ଏହି କିଛି ଦିନ ହେବ ଖରାର ଉତ୍ତାପ ପାରା ଛୁଇଁଛି , ଏହି ଖରାଦିନରେ କାହାକୁ ବି ଘରୁ ବାହାରକୁ ଯିବାକୁ ଇଚ୍ଛା ହୁଏ ନାହିଁ, କିଛି ଜରୁରୀ କାମ ହେଲେ ଲୋକେ ବାହାରକୁ ଯାଇଥାନ୍ତି , ଯେବେ ବି ଘରୁ ବାହାରକୁ ଯାଇଥାନ୍ତି ତେବେ ଶରୀରରୁ ଜଳୀୟ ଅଂଶ କମିବାର ଭୟ ଥାଏ , ଏଥିପାଇଁ ଆପଣଙ୍କୁ ପ୍ରତ୍ୟେକ ସମୟରେ ପାଣିପିଇବା ଦରକାର ପଡିଥାଏ , ଶରୀରରେ ଜଳର କମି ଦେଖାଦେଲେ ପାଣି ତାହା ଯେପରି ପୁରଣ କରିପାରିବ । ଆଜି କାଲି ହୋଇଥିବା ମାଗଣା ଜଳାଶୟ କେନ୍ଦ୍ର ବି କମି ବାରେ ଲାଗିଛି , ଏବେ ପାଣି ବିକ୍ରି କରିବା ସିଷ୍ଟମ ଆରମ୍ଭ ହୋଇଛି, ଲୋକେ ନିଜ ଶୋଷ ମେଣ୍ଟାଇବା ପଇସା ଖର୍ଚ୍ଚ କରୁଛନ୍ତି , ପୂର୍ବରୁ ଯୁଗ ଥିଲା ଯେବେ ଲୋକେ ପାଣି ପିଆଇବାକୁ ନିଜର ଧର୍ମ ବୋଲି ମାନୁଥିଲେ , କିନ୍ତୁ ଏବେ କେହି ବିନା ପଇସାରେ କିଛି ମିଳୁନାହିଁ , ତାପରେ ଆଜି କାଲି ଲୋକେ ଏତେ ସ୍ୱାର୍ଥପର ହୋଇଗଲେଣି କି କାହାକୁ କଣ ପାଇଁ ମାଗଣା ପାଣିଦେଇ ନିଜକୁ ହଇରାଣରେ ପକାଇବେ ।
କିନ୍ତୁ ଭଗବାନଙ୍କ ଇଚ୍ଛାରୁ ଏହି ଦୁନିଆଁରେ କିଛି ଲୋକଙ୍କ ମଧ୍ୟରେ ମାନବିକତା ବଞ୍ଚିଛି , ଆଜି ଆମେ ଆପଣଙ୍କୁ ଏମିତି ଜଣେ ବୟସ୍କ ସର୍ଦାରଙ୍କ କଥା କହିବୁ , ଯିଏ ଦିଲ୍ଲୀର ସଡକରେ ଲୋକଙ୍କୁ ମାଗଣା ପାଣି ପିଆଉଛନ୍ତି , ଏହି ସର୍ଦାରଙ୍କ ନିଜର ଏକ ସ୍କୁଟର୍ ଅଛି, ଓ ଲୋକେ ରାସ୍ତାରେ ଯାଉଥିଲେ ସେମାନଙ୍କୁ ପାଣିଦେଇ ନିଜର ଧର୍ମ କାର୍ଯ୍ୟ କରୁଛନ୍ତି , କେହି ଜଣେ ଏହି ବୟସ୍କ ସର୍ଦାରଙ୍କ ଭିଡିଓ କରିଦେଲେ , ଓ ସୋସିଆଲ୍ ମିଡିଆରେ ଏହାକୁ ଅପଲୋଡ୍ କରିଦେଲେ , ଓ ଏବେ ବହୁତ ଲୋକେ ତାଙ୍କୁ ପସନ୍ଦ ବି କରିଛନ୍ତି ।
ଏହି ଭିଡିଓରେ ସ୍ପଷ୍ଟ ଦେଖିପାରୁଥିବେ କି ଏହି ବୟସ୍କ ସର୍ଦାର୍ କିପରି ଅସହ୍ୟ ତାତିରେ ଲୋକଙ୍କ୍ ପାଇଁ ପାଣି ଧରି ଠିଆ ହୋଇଛନ୍ତି , ସେପଟେ ଯିଏ ବି ଯାଉଛି ତାଙ୍କୁ ପାଣି ପିଆଇଛାଡୁଛନ୍ତି , ସର୍ଦାରଙ୍କ ଏହି ମାନବିକତା ପାଇଁ ସୋସିଆଲ୍ ମିଡିଆରେ ଚର୍ଚ୍ଚାର ବିଷୟ ହୋଇଛି, ଆପଣ ଦେଖୁଥିବେ ଯେଉଁ ଲୋକ ଏହି ଖରାକୁ ବାହାରକୁ ଯିବା ପସନ୍ଦ କରନ୍ତି ନାହିଁ , କିନ୍ତୁ ସେହି ଗରମରେ ସର୍ଦାର ବିନା କିଛି ସ୍ୱାର୍ଥରେ ଲୋକଙ୍କୁ ଜଳଦାନ କରି ପୂଣ୍ୟ ଅର୍ଜନ କରୁଛନ୍ତି ,
ଏହି ସର୍ଦାରଜୀ ସମସ୍ତଙ୍କ ପାଇଁ ପ୍ରେରଣା ଅଟନ୍ତି , ଆମେ ବି କାହାକୁ ନା କାହାକୁ କିଛି ନ ଭାବି ସାହାଯ୍ୟ କରିବା ଉଚିତ୍ , ପାଣି ପିଆଇବା ଏକ ପୁଣ୍ୟର କାମ ଅଟେ , ଏମିତି ବି ଆପଣଙ୍କୁ କେବେ ବି ମଉକା ମିଳେ ତେବେ ଆପଣ ବି ଲୋକଙ୍କୁ ପାଣି ପିଆଇଦେବେ ,\
कुछ लोग जीते जी स्वर्ग बना कर उसका मज़ा ले लेते हैं… दिल्ली की गर्मी में अकेले लोगों को ठंडा पानी पिलाते यह बुजुर्ग क्या स्वर्ग का मज़ा नहीँ ले रहे हैं… ईश्वर भी इनको नमन करता होगा… सलाम ऐसी इंसानियत को… ऐसी सोच को…
Publiée par Huma Naqvi sur Lundi 3 juin 2019