April 25, 2024

Odia Express

News For Public

୨୩ ଜୁନ ୨୦୧୯ ରବିବାର,ଆଜିର ରାଶିଫଳ – କେମିତି କଟିବ ଆଜି ଆପଣଙ୍କ ଦିନ – ଆଜିଠୁ ସୂର୍ଯ୍ୟଦେବ ଙ୍କ କୃପା ରୁ ଏହି ୩ଟି ରାଶିର ଭାଗ୍ୟ ବଦଳିବ

1 min read

ମେଷ : ଆଜି ଆପଣ ନିଜର ମୂଲ୍ୟବାନ ଜିନିଷକୁ ସାଇତି ରଖନ୍ତୁ ,ନଚ଼େତ୍ ତାହା ହଜିଯିବାର ସମ୍ଭାବନା ଅଛି । ଆଦୌ ଚ଼ିନ୍ତା କରନ୍ତୁ ନାହିଁ । କେବଳ ସତର୍କତା ଅବଲମ୍ବନ କରନ୍ତୁ । ଆଜି ଆପଣ କାହା ଉପରେ ନିର୍ଭର କରୁଛନ୍ତି । ଆପଣ ସମସ୍ତଙ୍କୁ ବିଶ୍ୱାସ ବହୁତ ଶିଘ୍ର କରିନିଅନ୍ତି ।ଏହି ଅଭ୍ୟାସକୁ ଆପଣ ପରିବର୍ତ୍ତନ କରନ୍ତୁ ନହେଲେ ଏହି ଅଭ୍ୟାସ ପାଇଁ ଆପଣ ପଛରେ ହଇରାଣରେ ପଡ଼ିବେ । ବ୍ୟାପାରୀବର୍ଗଙ୍କ ପାଇଁ ଆଜିର ଦିନ ଶୁଭଫଳଦାୟୀ ଅଟେ। ବ୍ୟାପାର ତଥା ଆୟରେ ବୃଦ୍ଧି ହେବ। ମିତ୍ରମାନଙ୍କର ଲାଭ ହେବ। ଚାକିରିରେ ଉଚ୍ଚାଧିକାରିମାନଙ୍କର କୃପାଦୃଷ୍ଟି ରହିବ। ଆପଣଙ୍କ ପ୍ରମୋଶନ ହୋଇପାରେ। ବିବାହ ଇଚ୍ଛୁକ ବ୍ୟକ୍ତିମାନଙ୍କୁ ଜୀବନସାଥୀ ମିଳିବାର ଯୋଗ ଅଛି।ପ୍ରତିକାର–ଫୁଲଗଛରେ ପାଣିଛିଞ୍ଚିବେ।

ବୃଷ : ଆଜି ଆପଣ ସଫଳତାର ମୁକୁଟ ପିନ୍ଧିବେ ,ଏହି ସଫଳତାର ଅସଲ ହକଦାର ଆପଣ, କାରଣ ଏହି ସଫଳତା ପାଇବା ପାଇଁ ଆପଣ ଅପ୍ରାଣ ଉଦ୍ୟମ କରିଛନ୍ତି । ଆଜି ସବୁ ଚିନ୍ତିତରେ ଦୂରେଇ ଯାଇ ସଫଳତାକୁ ଉପଭୋଗ କରନ୍ତୁ । ଆଜି ଆପଣ ସେମାନଙ୍କୁ ଜଣାଇଦେବେ ଯେ ଆପଣ ସେମାନଙ୍କ ସାହାଯ୍ୟ କିପରି ଗ୍ରହଣ କରିଛନ୍ତି ଏବଂ ସବୁବେଳେ ଆପଣ ସେମାନଙ୍କ ବ୍ୟତିତ ଅନ୍ୟ କାହାର ସାହାଯ୍ୟ ଆବଶ୍ୟକ ହେଲେ ଆପଣ ସାହାଯ୍ୟ କରିବାକୁ ପଛାନ୍ତୁ ନାହିଁ । ନକାରାତ୍ମକ ବିଚାରକୁ ନିଜର ମନରୁ ହଟାନ୍ତୁ। କ୍ରୋଧ ଏବଂ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। ବାଦ-ବିବାଦରୁ ଦୂରରେ ରୁହନ୍ତୁ। ଖାଇବା ପିଇବା ଉପରେ ନିୟନ୍ତ୍ରଣ ରଖିବେ। ଶାରୀରିକ ସ୍ଵାସ୍ଥ୍ୟ ମଧ୍ୟମ ରହିବ। ସନ୍ତାନମାନଙ୍କ ବିଷୟରେ ଆପଣଙ୍କୁ ଚିନ୍ତା ହୋଇପାରେ। ଆକସ୍ମିକ ଧନ ଖର୍ଚ୍ଚର ଆଶଂକା ଅଛି।ପ୍ରତିକାର–ଗହମ, ଗୁଡ ପିଲାମାନଙ୍କୁ ଦାନ କରିବେ।

ମିଥୁନ : ଆଜି ଆପଣଙ୍କୁ ସଫଳତା ମିଳିବାର ବହୁମାତ୍ରାରେ ସଙ୍କେତ ଅଛି । ଯଦି ଆପଣଙ୍କୁ ନିଜ ସଫଳତା ପାଇଁ ଅନ୍ୟମାନଙ୍କ ଠାରୁ ସହାନୁଭୂତି ମିଳୁଛି, ତେବେ ବ୍ୟସ୍ତହୁଅନ୍ତୁ ନାହିଁ । ଆଜି ଆପଣ କୌଣସି ତୀର୍ଥଯାତ୍ରାକୁ ଯିବା ପାଇଁ ଭାବିବେ । ଆପଣଙ୍କ ଆତ୍ମା ଆଧ୍ୟାତ୍ମ ପ୍ରତି ଆକର୍ଷିତ ରହିବ , ଆଜି ଆପଣଙ୍କର ଜୀବନରେ ଧର୍ମର ମହତ୍ତ୍ୱକୁ ମଧ୍ୟ ଜାଣିବାକୁ ଚାହିଁବେ । ଏହି ରାସ୍ତାରେ ଚାଲିଲେ ଆପଣଙ୍କୁ ସୁଖ ମିଳିବ । ଜଗନ୍ନାଥଙ୍କର କୃପାରୁ ଆଜିର ଦିନ ଆନନ୍ଦ ଏବଂ ଉଲ୍ଲାସ ଭରା ରହିବ। ଆଜି କରାଯାଇଥିବା ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ। ଘରର ବାତାବରଣ ପ୍ରଫୁଲ୍ଲିତ ରହିବ। ବିବାହିତା ମହିଳା ମାନଙ୍କପାଇଁ ବାପ ଘରୁ ମଧ୍ୟ ଲାଭ ହୋଇପାରେ ଏବଂ ଭଲ ସମାଚାର ମିଳିପାରେ। ଆର୍ଥିକ ଲାଭର ସମ୍ଭାବନା ଅଛି।ପ୍ରତିକାର–ଫୁଲଗଛରେ ପାଣିଛିଞ୍ଚିବେ।

କର୍କଟ : ଆଜି ଆପଣଙ୍କୁ ସଫଳତା ମିଳିବାର ବହୁମାତ୍ରାରେ ସଙ୍କେତ ଅଛି । ଯଦି ଆପଣଙ୍କୁ ନିଜ ସଫଳତା ପାଇଁ ଅନ୍ୟମାନଙ୍କ ଠାରୁ ସହାନୁଭୂତି ମିଳୁଛି, ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ । ଆପଣ ଖେଳିବା କିମ୍ବା ଚଳଚ୍ଚିତ୍ର ଦେଖିବାପାଇଁ ଚାହୁଁଥିଲେ ମଧ୍ୟ ଏହା ଆପଣଙ୍କର ପଢିବାର ସମୟ । ଆଜି ଆପଣଙ୍କ ମନ କିଛିଟା ବିଚଳିତ ରହିବ ,ମାତ୍ର ଆପଣ ନକାରାତ୍ମକତାରୁ ଧ୍ୟାନ ହଟାଇ ପଢାରେ ମନ ଦେବା ଉଚିତ । ଅନେକ ପ୍ରକାରର ଚିନ୍ତାରେ ହଇରାଣ ହୋଇପାରନ୍ତି। ଆଜି ସ୍ଵାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ। ସ୍ଵଜନ ଏବଂ ସ୍ନେହୀଜନମାନଙ୍କ ସାଥିରେ ମତଭେଦ ହୋଇପାରେ। ସମ୍ଭବ ହେଲେ କୌଣସି କାର୍ଯ୍ୟ ଆଜି ଅଧୂରା ଛାଡ଼ନ୍ତୁ ନାହିଁ। କୌଣସି କାରଣବଶତଃ ବ୍ୟୟ ମଧ୍ୟ ଅଧିକ ହୋଇପାରେ।ପ୍ରତିକାର– ଘରୁ ବହାରରିବା ସମୟରେ ମୁହଁ ମିଠା କରି ବାହାରନ୍ତୁ।

ସିଂହ : ଆଜି ଆପଣ ନିଜର ମୂଲ୍ୟବାନ ଜିନିଷକୁ ସାଇତି ରଖନ୍ତୁ । ନଚ଼େତ୍ ତାହା ହଜିଯିବାର ସମ୍ଭାବନା ଅଛି । ଆଦୌ ଚ଼ିନ୍ତା କରନ୍ତୁ ନାହିଁ । କେବଳ ସତର୍କତା ଅବଲମ୍ବନ କରନ୍ତୁ । ଆଜି ଆପଣଙ୍କୁ ନିଜର ଚ଼େଷ୍ଟାର ଫଳ ମିଳିବ, ଯେଉଁଥିରେ କି ଆପଣଙ୍କର ଜୀବନ ହିଁ ବଦଳିଯିବ ଏବେ ଆପଣ ଏବଂ ଆପଣଙ୍କ ପରିବାର ଲୋକେ ପରସ୍ପରକୁ ସହଜରେ ବୁଝିପାରୁଛନ୍ତି । ନିଜର ଚ଼େଷ୍ଟାକୁ ବଜାୟ ରଖନ୍ତୁ ଏବଂ ଖୁସି ଜୀବନର ମଜା ନିଅନ୍ତୁ । ଖାଇବା ପିଇବାର ବିଶେଷ ରୂପରେ ଧ୍ୟାନ ରଖିବେ। ଆବେଶ ଏବଂ କ୍ରୋଧର ମାତ୍ରା ଅଧିକ ହୋଇପାରେ। ସ୍ଵାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ବାଣୀ ଉପରେ ନିୟନ୍ତ୍ରଣ ରଖିବେ। ଅନୈତିକ କାର୍ଯ୍ୟରୁ ଦୂରରେ ରୁହନ୍ତୁ। ସରକାର ବିରୋଧୀ ପ୍ରବୃତ୍ତି କାରଣରୁ ଅସୁବିଧା ହୋଇପାରେ। ଖର୍ଚ୍ଚର ମାତ୍ରା ବଢ଼ିପାରେ।ପ୍ରତିକାର–ମାଦକଦ୍ରବ୍ୟଠାରୁ ଦୂରେଇ ରୁହନ୍ତୁ।

କନ୍ୟା : ଆପଣଙ୍କୁ ହଠାତ୍ ଏକ ହଜିଯାଇଥିବା ବସ୍ତୁ ମିଳିଯିବ । ଏହା କୌଣସି ଉପହାର, କୌଣସି ମୂଲ୍ୟବାନ ବସ୍ତୁ କିମ୍ବା କୌଣସି ମହତ୍ତ୍ୱପୂର୍ଣ୍ଣ ଦଲିଲ୍ ହୋଇପାରେ । ଏହି ସମୟଟି ଘର ପ୍ରତି ଧ୍ୟାନ ଦେବାର ଅଛି । ନିଜର ଆଖପାଖକୁ ଦେଖନ୍ତୁ ଏବଂ ଭାବନ୍ତୁ ଆପଣ କିପରିଭାବେ ନିଜ ବାତାବରଣକୁ ସୁନ୍ଦର କରିପାରିବେ । ନିଜ ଘରକୁ ସୁନ୍ଦର କଲେ ଆପଣଙ୍କୁ ବି ସତେଜ ଅନୁଭବ ହେବ । ଚିନ୍ତା ଦୂର ହେବ ଏବଂ ଆପଣ ମାନସିକ ରୂପରେ ଆନନ୍ଦିତ ଅନୁଭବ କରିବେ। ପାରିବାରିକ ଜୀବନରେ ପରସ୍ପର ମଧ୍ୟରେ ସଦ୍ଭାବ ବଢ଼ିବ। ଭାଇ-ଭଉଣୀମାନଙ୍କ ସହିତ ସମ୍ବନ୍ଧରେ ମଧୁରତା ଅନୁଭବ କରିବେ। ଛୋଟ ଯାତ୍ରାର ମଧ୍ୟ ସମ୍ଭାବନା ଅଛି।ପ୍ରତିକାର:- ଅସହାୟା ମାନଙ୍କୁ ସାହାଯ୍ୟ କରନ୍ତୁ ।

ତୁଳା : ଆଜି ଆପଣଙ୍କ ଭାଗ୍ୟରେ ହଠାତ୍ ପରିବର୍ତ୍ତନ ହେବ । ଆପଣଙ୍କ କାର୍ଯ୍ୟ ଆପଣଙ୍କ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ କରିଦେବ ।ଆପଣଙ୍କ ଭଲ ଗୁଣ ଯୋଗୁଁ ଆଜି ଆପଣଙ୍କର ନୂଆ ବନ୍ଧୁ ହେବ ଏବଂ କିଛି ବ୍ୟବସାୟୀଙ୍କ ସହ ମଧ୍ୟ ଆପଣଙ୍କର ଭଲ ସମ୍ବନ୍ଧ ହୋଇପାରିବ । ଆପଣଙ୍କୁ କେହି ସାମାଜିକ କାମ ପାଇଁ ସାହାଯ୍ୟ ମାଗିଲେ ଆପଣ ତାହା ଅବଶ୍ୟ କରନ୍ତୁ । ଏଥିରୁ ଆପଣଙ୍କୁ ସନ୍ତୁଷ୍ଟି ମିଳିବା ସହିତ ସେମାନଙ୍କୁ ସାହାଯ୍ୟ ମଧ୍ୟ ମିଳିଯିବ । ଆଗକୁ ବଢ଼ନ୍ତୁ ଏବଂ ଏହି ଅନୁଭବର ମଜ୍ଜା ନିଅନ୍ତୁ । ଆଜି ସାଂସାରିକ ଜୀବନରେ ଆନନ୍ଦ ରହିବ। ପରିଜନମାନଙ୍କ ସହିତ ସାମାଜିକ କାର୍ଯ୍ୟ ହେତୁ ବାହରକୁ ଯାଇପାରନ୍ତି। ଛୋଟ ଯାତ୍ରାର ଆୟୋଜନ ହେବ। ବ୍ୟାପାରୀ ବ୍ୟାପରରେ ବୃଦ୍ଧି କରିପାରନ୍ତି। ସାମାଜିକ କ୍ଷେତ୍ରରେ ଆପଣଙ୍କୁ ସଫଳତା ଏବଂ ଯଶ କୀର୍ତ୍ତି ମିଳିବାର ମଧ୍ୟ ଯୋଗଅଛି।ପ୍ରତିକାର–ବୃଦ୍ଧ ବୃଦ୍ଧାଙ୍କୁ ସହାୟତା କରିବେ ଓ ଆଶୀର୍ବାଦ ପ୍ରାପ୍ତ କରିବେ

ବିଚ୍ଛା :ଆଜି ସନ୍ଧ୍ୟାରେ ଆପଣ ନିଜର ମୂଲ୍ୟବାନ , ଜିନିଷ ଚୋରୀ ପାଇଁ ଚିନ୍ତିତ ରହିପାରନ୍ତି । ଯେଉଁଥିପାଇଁ ଆପଣ କିଛି ସୁଚିନ୍ତିତ ପଦକ୍ଷେପ ନେଇ ପାରନ୍ତି । ତେଣୁ ସାବଧାନ ରୁହନ୍ତୁ । ଆଜି ଦିନରେ ଆପଣ ବିଦେଶରୁ କୌଣସି ଖୁସିଖବର ପାଇ ପାରନ୍ତି । ଏହି ଖବର ବିଦେଶରେ ରହୁଥିବା କୌଣସି ବନ୍ଧୁପରିଜନ ଆପଣଙ୍କୁ ଦେବେ । ଆପଣ ତାଙ୍କର ଫୋନ କିମ୍ବା ଇମେଲର ଅପେକ୍ଷା କରନ୍ତୁ । କାରଣ ଏହି ସୁସମ୍ବାଦ ଆପଣଙ୍କ ପାଇଁ ଖୁବ୍ ଗୁରୁତ୍ତ୍ୱପୂର୍ଣ୍ଣ । ଆପଣଙ୍କ ପାରିବାରିକ ବାତାବରଣ ଆନନ୍ଦ ଏବଂ ଉଲ୍ଲାସରେ ଭରି ରହିବ। ମନରେ ଚେତନା ଏବଂ ଫୂର୍ତ୍ତିର ସଞ୍ଚାର ହେବ। ମିତ୍ର ବେଶରେ ଲୁଚି ରହିଥିବା ଶତ୍ରୁ ନିଜର ପ୍ରୟାସରେ ଅସଫଳ ରହିବେ। ଅଫିସରେ ସହକର୍ମିମାନଙ୍କ ସହଯୋଗ ମିଳିବ। ଆର୍ଥିକ ଲାଭର ସଂକେତ ମିଳିବ, ଅଧୂରା କାର୍ଯ୍ୟ ପୂର୍ଣ୍ଣ ହେବ।ପ୍ରତିକାର– ଗାଈକୁ ରୁଟି ଖାଇବାକୁ ଦେବେ।

ଧନୁ : ଆଜି ଆପଣ ଘରର ସୁରକ୍ଷା ପ୍ରତି ଧ୍ୟାନ ଦିଅନ୍ତୁ, କାରଣ ବହୁମୂଲ୍ୟ ବସ୍ତୁ କିଛି ଚୋରି ହେବାର ସମ୍ଭାବନା ରହିଛି । କିନ୍ତୁ ଯଦି ଆପଣ ସାବଧାନ ରୁହନ୍ତି , କ୍ଷତି ହୋଇ ନ ପାରେ । ଏହାର ଅର୍ଥ ନୁହେଁ ଯେ ଆପଣ ଡରିଯିବେ । ଆଜି ଆପଣଙ୍କର ପ୍ରସିଦ୍ଧିରେ ଯାହା ଜାରୀରହିବ , ଆଗାମୀ ଦିନରେ ଆପଣଙ୍କୁ ମଉଜ ମସ୍ତି କରିବାର ସୁଯୋଗ ମିଳିବ । ସବୁ କିଛି ଆପଣଙ୍କର ଆପ୍ରାଣ ଉଦ୍ୟମର ଫଳ । ପେଟ ସମ୍ବନ୍ଧୀତ ରୋଗରେ ଯନ୍ତ୍ରଣା ଅନୁଭବ କରିପାରନ୍ତି। କୌଣସି କାର୍ଯ୍ୟରେ ସଫଳତା ନ ମିଳିବାରୁ ନିରାଶା ହୁଅନ୍ତୁ ନାହିଁ। ସାହିତ୍ୟ କିମ୍ବା ଅନ୍ୟ କୌଣସି ରଚନାତ୍ମକ କଳା ପ୍ରତି ରୁଚି ରହିବ। ସନ୍ତାନମାନଙ୍କର ଭବିଷ୍ୟତରେ ଚିନ୍ତା ହୋଇପାରେ।ପ୍ରତିକାର–ବୃଦ୍ଧ ବୃଦ୍ଧାଙ୍କୁ ସହାୟତା କରିବେ ଓ ଆଶୀର୍ବାଦ ପ୍ରାପ୍ତ କରିବେ।

ମକର : ବହୁ ଦିନର ହଜିଯାଇଥିବା ଏକ ବସ୍ତୁ ମିଳିଯିବା ପରେ ଆପଣ ଖୁସି ଅନୁଭବ କରିବେ । ଏବେ ସମୟ ଆପଣଙ୍କ ପାଇଁ ଅନୁକୂଳ । ସେଥିପାଇଁ ଛୋଟ ଛୋଟ କଥା ବି ଆପଣଙ୍କୁ ଖୁସି ଆଣିଦେବ । ଆଜି ଆପଣଙ୍କୁ ଆପଣଙ୍କ ପରିବାର ଲୋକଙ୍କର ସହାୟତା ମିଳିବ । ଯଦି ଆପଣ କିଛି ଅସୁବିଧାରେ ପଡ଼ିଛନ୍ତି ତାହାହେଲେ ପରିବାର ଲୋକଙ୍କ ସାହାଯ୍ୟ ମଧ୍ୟ ନେଇପାରନ୍ତି । ଆଜିର ଦିନ ଆଲସ୍ୟ ତଥା ଥକା ଲାଗିପାରେ। ପେଟ ସମ୍ବନ୍ଧିତ ଯନ୍ତ୍ରଣା ଯୋଗୁଁ ଅସୁବିଧା ହୋଇପାରେ। ସଫଳତା ପ୍ରାପ୍ତ କରିବା ପାଇଁ ପରିଶ୍ରମ ଅଧିକ କରିବାକୁ ପଡ଼ିବ। ଧାର୍ମିକ ଯାତ୍ରାର ସମ୍ଭାବନା ଅଛି। କ୍ରୋଧ ଉପରେ ନିୟନ୍ତ୍ରଣ ରଖିବେ।ପ୍ରତିକାର: ମୁଗ ଧର୍ମାନୁଷ୍ଠାନରେ ଦାନ କରନ୍ତୁ।

କୁମ୍ଭ : ନିଜର ଘରର ଦରଜାକୁ ଠିକ୍ ଭାବେ ବନ୍ଦ ରଖନ୍ତୁ । ନଚ଼େତ୍ ଆପଣ କ୍ଷତି ସହି ପାରନ୍ତି । ଘରର ସୁରକ୍ଷା ବିଷୟରେ ଧ୍ୟାନ ଦିଅନ୍ତୁ । ନହେଲେ କ୍ଷତି ସହିବାକୁ ପଡ଼ିପାରେ । ନିଜର ମୂଲ୍ୟବାନ ବସ୍ତୁକୁ ଏଠି ସେଠି ପକାନ୍ତୁ ନାହିଁ । ଭ୍ରମଣ ପାଇଁ ଆଜି ଦିନଟି ଶୁଭ ।ବନ୍ଧୁ ସମ୍ପର୍କିୟ କିମ୍ବା ଅଫିସକାମରେ ବାହାରକୁ ଯାଇପାରନ୍ତି । ଭ୍ରମଣ ବେଳେ ନୂଆ ଦର୍ଶନ ସ୍ଥାନ ପରିଦର୍ଶନ କରିବେ ଏବଂ ବାର୍ତ୍ତାଳାପ ଉପଭୋଗ କରିବେ । ଏହି ଭଲ ସମୟରେ କୌଣସି ବାଧା ବିଘ୍ନ ଆସିବ ନାହିଁ । ଆଜିର ଦିନ ଆପଣଙ୍କ ପାଇଁ ଶୁଭ ଅଟେ। ଚାକିରିପେଶା ଲୋକଙ୍କର ପ୍ରମୋଶନର ଯୋଗ ଅଛି। ପରିବାରରେ ମିତ୍ରତାପୂର୍ଣ୍ଣ ବାତାବରଣ ରହିବ। ନୂଆ ସାଜ-ସଜ୍ଜାରେ ଘରର ଶୋଭା ବୃଦ୍ଧି କରିବେ। ମାତାଙ୍କଠାରୁ ମଧ୍ୟ ଲାଭ ମିଳିବ। ଧନ ଏବଂ ପ୍ରତିଷ୍ଠାରେ ବୃଦ୍ଧି ହେବ।ପ୍ରତିକାର-କୌଣସି ଛୋଟ ଛୁଆକୁ ମିଠା ଖାଇବାକୁ ଦେବେ।

ମୀନ : ଏହି ସମୟରେ ଆପଣଙ୍କୁ ଧନ,ମାନ ,ଯଶ ସବୁ ମିଳିପାରିବ । ଆଜି ଆପଣଙ୍କର ମଜା କରିବାର ଦିନ , ଜୀବନ ଆଜି ଆପଣଙ୍କୁ ସେ ସବୁ କିଛି ଦେଇଛି ,ଯାହାପାଇଁ ଆପଣ ବହୁତ ପରିଶ୍ରମ କରିଥିଲେ । ଆଜି ଆପଣ ନିଜ କଳାକୁ ଚ଼ିହ୍ନି ପାରିବେ ନିଜର ସବୁ ଦିନିଆ ଦିନଚ଼ର୍ଚ୍ଚାରେ କିଛି ପରିବର୍ତ୍ତନ ଆଣନ୍ତୁ । ଛୋଟ ଛୋଟ କଥାରେବି ଆପଣଙ୍କର ନିଜର ତିକ୍ଷଣ ବୁଦ୍ଧି ପାଇଁ ପ୍ରଶଂସା ମିଳିବ । ଆଜିର ଦିନ ପ୍ରତିକୂଳତା ପୂର୍ଣ୍ଣ ହୋଇପାରେ। ପରିଜନମାନଙ୍କ ସହିତ ବାଦ-ବିବାଦରୁ ବଞ୍ଚନ୍ତୁ। ପାରିବାରିକ କାରଣରୁ ଆପଣ ଚିନ୍ତିତ ହୋଇପାରନ୍ତି। ଅନିଦ୍ରା କାରଣରୁ ଆପଣଙ୍କ ସ୍ଵାସ୍ଥ୍ୟ ବିଗିଡ଼ି ପାରେ।ପ୍ରତିକାର:- ଦରିଦ୍ର ନାରାୟଣଙ୍କୁ ଖାଦ୍ୟ ଦିଅନ୍ତୁ।

Leave a Reply

Your email address will not be published. Required fields are marked *