March 29, 2024

Odia Express

News For Public

କଣ ଆପଣ ଜାଣନ୍ତି ସଡକ ଉପରେ ଟଣାହୋଇଥିବା ଏହି ଧଳା ଓ ହଳଦୀ ଗାର ବିଷୟରେ , ଜାଣିଲା ପରେ କେବେ ମଧ୍ୟ ଦୁର୍ଘଟଣା ର ଶିକାର ହେବେ ନାହିଁ…

1 min read

ଆପଣ ଅନେକବାର ସଡକ ଉପରେ ତିଆରି ହୋଇଥିବା ଧଳା ଓ ହଳଦିଆ ଲାଇନ ନିଶ୍ଚିତ ଦେଖିଥିବେ । କିନ୍ତୁ ଆପଣ ଏହାର ଅର୍ଥ ବେଶୀ ବୁଝିନଥିବେ । କିଛି ବ୍ୟକ୍ତି ସଡକ ଉପରେ ଥିବା ଏହି ଲାଇନ ଗୁଡିକୁ ସେମିତି ରହିଛି ବୋଲି ଭାବନ୍ତି , ସେମାନଙ୍କୁ ଲାଗେ କି ଏହି ଲାଇନ ଗୁଡିକ ସେମିତି ତିଆରି ହୋଇଛି, କୌଣସି କାରଣ ନଥାଇ, ଆଜି ଆମେ ଆପଣମାନଙ୍କୁ ସଡକ ଉପରେ ତିଆରି ହୋଇଥିବା ଏହି ଲାଇନ ର ଅର୍ଥ ବିଷୟରେ ଜଣେଇବାକୁ ଯାଉଛୁ ଯାହାର ଅର୍ଥ ଜାଣିବା ସମସ୍ତଙ୍କ ନିମନ୍ତେ ମହତ୍ବପୂର୍ଣ୍ଣ ଅଟେ । ଯଦି ଆପଣ ଏହି ଅର୍ଥ ଗୁଡିକ ଜାଣିବେ ତେବେ ବିଶ୍ବାସ କରନ୍ତୁ ଆପଣ ଦୁର୍ଘଟଣାର ଶିକାର ହେବେ ନାହିଁ । ତେବେ ଆସନ୍ତୁ ଆପଣଙ୍କୁ କହିବୁ ସଦର ଉପରେ ରହିଥିବା ଏହି ଧଳା ଓ ହଳଦୀ ରଙ୍ଗର ଲାଇନର ଅର୍ଥ କଣ ।

 

ସଡକ ଉପରେ ଟଣାହୋଇଥିବା ଧଳା ଓ ହଳଦିଆ ଲାଇନ ର ଅର୍ଥ ଏହା

ପ୍ରଥମେ ଆପଣଙ୍କୁ ଜଣେଇ ଦେଉଛୁ କି ସଡକ ଉପର ଭଙ୍ଗା ଭଙ୍ଗା ଧଳା ଲାଇନ, ଜୋଡି ହଳଦୀ ଲାଇନ, ସଲିଡ ଧଳା ଲାଇନ ଆଜି ବିଭିନ୍ନ ରେଖା ଅଙ୍କିତ ହୋଇଥାଏ । ଏହି ସବୁ ରେଖା ଗୁଡିକର ନିଜର ଏକ ସ୍ଵତନ୍ତ୍ର ଅର୍ଥ ରହିଥାଏ । ଏହି ରେଖା ସମ୍ବନ୍ଧୀୟ ନିମୟ ଓ ଆଇନ ଏକ ବ୍ୟକ୍ତିଙ୍କୁ ନିଶ୍ଚିତ ଜାଣିବା ଆବଶ୍ୟକ । ମନେରଖନ୍ତୁ ଯଦି ଆପଣ ସଡକ ଉପରେ ତିଆରି ହୋଇଥିବା ଏହି ରେଖା ସବୁ ବିଷୟରେ ଜାଣିନେବେ ତେବେ ନିଶ୍ଚିତ ରୂପେ ଆପଣ ନିଜକୁ ଯେକୌଣସି ସଡକ ଦୁର୍ଘଟଣା ରୁ ସୁରକ୍ଷିତ ରଖି ପାରିବେ ।

 

ଭଙ୍ଗୀଳ ଶୁଭ୍ର ରେଖା  – ସର୍ବପ୍ରଥମେ ଆପଣଙ୍କୁ ଜଣେଇ ଦେଉଛୁ କି ଭଙ୍ଗୀଳ ରେଖା ର ଅର୍ଥ କଣ ହୋଇଥାଏ । ଆପଣ ଅନେକ ସମୟରେ ସଡକ ଉପରେ ଏହିଭଳି ଅଙ୍କିତ ଭଙ୍ଗୀଳ ରେଖାଗୁଡ଼ିକ ଦେଖିଥିବେ ଯାହା କି କିଛି ମିଟର ଅନ୍ତରାଳ ରେ ଅଙ୍କିତ ହୋଇଥାଏ । ସଡକ ର ଠିକ ମଝାମଝି ଅଙ୍କିତ ଏହି ଭଙ୍ଗୀଳ ରେଖା ମାନେ ଏହି ସଂକେତ ଦିଅନ୍ତି କି ଆପଣ ସଡକ ଉପରେ ଯାଉଥିବା ସମୟରେ ଯଦି ଚାହାନ୍ତି ତେବେ ୟୁ ଟର୍ନ ନେଇପାରିବେ କିମ୍ବା ଲେନ ବଦଳେଇ ପାରିବେ । କିନ୍ତୁ ଆପଣଙ୍କୁ ସମ୍ମୁଖୀନ ହେବାକୁ ଥିବା ବିପଦ କୁ ନିଜେ ଅବଗତ ହେବାକୁ ପଡିବ ଓ ତାପରେ ଆପଣ କୌଣସି ନିଷ୍ପପତ୍ତି ନେଇପାରିବେ ।

 

ଅଭଙ୍ଗ ଶ୍ଵେତ ରେଖା  – ଏବେ ଆସିଲା ଅଭଙ୍ଗ ଶ୍ଵେତ ରେଖା (solidwhiteline) ଏହି ଶ୍ଵେତ ସିଧା ଟଣାହୋଇଥିବା ରେଖା ସଡକ ର ଠି ମଝାମଝି ଅଙ୍କିତ ହୋଇଥାଏ । ଏହି ଅଭଙ୍ଗ ରେଖା ଏହି ସଂକେତ ପ୍ରଦାନ କରେ କି ଆପଣ ସଡକ ଉପରେ କୌଣସି ଦିଗରେ ଗଲାବେଳେ ୟୁଟର୍ନ ନେଇପାରିବେ ନାହିଁ ଓ ଅନ୍ୟ ଯାନ ଗୁଡିକୁ ଅତିକ୍ରମ କରି ଯାଇପାରିବେ ନାହିଁ । ଯଦି ଆପଣ ଏହି ସଂକେତ ଗୁଡିକ ମନେ ରଖିବେ ତେବେ ନିଶ୍ଚିତ ରୂପେ ନିଜକୁ ଯେକୌଣସି ସଡକ ଦୁର୍ଘଟଣା ରୁ ବଞ୍ଚେଇ ପାରିବେ ।

 

ଦ୍ଵୈତ ପୀତ ରେଖା (doubleyellowline) – ଏବେ ଜାଣିବା ଦ୍ଵୈତ ପୀତ ରେଖା ବିଷୟରେ । ଆପଣ ଅନେକ ସମୟରେ ସଡକ ଉପରେ ଯିବା ସମୟରେ କିଛି କିଛି ସଡକ ଉପରେ ଦୁଇଟି ହଳଦୀ ରଙ୍ଗର ରେଖା କୁ ନିଶ୍ଚିତ ଦେଖିଥିବେ । ଜଣେଇ ଦେଉଛୁ କି ଏହି ଦ୍ଵୈତ ପୀତ ରେଖା ର ଅର୍ଥ ହେଲା ଆପଣ ସଡକ ର ଗୋଟିଏ ଦିଗରେ ଯାଉଥିବା ସମୟରେ ଦ୍ଵିତୀୟ ତରଫକୁ ଗାଡି ବୁଲେଇ ପାରିବେ ନାହିଁ । ଏହି ରେଖା ସାଧାରଣତଃ ସେହି ସଡକ ଉପରେ ତିଆରି ହୋଇଥାଏ ଯେଉଁଠାରେ ଦୁଇ ତରଫରୁ ଯାନ ଗୁଡିକ ଯିବା ଆସିବା କରନ୍ତି ।

ଯଦି ବ୍ୟକ୍ତି ସଡକ ଉପରେ ଅଙ୍କିତ ହେଇ ସମସ୍ତ ଶ୍ଵେତ ଓ ପୀତ ରଙ୍ଗର ରେଖାର ଅର୍ଥ ଜାଣିନେବେ ତେବେ ନିଶ୍ଚିତ ରୂପେ କେବେ ମଧ୍ୟ ଦୁର୍ଘଟଣା ର ଶିକାର ହେବେ ନାହିଁ । କାରଣ ତାଙ୍କୁ ଜଣାଥାଏ ସଡକର କେଉଁ ଦିଗରେ ଓ କିପରି ଗଲେ ସୁରକ୍ଷିତ ରହିବେ । ଏବେ ଭବୀଷ୍ୟରେ ଆପଣ ଯେବେ ବି ସଡକ ଉପରେ ଗାଡି ଚଳେଇ ଯିବେ ସେତେବେଳେ ଏହି ସଂକେତ ରେଖା ର ନିୟମ ଗୁଡିକର ଅନୁପାଳନ କରିବାକୁ ଭୁଲିବେ ନାହିଁ ।

Leave a Reply

Your email address will not be published. Required fields are marked *