March 29, 2024

Odia Express

News For Public

ରାଷ୍ଟ୍ରପତି କହିଲେ – ଦେଶର ସୀମାରେ ଉପସ୍ଥିତ ସୈନିକ ମାନଙ୍କର ପିଲାମାନଙ୍କର ଭବିଷ୍ୟତ ସୁରକ୍ଷିତ ରଖିବା ଆମର କର୍ତ୍ତବ୍ୟ କାରଣ..

ଆଜି ସଂସଦରେ ରାଷ୍ଟ୍ରପତିଙ୍କର ଅଭିଭାଷଣ ଥିଲା । ରାଷ୍ଟ୍ରପତି କୋବିନ୍ଦ ଏଠାରେ ସରକାରଙ୍କର ବିଭିନ୍ନ ଏଜେଣ୍ଡା କହିଲେ । ନିଜର ସମ୍ବୋଧନରେ ରାଷ୍ଟ୍ରପତି କୋବିନ୍ଦ କହିଲେ ନିକଟରେ ସମ୍ପନ୍ନ ହୋଇଥିବା ନିର୍ବାଚନରେ ନିର୍ବାଚନ ଆୟୋଗ ଦେଶର ଜନତା ଙ୍କୁ ଧନ୍ୟବାଦ କରିଛନ୍ତି । ରାଷ୍ଟ୍ରପତି କହିଲେ ୨୦୧୯ ନିର୍ବାଚନ ରେ ଦେଶର ଜନତା ବିକାଶ ଯାତ୍ରାକୁ ଆଗକୁ ନେବାକୁ ମତଦାନ କରିଛନ୍ତି ।ରାଷ୍ଟ୍ରପତି କୋବିନ୍ଦ କହିଲେ ଦେଶର ସୁରକ୍ଷା ପାଇଁ ସୀମାରେ ଉପସ୍ଥିତ ସୈନିକ ମାନଙ୍କର ପିଲାମାନଙ୍କ ଭବିଷ୍ୟ ସୁରକ୍ଷିତ ରଖିବା ଆମର କର୍ତ୍ତବ୍ୟ। ସ୍କଲାରଶିପ ଫଣ୍ଡ ବଢେଇ ଦିଆଯାଇଛି ।

 

ଏଥିରେ ପ୍ରଥମଥର ରାଜ୍ୟ ପୋଲିସର ପିଲାମାନଙ୍କୁ ମଧ୍ୟ ସାମିଲ କରାଯାଇଛି । ରାଷ୍ଟ୍ରପତି କହଲେ ୨୦୨୨ରେ ଭରତ ଜି୨୦ ଶିଖର ସମ୍ମିଳନୀକୁ ନିଜ ଦେଶରେ କରିବାକୁ ଯାଉଛି । ମାସୁଦ ଅଝାର କୁ ପ୍ରତିବନ୍ଧିତ କରିବା ଆତଙ୍କବାଦ ବିରୋଧରେ ଭାରତର ବୃହତ ବିଜୟ । ସମୁଦାୟ ପୃଥିବୀ ଆତଙ୍କବାଦ ବିରୁଦ୍ଧରେ ଭାରତର ସମର୍ଥନ ଠିଆ ହୋଇଛନ୍ତି । ଲୋକପାଳ ନିଯୁକ୍ତି ରେ ସ୍ଵଛତା ରଖାଯିବ ।

 

ମହିଳା ସଶକ୍ତିକରଣ ସରକାରଙ୍କର ପ୍ରଥମ ପ୍ରଥମିକତା ମଧ୍ୟରୁ ଗୋଟିଏ । ସରକାରୀ ତନ୍ତ୍ର ରୁ ଭ୍ରଷ୍ଟାଚାର ହଟେଇବା ସରକାରଙ୍କର ସଂକଲ୍ପ ଅଟେ । ପଳାୟନକାରୀଙ୍କୁ ଦେଶକୁ ପ୍ରତ୍ୟର୍ପଣ ନିମନ୍ତେ ୮୦ଦେଶ ସହିତ ଚୁକ୍ତି କରାଯାଇଛି । ନିଜର ସମ୍ବୋଧନରେ ରାଷ୍ଟ୍ରପତି ଆହୁରି କହିଲେ ଭାରତ ଦୁନିଆର ସବୁଠୁ ଅଧିକ ଷ୍ଟାର୍ଟଅପ ଦେଶ ମଧ୍ୟରେ ସାମିଲ ଅଛି । ୨୦୫୦ ସୁଦ୍ଧା ଦେଶରେ ୫୦ହଜାର ଷ୍ଟାର୍ଟଅପ ଲକ୍ଷ । ତିନି ତଲାକ ଓ ହଲାଲା ଭଳି କୁପ୍ରଥା ର ଅନ୍ତ ହେବା ଜରୁରୀ ।

ରାଷ୍ଟ୍ରପତି କୋବିନ୍ଦ କହିଲେ କି ଦାରିଦ୍ର୍ୟରୁ ମୁକ୍ତି ସମ୍ବିଧାନର ମୂଳ ଲକ୍ଷ୍ୟ ଅଟେ , ସରକାର ବ୍ୟାଙ୍କିଙ୍ଗ ବ୍ୟବସ୍ଥା ଘରେଘରେ ପହଞ୍ଚେଇ ଦେଇଛନ୍ତି । ଗ୍ରାମୀଣ ଭାରତକୁ ଦୃଢ କରିବନିମନ୍ତେ ନିବେଶ କରାଯାଉଛି ।

Leave a Reply

Your email address will not be published. Required fields are marked *