March 27, 2024

Odia Express

News For Public

ଦେଖନ୍ତୁ ସୁରତର ସେହି ସାହାସୀ ବ୍ୟକ୍ତିଙ୍କୁ ଯିଏ ନିଜ ଜୀବନ ସହ ଖେଳି ବଞ୍ଚାଇଥିଲେ ୧୨ ଜଣଙ୍କ ଜୀବନ – ଦେଖନ୍ତୁ କଣ ହେଲା ତାଙ୍କ ସହ..

1 min read

ଏବେ କିଛି ଦିନ ହେବ ସୁରତର ତକ୍ଷଶୀଳା ମାର୍କେଟରେ ନିଆଁ ଲାଗିବା ଯୋଗୁଁ ୨୦ ଜଣ ଛାତ୍ରଛାତ୍ରୀଙ୍କର ମୃତ୍ୟୁ ଘଟିଥିଲା , କେଉଁଠି ଏହାର ମୃତ୍ୟୁ ସଂଖ୍ୟା ୨୧ କୁହାଯାଉଛି ତ କେଉଁଠି ୨୩ ବୋଲି କୁହାଯାଉଛି, ଏହା ଏକ ବହୁତ ହିଁ ଦୁଃଖଦ ଖବର ଅଟେ , ଯାହାକି ସମସ୍ତଙ୍କ ହୃଦୟକୁ ଭାଙ୍ଗିଦେଇଛି ,କିନ୍ତୁ କେହି ନା କେହି ଏହି ଘଟଣା ପାଇଁ ଦାୟୀ ଥିବେ , ନିଆଁ ଶୁକ୍ରବାର ଦିନ ୪ ଟା ସମୟରେ ସର୍ଟ ସର୍କିଟ୍ ହେବା କାରଣରୁ ହୋଇଥିଲା , ଆରମ୍ଭରୁ ଦେଖୁଦେଖି ଏହି ନିଆଁ ସବୁଆଡେ ବ୍ୟାପିଯାଈଥିଲା । ତକ୍ଷଶୀଳା ର ତୃତୀୟ ଓ ଚତୁର୍ଥ ମହଲାରେ ବହୁତ ସାରା କୋଚିଙ୍ଗ୍ ସେଣ୍ଟର ଚାଲୁଥିଲା , ଯେଉଁଠି ଛୁଆ ପଢିବାକୁ ଆସିଥିଲେ,  ଯେଉଁ ସମୟରେ ଏହି ନିଆଁ ଲାଗିଲା ସେତେବେଳେ କୋଚିଙ୍ଗ୍ ସେଣ୍ଟରରେ ୬୦ ଜଣ ଛୁଆ ଥିଲେ,

 

ନିଆଁ ତୃତୀୟ ମହଲାରୁ ଆରମ୍ଭ ହୋଇଥିଲା, ଯାହା ପରେ ଭୟଭିତ ହୋଇ ଛୁଆ ଏପଟସେପଟ ଦୌଡିବାକୁ ଲାଗିଲେ,  କିଛି ସମୟ ପରେ ତୃତୀୟ ଫ୍ଲୋର୍ ରୁ ଚତୁର୍ଥ ଫ୍ଲୋର୍ ଯାଏଁ ନିଆଁ ଚାଲି ଆସିଥିଲା , ଛୁଆଙ୍କୁ ବାହାରକୁ ରାସ୍ତା ମିଳିଲା ନାହିଁ  , ଯାହାପରେ ଛୁଆ ବାଲକୋନିରୁ ଡେଇଁଥିଲେ । ୧୫ ଜଣ ଛାତ୍ରଛାତ୍ରୀ ନିଜ ଜୀବନ ବଞ୍ଚାଇବାପାଇଁ ତଳକୁ ଡିଆଁ ମାରି ୩ ଜଣଙ୍କ ମୃତ୍ୟୁ ହୋଇଯାଇଥିଲା । ନିଆଁ ଲାଗିବାର ତୁରନ୍ତ କିଛି ସମୟ ମଧ୍ୟରେ ଫାୟାର୍ ବ୍ରିଗେଡ୍ ଗାଡି ଆସି ପହଞ୍ଚିଥିଲା , ବହୁତ ଲୋକ ଦମକଳ ବିଭାଗକୁ ଫୋନ୍ କରିଥିଲେ,  କିନ୍ତୁ ଦମକଳ ଗାଡି ଘଟଣାର ଅଧ ଘଣ୍ଟା ବିଳମ୍ବରେ ପହଞ୍ଚିଥିଲା ।

ନିଆଁ ଲିଭାଇବାର କାମ ଯେବେ ଆରମ୍ଭ ହେଲା ତେବେ ସବୁକିଛି ଶେଷ ହୋଇଯାଇଥିଲା । ସେମିତି ଆଖ ପାଖ ଲୋକେ ଛୁଆଙ୍କ ଜୀବନ ବଞ୍ଚାଇବାକୁ ଚେଷ୍ଟା କଲେ ତେବେ ସେହି ସମୟରେ କେତନ ଜୋରବାଡିଆ ନାମକ ଜଣେ ବ୍ୟକ୍ତି ଛୁଆଙ୍କ ଜୀବନ ବଞ୍ଚାଇବାକୁ ଯାଇ ସେହି ବିଲଡିଙ୍ଗ୍ ରେ ଚଢୀଯାଇଥିଲେ । ସେ କହିଲେ କି ମୁଁ ସେଠାରେ ଧୁଆଁ ଦେଖିଲି , କିନ୍ତୁ ମୋତେ କିଛି ବୁଝା ପଡୁନଥିଲା କି କିପରି ଉପରକୁ ଯାଇପାରିବି , ମୁଁ ଏକ ସିଢି ଉଠାଇଲି ତାପରେ ଉପରେ ଚଢିଗଲି, ସବୁଠାରୁ ପ୍ରଥମେ ମୁଁ ୨ ଜଣ ଛୁଆଙ୍କୁ ନିଆଁର କବଳରୁ ରକ୍ଷା କଲି, ତାପରେ ଆଉ ୮-୧୦ ଜଣ ଛୁଆଙ୍କୁ ନିଆଁ ଦାଉରୁ ବଞ୍ଚାଇଲି, ପରେ ୨ ଆଉ ଛାତ୍ରଛାତ୍ରୀଙ୍କର ଜୀବନ ବଞ୍ଚାଇଲି କିନ୍ତୁ ଫାୟାର୍ ବ୍ରିଗେଡ୍ ଗାଡି ଆସିବାର ୪୦-୪୫ ମିନିଟ୍ ଲାଗିଯାଇଥିଲା ।

 

ଦମକଳ ବିଭାଗର ଲୋକେ ଆରମ୍ଭରୁ କେବଳ ୫୦୬ ଟି ଟ୍ୟାଙ୍କର୍ ନେଇକରି ପହଞ୍ଚିଥିଲେ,  ପ୍ରାୟ ୧୦-୧୫ ମିନିଟ୍ ସେ ସଂସାଧନକୁ ପ୍ରସ୍ତୁତ କରିବାପାଇଁ ଲଗାଇଦେଲେ , ତାହା ପରେ ପାଣିର ଛିଞ୍ଚନରୁ ନିଆଁ ଲିଭା ଯାଇପାରିଲା ନାହିଁ , ଏତିକି ନୁହେଁ ଦମକଳ ସିଡିବି କାମ କରୁନଥିଲା , ଛୁଆ ଚତୁର୍ଥ ମହଲାରୁ ଡେଉଁଥିଲେ,  ଫାୟାର୍ ବ୍ରିଗେଡ୍ ତାଙ୍କ ସାହାଯ୍ୟ କରିପାରିଲା ନାହିଁ , ଦମକଳଙ୍କ ୨୫ ଟି ଗାଡିକୁ ନିଆଁ କାବୁ କରିବା ପାଇଁ ୬ ଘଣ୍ଟାର ସମୟ ଲାଗିଲା । ୬ ଘଣ୍ଟାରେ ୧୭ ଜଣ ଛୁଆଙ୍କ ମୃତ୍ୟୁ ହୋଇସାରିଥିଲା , ଅଧିକାଂଶ ମୃତ୍ୟୁର ଖବର ଚତୁର୍ଥ ମହଲାରୁ ଥିଲା,  ଯିଏକି ଫ୍ୟାସନ୍ ଇନଷ୍ଟିଟ୍ୟୁଡ୍ ର ଛାତ୍ରଛାତ୍ରୀ ଥିଲେ , ମେଡିକାଲ୍ ରେ ଛୁଆଙ୍କ ଡେଡ୍ ବଡି ଯେବେ ଆସିଲା ତେବେ ସେମାନେ ବହୁତ ଖରାପ ଅବସ୍ଥାରେ ଥିଲେ , ଏହା ସହ ସେମାନଙ୍କ ମୃତ ଶରୀର ଚିହ୍ନଟ କରିବାରେ ବି ଅସୁବିଧା ହୋଇଥିଲା,

 

ମେଡିକାଲ୍ ରେ ସମସ୍ତେ ଖୋଜିବୁଲୁଥିଲେ , କିନ୍ତୁ କେହି ନିଜ ଛୁଆଙ୍କୁ ଚିହ୍ନିପାରିଲେ ନାହିଁ , ଏହି ଘଟଣା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଅମିତ ଶାହ୍ , ଅଖିଳେଶ ଯାଦବ, ଗୁଜୁରାଟର ମୁଖ୍ୟମନ୍ତ୍ରୀ ବିଜୟ ରୁପାଣି ସମେତ ଅନ୍ୟ ପାର୍ଟିର ନେତାମାନେ ଶୋକବ୍ୟକ୍ତ କଲେ । ସିଏମ୍ ରୁପାଣି ଏହି ଘଟଣାର ଯାଞ୍ଚ କରିବାକୁ ଆଦେଶ ଦେଇଛନ୍ତି , ସେ ବିଳମ୍ବିତ ସଂନ୍ଧ୍ୟା ଯାଏଁ ଆଘାତ ହୋଇଥିବା ଛୁଆଙ୍କ ପରିଜଙ୍କ ସହ ଦେଖା ହୋଇଥିଲେ,  ସିଏମ୍ ମରିଯାଇଥିବା ଛୁଆଙ୍କ ପରିବାରକୁ ୪ ଲକ୍ଷ ଟଙ୍କା କ୍ଷତିପୁରଣ ଦେବାପାଇଁ ଘୋଷଣା କଲେ । ଏହି ମହଲାର ଉପର ଭାଗରେ ଟ୍ୟୁସନ୍ କ୍ଲାସେସ୍ ଚଲାଯାଉଥିଲା,  ବିଲଡିଙ୍ଗ୍ ର ଏହି ଫ୍ଲୋର୍ ରେ ନିଆଁ ଲିଭାଇବା ପାଇଁ କିଛି ସୁରକ୍ଷା ଉପକରଣ ନଥିଲା , ଅନ୍ୟ ପଟେ ବିଳମ୍ବିତ୍ ରାତିରେ କୋଚିଙ୍ଗ୍ ସେଣ୍ଟର ଚଲାଉଥିବା ଭାର୍ଗବ ଭୁଟାଣି ଏକ ବେଆଇନଗତ ରୁପରେ ତୃତୀୟ ଫ୍ଲୋର୍ ବନାଇଥିବା ହର୍ଷୁଲ୍ ବେକାରିଆ ଓ ଜିଗନେଶ୍ ବାଗଦାରାଙ୍କ ବିପକ୍ଷରେ ମାମଲା ଦର୍ଜ କରିଛନ୍ତି , କ୍ରାଇମ୍ ବ୍ରାଞ୍ଚ କୋଚିଙ୍ଗ୍ ସେଣ୍ଟରର ମାଲିକ ଭାର୍ଗବ ଭୁଟାଣି ଙ୍କୁ ଶନିବାର ଦିନ ଗିରଫ କରିଥିଲେ ।

 

ସୁରତର ସବୁ ଟ୍ୟୁସନ୍ ସେଣ୍ଟର ବିପକ୍ଷରେ ଏବେ ରୋକ୍ ଲାଗିଛି, ସବୁ ଟ୍ୟୁସନ ସେଣ୍ଟର ଯାଞ୍ଚ ହେବାପରେ ତାପରେ କ୍ଲାସେସ୍ ଆରମ୍ଭ ହେବ , ତାହା ସହ ସବୁ ଟ୍ୟୁସନ୍ ସେଣ୍ଟର ମାନଙ୍କରେ ଫାୟାର୍ ସାର୍ଟିଫିକେଟ୍ ରଖିବା ବାଧ୍ୟତା ମୁଳକ ଭାବେ ଘୋଷଣା ହୋଇଛି,

Leave a Reply

Your email address will not be published. Required fields are marked *