April 15, 2024

Odia Express

News For Public

ବାହୁବଳୀ-୩ କୁ ନେଇକରି ଚର୍ଚ୍ଚା ବଢ଼ିଲା ତମନ୍ନା ଭାଟ୍ଟିଆ ଓ କରନ୍ ଜୋହର୍ ଦେଲେ ଏଭଳି ସଂକେତ – ଜାଣିଲେ ଆପଣ ମଧ୍ୟ ଖୁସି ହେବେ..

1 min read

ପୂର୍ବରୁ ଦୁଇଟି ସିକ୍ୱେଲ୍ ରୁ ଭାରତ ଦୁନିଆଁର ବକ୍ସ ଅଫିସରେ କମାଇବାରେ ନୁଆ ରେକର୍ଡ ସ୍ଥାପିତ କରୁଥିବା ଫିଲ୍ମ ବାହୁବଳୀ ତାର ତୃତୀୟ ସ୍ୱିକେଲ୍ ନେଇକରି ଆଉଥରେ ଚର୍ଚ୍ଚାରେ ଆସିଛି , ବାହୁ ବଳିର ଦୁଇଟି ସିକ୍ୱେଲ୍ ପରେ ଏହାର ନିର୍ଦ୍ଧେଶନା ଦେଇଥିବା ରାଜମୌଲି ପ୍ରଥମରୁ ସ୍ପଷ୍ଟ କରିଦେଇଛନ୍ତି କି ସେ ତାର ପରବର୍ତ୍ତୀ ସିକ୍ୱେଲ୍ ପାଇଁ କିଛି ବିଚାର କରିନାହାନ୍ତି , କିନ୍ତୁ ଏହି ଫିଲ୍ମ ସହ ଯୋଡି ହୋଇଥିବା କରନ୍ ଜୋହର୍ ଲଗାତାର ଜଣାଉଛନ୍ତି କି ବାହୁବଲୀର ତୃତୀୟ ସିକ୍ୱେଲ୍ ବହୁତ ରୋମାଞ୍ଚକର ହେବ , କରନ୍ ଜୋହର୍ ତୃତୀୟ ସ୍ୱିକେଲ୍ ର ଅନ୍ତିମ ଫଇସଲା ଏସ୍ ରାଜମୌଲି ଓ ତାଙ୍କ ଫିଲ୍ମର୍ ଟିମ୍ ଉପରେ ଛାଡିଦେଇଛନ୍ତି  ।

 

ଏବେ କିଛି ଦିନ ହେବ ଏସ୍ ରାଜମୌଲି ଏକ ବୟାନରେ କହିଛନ୍ତି କି ଯଦି କେଉଁ ମଜାଦାର କାହାଣୀ ବିଚାରରେ ଆସେ ତେବେ ସେ ଏହାର ତୃତୀୟ ସ୍ୱିକେଲ୍ କଥା ଚିନ୍ତା କରିବେ , ଏସ୍ ରାଜମୌଲିଙ୍କ ଏକ ମାସ ମଧ୍ୟରେ ଅଭିନେତ୍ରୀ ତମନ୍ନା ଭାଟ୍ଟିଆ ବାହୁବଳୀ-୩ ହେବାର ସଙ୍କେତ ବି ଦେଇଥିଲେ,  ତାଙ୍କର କହିବା କଥା କି ରାଜମୌଲିଙ୍କ ଛଡା ଆଉ କେହି ଏହି ଫିଲ୍ମ ତିଆରି କରିବାପାଇଁ ଭାବିପାରିବେ ନାହିଁ , ତମନ୍ନାଙ୍କ କହିବା କଥା କି ଯେବେ ତୃତୀୟ ବାହୁବଲି ହେବ , ତେବେ ତାଙ୍କ ଠାରୁ ଆଉ କେହି ଖୁସି ନଥିବେ ।

 

ବାହୁବଳିର ଦୁଇଟି ସିକ୍ୱେଲ୍ ଲେଖିଥିବା ଏସ୍ ରାଜମୌଲିଙ୍କ ବାପା ବିଜୟେନ୍ଦ୍ର ରାଓ ବି ସଙ୍କେତ ଦେଇସାରିଛନ୍ତି କି ବାହୁବଲି ୩ ହୋଇପାରେ , ଏମିତି ହେଲେ ଅମରେନ୍ଦ୍ରଙ୍କ ପୁଅ ମହେନ୍ଦ୍ର ବାହୁବଳୀଙ୍କ କାହାଣୀ ହେବ , ଏସ୍ ରାଜମୌଲି ଏହି ସମୟରେ ମଲଟିଷ୍ଟାର୍ ଫିଲ୍ମ ଆର୍ ଆର୍ ଆର୍ ନିର୍ଦ୍ଧେଶନା ଦେଇଛନ୍ତି , ଯାହାର ପ୍ରମୁଖ ଭୁମିକାରେ ରାମଚରନ୍ ତେଜା ଓ ଏନ୍ ଟିଆର୍ ଜୁନିୟର୍ ଅଛି ।

ଏହି ଫିଲ୍ମ ବଲିଉଡ୍ ର ବହୁତ କଳାକାର ବି ଅଭିନୟ କରିବେ , ଏହି କଳାକାରଙ୍କ ମଧ୍ୟରେ ଆଲିଆ ଭଟ୍ଟ,ଅଜୟ ଦେବଗନ, ସଞ୍ଜୟ ଦତ୍ତ ଓ ବରୁନ୍ ଧବନ ସାମିଲ୍ ଅଛନ୍ତି , ଏହି ଫିଲ୍ମ ଆର ବର୍ଷ ଇଦ୍ ସମୟରେ ରିଲିଜ୍ ହେବ , ବାହୁବଲୀ ରୋଲ୍ ରେ ପ୍ରସିଦ୍ଧ ହୋଇଥିବା ନିଜ ଫିଲ୍ମ ସାହୋ ୧୫ ଅଗଷ୍ଟକୁ ରିଲିଜ୍ କରିବେ , ଯାହାର ଯୋଡିରେ ଶ୍ରଦ୍ଧାକାପୁରଙ୍କ ସାଥିରେ ଅଛନ୍ତି  , ଏବେ ଏହି ଫିଲ୍ମର ଟିଜର୍ ରିଲିଜ୍ ହୋଇଛି , ଯାହାକୁ ପଚାଶ ଲକ୍ଷ ଲୋକେ ଅଧିକା ଦେଖି ସାରିଛନ୍ତି  ।

Leave a Reply

Your email address will not be published. Required fields are marked *