April 10, 2024

Odia Express

News For Public

ଶହୀଦ କେତନଙ୍କର ଝିଅ ହସିହସି ନିଜ ବାପାଙ୍କୁ ସାଲ୍ୟୁଟ କଲା – ଲୁହ ପୋଛି ପତ୍ନୀ ମଧ୍ୟ ଜୟହିନ୍ଦ କହିଲେ ଆଉ ତାପରେ..

ଶହୀଦ ମେଜର କେତନ ଶର୍ମାଙ୍କର ଅନ୍ତିମ ସଂସ୍କାର ରେ ଦେଶପ୍ରେମ ଓ ସେନା ପ୍ରତି ଭାବନାର ଜୁଆର ବହୁଥିଲା । ଦୁଖ ଓ ରାଗ ମଧ୍ୟରେ ଜନସମୁଦ୍ରର ବିଦାୟୀ ଦେବାର ଅନ୍ଦାଜ କେତନଙ୍କୁ ଅମର କରିଦେଲା । ମେଜର କେତନ ଶର୍ମା ଅମର ରହେ ର ନାରା ମଧ୍ୟରେ ଯେତେବେଳେ ଚିତା ଉପରେ ଶବ ରଖାଯିବାକୁ ଲାଗିଲା ଉପସ୍ଥିତ ସମସ୍ତ ଜନତା ସାଲ୍ୟୁଟ କରିଥିଲେ । ପିତାଙ୍କୁ ଦେଖି ଚାରିବର୍ଷର ନିରୀହ କନ୍ୟା ସାଲ୍ୟୁଟ କରିଥିଲା । ଦୁଃଖ ବିଷୟରେ ଅଜଣା ନିରୀହ ଝିଅ ର ହସିବା ମଧ୍ୟରେ ଶହୀଦ କେତନ ମଧ୍ୟ ହସି ଉଠିଥିବେ ।

 

ଶହୀଦଙ୍କ ଚିତାକୁ ଯେବେ ତାଙ୍କ ପିତା ମୁଖାଗ୍ନି ଦେଲେ ଉପସ୍ଥିତ ଜନତା ହାଥ ଯୋଡି ଅନ୍ତିମ ବିଦାୟ ଦେଇଥିଲେ । କ୍ରନ୍ଦନରତ ଶହୀଦଙ୍କ ପତ୍ନୀ ଇରା ମଧ୍ୟ ହାତ ଯୋଡି ନମସ୍କାର କରିଥିଲେ । ଯେଉଁ ମାଆ ଡ୍ୟୁଟି ଶୀଘ୍ର ଯିବାକୁ କହିଥିଲେ … ସେହି ଦେଶପ୍ରେମୀ ମାଆ ର ସାଲ୍ୟୁଟ ଓ ପ୍ରଣାମ ପାଇ ଏହି ପୁତ୍ର ଅମର ହୋଇଗଲେ । “ ଜବତକ ସୂରଜ ଚାନ୍ଦ ରହେଗା କେତନ ଶର୍ମା କା ନାମ ରହେଗା” ର ନାରା ଚାରିଆଡେ ସୁଭୂଥିଲା । ପାକିସ୍ତାନ ଠାରୁ ପ୍ରତିଶୋଧ ନେବାକୁ କ୍ରୋଧୀ ଜନତା ଙ୍କ ଭିଡର ହୃଦୟରେ ଗୋଟିଏ ଗୌରବ ମଧ୍ୟ ଥିଲା … ତାହା ହେଲା କେତନଙ୍କର ସାହସିକତାର । ଆତଙ୍କି ମାନଙ୍କୁ ନିଶ୍ଚିହ୍ନ କରିବାକୁ ବାହାରିଥିବା କେତନ ଙ୍କୁ ଶ୍ରଦ୍ଧାଞ୍ଜଳି ଦେବାପାଇଁ ଜନତା ତାଳି ମାରି ଭାରତ ମାତାର ଜୟ କହୁଥିଲେ ।

 

ଦେଶର ସେବା କରିବା ସମୟରେ ଏକମାତ୍ର ଶହୀଦ ପୁତ୍ର ର ପିତା ରବୀନ୍ଦ୍ର ଶର୍ମା ନିଜେ ଭାଙ୍ଗି ପଡିଥିଲେ । ବୟସ ର ଏହି ପାହାଚ ରେ ଯେତେବେଳେ ସେ ମାତା ପିତାଙ୍କର ସାହାରା ହୋଇଥାନ୍ତେ , ପୁତ୍ର ର ଶବ ତାଙ୍କ ସମ୍ମୁଖ ରେ ଥିଲା । ସେ ସୈନ୍ୟ, ଅଫିସର ଓ ଅନ୍ୟ ବନ୍ଧୁ ମାନଙ୍କୁ ଧରି କାନ୍ଦୁଥିଲେ ଓ ବାରମ୍ବାର କହୁଥିଲେ ଅମର ସାହସୀ ପୁଅ ଚାଲିଗଲା , ସାରା ଜୀବନ ଏହି ଦୁଃଖ କିପରି ସହିବୁ

ପୁତ୍ରର ମୃତ୍ୟୁ ର ଦୁଃଖ ରେ ପିତାଙ୍କୁ ଦୁଃଖୀ ହେବାର ଦେଖି ଉପସ୍ଥିତ ଜନତା ଙ୍କ ଆଖିରେ ଲୁହ ଆସିଗଲା । ସୈନ୍ୟ ଅଫିସର ଓ ବନ୍ଧୁବାନ୍ଧବ ମାନେ ତାଙ୍କୁ ବହୁ କଷ୍ଟରେ ସାଷ୍ଟମ କଲେ । ସେ ସେନା ଅଧିକାରୀଙ୍କୁ କହିଲେ କି ଆମେ ନିଜ ପୁତ୍ର ଉପରେ ଗର୍ବ କରୁଛୁ , ସେ ଦେଶ ପାଇଁ ବୀର ଭଳି ଲଢି ଶହୀଦ ହେଲା । ଏବେ ସରକାର ଏହି ବଳିଦାନ ର ପ୍ରତିଶୋଧ ନେବେ ।

 

 

Leave a Reply

Your email address will not be published. Required fields are marked *