March 29, 2024

Odia Express

News For Public

ଐତିହାସିକ ନିଷ୍ପତ୍ତି: ମନଇଛାରେ ସ୍କୁଲ ଫିସ ବଢେଇବା ଯୋଗୁ ୧୭ ଘରୋଇ ସ୍କୁଲ ଉପରେ ଲକ୍ଷାଧିକ ଟଙ୍କା ଜୋରିମନା…

1 min read

ଘରୋଇ ସ୍କୁଲ ଗୁଡିକ ମନଇଚ୍ଛା ଫିସ ବଢେଇ ଆଦାୟ କରୁଛନ୍ତି ଯାହାଦ୍ୱାରା ଅଭିଭାବକ ମାନଙ୍କୁ ବିଚଳିତ କରୁଛି । କିନ୍ତୁ ଏବେଠାରୁ ଏହି ସ୍କୁଲ ଉପରେ ଲଗାମ ଦେବା ଆରମ୍ଭ ହୋଇଛି । ନୋଏଡାରେ ଅତ୍ୟଧିକ ଫିସ ଆଦାୟକରିବା ମାମଲାରେ 17ଘରୋଇ ସ୍କୁଲ ଉପରେ ୮.୩୦ଲକ୍ଷ ତାଙ୍କ ଜୋରିମନା ଲଗାଯାଇଛି ।ଗୌତମବୁଦ୍ଧ ନଗର ପ୍ରଶାସନ କହିବା ଅନୁଯାୟୀ ଏକଲକ୍ଷ ଟଙ୍କାର ସବୁଠାରୁ ଅଧିକ ଜୋରିମନା ନୋଏଡାର ଜାଗରଣ ପବ୍ଲିକ ସ୍କୁଲ ଉପରେ କରାଯାଇଛି । ଅନ୍ୟ ସ୍କୁଲ ଗୁଡିକ ହେଲେ | ଏହି ଆଠ ସ୍କୁଲ ଉପରେ ୭୫୦୦୦ଟଙ୍କା ର ଜୋରିମନା: ସିଏଲଏମ ପବ୍ଲିକ ସ୍କୁଲ, ଗଗଲ ପବ୍ଲିକ ସ୍କୁଲ, ଗ୍ରେଟର ହାଇଟସ ପବ୍ଲିକ ସ୍କୁଲ, ଧର୍ମ ପବ୍ଲିକ ସ୍କୁଲ, ଗ୍ରେଡସ ଇଣ୍ଟରନ୍ୟାସନାଳ ସ୍କୁଲ, ଶ୍ରୀ ରବୀଶଙ୍କର ବିଦ୍ୟାମନ୍ଦିର , କାର୍ଲହ୍ୟୁବର, ଏସଡି ପବ୍ଲିକ ସ୍କୁଲ ଇନ ଭଙ୍ଗେଲ

 

ଏହି ଜୋରିମନାDistrictFeesRegulatoryCommittee ର ନିଷ୍ପତ୍ତି ପରେ ନିଆଯାଇଛି – ଏହି କମିଟି ଉପତ୍ତରପ୍ରଦେଶ ଫିସ ରେଗୁଲେସନ ଆକ୍ଟ ଫର ସେଲ୍ଫ ଫାଇନାନ୍ସଡ ସ୍କୁଲ୍ସ ୨୦୧୮ ନିଯମାବଳୀ ଦ୍ଵାରା କରାଯାଇଛି । ନୋଏଡାର ବିଶ୍ବଭାରତୀ ପବ୍ଲିକ ସ୍କୁଲକୁ ୫୦୦୦୦ଟଙ୍କାର ଜୋରିମନା ଦେବାକୁ କୁହାଯାଇଛି । ରାମଜ୍ଞା ପବ୍ଲିକ ସ୍କୁଲକୁ ୨୦୦୦୦ଟଙ୍କା ଜୋରିମନା ଦେବାକୁ ହେବ । ଏହାବାଦ ଛଅ ସ୍କୁଲ ରକଉଡ, ଜିଡି ଗୋଏଙ୍କା , ମଡର୍ନ ପବ୍ଲିକ ସ୍କୁଲ, ଏସେଣ୍ଟ ଇଣ୍ଟରନ୍ୟାସନାଲ, ଏପିଜେ ଇଣ୍ଟରନ୍ୟାସନାଲ ଓ ରେୟାନ ଇଣ୍ଟରନ୍ୟାସନାଲ ଉପରେ ୧୦୦୦୧୦ଟଙ୍କା ର ଜୋରିମନା ଲଗାଯାଇଛି ।

 

ଆପଣଙ୍କୁ ଜଣେଇଦେବାକୁ ଚାହୁଁଛୁ ଜେ ସମସ୍ତ ଅଭିଭାବକଙ୍କ ଦ୍ଵାରା ଘରୋଇ ସ୍କୁଲ ର ଏହି ଜବରଦସ୍ତି ଫୀସ ଆଦାୟର ଅଭିଯୋଗକୁ ଗ୍ରହଣ କରି ଉତ୍ତରପ୍ରଦେଶ ସରକାର ସେପ୍ଟେମ୍ବର ୨୦୧୮ରୁ ସମସ୍ତ ଜିଲ୍ଲାରୁ ଏହି ମାମଲା ଫଇସଲା ନିମନ୍ତେ ଏକ ଫିସ ନିୟାମକ ସମିତି ଗଠନ କରଯାଇଥିଲା ଯିଏ ଏହାର ଫଇସଲା କରିଛନ୍ତି ।

Leave a Reply

Your email address will not be published. Required fields are marked *