April 12, 2024

Odia Express

News For Public

ବିଶ୍ୱକପ ରେ ପାକିସ୍ତାନ ହାରିବା ପରେ ସାନିୟା ମିର୍ଜା ଙ୍କ ବିସ୍ପୋରକ ବୟାନ – ମୁଁ ପାକିସ୍ଥାନ ଦଳର ମା ନୁହେଁ କାରଣ..

ବିଶ୍ଵକପରେ ପାକିସ୍ଥାନ ଭରତ ଠାରୁ ପରାଜିତ ହେବା ପରେ ବିଭିନ୍ନ ଗୁଜବମାନ ପ୍ରସାରିତ ହେବାରେ ଲାଗିଛି। ମ୍ୟାଚ ପରେ ସାନିଆ ମିର୍ଜା ଓ ତାଙ୍କ ସ୍ଵାମୀ ସୋଏବ ମଲିକଙ୍କ ଫଟୋ ଭାଇରାଲ ହେବାରେ ଲାଗିଛି । ସେହି ଫଟୋରେ ଦୁଇଜଣ ଯାକ ଏକ ରେସ୍ତୋରାରେ ବସିଥିବାର ଦେଖାଯାଇଛି । ସେହି ଫଟୋକୁ ନେଇ ପାକିସ୍ତାନୀ ଅଭିନେତ୍ରୀ ବୀଣାମଲିକ ଅଜାଚିତ ଉପଦେଶ ଦେଇଥିଲେ । ଯାହାପରେ ସାନିଆଙ୍କ ପାରା ମଧ୍ୟ ଚଢିଗଲା ଓ ଗୋଟିଏ ପରେ ଆଉ ଗୋଟେ ଜବାବ ସେ ବୀଣା ମଲିକ ଙ୍କୁ ଶୁଣେଇଲେ । ତାଙ୍କୁ ଜବାବ ଦେବାକୁ ଯାଇ ସାନିଆ କହିଲେ କି ମୁଁ ପାକିସ୍ତାନ ଟିମର ମାଆ କି ଶିକ୍ଷକ କି ପ୍ରିନ୍ସିପ୍ଯାଲ ନୁହେଁ ।

 

ସାନିଆ ଓ ସୋଏବଙ୍କ ହୋଟେଲ ଫଟୋ ଉପରେ ବୀଣା ମଲିକ କହିଥିଲେ କି ଆପଣ ଏମିତି ଜାଗାକୁ ନିଜ ଛୁଆମାନଙ୍କୁ କିପରି ନେଇପାରୁଛନ୍ତି ଯେଉଁଠାରେ ଜଙ୍କଫୁଡ ବିକ୍ରିହେଉଛି । ଆଉ ଆପଣଙ୍କୁ କଣ ଏହା ଜଣ ନାହିଁକି ବାହାରର ଖାଦ୍ୟ ଖେଳାଳୀଙ୍କର ଫିଟନେସ ଉପରେ ଖରାପ ପ୍ରଭାବ ପକାଏ ।

ବୀଣା ନିଜର ଟ୍ଵିଟ ରେ କହିଥିଲେ କି, “ ସାନିଆ ମୁଁ ତୁମର ପିଲା ମାନଙ୍କ ନିମନ୍ତେ ବହୁତ ଚିନ୍ତିତ । ଆପଣମାନେ ନିଜ ପିଲା ମାନଙ୍କ ସହ ଶୀଶା ପାଲେସ ରେ ଅଛନ୍ତି, ଏହା କଣ ବିପଦପୂର୍ଣ୍ଣ ନୁହେଁ କି? ଆଉ ମୋତେ ଯାହା ଜଣା ଆର୍ଚି ବିଷୟରେ ସେଠାରେ କେବଳ ଜଙ୍କଫୁଡ ମିଳେ ଯାହା ଖେଳାଳି ମାନଙ୍କ ନିମନ୍ତେ ଠିକ ନୁହେଁ । ତୁମକୁ ଏହା ଭଲ ରୂପରେ ଜଣା ଥିବା ଆବଶ୍ୟକ ଯେ ତୁମେ ଜଣେ ଖେଳାଳି ହେବା ସହ ଏକ ମାଆ ମଧ୍ୟ” ।

 

ବୀଣାଙ୍କ ଏହି ଟ୍ଵିଟ ଉପରେ ସାନିଆ ମଧ୍ୟ ଉତ୍ତର କରି କହିଲେ “ ବୀଣା, ମୁଁ ନିଜ ପିଲାମାନଙ୍କ ସହ ଶୀଶା ପାଲେସ ଯାଇନଥିଲି ଏବଂ ମୁଁ ମୋ ପିଲାମାନଙ୍କ ସହ କଣ କରିବି ଏହା ତୁମେ କିମ୍ବା ବାକି ଦୁନିଆର ଚିନ୍ତା କରିବା ଅନାବଶ୍ୟକ । ଅନ୍ୟ କାହା ବଦଳରେ ନିଜ ଛୁଆର ଯତ୍ନ ମୁଁ ଖୁବ ଭଲ ଭାବରେ ନେଇପାରେ ଆଉ ଦ୍ଵିତୀୟ କଥା ଏୟା ଯେ ମୁଁ ନା ପାକିସ୍ତାନ ଟିମର ମାଆ ନା ଡାଏଟିସିଆନ ନା ଟିଚର ନା ପ୍ରିନ୍ସିପ୍ଯାଲ” ।

ପାକିସ୍ତାନ ହାରିବା ପରେ କୁହାଯାଉଛି ଯେ ଖେଳାଳି ମାନେ ବାହାର ହୋଟେଲ ର ଖାଦ୍ୟ ଖାଇଥିଲେ । ପରେ ବିବାଦ ବଢିବାରୁ ପାକିସ୍ତାନ କ୍ରିକେଟ ବୋର୍ଡ ନିଜ ସଫେଇରେ କହିଥିଲେ ଯେ ମ୍ୟାଚର ଦୁଇଦିନ ପୂର୍ବରୁ ଖେଳାଳି ମାନେ ହୋଟେଲ ରେ ଖାଇଥିଲେ ମ୍ୟାଚ ର ଠିକ ପୂର୍ବ ଦିନ ନୁହେଁ ।

Leave a Reply

Your email address will not be published. Required fields are marked *