ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଆଦେଶ, ସବୁ ଜିଲ୍ଲାରେ ଜିଲ୍ଲାପାଳ ଓ ଏସପି ପ୍ରତିଦିନ ସକଳ ୯ଟା ରୁ ୧୦ଟା ପର୍ଯ୍ୟନ୍ତ ଜନସାଧାରଣଙ୍କ ସମସ୍ୟା ଶୁଣିବେ ନହେଲେ..

ନୂଆଦିଲ୍ଲୀ: ୟୁପି ରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଏସପି ଙ୍କୁ ଏକ ବଡ ଆଦେଶ ଦେଇଛନ୍ତି । ଯୋଗୀ କହିଛନ୍ତି ଯେ ଜିଲ୍ଲାପାଳ ଓ ଏସପି ପ୍ରତ୍ୟହ ସକଳ ୯ଟାରୁ ୧୦ଟା ଯାଏ ଲୋକ ମାନଙ୍କର ସମସ୍ୟା ଶୁଣିବେ । ଛୋଟ ଝିଅ ମାନଙ୍କ ସହିତ ହେଉଥିବା ଦୁଷ୍କର୍ମ ଓ ମହିଳା ଙ୍କ ବିରୋଧରେ ଅପରାଧିକ ଘଟଣା ଦ୍ଵାରା ନାରାଜ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବୁଧବାର ଆଇନବ୍ୟବସ୍ଥା ର ସମୀକ୍ଷା ପାଇଁ ଜିଲ୍ଲାଧିକାରୀ ଓ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ଡକେଇଥିଲେ ।ସିଏମ ବରିଷ୍ଠ ଅଧିକାରୀ ମାନଙ୍କୁ ସିଧା କହିଲେ ଯେ ଆଇନ ବ୍ୟବସ୍ଥା ବନେଇ ରଖିବା ପାଇଁ ଡିଏମ ଓ ଏସପି ମିଳିତ ଭାବରେ ଉତ୍ତରଦାୟୀ ଅଟନ୍ତି ।

 

ଏହି କାର୍ଯ୍ୟରେ ଅବହେଳା ବରଦାସ୍ତ କରାଯିବ ନାହିଁ। ଆଲିଗଡ, ହମୀରପୁର ଓ କୁଶୀନଗର ରେ ଛୋଟ ଝିଅ ମାନଙ୍କ ସହ ଘଟିଯାଇଥିବା ଦୁଷ୍କର୍ମ ଘଟଣାର ଉଦାହରଣ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ସରକାର ଯେତେ ବିକାଶ କାର୍ଯ୍ୟ କଲେ ମଧ୍ୟ ଏପରି ଘଟଣା ଗୁଡିକ ତାର ଛବି ଉପରେ ଦାଗ ଲଗେଇ ଦେଉଛି । ରାଜ୍ୟରସମସ୍ତ ୧୮ ପୋଲିସ ରେଞ୍ଜ ଓ ଜିଲ୍ଲାରେ ପାକ୍ସୋ ନିୟମ ଓ ବାଳଅପରାଧ ସହ ଥିବା ମାମଲା ଗୁଡିକ ଚିହ୍ନିତ କରି ଫାଷ୍ଟଟ୍ରାକ କୋର୍ଟ ମାଧ୍ୟମରେ ଅପରାଧୀ ମାନଙ୍କୁ ସଜା ଦେବାକୁ କହିଛନ୍ତି । ସେ ବାରବାଙ୍କିରେ ଘଟିଥିବା ବିଷାକ୍ତମଦ ମୃତ୍ୟୁ ଘଟଣାରେ ମଧ୍ୟ ନିଜର କ୍ଷୋଭ ଜଣେଇଥିଲେ ।

 

ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି ପ୍ରତ୍ୟେକ ଦିନ ସକାଳ ୯ଟାରୁ୧୦ଟା ଯାଏ ଅନିର୍ବାର୍ଜ୍ୟ ରୂପେ ଲୋକଙ୍କ ସମସ୍ୟା ଉପରେ ଶୁଣାଣି କରିବେ । ଅପରାଧ ଉପରେ ପ୍ରଭାବୀ ନିୟନ୍ତ୍ରଣ ନିମନ୍ତେ ଫୁଟ ପେଟ୍ରୋଲିଂ ଓ ୟୁପି୧୦୦ ବାହନ ର ଚଳାଚଳକୁ ନୂତନଭାବରେ ନିର୍ଧାରିତ କରିବେ । ପ୍ରତି ଥାନାରେ ୧୦ମୁଖ୍ୟ ଅପରାଧୀଙ୍କୁ ଚିହ୍ନଟ କରି ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ।

ସିଏମ କହିଲେ କି ଏସଡିଏମ, ତହସିଲଦାର, ବିଡିଓ, କ୍ଷେତ୍ରଅଧିକାରୀ, ଥାନାଅଧ୍ୟକ୍ଷ ରାତିରେ ନିଜେ ଉପସ୍ଥିତ ରହିବେ । ଯଦି ତାଙ୍କର ସ୍ଥିରୀକୃତ ସ୍ଥାନରେ ସରକାରୀ ଅବାସ ନାହିଁ ତେବେ ଘରଭଡା ନେଇ ରହିବେ ।

Leave a Reply

Your email address will not be published. Required fields are marked *