ଶାସ୍ତ୍ର ଅନୁଯାୟୀ ଯେଉଁ ଲୋକମାନଙ୍କର ଏହି ୬ଟି ଖରାପ ଅଭ୍ୟାସ ଥିବ, ଲକ୍ଷ୍ମୀ ସେମାନଙ୍କର ଘର ଛାଡି ଚାଲିଯାନ୍ତି..

ଏହି ସଂସାରରେ ପ୍ରତ୍ୟେକ ବ୍ୟକ୍ତିର ଧନର ଆବଶ୍ୟକତା ରହିଛି । ଏଭଳି କୌଣସି ମନୁଷ୍ୟ ନାହାନ୍ତି ଯେଉଁମାନେ ଧନପ୍ରାପ୍ତି ର ଇଚ୍ଛା ରଖିନାହାନ୍ତି । କାରଣ ଧନ ଦ୍ୱାରା ଜଣେ ନିଜର ଜୀବନ ଆରାମରେ ବିତେଇ ପାରିବ ଓ ସମସ୍ତ ପ୍ରକାର ଭୌତିକ ସୁଖସୁବିଧା ହାସଲ କରିପାରିବ । ବ୍ୟକ୍ତି ନିଜ ଜୀବନରେ ଧନ ପ୍ରାପ୍ତି ନିମିତ୍ତ କଠିନ ପରିଶ୍ରମ କରିଥାଏ ଓ ଲକ୍ଷ୍ମୀମାତାଙ୍କୁ ପ୍ରସନ୍ନ କରିବା ନିମିତ୍ତ ପୂଜାପାଠ ମଧ୍ୟ କରିଥାଏ । ଏପରି କଥା ରହିଛି ଯେ ଯଦି ବିଧିବିଧାନ ଦ୍ୱାରା ଲକ୍ଷ୍ମୀମାତା ଙ୍କର ପୂଜା କରାଯାଏ ତେବେ ତାଙ୍କର ଆଶୀର୍ବାଦ ପ୍ରାପ୍ତ ହୋଇଥାଏ କିନ୍ତୁ ପୂଜାପାଠ କରିବା ପରେ ମଧ୍ୟ ନିଜ ଜୀବନରେ ଆମକୁ ଧନ ସମ୍ବନ୍ଧୀୟ ସମସ୍ୟାର ସାମନା କରିବାକୁ ପଡିଥାଏ । ଆପଣମାନେ କେବେ ଭବିଛନ୍ତି କି ଏପରି କାହିଁକି ହୁଏ?
ଶାସ୍ତ୍ରରେ ଏହି କଥା କୁହାଯାଇଛି କି ପ୍ରତ୍ୟେକଦିନ ବ୍ୟକ୍ତିଙ୍କ ଦ୍ୱାରା କରାଯାଉଥିବା କିଛି ଅନୈତିକ କାର୍ଯ୍ୟ ଯୋଗୁ ଲକ୍ଷ୍ମୀମାତା ଙ୍କ ଆଶୀର୍ବାଦ ମିଳେନାହିଁ। ବ୍ୟକ୍ତିଙ୍କ ମଧ୍ୟରେ ଏଭଳି କିଛି ଖରାପ ଅଭ୍ୟାସ ଥାଏ ଯାହାଦ୍ୱାରା ତାକୁ ଜୀବନରେ ଧନ ସମ୍ବନ୍ଧୀୟ ଅସୁବିଧାର ସମ୍ମୁଖୀନ ହେବାକୁ ପଡେ। ଆଜି ଆମେ ଆପଣଙ୍କୁ ଏହି ଲେଖା ମାଧ୍ୟମରେ ଏପରି ୬ଟି ଅଭ୍ୟାସ ବିଷୟରେ ସୂଚନା ଦେବାକୁ ଯାଉଛୁ ଯାହାଦ୍ୱାରା ଲକ୍ଷ୍ମୀ ଘରେ ବାସ କରନ୍ତି ନାହିଁ ।
ଅଧିକ ସମୟ ଶୋଇବା – ବହୁତ ଲୋକଙ୍କର ଅଭ୍ୟାସ ଥାଏ କି ସେମାନେ ସକାଳେ ବହୁତ ଡେରି ପର୍ଯ୍ୟନ୍ତ ଶୁଅନ୍ତି ଓ ସୂର୍ଯ୍ୟ ଉଦୟ ର ଢେର ପରେ ଖଟ ଛାଡନ୍ତି । ଆଉ ମଧ୍ୟ ବହୁତ ଲୋକ ସୂର୍ଯ୍ୟାସ୍ତ ସମୟରେ ମଧ୍ୟ ଶୋଇରହିଥାନ୍ତି ସେମାନଙ୍କର ଏହି ଅଭ୍ୟାସ କାରଣରୁ ମା ଲକ୍ଷ୍ମୀ ରାଗି ଯାଆନ୍ତି ଏବଂ ଯାହାଫଳରେ ଘରେ ସବୁବେଳେ ସମସ୍ୟା ଲାଗିରହେ ଓ ଆର୍ଥିକ ଅନଟନର ସାମନା କରିବାକୁ ପଡିଥାଏ ।
ଦୀପ ନଜଳେଇବା – ଯେଉଁ ବ୍ୟକ୍ତି ନିଜ ଘରେ ସକଳ ଏବଂ ସନ୍ଧ୍ୟାସମୟରେ ଦୀପ ପ୍ରଜ୍ଜ୍ଵଳନ କରନ୍ତି ନାହିଁ ସେମାନଙ୍କ ଘରେ ଧନର ଦେବୀ ଲକ୍ଷ୍ମୀମାତା ଅଧିକ ଦିନ ରୁହନ୍ତି ନାହିଁ ।
କ୍ରୋଧ କରିବା ଓ ଅପଶବ୍ଦ କହିବା – ଯେଉଁମାନେ ସବୁକଥାରେ କ୍ରୋଧ କରନ୍ତି ଓ ଅନ୍ୟ ବ୍ୟକ୍ତିଙ୍କୁ ଅପଶବ୍ଦ କୁହନ୍ତି ସେମାନଙ୍କ ଉପରେ ଲକ୍ଷ୍ମୀମାତା ରାଗିଥାନ୍ତି ସେମାନଙ୍କର ଏହି ଅଭ୍ୟାସ ଯୋଗୁ ସେମାନଙ୍କର ଘରେ ସବୁ ସମୟରେ ଧନର ଅଭାବ ଲାଗିରହେ ।
ସନ୍ଥ, ନିର୍ଧନ ଓ ଶାସ୍ତ୍ରର ଅପମାନ କରିବା – ଯେଉଁ ଘରମାନଙ୍କରେ ସନ୍ଥ, ନିର୍ଧନ ଓ ଶାସ୍ତ୍ରର ସବୁବେଳେ ଅନାଦର କରାଯାଏ ସେପରି ଘର ମାନଙ୍କୁ ଲକ୍ଷ୍ମୀମାତା କେବେ ପ୍ରବେଶ କରନ୍ତି ନାହିଁ । ଏଭଳି ଘର ମାନଙ୍କରୁ ଲକ୍ଷ୍ମୀମାତା ସବୁଦିନ ପାଇଁ ଦୂରେଇ ଯାନ୍ତି ।
ଘର ପରିଷ୍କାର ନରହିବ – ଯେଉଁ ଘର ସଫସୁତରା ରହେ ସେହି ଘରକୁ ଲକ୍ଷ୍ମୀମାତା ନିଜର ନିବାସସ୍ଥାନ ରୂପେ ବିବେଚନା କରନ୍ତି । ଯେଉଁ ବ୍ୟକ୍ତି ସବୁବେଳେ ଅପରିଷ୍କାର ରୁହେ ଏବଂ ଚିରଫଟା ଲୁଗା ପିନ୍ଧେ ଓ ନିଜ ଘରକୁ ସଫସୁତରା ରଖେନାହିଁ , ସେପରି ଘରେ ଲକ୍ଷ୍ମୀ ଦେବୀ ବାସ କରନ୍ତି ନାହିଁ ।
ବ୍ରାହ୍ମମୂହୁର୍ତ୍ତ ଓ ସନ୍ଧ୍ୟା ସମୟରେ ବିଳାସବ୍ୟସନ କରିବା – ବହୁତ ଲୋକଙ୍କର ଅଭ୍ୟାସ ଯେ ସେମାନେ ପ୍ରାତଃ ଓ ସନ୍ଧ୍ୟା ସମୟରେ ଭୋଗବିଳାସରେ ଲିପ୍ତ ରୁହନ୍ତି । ଏପରି ବ୍ୟକ୍ତି ମାନଙ୍କୁ ନର୍କପ୍ରାପ୍ତି ହୁଏ ଏବଂ ଧନର ଦେବୀ ଲକ୍ଷ୍ମୀମାତା ଏଭଳି ଲୋକଙ୍କ ଘର ପରିତ୍ୟାଗ କରିଥାନ୍ତି ।