March 26, 2024

Odia Express

News For Public

ଶହୀଦ ବାପାନ୍କ ଅନ୍ତିମ ସଂସ୍କାରରେ 4ବର୍ଷର ପୁତ୍ର କିଛି ଏପରି କାମ କଲା ଯାହା SSP ଆଖିରେ ଲୁହ ଆଣିଦେଲା – ଆପଣ ଜାଣିଲେ ମଧ୍ୟ କାନ୍ଦି ପକେଇବେ ନିଶ୍ଚୟ..

1 min read

ଗତ ସୋମବାରରେ ଭାରତର ଜଣେ ବୀର ସିପାହୀ ଏସଏଚଓ ଅରସଦ ଖାନ ଶହୀଦ ହେବାପରେ ସମ୍ମାନ ଜନକ ବିଦାୟୀ ସମ୍ବର୍ଦ୍ଧନା ଦିଆଗଲା । ଆପଣଙ୍କୁ ଜଣେଇ ଦେଉଛୁ କି  ଅରସଦ 12ଜୁନରେ ଅନନ୍ତନାଗରେ ହୋଇଥିବା ଫିଦାୟିନ ଆକ୍ରମଣ ରେ ଗଭୀର ଆଘାତପ୍ରାପ୍ତ ହୋଇଥିଲେ। ଏହାପରେ ତାଙ୍କର ଚିକିତ୍ସା ଦିଲ୍ଲୀର AIIMS ଠାରେ ଚାଲିଥିଲା କିନ୍ତୁ ରବିବାର ଦ୍ଵିପ୍ରହର ସମୟରେ ସେ ଅନ୍ତିମ ନିଃଶ୍ଵାସ ତ୍ୟାଗ କଲେ। ତା ପରଦିନ ସୋମବାର ଦିନ ପୋଲିସ ମୁଖ୍ୟାଳୟ ଠାରେ ତାଙ୍କର ବିଦାୟୀ ସମ୍ବର୍ଦ୍ଧନା ରଖାଯାଇଥିଲା । ଏହିଦିନ ଜମ୍ମୁକାଶ୍ମୀର ପୋଲିସ ସଂପୂର୍ଣ୍ଣ ସମ୍ମାନ ସହିତ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏହି ସମୟରେ ସେଠାରେ ଉପସ୍ଥିତ ସମସ୍ତ ଜନତାଙ୍କ ଆଖିରୁ ଅଶ୍ରୁ ନିର୍ଗତ ହେଉଥିଲା । ସେହି ସମୟରେ ଘଟଣା ଅଧିକ ଭାବୁକ ହୋଇଗଲା ଯେତେବେଳେ ଶହୀଦ ସିପାହୀ ଅରସଦ ଖାନଙ୍କର 4ବର୍ଷର ପୁତ୍ର ତ୍ରିରଙ୍ଗା ଘୋଡାହୋଇଥିବା ନିଜ ପିତାଙ୍କୁ ଅନ୍ତିମ ସଲାମୀ ଦେଲା । ଏହି ସମୟରେ ଏସଏସପି ଏଚ.ହସିବ ପୁତ୍ରକୁ କୋଳକୁ ଆଣିଲେ । ଏହି ଦୃଶ୍ୟ ଦେଖି ଉପସ୍ଥିତ ସମସ୍ତ ଜନତା ନିଜ ଲୁହକୁ ରୋକିପାରି ନଥିଲେ ।

 

ଅରସଦ ଖାନ ୨୦୦୨ମସିହାରେ ପୋଲିସ ଚାକିରି ଆରମ୍ଭ କରିଥିଲେ । ୧୨ଜୁନ ଦିନ ଦିନ ୧୨ଟା ସମୟରେ ଜୈଶ ର କିଛି ଆତଙ୍କବଦୀ ସିଆରପିଏଫ ର ଗୋଟିଏ ଗାଡି ଉପରେ ଆକ୍ରମଣ କଲେ , ଅନନ୍ତନାଗ ର କେପି ରୋଡରେ ହୋଇଥିବା ଏହି ଆକ୍ରମଣରେ ୮ଜଣ ସିପାହୀ ଓ ଅଫିସର ଗମ୍ଭୀର ରୂପରେ ଆଘାତପ୍ରାପ୍ତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୫ ଜଣ ଶହୀଦ ହୋଇସାରିଲେଣି । ସେଠାରେ ଉପସ୍ଥିତ ଲୋକମାନଙ୍କ ଅନୁଯାୟୀ ଆତଙ୍କିମାନେ ଦ୍ଵିତୀୟ ଗାଡିକୁ  ଲକ୍ଷ ରଖିଥିଲେ । ଏହି ସମୟରେ ଅରସଦ ସେଠାରେ ପହଞ୍ଚିଗଲେ ଓ ନିଜ ଜୀବନର ଚିନ୍ତା ନକରି ଆତଙ୍କି ମାନଙ୍କୁ ମାରିଦେଇଥିଲେ । ଏଇ ସମୟରେ ତାଙ୍କ ଛାତିରେ ଦୁଇଟି ଗୁଳି ବାଜିଥିଲା । ସେ ଆଘାତ ପାଇ ମଧ୍ୟ ହାତରୁ ବନ୍ଧୁକ ପକେଇନଥିଲେ ଓ ଆତଙ୍କିମାନଙ୍କୁ ମାରିଦେଇଥିଲେ । ସୂତ୍ର ଅନୁଯାୟୀ ତାହା ଏକ ଜନଗଳିପୁର୍ଣ୍ଣ ଅଞ୍ଚଳ ଥିଲା ଓ ଅରସଦଙ୍କ ଉପସ୍ଥିତି ଯୋଗୁ ସେଠାରେ ଥିବା ଜନସାଧାରଣଙ୍କର ଜୀବନ ରକ୍ଷା ପାଇଯାଇଥିଲା ।

 

ଆଘାତ ପାଇବାପରେ ଅରସଦଙ୍କୁ ଅନନ୍ତନାଗରୁ ଶ୍ରୀନଗରରେ ଥିବା ସେନା ହସ୍ପିଟାଲ କୁ ନିଆଯାଇଥିଲା । କିନ୍ତୁ ସେଠାରେ ତାଙ୍କ ଅବସ୍ଥାରେ କୌଣସି ପରିବର୍ତ୍ତନ ନହେବାରୁ ବଡ ହସ୍ପିଟାଲ ଶେରକାଶ୍ମୀର ହସ୍ପିଟାଲକୁ ନିଆଗଲା । ସେଠାରେ ଦୁଇଦିନ ରଖିବା ପରେ ତାଙ୍କୁ ଦିଲ୍ଲୀସ୍ଥିତ AIIMS ହସ୍ପିଟାଲକୁ ନିଆଗଲା । କିନ୍ତୁ ଦୁର୍ଭାଗ୍ୟବଶତଃ ତାଙ୍କର ଜୀବନ ବଞ୍ଚେଇ ହେଲାନାହିଁ, ଏହାପରେ ସୋମବାର ତାଙ୍କର ପାର୍ଥିବ ଶରୀର କାଶ୍ମୀର ରେ ଥିବା ଘରକୁ ଅଣାଗଲା ଯେଉଁଠି ତାଙ୍କୁ ଜିଲ୍ଲା ପୋଲିସ ଲାଇନ ଅନ୍ତିମ ବିଦାୟୀ ଦିଆଗଲା ।

 

ଶ୍ରୀନଗରର ବାଲଗାର୍ଡେନ ଅଞ୍ଚଳରେ ରହିଥିବା ଅରସଦଙ୍କ ପରିବାରରେ ତାଙ୍କର ପତ୍ନୀ, ୩ବର୍ଷର ଝିଅ ଓ ଚାରିବର୍ଷର ପୁତ୍ର ରୁହନ୍ତି । ଏହାଛଡା ତାଙ୍କର ମାତାପିତା ଓ ଭାଇ ମଧ୍ୟ ଅଛନ୍ତି । ଅରସଦଙ୍କର ଜଣେ ସାଥି ଆଦିଲଙ୍କର କହିବା ଅନୁଯାୟୀ ଅରସଦ ଜଣେ ବାହାଦୁର ଅଫିସର ଥିଲେ , ସେ କଠିନରୁ କଠିନ ପରିସ୍ଥିତିର ସମାନ ବହୁତ ସହଜ ଭାବରେ କରିପାରୁଥିଲେ । ସେ ଜଣେ ଭଲ ପୋଲିସ ଅଫିସର ଥିଲେ । ଆତଙ୍କବାଦରୁ ରକ୍ଷା କରିବା ବ୍ୟତୀତ ସେ ସାଧାରଣ ଜନତାଙ୍କୁ ସବୁସମୟରେ ସାହାଯ୍ୟ କରୁଥିଲେ ।

ରାଜ୍ୟପାଳଙ୍କର ଉପଦେଷ୍ଟା ବିଜଯ କୁମାର ଯେବେ ଏ ବିଷୟ ଜାଣିଲେ ସେ ତୁରନ୍ତ ଘଟଣାସ୍ଥଳରେ ଉପସ୍ଥିତ ହୋଇଥିଲେ । ସେ କହିଥିଲେ କି ଅରସଦ ଖାନଙ୍କ ଉପରେ ସାରା ଦେଶ ଗର୍ବ କରୁଛି । ତାଙ୍କର ବଳିଦାନ ଯୋଗୁ ସେଠାରେ ଉପସ୍ଥିତ ଜନତା ଓ ଅନ୍ୟ ପୋଲିସ ମାନଙ୍କର ଜୀବନ ବଞ୍ଚିଗଲା ।

Leave a Reply

Your email address will not be published. Required fields are marked *