March 27, 2024

Odia Express

News For Public

ରାତି ଅଧରେ ଚାଲୁଥିବା ଟ୍ରେନ୍ ରେ TTE କରାଇଲେ ମହିଳାଙ୍କ ଡେଲିଭରି , ଡାକ୍ତର ହୋଇ ଏଭଳି ବଞ୍ଚାଇଲେ ଜୀବନ..

ଆପଣ ଟ୍ରେନ୍ ରେ ତ ଯାତ୍ରା କରୁଥିବେ ରେଗୁଲାର୍ ନହେଲେ କେବେ ତ ଯାତ୍ରା କରିଥିବେ , ଟିଟିଇ କୁ ନେଇକରି ଆପଣ ବହୁତ କଥା ଶୁଣିଥିବେ କି ଟିଟିଇ ପଇସାନେଇକରି ସିଟ୍ ବିକ୍ରି କରିଦେଇଛନ୍ତି , କିମ୍ବା କେଉଁ ଯାତ୍ରୀ ସହ ପାଟି ତୁଣ୍ତ କରିଛନ୍ତି , ସେମିତି ଏକ ଘଟଣା ହୋଇଥିଲା ଜଣେ ଟିଟିଇ ଡାକ୍ତର ହୋଇ ଜଣେ ମହିଳାଙ୍କ ଜୀବନ ବଞ୍ଚାଇଲେ ।ଗୋଟେ ଟ୍ରେନ୍ ଯେଉଁଠି କେହି ଡାକ୍ତର ନଥିବା ଦେଖି ଟିଟିଇ ଏକ ଗର୍ଭବତୀ ମହିଳାଙ୍କୁ ଡେଲିଭରି କରାଇଦେଲେ ,

 

ଟିଟିଇ ସାହାଯ୍ୟରେ ମହିଳା ଯାତ୍ରୀ ଛୁଆଙ୍କୁ ଜନ୍ମ ନେଲେ , ଦିଲ୍ଲୀ ଡିଭିଜନର ଟିଟିଇ ଏଚ୍ ଏସ୍ ରାଣା ରାତିରେ ଜଣାପଡିଲା କି ଟ୍ରେନ୍ ରେ ଯାତ୍ରା କରୁଥିବା ମହିଳାଙ୍କୁ ଗର୍ଭଧାରଣର ପିଡା ହେଉଛି , ମହିଳାଙ୍କୁ ତୁରନ୍ତ ଡାକ୍ତରଙ୍କ ଦରକାର ଅଛି , ଟିଟିଇ ପୁରା ଟ୍ରେନ୍ ରେ କେଉଁ ଡାକ୍ତର ଯାତ୍ରୀଙ୍କୁ ଖୋଜିଲେ , କିନ୍ତୁ କେହି ମିଳିଲେ ନାହିଁ ।

 

ମହିଳାଙ୍କ ଅସହ୍ୟ ପୀଡାକୁ ଦେଖି ଟିଟିଇ ନିଜେ ସାହାଯ୍ୟ କରିବାପାଇଁ ନିଷ୍ପତ୍ତି ନେଲେ , ଓ ତା ପାଖରେ ପହଞ୍ଚିଗଲେ,  ଟିଟିଇ ରାଣା ଯାତ୍ରା କରୁଥିବା ଅନ୍ୟ ଯାତ୍ରୀଙ୍କୁ ସାହାଯ୍ୟ ପାଇ ସେହି ମହିଳା ଏକ ସୁସ୍ଥ୍ୟ ଛୁଆଙ୍କୁ ଜନ୍ମ ଦେଲେ । ପରେ ଯାହା ଦ୍ୱାରା ଟ୍ରେନ୍ ରେ ଯାଉଥିବା ଯାତ୍ରୀମାନେ ତାଙ୍କୁ ଅଶେଷ ଧନ୍ୟବାଦ ଦେଲେ , ଟିଟିଇ ଏଚ୍ ଏସ୍ ରାଣା ଏହି କାମକୁ ନେଇ ମନ୍ତ୍ରାଳୟ ଧନ୍ୟବାଦ ଜ୍ଞାପନ କଲେ , ଓ ତାଙ୍କୁ ପ୍ରଶଂସା କରିଥିଲେ , ଓ ସେ ନିଜ ସୋସିଆଲ୍ ମିଡିଆ ଟ୍ୱୀଟ୍ ରେ ଲେଖିଥିଲେ କି ତାଙ୍କର ଏହି ମହତ୍ କାର୍ଯ୍ୟ ପାଇଁ ଏହି ଭଳି ମହିଳାଙ୍କୁ ସାହାଯ୍ୟ କରିଥିବାରୁ ଆମେ ନିଜକୁ ଗୌରବାନ୍ୱିତ ମନେ କରୁଛୁ , ଆମର ଏହି ଭଳି କର୍ମଚାରୀ ପାଇ ଆମେ ନିଜକୁ ଗର୍ବ ଅନୁଭବ କରୁଛୁ ।

Leave a Reply

Your email address will not be published. Required fields are marked *