ପୋଡି ହୋଇଯିବା କାରଣରୁ କାଟିବାକୁ ପଡିଲା କନ୍ୟାର ହାତ ଓ ଗୋଡ , ହେବାକୁ ଥିବା ସ୍ୱାମୀ କହିଲା ବିବାହ କରିବି ଓ ଜୀବନ ସାରା ଖୁସି ରେ ରଖିବି କାରଣ..

ଏମିତି କୁହାଯାଏ କି ବାହାଘରର ସାତ ଫେରା ଦୁଇ ବ୍ୟକ୍ତିଙ୍କ ମଧ୍ୟରେ ସାତ ଜନ୍ମର ସଂମ୍ପର୍କକୁ ଯୋଡିଥାଏ , ଜୀବନରେ କେତେ ବି ଖରା ବର୍ଷା ଆସୁ , ସୁଖ ଦୁଃଖ ଆସୁ ସ୍ୱାମୀ ସ୍ତ୍ରୀର ସାଥିରେ ହିଁ ଜୀବନ ବିତାଇଥାଏ , କିନ୍ତୁ ଆଜି ଆମେ ଯେଉଁ ଖବର କହିବାକୁ ଯାଉଛୁ ତାହା ବିଲକୁଲ୍ ଅଲଗା ଅଟେ , ଆଜି ଆମେ ଆପଣଙ୍କୁ କହିବୁ ଏମିତି ଜିନିଷ ବିଷୟରେ ଯାହା ଫିଲ୍ମରେ ହୋଇଥାଏ , ତେବେ ଆସନ୍ତୁ ଜାଣିବା କଣ ହୋଇଥିଲା ତାଙ୍କ ସହ । ଏହି କାହାଣୀ ହିରଲ ନାମକ ଏକ ଝିର ଓ ଚିରାଗ ନାମକ ଗୋଟେ ପୁଅର ଅଟେ ଯିଏକି ଜାମନଗର ଜିଲ୍ଲାର ଡବାସଣ ଗାଁରେ ଥିବା ୧୮ ବର୍ଷୀୟ ହିରଲ ତନସୁଖ ଭାଇ ବଡଗାମାରେ ରହୁଥିଲେ , ଓ ତାଙ୍କର ନିର୍ବନ୍ଧ ୨୮ ମାର୍ଚ୍ଚକୁ ଜାମନଗରରେ ଚିରାଗ ଭାଡେସିୟା ଗୁଜ୍ଜରଙ୍କ ସହ ହୋଇଥିଲା ।

 

ଖରା ଦିନ ଛୁଟି ପରେ ତାଙ୍କର ବାହାଘର ଫିକ୍ସ ହୋଇଥିଲା , କିନ୍ତୁ ଭାଗ୍ୟରେ ଆଉ କିଛି ଲେଖାଥିଲା , ୧୧ ମେ କୁ ହିରଲ କପଡା ଧୋଇକରି ସୁଖାଇବାକୁ ଗଲାବେଳକୁ ସେତେବେଳେ ଇନଟେନସନ୍ ତାର ତାଙ୍କ ହାତରେ ଲାଗିଯାଇଥିଲା , ଓ ତାଙ୍କ ହାତ ସେଠାରେ ଜଳିଗଲା , ତାପରେ ପାଦ ପଟେ କରେଣ୍ଟ ବାହାରିଗଲା , ଏଥିରେ ତାଙ୍କ ଉପରେ ଗମ୍ଭୀର ଆଘାତ ହୋଇଥିଲା , ତାଙ୍କୁ ତାପରେ ଜିଜି ହସ୍ପିଟାଲ୍ ନିଆଯାଇଥିଲା,  ସେଠାରେ ତାଙ୍କର ଚିକିତ୍ସା ହେଲା , ପରିବାର ଲୋକଙ୍କୁ ଲାଗିଲା କି ମେଡିକାଲ୍ କର୍ମଚାରୀ ଓ ଡାକ୍ତର ତାଙ୍କୁ କିଛି ଲୁଚାଉଛନ୍ତି , ବାରମ୍ବାର ପଚାରିଲେ କହୁଥିଲେ କି ଭଲ ଖବର ଆସୁଛି , ସବୁକିଛି ଠିକ୍ ହୋଇଯିବ , ଚାରିଦିନ ପରେ ଡାକ୍ତର ମନା କରିଥିଲେ , ଓ ହିରଲଙ୍କ ଅହମଦାବାଦ ସିଭିଲ୍ ମେଡିକାଲ୍ କୁ ରେୟର୍ କରିଥିଲେ ।

 

ସେପଟେ ଡାକ୍ତର କହିଲେ କି ହିରଲଙ୍କ ଡାହାଣ ହାତ ଓ ଦୁଇ ଗୋଡ କଟା ହେବ । ସେ କହିଥିଲେ କି ଦୁର୍ଘଟଣାର ଯଦି ୪୮ ଘଣ୍ଟା ମଧ୍ୟରେ ଯଦି ଆଣିଥାନ୍ତେ ତେବେ ଆଉ ଏକ ହାତ ଥାନ୍ତା, ମିଡିଆରେ ହିରଲଙ୍କ ମଙ୍ଗେତର ଚିରାଗ କହିଲେ କି ଯେବେ ହିରଲଙ୍କ ବାପା ମାଙ୍କୁ ଏହି ବିଷୟରେ ଜଣା ଗଲା କି ତାଙ୍କ ଅଙ୍ଗକୁ କଟା ହେବ ତେବେ ସେ ବହୁତ ଭାଙ୍ଗିପଡିଥିଲେ , ସେତେବେଳେ ଚିରାଗ  ଆଶ୍ୱସନା ଦେଇଥିଲା କି ସେ ହିଁ ହିରଲଙ୍କୁ ବିବାହ କରିବ , ଓ ଚିରାଗର ଏହି ଫଇସଲାକୁ ତାଙ୍କ ବାପା ମା ବି ସମର୍ଥନ କଲେ ।

ହିରଲ କହିଲେ କି ୩-୪ ଦିନ ପର୍ଯ୍ୟନ୍ତ ମୋତେ ହୋସ୍ ଆସିନଥିଲା , ଆସିବାପରେ ମୋତେ ଜଣା ପଡିଲା କି ମୋର ଗୋଡ କଟାଯିବ , ଓ ଘର ଲୋକଙ୍କୁ ମୁଁ ମରିବାକୁ କହିଥିଲି , କିନ୍ତୁ ଚିରାଗଙ୍କ ବିଚାର ଜାଣିବାପରେ ମୋତେ ଲାଗିଲା କି ଏହି ଦୁନିଆଁରେ ସତରେ ଭଲ ଲୋକ ଅଛନ୍ତି , ମୋତେ ଚିରାଗଙ୍କ ଉପରେ ଗର୍ବ ଅଛି , ଓ ମେଡିକାଲ୍ ରେ ଚିରାଗ ମୋତେ ବହୁତ ସାହାଯ୍ୟ କରିଛନ୍ତି , ସେ ମୋ ହସ୍ପିଟାଲ୍ ପାଖରେ ଏକ ଭଡା ଘର ନେଲେ , ଯାହା ଦ୍ୱାରା ସେ ମୋର ସେବା କରିପାରିବେ , ଏମିତି ସ୍ତିତିରେ ମୋର ବାପା ମା ଧୈର୍ଯ୍ୟ ନେଇଛନ୍ତି , ଏବେ ସୋସିଆଲ୍ ମିଡିଆରେ ଚିରାଗଙ୍କ ଏହି ମହତ୍ କାର୍ଯ୍ୟପାଇଁ ପ୍ରଶଂସା କରୁଛନ୍ତି ।

Leave a Reply

Your email address will not be published. Required fields are marked *