March 22, 2024

Odia Express

News For Public

ଯେଉଁ ଘରେ ଏହି ବୃକ୍ଷ ଲଗାଯାଇଥାଏ ସେହି ଘରେ ଧନବର୍ଷା ହୁଏ , ଘରକୁ ସୁଖସମୃଦ୍ଧି ଆସେ..

1 min read

ପ୍ରତ୍ୟେକ ମନୁଷ୍ୟ ଆଜିର ସମୟରେ ଧନପ୍ରାପ୍ତି ନିମନ୍ତେ ରାତିଦିନ କଠିନ ପରିଶ୍ରମ ରେ ଲିପ୍ତ । ପ୍ରତ୍ୟେକ ବ୍ୟକ୍ତି ଧନବାନ ହେବାର ଇଚ୍ଛା ରଖନ୍ତି । ପ୍ରତ୍ୟେକ ବ୍ୟକ୍ତି ମନରେ ଗୋଟିଏ ଚିନ୍ତା ଥାଏ କି ତାଙ୍କର ସୁଖ ସୁବିଧା କେବେବି କମ ନହେଉ, ପାଖରେ ଏତେ ଧନ ଥାଉ ଯାହାଦ୍ୱାରା କି ସେ ନିଜର ସମସ୍ତ ଆବଶ୍ୟକତାର ପୂରଣ କରିପାରିବେ । ଯଦି ଆପଣଙ୍କ ମନରେ ଏଭଳି ଇଚ୍ଛା ରହିଛି ତେବେ ତାହା ପୂରଣ ଦିଗରେ ଆମେ ଆପଣଙ୍କୁ ଏପରି କିଛି ଉଦ୍ଭିଦ ବିଷୟରେ ସୂଚନା ଦେବୁ ଯାହା ବାସ୍ତୁ ଅନୁଯାୟୀ ବହୁତ ଶୁଭ । ଯଦି ଆପଣ ଏହି ଉଦ୍ଭିଦ ଗୁଡିକୁ ନିଜ ଘରେ ଲଗେଇବେ ତେବେ ଆପଣଙ୍କ ଘରେ ଧନର କୌଣସି ପ୍ରକାର ଅଭାବ ରହିବ ନାହିଁ । ଏହି ଉଦ୍ଭିଦ ମାନଙ୍କୁ ଲଗେଇଲେ ଘରେ ବିଭିନ୍ନ ପ୍ରକାରର ଧନର ଆଗମନ ହୋଇଥାଏ ଓ ଘର ପରିବାର ରେ ସୁଖସମୃଦ୍ଧି ଆସେ । ଏହି ଉଦ୍ଭିଦ ମାନଙ୍କ ଦ୍ଵାରା ଘରକୁ ଆସିବାର ସମସ୍ତ ବାଧା ଦୂର ହୋଇଯାଏ ।

ଘରେ ଏହି ଉଦ୍ଭିଦ ମାନଙ୍କୁ ଲଗେଇବା ଦ୍ଵାରା ଧନର ଅଭାବ ହୋଇନଥାଏ ।

 

କଦଳୀ ଗଛ – ଏହା ସର୍ବଜନ ବିଦିତ ଯେ କଦଳୀବୃକ୍ଷର ପୂଜାଅର୍ଚନା ମଧ୍ୟ କରାଯାଇଥାଏ । ଯଦି ବ୍ୟକ୍ତିର ସୁଖସମୃଦ୍ଧି ପ୍ରାପ୍ତି କରିବାର ଅଛି ତେବେ ଏପରି ସ୍ଥିତିରେ କଦଳୀବୃକ୍ଷର ପୂଜା କରାଯାଏ । ଯଦି ଆପଣ ନିଜ ଘରର ସୀମା ମଧ୍ୟରେ କଦଳୀ ଗଛ ଲଗେଇବେ ତେବେ ଏହା ଅତ୍ୟନ୍ତ ଶୁଭଦାୟକ ହୁଏ , କଦଳୀ ବୃହସ୍ପତି ଭଗବାନଙ୍କର କାରକ ହୋଇଥାଏ , କଦଳୀର ଭୋଗ ଭଗବାନ ବିଷ୍ଣୁ ଓ ମାତା ଲକ୍ଷ୍ମୀଙ୍କୁ ନୈବେଦ୍ୟ ଆକାରରେ ଦିଆଯାଏ । ଘରର ଐଶାନ୍ୟ କୋଣରେ ଏହାକୁ ଲଗେଇଲେ ଅତ୍ୟନ୍ତ ଶୁଭ ହୋଇଥାଏ ।

 

ନଡିଆ ଗଛ – ଯେଉଁ ଘରମାନଙ୍କରେ ନାରିକେଳ ବୃକ୍ଷ ଲାଗିଥାଏ ସେଠାରେ ସକାରାତ୍ମକ ଶକ୍ତି ସଂଚାର ହୋଇଥାଏ । ଏହି ଶୁଭଦାୟକ ବୃକ୍ଷ ଯଦି ଆପଣଙ୍କ ଘରେ ଲାଗିଛି ତେବେ ଆପଣଙ୍କ ଘରେ ଧନ ଓ ସମୃଦ୍ଧିର ଆଗମନ ହେବ । ଯଦି କୌଣସି ବ୍ୟକ୍ତିଙ୍କର ରାହୁ ଓ କେତୁ ଗ୍ରହ ଯୋଗୁ ସମସ୍ୟା ଉତ୍ପନ୍ଣ ହେଉଛି ତେବେ ଏପରି ସ୍ଥିତିରେ ଘରେ ନଡିଆ ଗଛ ନିଶ୍ଚିତ ଲଗାନ୍ତୁ । ଏହାଦ୍ୱାରା ରାହୁ ଓ କେତୁ ଗ୍ରହଙ୍କର ଦୁଷ୍ପ୍ରଭାବରୁ ରକ୍ଷା ମିଳିବ ।

 

ତୁଳସୀ ଗଛ – ନିଜ ଅଗଣାରେ ତୁଳସୀ ଗଛ ଲଗେଇବା ଅତ୍ୟନ୍ତ ଶୁଭଦାୟକ । ତୁଳସୀକୁ ମାତା ଲକ୍ଷ୍ମୀଙ୍କର ଦ୍ଵିତୀୟ ସ୍ୱରୂପ ଭାବରେ ଧରାଯାଏ । ତୁଳସୀ ଗଛକୁ ନିଜ ଘରର ପୂର୍ବ କିମ୍ବା ଐଶାନ୍ୟ କୋଣରେ ଲଗାନ୍ତୁ । ତୁଳସୀ ବୃକ୍ଷ ଯୋଗୁ ଘରର ସମସ୍ତ ନକରାତ୍ମକ ଶକ୍ତିର ବିଲୋପ ଘଟେ ଏବଂ ଆପଣଙ୍କ ଘରେ ସକାରାତ୍ମକ ଶକ୍ତିର ଆଗମନ ହୋଇଥାଏ । ଏହାଛଡା ସ୍ୱାସ୍ଥ୍ୟ ପାଇଁ ତୁଳସୀ ବହୁତ ଲାଭକରି ହୋଇଥାଏ । ଯଦି ଏହାକୁ ଆପଣ ନିଜ ଘରେ ଲଗେଇବେ ତେବେ ଘରକୁ ସୁଖ , ଶାନ୍ତି ଓ ସମୃଦ୍ଧି ଆସିବ ।

 

ମନି ପ୍ଳାଣ୍ଟ – ଯେଉଁ ଗୃହ ଭିତରେ ମନି ପ୍ଳାଣ୍ଟର ଲତା ଥାଏ ସେହି ଘରେ ଲଗାତର ସମୃଦ୍ଧିରେ ବୃଦ୍ଧି ଘଟେ । ଏହି ଲତାକୁ ଅଗ୍ନି କୋଣରେ ଲଗେଇଲେ ଶୁଭ ହୋଇଥାଏ ।

 

ଅଶ୍ଵଗନ୍ଧା -ବାସ୍ତୁ ଶାସ୍ତ୍ର ଅନୁଯାୟୀ ଗୃହ ମଧ୍ୟରେ ଅଶ୍ଵଗନ୍ଧା ବୃକ୍ଷକୁ ଅତ୍ୟନ୍ତ ଶୁଭକାରୀ ଧରାଯାଏ । ଏହାକୁ ଘର ମଧ୍ୟରେ ଲଗେଇଲେ ସୁଖ ଓ ସମୃଦ୍ଧି ପ୍ରାପ୍ତ ହୁଏ । ଏହାଛଡା ଅଶ୍ଵଗନ୍ଧାର ଗୁଣ ଆୟୁର୍ବେଦରେ ମଧ୍ୟ ଉଲ୍ଲେଖ ରହିଛି । ଏହାଦ୍ୱାରା ଆପଣଙ୍କୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅନେକ ଲାଭ ମିଳିଥାଏ ।

Leave a Reply

Your email address will not be published. Required fields are marked *