April 25, 2024

Odia Express

News For Public

୨୨ ଜୁନ ୨୦୧୯ ଶନିବାର,ଆଜିର ରାଶିଫଳ – କେମିତି କଟିବ ଆଜି ଆପଣଙ୍କ ଦିନ – ଶନିଦେବ ଙ୍କ କୃପା ରହିବ ଏହି ୩ଟି ରାଶି ଉପରେ

1 min read

ମେଷ – ସାମାନ୍ୟ ବିବ୍ରତ ରହିବେ । ଦାଇତ୍ତ୍ୱର ସହ ଅନ୍ୟାନ୍ୟ କାର୍ଯ୍ୟକରିବାରେ ଅସୁବିଧା ହୋଇପାରେ । ବଂଧୁ ମାନଙ୍କସହ ଫୋନ ମାଧ୍ୟମରେ ବାର୍ତ୍ତାଳାପ କିଛି ସମୟ କଟିପରେ । ଗୁରୁତ୍ତ୍ୱପୂର୍ଣ୍ଣ କାର୍ଯ୍ୟକୁ ସ୍ଥଗିତ ରଖନ୍ତୁ ନାହିଁ । କୌଣସି ଭୁଲ ବୁଝାମଣା ଠିକ କରିବା ପାଇଁ ଚେଷ୍ଟା କରନ୍ତୁ । ଆଜି ସଫଳତା ହାସଲ କରିବେ । ଏହି ସମୟ ପୁରୁଣା ସ୍ମୃତିକୁ ମନେପକେଇବାର ସମୟ ଅଟେ । କ୍ରୋଧ ଏବଂ ହତାସାର ଭାବନା ନିଜର ମନ ଉପରେ ପ୍ରଭାବ ନପକାଉ ସେଥିପାଇଁ ଚେଷ୍ଟା କରିବେ। ଶାରୀରିକ ସ୍ଵାସ୍ଥ୍ୟ ଟିକେ ଖରାପ ହୋଇପାରେ, ଖାଦ୍ୟ-ପାନୀୟ ଉପରେ ଧ୍ୟାନ ଦିଅନ୍ତୁ। ଘର-ପରିବାରର ଚିନ୍ତା ସାଥିରେ ଖର୍ଚ୍ଚ ମାମଲାରେ ମଧ୍ୟ ଆଜି ଚିନ୍ତିତ ରହିବେ|ସ୍ଵାସ୍ଥ୍ୟର ବିଶେଷ ଧ୍ୟାନ ରଖିବେ। କଫ, ଶ୍ୱାସ କିମ୍ବା ପେଟର ଯନ୍ତ୍ରଣାରେ ଅସୁବିଧା ହୋଇପାରେ। ଆଜି ଶାରୀରିକ ଏବଂ ମାନସିକ ରୂପରେ ଅସୁସ୍ଥ ରହିପାରନ୍ତି,ପ୍ରତିକାର– ଶିବମନ୍ଦିରରେ କଞ୍ଚାକ୍ଷୀର ଢାଳି ପାଦୁକ ପାନ କରନ୍ତୁ।

ବୃଷ – ଆପଣ ପରିବାରର କାର୍ଯ୍ୟ କ୍ଷେତ୍ର ଏବଂ ବୈବାହିକ ଜୀବନରେ ସଫଳତାର ସ୍ୱାଦ ଉପଭୋଗ କରିବେ । ଆପଣଙ୍କର ଭବିଷ୍ୟତର ସୁଖ ସ୍ୱାଛନ୍ଦ୍ୟର ଭାବନା । ଆପଣଙ୍କ ଦିନଟି ସୁଖରେ କଟିବ । ଏହା ଅନ୍ୟମାନଙ୍କୁ ପ୍ରଭାବିତ କରିବ । ଆଜି ଆପଣ ଜୀବନର ସବୁଠାରୁ କଷ୍ଟ କ୍ଷେତ୍ରକୁ ବାଛିବେ ,ଯଦିଓ ତାହା ଅର୍ଥ ସମ୍ବଦ୍ଧୀୟ ହୋଇଥାଏ, ଘର କିମ୍ବା କାର୍ଯ୍ୟ ସମ୍ବଦ୍ଧୀୟ ହୋଇଥାଏ ଏବଂ ତାହା ଉପରେ କାର୍ଯ୍ୟ କରିବା ଆରମ୍ଭ କରନ୍ତୁ । ଆଜି ସ୍ଵଭାବରେ ଉଗ୍ରତା ଏବଂ କ୍ରୋଧ ରହୁଥିବା କାରଣରୁ ଆପଣଙ୍କ କାମ କରିବାରେ ମନ ଲାଗିବ ନାହିଁ। ବାଦ-ବିବାଦରେ କୌଣସି ଅସନ୍ତୋଷର ବାତାବରଣ ହୋଇପାରେ। ସ୍ଵାସ୍ଥ୍ୟର ଧ୍ୟାନ ରଖିବାକୁ ପଡ଼ିବ। ଚାକିରି କ୍ଷେତ୍ରରେ ଅବରୋଧ ଆସିବାରୁ ନିର୍ଦ୍ଧାରିତ କାର୍ଯ୍ୟ ସମ୍ପୂର୍ଣ୍ଣ କରି ପାରିବେ ନାହିଁ|ପ୍ରତିକାର– ପିଲାଙ୍କୁ ଧଳାମିଠା ଖାଇବାକୁ ଦେବେ।

ମିଥୁନ – ଆଜି ଦିନରେ ଆପଣ ଅସୁଖି ଅନୁଭବ କରି ପାରନ୍ତି । କିଛି ସାମାନ୍ୟ ଦୁଶ୍ଚିନ୍ତା ମଧ୍ୟରେ ସମୟ କାଟିପାରନ୍ତି । କିନ୍ତୁ ଖରାପ ସମୟ ଆପେ ଆପେ ଦୁରେଇଯିବ । ସାମୟିକ ଭାବରେ ନିରାପତ୍ତାର ଅଭାବ ଅନୁଭବ କରି ପାରନ୍ତି । ଆଜି ଆପଣଙ୍କ ଆତ୍ମବିଶ୍ୱାସ ଏହାର ଚ଼ରମ ସୀମାରେ ରହିବ । ଏହାର ପୂର୍ଣ୍ଣ ଫାଇଦା ଉଠାନ୍ତୁ । ଆପଣ ନିଜର ଆତ୍ମବିଶ୍ୱାସ ଏବଂ ସକାରାତ୍ମକ ଭାବନା ଦ୍ୱାରା ଅନ୍ୟ ମାନଙ୍କୁ ପ୍ରଭାବିତ କରିବେ । କାର୍ଯ୍ୟରେ ଅସଫଳତା ହତାସ ସୃଷ୍ଟି କରିପାରେ। ନିଜର କ୍ରୋଧକୁ ନିୟନ୍ତ୍ରଣରେ ରଖିବେ। ପେଟ ସମ୍ବନ୍ଧୀତ ରୋଗରେ ଯନ୍ତ୍ରଣା ହୋଇପାରେ। ବାଦ-ବିବାଦ କିମ୍ବା ଚର୍ଚ୍ଚାରେ ପଡ଼ି ସମସ୍ୟା ସୃଷ୍ଟି ହୋଇପାରେ।ପ୍ରତିକାର– ଶିବମନ୍ଦିରରେ କଞ୍ଚାକ୍ଷୀର ଢାଳି ପାଦୁକ ପାନ କରନ୍ତୁ।

କର୍କଟ – ଆପଣ ଆଜି କୌଣସି କାରଣରୁ ନିରାଶ ହେବେ । ଆପଣ ନିଜ ଲକ୍ଷରେ ପହଁଚି କଷ୍ଟକର ହେବ । ଆପଣଙ୍କର କାର୍ଯ୍ୟ ଦକ୍ଷତା ହ୍ରାସ ପାଇପାରେ । ବିଶେଷ ବିବ୍ରତ ହୁଅନ୍ତୁ ନାହିଁ । ଆଜି ଦିନ ବିତେଇଲା ପରେ ଅନ୍ୟାନ୍ୟ କ୍ଷେତ୍ରରେ ଓ ଉନ୍ନତି ପରିଲକ୍ଷିତ ହେବ । ଆଜି ଆପଣ ନିଜର ସୀମାଠାରୁ ବାହାରକୁ ଆସି କୌଣସି ପ୍ରକାରର ବିପଦ ଉଠାଇବାକୁ ଚ଼ାହିଁବେ । ଆପଣ ନିଜ ଜୀବନରେ ବହୁତ କିଛି ଜିନିଷ ଆଗକୁ ବଢ଼ାଇବାକୁ ଚ଼ାହିଁବେ,ଯେପରିକି ଆପଣଙ୍କର ସମ୍ପର୍କ ଏବଂ ବ୍ୟବସାୟ ଇତ୍ୟାଦି । ଜଗନ୍ନାଥଙ୍କର ଆଶୀର୍ବାଦରେ ଆପଣଙ୍କ ପ୍ରତ୍ୟେକ କାର୍ଯ୍ୟରେ ଉତ୍ସାହ ଦେଖାଯିବ। ମନରେ ଫୂର୍ତ୍ତି ଏବଂ ସତେଜ ଅନୁଭବ କରିବେ। ପାରିବାରିକ ବାତାବରଣ ଖୁସି ଓ ଆନନ୍ଦ ପୂର୍ଣ୍ଣ ରହିବ। ମିତ୍ରମାନଙ୍କ ସହିତ ଆନନ୍ଦରେ ସମୟ କାଟିବେ। ମାତାଙ୍କ ତରଫରୁ ଲାଭ ହେବ। ଯାତ୍ରାର ଯୋଗ ଅଛି।ପ୍ରତିକାର– ଆରାଧ୍ୟା ଦେବା ଦେବୀଙ୍କୁ ଭୋଗ ଲଗେଇ ପିଲାଙ୍କୁ ବାଣ୍ଟିବେ।

ସିଂହ – ଆଜି ଆପଣ ମାନସିକ ଶାନ୍ତିରୁ ବଞ୍ଚିତ ରହିବେ । କୌଣସି ମନୋରଞ୍ଜନ କାର୍ଯ୍ୟରେ ଭାଗନେଲେ ବହୁତ ଉତ୍ତମ । ପରିବାର ସଦସ୍ୟ କିମ୍ବା ସାଥିମାନଙ୍କ ସହ ବାହାରେ ଭ୍ରମଣ କରନ୍ତୁ । ଆଜିର ଦିନ ଆତ୍ମବିଶ୍ୱାସତାର ଦିନ ଅଟେ । ଆଜି ନୂଆ କାର୍ଯ୍ୟ ହାତକୁ ନେବା ହିତକର ନୁହେଁ। ବାହରର ଖାଦ୍ୟ ଖାଆନ୍ତୁ ନାହିଁ। କ୍ରୋଧକୁ ନିୟନ୍ତ୍ରଣରେ ରଖିବା ପାଇଁ ମୌନ ବ୍ରତ ଅଧିକ ଭଲ ପ୍ରମାଣିତ ହେବ। ଧନ ଖର୍ଚ୍ଚ ହୋଇପାରେ। ଶତ୍ରୁ ଆପଣଙ୍କ କ୍ଷତି କରିପାରନ୍ତି, ଏହାର ଧ୍ୟାନ ରଖିବେ| ଉଚ୍ଚ ପଦାଧିକାରିମାନଙ୍କ କୃପାଦୃଷ୍ଟି ରହିବ, ଏହାଫଳରେ ପ୍ରମୋଶନ ହେବାର ସୁଯୋଗ ମିଳିବ। ପିତାଙ୍କର ତରଫରୁ ଲାଭ ହେବ। ସ୍ଵାସ୍ଥ୍ୟ ଭଲ ରହିବ। ପାରିବାରିକ ବାତାବରଣରେ ଖୁସି ରହିବ। ପ୍ରତିକାର– ଇଷ୍ଟଦେବୀଙ୍କୁ ଭୋଗ ଲଗେଇ ପିଲାଙ୍କୁ ବାଣ୍ଟିବେ।

କନ୍ୟା – ଆଜି ଦିନରେ ଆପଣ ଅତି ସାବଧାନରେ ସମସ୍ତ କଥା ଚିନ୍ତା କରିବେ । ଏଭଳି ଅବସ୍ଥାରେ ପହଞ୍ଚିବା ପାଇଁ କେତେ କଠିନ ପରିଶ୍ରମ କରିଛନ୍ତି ତାହା ଚିନ୍ତା କରି ଆନନ୍ଦିତ ହେବେ ଏବଂ ଭବିଷ୍ୟତ ଆପଣଙ୍କ କିପରି ହେବ ତାହା ମଧ୍ୟ ଚିନ୍ତା କରିବେ । ଆଜି ଆପଣ ବିଶ୍ରାମ କରନ୍ତୁ କାରଣ ଆପଣଙ୍କୁ କିଛି ସମସ୍ୟା ପାଇଁ ଅସୁବିଧା ହୋଇ ପାରେ । ବେଶୀ ଚ଼ିନ୍ତା କରନାହିଁ, ଆପଣଙ୍କର ସମସ୍ତ ସମସ୍ୟା ଶୀଘ୍ରହିଁ ଶେଷ ହୋଇଯିବ ।ପରିବାରରେ ଖୁସି ଏବଂ ଆନନ୍ଦର ମାହୌଲ ରହିବ। ଚାକିରି ଏବଂ ବ୍ୟବସାୟରେ ଆପଣଙ୍କୁ ଲାଭର ସମାଚାର ମିଳିବ। ଉଚ୍ଚ ଅଧିକାରୀ ଆପଣଙ୍କଠାରୁ କାର୍ଯ୍ୟଗୁଡ଼ିକର ପ୍ରଶଂସା ମିଳିବ। ବୈବାହିକ ଯୋଗ ଅଛି। ମହିଳା ମିତ୍ରମାନଙ୍କର ବିଶେଷ ଲାଭ ହେବ। ଦାମ୍ପତ୍ୟଜୀବନରେ ମାଧୁର୍ଯ୍ୟର ଆନନ୍ଦ ନେବେ,ପ୍ରତିକାର–ହନୁମାନ ମନ୍ଦିରରେ ବୁନ୍ଦିଲଡୁ ଭୋଗକରି ବାଣ୍ଟନ୍ତୁ।

ତୁଳା – ଆଜି ଆପଣ ନିଜର ଅତିତକଥା ମନେ ପକାଇ ଖୁସି ରହିବେ । ସପ୍ତାହଶେଷରେ ବନ୍ଧୁ ଏବଂ ସମ୍ପର୍କିୟଙ୍କୁ ଭେଟିବାକୁ ଇଛା କରିବେ । ଏହା ଆପଣଙ୍କୁ ବିଗତ ଦିନର ସ୍ମୃତି ଚାରଣ କରିବାରେ ସାହାଯ୍ୟ କରିବ । ଆପଣ ଘରେ ରହିକରି ଘର ଲୋକଙ୍କ ସହିତ କଥାବାର୍ତ୍ତା କରନ୍ତୁ ଏବଂ ଖୁବ ମଜା କରନ୍ତୁ ।ଏହି ଛୋଟ ଦୁଇଟି କଥା ଆପଣଙ୍କ ସମ୍ପର୍କକୁ ଆହୁରୀ ଦୃଢ କରିବ । ଘରସଜ୍ଜା ଉପରେ ବିଶେଷ ଧ୍ୟାନ ଦେବେ। ନୂଆ ଘରପାଇଁ ଦ୍ରବ୍ୟ କିଣିବାର ସଂଭାବନା ଅଛି। ବ୍ୟାପାରିମାନଙ୍କ ଏବଂ ଚାକିରି କରୁଥିବା ଲୋକମାନଙ୍କର ଲାଭ ତଥା ପଦୋନ୍ନତିର ଆଶା ରଖିପାରନ୍ତି। ପାରିବାରିକ ସୁଖ-ଶାନ୍ତିର ବାତାବରଣ ରହିବ। ସରକାରୀ ଲାଭ ମିଳିବ। ଆପଣଙ୍କ ମାନ-ପ୍ରତିଷ୍ଠାରେ ବୃଦ୍ଧି ହେବ,ପ୍ରତିକାର– ଅସହାୟଙ୍କୁ ଖାଦ୍ୟ ଦିଅନ୍ତୁ।

ବିଛା – ଆପଣଙ୍କ ସୁଖ ସଂବଳ ଆପଣଙ୍କୁ ବହୁତ ସାହାଯ୍ୟ କରିବ । ଆପଣ ଯାହା କିଛି ଆଜି କରନ୍ତୁ ନା କାହିଁକି ଆପଣଙ୍କ ଅନ୍ତରଆତ୍ମା ଇଚ୍ଛାନୁଯାଇ କାମକରନ୍ତୁ । ଆପଣ କୌଣସି ବିପଦକୁ ଡ଼ରିବେ ନାହିଁ । ବୋଧ ହୁଏ ସମସ୍ତେ ଚ଼ିନ୍ତାର ସମ୍ମୁଖୀନ ହୋଇଛନ୍ତି, ଯାହାର କାରଣ ଚ଼ିନ୍ତାର ପରିବେଶ ସୃଷ୍ଟି ହୋଇଛି । ଆଜି ଆପଣଙ୍କ ମନ ବହୁତ ଆସ୍ୱସ୍ତି ଅନୁଭବ କରିବ। ଶାରୀରିକ ସୁସ୍ଥତା ଆପଣଙ୍କ ଉତ୍ସାହ ବୃଦ୍ଧି କରିବ। ପଡ଼ୋଶୀମାନଙ୍କ ଏବଂ ଭାଇ-ଭଉଣୀମାନଙ୍କ ସହିତ ଅଧିକ ମେଳ-ମିଳାପ ରହିବ|ପ୍ରତିକାର– ବେଲକାଠରେ ଚନ୍ଦନ ଘୋରି ଧାରଣ କରନ୍ତୁ।

ଧନୁ – ଆଜି ଦିନଟି ସନ୍ତୋଷଜନକ ଆଜିର କାର୍ଯ୍ୟାବଳୀ ମନରେ ଖୁସି ଭରି ଦେବ । ଅତୀତର ଧୈଯ୍ୟ ଏବଂ କଠିନ ପରିଶ୍ରମ ଫଳ ଉପଭୋଗ କରିବେ । କୌଣସି ଦ୍ୱିଧାବୋଧନ ନ କରି ସୁଫଳକୁ ବଂଧୁମାନଙ୍କ ସହିତ ମିଳି ଉପଭୋଗ କରନ୍ତୁ । ଅଦାଲତ ସମ୍ବନ୍ଧୀୟ ସମସ୍ୟାର ଫଳାଫଳ ଆପଣଙ୍କ ସପକ୍ଷରେ ହୋଇପାରେ । ସୌଭାଗ୍ୟ ହେତୁ ଉଚ୍ଚ ଅଧିକାରୀ ଆଜି ଆପଣଙ୍କ ସପକ୍ଷରେ ରହିବେ ,ଯାହା ଫଳରେ ଆପଣଙ୍କୁ ବହୁତ ଲାଭ ହେବ । ପ୍ରଣୟ, ରୋମାନ୍ସ, ମନୋରଞ୍ଜନ ଏବଂ ମଉଜ-ମସ୍ତୀରେ ଭରପୂର ରହିବ ଆଜିର ଦିନ। ସାର୍ବଜନିକ ଜୀବନରେ ଆପଣ ମହତ୍ତ୍ୱ ପ୍ରାପ୍ତ କରିବେ। ଯଶ ଏବଂ କୀର୍ତ୍ତିରେ ବୃଦ୍ଧି ହେବ। ଭାଗିଦାରୀ ସହିତ ଲାଭ ହେବ। ସୁନ୍ଦର ବସ୍ତ୍ର କିମ୍ବା ବସ୍ତ୍ରାଭୂଷଣ କ୍ରୟ କରିବେ। ମଧ୍ୟାହ୍ନ ପରେ ବିଦେଶରୁ ଭଲ ସମାଚାର ପ୍ରାପ୍ତ ହେବ। ଉଚ୍ଚ ଅଧିକାରୀମାନଙ୍କ ଦ୍ୱାରା ଆପଣଙ୍କ ସହିତ କରାଯାଇଥିବା ବ୍ୟବହାରରେ ଦୁଖ ପହଁଚିପାରେ।ପ୍ରତିକାର– କେଶର ହଳଦୀ ଚନ୍ଦନ ମସ୍ତକରେ ଧାରଣ କରନ୍ତୁ।

ମକର – ଆଜି ଆପଣ ଦାୟୀତ୍ତ୍ୱର ସହ କିଛି କାମ କରିବାରେ ଅସୁବିଧା ହେବ । ଆପଣ ନିଜ ବୁଦ୍ଧି ପ୍ରୟୋଗ କରି କାର୍ଯ୍ୟ କରନ୍ତୁ କିନ୍ତୁ ଧୀର ମସ୍ତିଷ୍କରେ ଯୋଜନା କରନ୍ତୁ । ଶେଷରେ ଦେଖିବେ ଆପଣ ସମସ୍ତ କାର୍ଯ୍ୟ ସୁରୁଖୁରରେ କରିପାରିବେ ।ଆଜି ଆପଣ ଆଶ୍ଚର୍ଯ୍ୟ ହେବେ ,ବହୁଦିନର ସମସ୍ୟାର ସମାଧାନ ଆପଣ କରିଦେଲେ ଯାହା ଆପଣ ବହୁ ଦିନରୁ କରିପାରୁ ନଥିଲେ । ଏହି ସମସ୍ୟା ଆପଣଙ୍କର ପ୍ରିୟଜନ ମାନଙ୍କ ମଧ୍ୟରେ ଚ଼ାଲିଥିଲା । ଆପଣଙ୍କ ଖର୍ଚ୍ଚ ଯୋଗୁଁ ଅତିରିକ୍ତ କ୍ରୋଧ ଏବଂ ବାଣୀ ଉପରେ ନିୟନ୍ତ୍ରଣ ରଖିବାପାଇଁ ଉପଦେଶ। କାହା ସହିତ ଯୁକ୍ତି ହେବାର ଆଶଂକା ଅଛି। ଆର୍ଥିକ ମାମଲାରେ କିମ୍ବା ଆଦାନ-ପ୍ରଦାନରେ ସାବଧାନ ରହିବେ। ପାରିବାରିକ ସଦସ୍ୟମାନଙ୍କ ସହିତ ଝଗଡ଼ା ହୋଇପାରେ। ନକାରାତ୍ମକ ବିଚାର ମନ ଉପରେ ରହିବ,ପ୍ରତିକାର- ଚଣାଡାଲି ଓ ଗୁଡ ମନ୍ଦିରରେ ଦାନ କରନ୍ତୁ।

କୁମ୍ଭ – ଆଜି ଦିନରେ ଆପଣ ଆଳସ୍ୟ ଅନୁଭବ କରିବେ । କିନ୍ତୁ ବର୍ତ୍ତମାନ ଆପଣ ଆଳସ୍ୟର ସମୟ କଟାଇଲେ ଚଳିବ ନାହିଁ । ଅଯଥା ସମୟ ନଷ୍ଟ କରନ୍ତୁ ନାହିଁ । କୌଣସି ନା କୌଣସି କାର୍ଯ୍ୟରେ ନିଜକୁ ନିୟୋଜିତ ରଖନ୍ତୁ । ଆଜି ଆପଣ କୌଣସି ସମସ୍ୟାରେ ପଡିଛନ୍ତି ,ସେଥିପାଇଁ ଆପଣଙ୍କୁ ମିଳୁଥିବା ସାହାଯ୍ୟ ଆପଣଙ୍କୁ ସମସ୍ୟାରୁ ମୁକୁଳିବାର ବାଟ ସାହାଯ୍ୟ କରିବ । ଆପଣ ଏହାଦ୍ୱାରା ଜାଣି ଖୁସି ହେବେ ଯେ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ଆପଣଙ୍କର ପୁତ୍ରମାନେ ଆଗେଇ ଆସିବେ । କୌଟୁମ୍ବିକ କ୍ଲେଶ ଆପଣଙ୍କ ମନକୁ ବ୍ୟଥିତ କରିପାରେ। ମାତାଙ୍କର ସ୍ଵାସ୍ଥ୍ୟ ଚିନ୍ତା ସୃଷ୍ଟି ହୋଇପାରେ। ସାର୍ବଜନିକ ଜୀବନରେ ଅପଯଶ କିମ୍ବା ଅପକୀର୍ତ୍ତି ଆପଣଙ୍କ ମାନ-ପ୍ରତିଷ୍ଠାକୁ ହାନି ପହଁଚାଇପାରେ। ପର୍ଯ୍ୟାପ୍ତ ଆରାମ ଏବଂ ନିଦ ନ ମିଳିବାରରୁ ସ୍ଵାସ୍ଥ୍ୟ ଖରାପ ହୋଇପାରେ।ପ୍ରତିକାର– କେଶର ହଳଦୀ ଚନ୍ଦନ ମସ୍ତକରେ ଧାରଣ କରନ୍ତୁ।

ମୀନ – ଆପଣଙ୍କ ମନ ଆଜି ଖୁସି ରହିବ । ଏଥିରେ କେହି ବାଧା ସୃଷ୍ଟି କରିପାରିବେ ନାହିଁ ।ଏହା ଆପଣଙ୍କୁ କାର୍ଯ୍ୟ ସମ୍ପାଦନରେ ଏକ ସକାରାତ୍ମକ ମନଭାବ ସୃଷ୍ଟି କରିବ । ଏହି ପ୍ରକାର ମନଭାବ ନେଇ ଆଗେଇ ଚାଲନ୍ତୁ ଓ ବାକି ରହିଥିବା କାମଗୁଡିକ ଶେଷ କରନ୍ତୁ ।  ଆପଣଙ୍କ ବ୍ୟବହାରକୁ ସମସ୍ତେ ପ୍ରଶଂସା କରିବେ । ଆଜି ଆପଣଙ୍କର ମିତ୍ରତା ଆପଣଙ୍କ ମିତ୍ର ପାଇଁ ବହୁତ ଲାଭଦାୟକ ହେବ ଏବଂ ଭବିଷ୍ୟତରେ ସେମାନେ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ହେବେ । ପାରିବାରିକ ଶାନ୍ତିର ମାହୌଲ ଆପଣଙ୍କ ମନକୁ ସ୍ଵସ୍ଥ ରଖିବ। ନିର୍ଦ୍ଧାରିତ କାମରେ ସଫଳତା ମିଳିବ। ଚାକିରିରେ ସାଥୀ କର୍ମଚାରିମାନଙ୍କର ସହଯୋଗ ମିଳିବ। ପ୍ରତିଦ୍ୱନ୍ଦ୍ୱୀମାନଙ୍କ ଏବଂ ଶତ୍ରୁମାନଙ୍କ ଚାଲ ନିଷ୍ଫଳ ହେବ, ପ୍ରତିକାର:- ଗୋମାତାର ସେବାକରିବା ଆବଶ୍ୟକ।

Leave a Reply

Your email address will not be published. Required fields are marked *