April 17, 2024

Odia Express

News For Public

ଏକା ୨୫ ଜଣ ଆତଙ୍କବାଦୀଙ୍କ ସହ ଲଢିଥିଲେ ମେଜର୍ ମୋହିତ୍ ଶର୍ମା , ଶତ୍ରୁଙ୍କୁମାରି ହୋଇଥିଲେ ଦେଶ ପାଇଁ ସହୀଦ – ତାଙ୍କ ଶେଷ ଇଚ୍ଛା ଥିଲା..

ଆଜି ଆମେ ଆପଣଙ୍କୁ ଇଣ୍ତିଆନ୍ ଆର୍ମୀର ଏକ ଏପରି ବୀର ଯୋଦ୍ଧାଙ୍କ ବିଷୟରେ କହିବାକୁ ଯାଊଛୁ , ଯିଏ ନିଜ ଜୀବନରେ କେବେ ହାର୍ ମାନିନଥିଲେ , ସେହି ବୀର ଯୋଦ୍ଧା ଅସମ୍ଭବକୁ ସମ୍ଭବ କରିଦେଖାଇଲେ , ଆମେ କଥା ହେଉଛୁ ଅଶୋକ ଚକ୍ର ବିଜେତା ମେଜର ମୋହିତ୍ ଶର୍ମାଙ୍କ ବିଷୟରେ , ଯାହାଙ୍କୁ ସମସ୍ତେ ମାଇକ୍ ବୋଲି ଜାଣିଛନ୍ତି ,ମେଜର୍ ମୋହିତ୍ ଶର୍ମା ୧୩ ଅଗଷ୍ଟ ୧୯୭୮ କୁ ହୋଇଥିଲା , ସେ ହରିଆଣାର ରୋହତକ ରେ ଜନ୍ମ ନେଇଥିଲେ , ତାଙ୍କ ବାପା ଶ୍ରୀ ରାଜେନ୍ଦ୍ର ପ୍ରସାଦ ଶର୍ମା ଓ ମାତା ସୁଶୀଳା ଶର୍ମା ଅଟନ୍ତି , ସେ ନିଜ ଆଗ୍ରହ ପାଇଁ ଭାରତୀୟ ସେନାରେ ଭର୍ତ୍ତି ହୋଇଥିଲେ ।

 

ମେଜର୍ ସେନାରେ ଜଣେ ବାହାଦୁର ସିପାହୀ ଥିଲେ , ୨୧ ମାର୍ଚ୍ଚ ୨୦୦୯ କୁ ହଫରୁଦା ଜଙ୍ଗଲରେ ଆତଙ୍କବାଦୀଙ୍କଉ ମାରିବାପାଇଁ ଏକ ଅପରେସନ୍ ଚାଲିଥିଲା , ସେହି ସମୟରେ ମୋହିତ୍ ଶର୍ମା ତାଙ୍କ ଟିମ୍ ରେ ୧୦ ଜଣ ଲୋକ ଥିଲେ , ତାଙ୍କୁ ଆତଙ୍କବାଦୀ ଶିବିର ବିଷୟରେ ଜଣାଥିଲା ,ଭାରତୀୟ ସେନା କ୍ୟାମ୍ପରେ ଆକ୍ରମଣ କରିଦେଇଥିଲେ , ଦୁଇ ପଟୁ ଫାଇରିଙ୍ଗ୍ ହେଲା , ଏହି ସମୟରେ ମେଜର୍ ମୋହିତ୍ ଙ୍କୁ ଗୁଳିଲାଗିଥିଲା ,

 

ଏହି ଅପରେସନ୍ ସମୟରେ ଗୁଳି ଲାଗିବାପରେ ତାଙ୍କ ଦୁଇ ସାଥୀ ବି ଆଘାତ ପାଇଥିଲେ , କିନ୍ତୁ ନିଜକୁ ସେ ନିଜ ଜୀବନ ଚିନ୍ତା ନକରି ମୋହିତ୍ ନିଜ ଦୁଇ ସାଥୀଙ୍କ ଜୀବନ ବଞ୍ଚାଇଲେ , ଓ ସେ ଗ୍ରେନେଡ୍ ପକାଇ ୨୫ ଜଣ ଆତଙ୍କବାଦୀଙ୍କୁ ମାରି ଶୁଆଇଦେଇଥିଲେ , ଏହି ଅପରେସନ୍ ପରେ ମେଜର୍ ରୋହିତ୍ ଶର୍ମାଙ୍କ ସହ ଅନ୍ୟ ଜବାନ ବି ସହୀଦ ହୋଇଗଲେ , ଶହୀଦ ମେଜର୍ ସହିଦ ହେବାପରେ ତାଙ୍କୁ ଅଶୋକଚକ୍ରରେ ସମ୍ମାନିତ କରାଯାଇଥିଲା ।

Leave a Reply

Your email address will not be published. Required fields are marked *