June 6, 2023

Odia Express

News For Public

ଶହୀଦଙ୍କ ଝିଅକୁ ବଚ୍ଚନ ସାର ଆଲିଙ୍ଗନ କଲେ , ୫ଲକ୍ଷର ଚେକ ଦେଇ କହିଲେ କେବେବି କିଛି ଆବଶ୍ୟକ ହେଲେ ମୋତେ କହିବ

ଅମିତାଭ ବଚ୍ଚନ ସେହି ନାମ ଅଟେ ଯାହାର ସମକକ୍ଷ ହେବ ବଲିଉଡରେ କାହାର ସାଧ୍ୟ ନାହିଁ । ବଚ୍ଚନ ସାହେବ ଙ୍କ ଅଭିନୟ ଏକପକ୍ଷରେ ରଖନ୍ତୁ ଓ ସର୍ବପ୍ରଥମେ ତାଙ୍କ ମଧ୍ୟରେ ଥିବା ମହାନୁଭବତାକୁ ଦେଖନ୍ତୁ । ବଚ୍ଚନ ସାହେବ ହୁଏତ ଆଜି କମ ଆୟ କରୁଛନ୍ତି କିନ୍ତୁ ସମ୍ମାନ ଆୟ କରିବାରେ ସେ ସମସ୍ତଙ୍କଠାରୁ ଆଗରେ ଅଛନ୍ତି । ପ୍ରଥମେ ଶତାଧିକ କୃଷକ ମାନଙ୍କର ଋଣ ସୁଝିଲେ,ବର୍ତ୍ତମାନ ଗୋଟିଏ ପରେ ଗୋଟିଏ ଶହୀଦ ପରିବାରକୁ ସାହାଯ୍ୟ କରୁଛନ୍ତି ।ନିକଟ ଅତୀତରେ ବଚ୍ଚନ ସାହେବ ପୁଲୱାମା ଆତଙ୍କି ଆକ୍ରମଣରେ ଶହୀଦ ହୋଇଥିବା ସିଆରପିଏଫ ଜବାନ ପ୍ରଦୀପ ଯାଦବଙ୍କ ପତ୍ନୀ ନୀରଜ ଯାଦବ ଙ୍କୁ ମୁମ୍ବାଇ ଡକେଇ ପାଞ୍ଚ ଲକ୍ଷ ଟଙ୍କାର ଚେକ ଦେଲେ । ତାଙ୍କର ଝିଅକୁ ଆଲିଙ୍ଗନ କରି ସେ କହିଲେ କି ଭବିଷ୍ୟତରେ ଯେବେ ସାହାଯ୍ୟ ଅବଶ୍ୟକ ହେବ ମୋତେ କହିବ । ଶହୀଦଙ୍କ ଝିଅ ସହ ବଚ୍ଚନ ପରିବାର ସେଲଫି ଉଠେଇଥିଲେ । ଶହୀଦଙ୍କ ପରିବାର ପାଞ୍ଚ ଲକ୍ଷ ଟଙ୍କାର ଚେକ ପାଇବା ଅପେକ୍ଷା ଅଧିକ ଖୁସି ଏଥିପାଇଁ ଥିଲେ ଯେ ସେମାନଙ୍କୁ ଅମିତାଭ ବଚ୍ଚନ ଙ୍କ ସହ ସାକ୍ଷାତ କରିବାର ସୁଯୋଗ ମିଳିଲା ।

 

ବିଗ ବି ଙ୍କ ପୁଅ ଅଭିଷେକ ବଚ୍ଚନ ଓ ଝିଅ ଶ୍ଵେତା ବଚ୍ଚନ ନନ୍ଦା ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ଥିଲେ । ନୀରଜ ଯାଦବ କହିଲେ କି ବଚ୍ଚନ ପରିବାର ଶହୀଦ ମାନଙ୍କ ପତ୍ନୀ ଓ ମାଆ ଙ୍କ ସହ ବାର୍ତ୍ତାଳାପ କଲେ ଓ ସେମାନଙ୍କ ସମସ୍ଯା ବୁଝିଥିଲେ । ଅମିତାଭ ବଚ୍ଚନ ଙ୍କ ସହ ଅଭିଷେକ ବଚ୍ଚନ ଓ ଶ୍ବେତା ମଧ୍ୟ ନୀରଜ ଓ ଝିଅ ସୁପ୍ରିୟା ସହ ସେଲଫି ନେଇଥିଲେ । ସୁପ୍ରିୟା କହିଲେ କି ଅମିତାଭ ବଚ୍ଚନ ଙ୍କ ସହ ସାକ୍ଷାତ କରି ବହୁତ ଭଲ ଲାଗିଲା ।

 

ସେ କହିଲେ ଯେ ତୁମେ ଭବିଷ୍ୟତ ଚିନ୍ତା କରନାହିଁ , ଆମେ ତୁମ ସହ ଅଛୁ । ଯେବେ ବି ଆବଶ୍ୟକ ହେବ ଫୋନ କରିବ । ସେ ନିଜର ମୋବାଇଲ ନମ୍ବର ମଧ୍ୟ ଦେଲେ । ଏହାପରେ ମହାନୟକ ସମସ୍ତ ଶହୀଦ ଙ୍କର ପରିଜନ ମାନଙ୍କୁ ଦୁଇଦିନ ପର୍ଯ୍ୟନ୍ତ ମୁମ୍ବାଇ ର ପଞ୍ଚତରାକା ହୋଟେଲ ରେ ରଖେଈ ଥିଲେ ଓ ଜୁହୁ ଚୌପାଟି ଓ ମୁମ୍ବାଇର ଅନ୍ୟ କେତେକ ସ୍ଥାନ ବୁଲେଇ ନେଇଥିଲେ ।

Leave a Reply

Your email address will not be published. Required fields are marked *