March 27, 2024

Odia Express

News For Public

ହୋଟେଲ୍ ରେ ଆତଙ୍କବାଦୀଙ୍କ ସହ ବଲିଉଡ୍ ର ଏହି ସୁନ୍ଦରୀ ହିରୋଇନ ଧରାପଡ଼ିଥିଲେ- ଦେଶରେ ହଇଚଇ ହେଇଯାଇଥିଲା..

ବଲିଉଡ୍ ର ସୁନ୍ଦରୀ ଅଭିନେତ୍ରୀ ମୋନିକା ବେଦୀ ବହୁତ ଭାଷାରେ ଫିଲ୍ମରେ କାମ କରିସାରିଛନ୍ତି , ଓ ରିୟାଲିଟି ଶୋ ବିଗ୍ ବସ୍ ରେ ବି ଭାଗ ନେଇଥିଲେ , ଏହା ସହ ମୋନିକା ବେଦୀ ଆଉ ଏକ ନାଁ କାରଣରୁ ଏବେ ଚର୍ଚ୍ଚିତ ହୋଇଛନ୍ତି , ଓ ସେହି ନାଁ ହେଲା ମୋଷ୍ଟ ୱାନଟେଡ୍ ଆତଙ୍କବାଦୀ ଅବୁ ସାଲେମ୍ , ଅବୁ ସାଲେମ୍ ଙ୍କ ସହ ମୋନିକା ବେଦୀଙ୍କ ପ୍ରେମ କାହାଣୀ ସେହି ସମୟରେ ଚର୍ଚ୍ଚିତ ହୋଇଯାଇଥିଲା ।

 

ଯେବେ ୨୦୦୨ ରେ ଆତଙ୍କବାଦୀ କୁ ଅଭିନେତ୍ରୀଙ୍କ ସହ ପର୍ତ୍ତୁଗାଲ୍ ଦେଶରେ ଫର୍ଜି କାଗଜପତ୍ର ସାହାରାରେ ପଶିବା ଆରୋପରେ ପୋଲିସ୍ ହୋଟେଲ୍ ରୁମ୍ ରୁ ଗିରଫ କରିଥିଲା ।

ଅଭିନେତ୍ରୀ ମୋନିକା ବେଦୀଙ୍କ ସହ ଆତଙ୍କବାଦୀ ଆବୁ ସାଲେମ୍ ଙ୍କୁ ଭାରତ ଅଣାଯାଇଛି, ଓ ଦୁହେଁ ଙ୍କୁ ଗୋଟେ ଜେଲ୍ କୁ ପଠାଇଦିଆଯାଇଛି , ଏହାପରେ ୨୦୦୬ ରେ ମୋନିକା ବେଦୀଙ୍କୁ ମୁକୁଳାଇଦିଆଗଲା , ଓ ଆତଙ୍କବାଦୀ ଆବୁ ସାଲେମ୍ ଏବେ ପର୍ଯ୍ୟନ୍ତ ଜେଲ୍ ରେ ଅଛନ୍ତି , ବଲିଉଡ୍ ଅଣ୍ତରୱାର୍ଲଡ୍ ସହ ତାଙ୍କର ଗଭୀର୍ ସଂମ୍ପର୍କ ଅଛି ବୋଲି ଜଣାଯାଏ , କିନ୍ତୁ ମୋନିକା ବେଦୀ ଅବୁ ସାଲେମ୍ ଙ୍କ ସହ ପ୍ରେମରେ ପଡିଗଲେ , ଓ ଏବେ ତାଙ୍କ ପ୍ରେମକାହାଣି ଚର୍ଚ୍ଚାର ବିଷୟ ପାଲଟିଛି ।

 

ମୋନିକା ଓ ଅବୁ ସାଲେମ୍ ଙ୍କ ପ୍ରେମକାହାଣୀ ବହୁତ ଚର୍ଚ୍ଚିତ ଥିଲା , କେବେ ଦୁହେଁ ଭାବିନଥିଲେ କି ଜଣେ ଟାୟାର୍ ପମ୍ପଚର୍ ବନାଉଥିବା ମେକାନିକ୍ ଙ୍କ ସହ ମୋନିକା ବେଦୀଙ୍କ ପ୍ରେମ ସଂମ୍ପର୍କ ହେବ ବୋଲି, ମୋନିକା ଏକ ଇଣ୍ଟରଭ୍ୟୁରେ କହିଲେ କି ଯେଉଁ ବ୍ୟକ୍ତିଙ୍କ ପାଇଁ ତାଙ୍କ ମନରେ ପ୍ରେମ ଭାବ ଆସିଥିଲା , ସେ ଅଣ୍ତର ୱାର୍ଲଡ ର ମୋଷ୍ଟ ୱାନଟେଡ୍ ଅଟନ୍ତି , ତାଙ୍କୁ ଜଣାନଥିଲା କି ସେ ଏତେ ତାଙ୍କ ସହ ନିବିଡତର ହୋଇଯାଇଛନ୍ତି , ତାଙ୍କ ଅସଲି ନାଁ ଅବୁ ସାଲେମ୍ ଅଟେ ,କିନ୍ତୁ ପୂର୍ବରୁ ଅବୁ ମୋନିକାଙ୍କ ସହ ଫର୍ଜି ନାଁରେ କଥା ହେଉଥିଲେ , ୧୯୯୮ ରେ ପ୍ରଥମଥର ଅବୁସାଲେମ୍ ଙ୍କ ସହ ମୋନିକା ଫୋନ୍ ରେ କଥାବାର୍ତ୍ତା କରିଥିଲେ , ତେବେ ଠାରୁ ଅବୁ ସାଲେମ୍ ଙ୍କ ଆବାଜ୍ ରୁ ମୋନିକାଙ୍କୁ ପ୍ରେମ ହୋଇଯାଇଥିଲା ।

ଏହା ସହ ଅବୁ ସାଲେମ୍ ଓ ମୋନିକା ବେଦୀ ଙ୍କୁ ନେଇ ଏକ ଖବର ଆସିଥିଲା କି ନିଜ ପ୍ରେମିକାଙ୍କୁ ଫିଲ୍ମରେ କାମ ଦେବାପାଇଁ ସାଲେମ୍ ପ୍ରଡ୍ୟୁସର୍ ଙ୍କୁ ଧମକ ଦେଉଥିଲେ , ଏହି କଥାର ଖୁଲାସା ହୁସେନ୍ ପରି ବହି ମାଇଁ ନେମ୍ ଇଜ୍ ଅବୁ ସାଲେମ୍ ରେ କରାଯାଇଛି , ଅବୁ ସାଲେମ୍ ଙ୍କ ସାହାଯ୍ୟ ପରେ ମୋନିକା ବଲିଉଡ୍ ରେ କିଛି ଖାସ୍ କମାଲ୍ କରିପାରିନଥିଲେ , ମୋନିକା ଜେଲ୍ ରୁ ବାହାରିବାପରେ ଅବୁଙ୍କ ସହ ସବୁ ସଂମ୍ପର୍କ ଭାଙ୍ଗିଦେଇଥିଲେ , ଓଏବେ ଅବୁ ସାଲେମ୍ ଙ୍କୁ ଟାଡା ର ଏକ ବିଶେଷ ଅଦାଲତରେ ୧୯୯୩ ରେ ହୋଇଥିବା ମୁମ୍ବାଇ ବିସ୍ପୋରଣରୁ ଦୋଷୀ ମିଳିବାପରେ ଆଜୀବନ କାରାଦଣ୍ତର ଦଣ୍ତବିଧାନ କରିଛନ୍ତି ।

Leave a Reply

Your email address will not be published. Required fields are marked *