April 24, 2024

Odia Express

News For Public

ବଡ ନିଷ୍ପତ୍ତି: ଏବେ ଡ୍ରାଇଭିଂ ପାଇଁ ଶିକ୍ଷିତ ହେବ ଆବଶ୍ୟକ ନୁହେଁ , ଅଶିକ୍ଷିତ ମାନେ ମଧ୍ୟ ବାହନ ଚଳେଇ ପାରିବେ – ଦେଖନ୍ତୁ ନୂଆ ନିୟମ ..

ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରାଳୟ ମଙ୍ଗଳବାର ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଏବେ ଡ୍ରାଇଭିଂ ପାଇଁ ଶିକ୍ଷିତ ହେବା ନିହାତି ଆବଶ୍ୟକ ନୁହେଁ କହି ଏହାକୁ ପରିବହନ ପ୍ରକ୍ରିୟା ରୁ ବାଦ ଦେଇଛନ୍ତି । ଏବେଠାରୁ ଅଶିକ୍ଷିତ ମାନେ ମଧ୍ୟ ଡ୍ରାଇଭିଂ କୌଶଳ ଦ୍ଵାରା ଡ୍ରାଇଭିଂ ଲାଇସେନ୍ସ ପାଇ ପାରିବେ । ଏହି ନିଷ୍ପତ୍ତି ନେଇ ମନ୍ତ୍ରାଳୟ କହିଛି ଯେ ନ୍ୟୁନତମ ଯୋଗ୍ୟତା କାରଣରୁ ଏଭଳି ବ୍ୟକ୍ତି ମାନେ କୁଶଳୀ ହୋଇ ମଧ୍ୟ ରୋଜଗାର ପାଇପାରୁନାହାନ୍ତି । ଏହି ନିଷ୍ପତ୍ତି ଦ୍ଵାରା ଏବେଠାରୁ ସେମାନେ ମଧ୍ୟ ରୋଜଗାର ପ୍ରାପ୍ତ ହେବେ । ଜଣେ ଅଧିକାରୀଙ୍କ କହିବ ଅନୁଯାୟୀ ଏଥିପାଇଁ କେନ୍ଦ୍ରୀୟ ମୋଟର ବାହନ 1989ର ନିୟମ 8କୁ ସଂଶୋଧନ ହେବ ଏବଂ ଏହି ସମ୍ବନ୍ଧୀୟ ଅଧିସୂଚନା ଖୁବଶୀଘ୍ର ଜାରି କରାଯିବ । ବର୍ତ୍ତମାନ କେନ୍ଦ୍ରୀୟ ମୋଟର ଆଇନ ନିୟମ 1989 ଅନୁସାରେ ଏକ ପରିବହନ ବାହନ ଚାଳକ 8ମ ପାସ ହେବ ଅନିର୍ବାର୍ଯ୍ୟ ଅଟେ ।

 

ବୟାନରେ କୁହାଯାଇଛି, “,ସମାଜରେ ଆର୍ଥିକ ରୂପେ ବଞ୍ଚିତ ବର୍ଗର କୁଶଳୀ ବ୍ୟକ୍ତି ମାନଙ୍କୁ ଲାଭାନ୍ଵିତ କରିବା ନିମନ୍ତେ ସଡକ ପରିବହନ ଏବଂ ରାଜମାର୍ଗ ମନ୍ତ୍ରାଳୟ ପରିବହନ ବାହନ ଚଳେଇବା ପାଇଁ ନ୍ୟୁନତମ ଶୈକ୍ଷିକ ଯୋଗ୍ୟତା ହଟେଇଦେବାର ନିଷ୍ପତ୍ତି ନେଇଛନ୍ତି ।

 

ଏହି ଆବଶ୍ୟକତା କୁ ହଟେଇଦେବା ଦ୍ଵାରା ବହୁତ ସଂଖ୍ୟାରେ ବେରୋଜଗାର ବ୍ୟକ୍ତି , ବିଶେଷ ରୂପେ ଯୁବକ ମାନଙ୍କୁ ରୋଜଗାର ର ଅବସର ପ୍ରାପ୍ତ ହେବ । ଏହି ନିର୍ଣ୍ଣୟ ପରିବହନ ଓ ସାମଗ୍ରୀ ଯୋଗାଣ କ୍ଷେତ୍ର ରେ ପ୍ରାୟ 22ଲକ୍ଷ ଡ୍ରାଇଭରଙ୍କ ଅଭାବ କୁ ପୁରା କରିବାରେ ସହାୟକ ହେବ , ଯାହାକି ଏହାର ବୃଦ୍ଧିରେ ବାଧକ ଅଟେ । ଦେଶର ଗ୍ରାମୀଣ କ୍ଷେତ୍ର ରେ ବହୁତ ସଂଖ୍ୟାରେ ବେରୋଜଗାର ବ୍ୟକ୍ତି ଅଛନ୍ତି ଯେଉଁ ମାନଙ୍କ ପାଖରେ ଔପଚାରିକ ଶିକ୍ଷା ନାହିଁ କିନ୍ତୁ ସେମାନେ ସାକ୍ଷର ଓ କୁଶଳୀ ଅଟନ୍ତି ।

ଏହା ଅନୁଭବ କରାଗଲା ଯେ ଡ୍ରାଇଭିଂ ଶୈକ୍ଷିକ ଯୋଗ୍ୟତା ଠାରୁ କୁଶଳୀ ଅଧିକ ଅଛନ୍ତି । ସ୍ଥିତି ନ୍ୟୁନତମ ଶୈକ୍ଷିକ ଯୋଗ୍ୟତା ଅନ୍ୟଥା ଯୋଗ୍ୟ ବେରୋଜଗାର ଯୁବକ ମାନଙ୍କ ନିମନ୍ତେ ବାଧା ହେଉଥିଲା ।

Leave a Reply

Your email address will not be published. Required fields are marked *