ ଓ ସେଥିରେ ସେ ଲୋକପ୍ରିୟ ହୋଇଯାଇଥିଲେ ।ନିଜର ସାହସିକତାର ପରିଚୟ ଦେଇ ଏହି ଆଇପିଏସ୍ ଅଫିସରଙ୍କ ଯେବେ ଥରେ କଟନି ଟ୍ରାନ୍ସଫର୍ ହେଲା ତ ସାଧାରଣ ଲୋକେ ଏହି ବଦଳିକୁ ନେଇ ବିରୋଧ କରିଥିଲେ ,

 

ବନାରସର ତିୱାରିପୁର ରେ ଜନ୍ମ ଗୌରବ ତିୱାରୀ ବହୁତ ବଡ ଖବରକାଗଜରେ ହେଡଲାଇନ୍ ରେ ନଜର ଆସିଛନ୍ତି , ପୋଲିସ୍ ଚାକିରି ପାଇଁ ସେ ଆଉ ଏକ ରାଜ୍ୟ ଚାଲିଆସିଲେ , କିନ୍ତୁ ତାଙ୍କ ବାପା ମା ଆଜି ବି ବନାରସର ତିୱାରିପୁରରେ ରହୁଛନ୍ତି , ଗୌରବଙ୍କ ମା ସରିତା ତିୱାରୀ କହନ୍ତି କି ମେ ୨୦୧୫ ରେ ଗୌରବଙ୍କ ପୋଷ୍ଟିଙ୍ଗ୍ ବାଲାଘାଟରେ ହୋଇଥିଲା , ମୋର ବୋହୁ ଗର୍ଭବତୀ ଥିଲା , ତାଙ୍କୁ ଡେଲିଭରି ପାଇଁ ମେଡିକାଲ୍ ରେ ଆଡମିଶନ୍ କରାଇବାର ଥିଲା ।

 

ସେହି ସମୟରେ ନକ୍ସଲିମାନଙ୍କ ଏକ ମିଶନ୍ ପାଇଁ ଗୌରବଙ୍କୁ ଆଦେଶ ଆସିଲା , ସେ ରାତାରାତି ମିଶନ୍ ରେ ବାହାରିଗଲେ , କିନ୍ତୁ ମୋ ବୋହୁକୁ ଲେବର୍ ପେନ୍ ଆରମ୍ଭ ହୋଇସାରିଥିଲା,  ତାକୁ ଆମେ ମେଡିକାଲ୍ ନେଇକରି ଗଲୁ , ଡାକ୍ତର ମାନେ ତାଙ୍କର ଏମରଜେନ୍ସି ସିଜରିଆନ୍ ଅପରେସନ୍ କରାଇଲେ , ଡାକ୍ତର ମାନେ କହିଥିଲେ କି କିଛି ବି ହୋଇପାରେ , ମୁଁ କହିଲି ଦେଶ ପାଇଁ ସେ ନିଜ ସ୍ତ୍ରୀ କୁ ଛାଡି ମୋ ପୁଅ ମିଶନ୍ ରେ ଯାଇଛି ।

 

ଆଭା ରାତି ୧୨ ଟା ବେଳେ ଏକ କନ୍ୟା ସନ୍ତାନ ଜନ୍ମ ଦେଲେ , ଗୌରବ ମୋତେ କହିଲା , ବଡ ମିଶନ୍ ଅଟେ , ପୁରା କରିକି ହିଁ ଫେରିବି  ,ଅରୁଣ ତିୱାରୀ କହିଲେ କି ଗୌରବ ୨ ଦିନ ପରେ ଫୋନ୍ କରି ଖୁସି ଖବର ଜଣାଇଲେ , ସେ ୩୫ ଲକ୍ଷ ପୁରସ୍କାର ପାଇଁ ଦାବି ହେଉଥିବା ନକ୍ସଲି ଦିଲ୍ଲିପ ଗୁହାଙ୍କୁ ଗିରଫ କରିନେଲେ , ସେ ୧୯ ଟି ମର୍ଡର ପାଇଁ ଆରୋପି ଥିଲା , ଯେଉଁଥିରେ ଏମ୍ ପି ହିଁ ନୁହେଁ , ବରଂ ମହାରାଷ୍ଟ୍ର ଓ ଛତିଶଗଡ ପୋଲିସ୍ ବି ଖୋଜୁଥିଲେ ।

 

ମା ସରିତା କହିଲେ କି ଗୌରବ ଆଜି ବି ନିଜ ବାପାଙ୍କ ସାମ୍ନାରେ ବସେ ନାହିଁ , ସବୁ ବେଳେ ଆଦରରେ ଠିଆ ହୋଇଥାଏ , ସେ ବହୁତ ସାହାସୀ ପିଲା ଅଟେ ,  ଆଜି ମୋତେ ଷ୍ଟେସନ୍ ଛାଡିବାକୁ ଆସିଥାଏ , ଓ ସେ ଚାଲିଗଲା ପରେ କାନ୍ଦିପକାଏ ।

ବାପା ଅରୁଣ ତିୱାରୀ କହିଲେ କି ଦିଲ୍ଲୀରେ ପିଏସ୍ ସି ପ୍ରସ୍ତୁତି ସମୟରେ ସେ ପ୍ରାୟ ୭୦୦୦ ହଜାର ଟଙ୍କା ଖର୍ଚ୍ଚ କରୁଥିଲା , ଦିଲ୍ଲୀ ପରି ସହରରେ ୨୬୦୦ ଟଙ୍କା ଟିଫିନ୍ ଓ ୩୦୦୦ ଟଙ୍କାର ଘର ଭଡା ହେଉଥିଲା , ବଳିଥିବା ପଇସା ୧୪୦୦ ଟଙ୍କାରେ ସେ ତାର ଷ୍ଟଡି ମେଟେରିଆଲ୍ ଓ ଅନ୍ୟ ଦରକାରୀ ଜିନିଷ ଏକାଠି କରୁଥିଲା ।

Leave a Reply

Your email address will not be published.