April 13, 2024

Odia Express

News For Public

ଭାରତ ସହ ପଙ୍ଗା ନେବାରୁ ପାକିସ୍ଥାନକୁ ଏବେ ଘାରିଛି ଦେବାଳିଆ ହେବାର ବିପଦ – ଖାଇବା ଠୁ ନେଇକରି କରଜ ସୁଝିବାପାଇଁ ନାହିଁ ପଇସା ହୋଇଯାଉଛନ୍ତି ପୂରା କାଙ୍ଗାଳ..

ପଡୋଶୀ ଦେଶ ପାକିସ୍ଥାନ ଏବେ ଏହି ଦିନରେ ବହୁତ ହିଁ ଖରାପ ପରିସ୍ଥିତି ଦେଇ ଗତି କରୁଛି , ତାଙ୍କର ଆର୍ଥିକ ଅବସ୍ଥା ସଙ୍କଟାପନ୍ନ ହୋଇଥିବାରୁ ଏବେ ତାଙ୍କ ଦେଶ ଦୁର୍ବଳ ହେବାରେ ଲାଗିଛି , ତାଙ୍କ ପାଖରେ କରଜ ସୁଝିବାକୁ ପଇସା ନାହିଁ , ସରକାରୀ ଖଜଣା ଖାଲି ହୋଇପଡିଛି, ଓ ନିଜେ ପାକ ପିଏମ୍ ମାନୁଛନ୍ତି କି ସେ କଙ୍ଗାଳ ହୋଇସାରିଛନ୍ତି । ହାଲତ୍ ଏତେ ଶୋଚନୀୟ ହୋଇଯାଇଛି କି ପାକିସ୍ଥାନ ସରକାରଙ୍କ ପାଖରେ ଆର୍ଥିକ ବୋଝକୁ ଠିକ୍ କରିବାପାଇଁ କିଛି ବି ଉପାୟ ନାହିଁ,  ଓ ଏହାର ଇସାରା ନିଜେ ପାକ୍ ପ୍ରଧାନମନ୍ତ୍ରୀ ଇରଫାନ୍ ଖାନ୍ ଦେଇଛନ୍ତି ,

 

ପାକିସ୍ଥାନର କରଜ ୧୦ ବର୍ଷରେ ୬ ଆରବ ପାକିସ୍ଥାନୀ ଟଙ୍କା ବଢିକରି ୩୦ ହଜାର ଆରବ ପର୍ଯ୍ୟନ୍ତ ପହଞ୍ଚିଯାଇଛି । ପାକିସ୍ଥାନ ଏତେ କାଙ୍ଗାଳିଆ ପରିସ୍ଥିତିରେ ଆସି ପହଞ୍ଚିଛି କି ପାକିସ୍ଥାନର ପ୍ରଧାନମନ୍ତ୍ରୀ ଇମରାନ୍ ଖାଁ ନିଜେ କହିଛନ୍ତି କି ଆମ ପାଖରେ କରଜ ସୁଝିବାକୁ ଡଲାର୍ ବି ନାହିଁ । ପାକିସ୍ଥାନ ଦେବାଳିଆ ହେବାର ବିପଦ ଅଛି , କହିଦେବୁ କି ପାକିସ୍ଥାନ ଆଇଏମ୍ ଏଫ୍ ରୁ ୬ ଆରବ ଡଲାର୍ କରଜ ନେଇଛନ୍ତି , କରଜର ସର୍ତ୍ତ ଦ୍ୱାରା ପାକିସ୍ଥାନର ରାଜସ୍ୱ ବଢାଇବା ସମେତ କିଛି ସର୍ତ୍ତକୁ ମାନିବାକୁ ପଡୁଛି ।

 

ଆପଣଙ୍କୁ କହିଦେବୁ କି ରାଷ୍ଟ୍ରର ସଂବୋଧନରେ ଇମରାନ୍ ଖାନ୍ କହିଲେ ପାକିସ୍ଥାନ ଟ୍ୟାକ୍ସ କଲେକ୍ସନରୁ ବାର୍ଷିକ ୪ ହଜାର ଆରବ ଟଙ୍କା ସରକାରୀ ଖଜଣାକୁ ଆସିଥାଏ । କିନ୍ତୁ ଅଧାରୁ ଅଧିକ କରଜ କିସ୍ତି ସୁଝିବାରେ ଯାଉଛି , ଯେଉଁ ପଇସା ବଞ୍ଚେ ତାହା ଦେଶର ଖର୍ଚ୍ଚ ହୋଇପାରିବ ନାହିଁ । ଏହା ସହ ଇମରାନ୍ ଖାନ୍ ପାକିସ୍ଥାନଙ୍କୁ ୩୦ ଜୁନ୍ ପର୍ଯ୍ୟନ୍ତ ବେନାମୀ ସଂମ୍ପତ୍ତି ଓ ଖାତା ଖୋଲିବାପାଇଁ ଚେତାବନୀ ଦେଇଥିଲେ , ଓ କହିଲେ ଖୁଲାସା ନ କରୁଥିବା ସଂମ୍ପତ୍ତିକୁ ଜବତ କରିଦେବେ ।

ଇମରାନ୍ ଖାନ୍ କହିଲେ କି ଯଦି ଆପଣ ଟ୍ୟାକ୍ସ ନଦେଲେ ଦେଶକୁ ଆଗକୁ ନେବାରେ ଅସୁବିଧା ହେବ , ୩୦ ଜୁନ୍ ପରେ ଏହି ମଉକା ଦିଆଯିବ ନାହିଁ । ଆପଣଙ୍କୁ କହିଦେବୁ କି ଇମରାନ୍ ଖାଁ ସରକାରଙ୍କ ପ୍ରଥମ ଆର୍ଥିକ ସର୍ଭେରେ ଦେଶର ଆର୍ଥିକ ଫଟୋ ସାମ୍ନାକୁ ଆସିଥିଲା , ହଁ ଆଜ୍ଞା , ପାକିସ୍ଥାନର ଆର୍ଥିକ ବୃଦ୍ଧି ଦର ଖସି ୩,୩% ପହଞ୍ଚିଯାଇଛି, ଗତ ୯ ବର୍ଷରୁ ଏହା ସବୁଠାରୁ କମ୍ ସ୍ତର ଅଟେ , ଏହା ବାର୍ଷିକ ଲକ୍ଷ୍ୟ ୬,୨% ଅଧା ଅଟେ ,କାରନ କୃଷି, ଓ ଉଦ୍ୟୋଗରେ ବିକାଶ ନକରାତ୍ମକ ରହିଛି ।

 

ଏହା ଛଡା ଗୋଟେ ବର୍ଷ ପୂର୍ବରୁ ପାକିସ୍ଥାନ ଅର୍ଥବ୍ୟବସ୍ଥା ୩୧୫ ଆରବ ଡଲାର୍ ଥିଲା । ଯିଏ କମାଇକରି ୨୮୦ ଉପରେ ପହଞ୍ଚିଗଲା । କହିଦେବୁ କି ଆସୁଥିବା ବିତ୍ତିୟ ବର୍ଷରେ ସାମାନ୍ୟ ହେବାର ଦେଖାଯାଉଛି । ପ୍ରତି ବର୍ଷ ଆୟରେ ଆସିଥିବା ହ୍ରାସ, ଟଙ୍କା ହୋଇଥିଲା ଦୂର୍ବଳ । ସୁଚନା ପାଇଁ କହିଦେବୁ କି ପାକିସ୍ଥାନ ପ୍ରତି ବ୍ୟକ୍ତି ଆୟ ବି ୧୬୫୨ ଡଲାର୍ କମାଇକରି ୧୪୯୭,୩ ଡଲାର ପ୍ରତି ବର୍ଷ ଆସିଛି , କହିଦେବୁ କି ପାକିସ୍ଥାନର ଆର୍ଥିକ ଉପଦେଶକର୍ତ୍ତା କହିଲେ କି ପାକିସ୍ଥାନର ୧୦୦ ଆରବ ଡଲାର ବିଦେଶୀ କରଜ ଫେରାଇବା ସ୍ଥିତିରେ ନାହିଁ , ସେମିତି ଅନ୍ୟ ପଟୁ ପାକିସ୍ଥାନୀ ଟଙ୍କା ଆମେରିକା ଡଲାର୍ ମୁକାବଲା ଏବେ ପର୍ଯ୍ୟନ୍ତ ତଳ ସ୍ତରରେ ଅଛି , କହିଦେବୁ କି ୧ ଆମେରିକା ଡଲାର ମୁକାବଲାରେ ପାକିସ୍ଥାନୀ ଟଙ୍କା ୧୫୨ ଟଙ୍କା ପହଞ୍ଚିଯାଇଛି ।

 

ଖାଇବା ପିଇବା ହେବ ମହଙ୍ଗା ଆର୍ଥିକ ରୁପରେ କମଜୋର୍ ପାକିସ୍ଥାନ ମହଙ୍ଗାର ସମ୍ମୁଖୀନ ହୋଇଛି, ପାକିସ୍ଥାନର ମହଙ୍ଗାଇ ୫ ବର୍ଷ ହେଲା ଶୀର୍ଷରେ ଅଛି , କହିଦେବୁ କି ପାକିସ୍ଥାନରେ କ୍ଷୀରର ଦାମ୍ ୧୮୦ ଲିଟର ଅଛି ,ସେଓ ୪୦୦ ଟଙ୍କା କିଲୋ , କମଳା ୩୬୦ ଟଙ୍କା ଓ କଦଳୀ ୧୫୦ ଟଙ୍କା ଡର୍ଜନ ବିକ୍ରି ହେଉଛି , ଏତିକି ନୁହେଁ ପଡୋଶୀ ଦେଶରେଅ ମଟନ ୧୧୦୦ ଟଙ୍କା କିଲୋ ପହଞ୍ଚିଯାଇଛି, ମେ ରେ ପିଆଜ୍ ୪୦% ଓ ଟମାଟର ୧୯%, ମୁଗଡାଲି ୧୩ % ଅଧିକା ମହଙ୍ଗା ହୋଇଛି, ସେମିତି ଗୁଡ, ଚିନି, ମାଛ ,ମସଲା , ଘିଅ , ଚାଉଳ, ଅଟା, ତେଲ , ଚାହା, ଗହମ, ଦାମରେ ୧୦ % ଲାଭ ହୋଇଛି ।

Leave a Reply

Your email address will not be published. Required fields are marked *