March 28, 2024

Odia Express

News For Public

ଅଭିନନ୍ଦନ ଙ୍କ ଜନ୍ମଦିନରେ ଭାରତବାସୀ ଙ୍କ କାମନା – ଆମେ ଗର୍ବ କରୁଛୁ ଆପଣ ଦୁନିଆଁର ସାମନାରେ ଭାରତର ସମ୍ମାନ ଗର୍ବରେ ଉଚ୍ଚା କରାଇଲେ ..ଦେଖନ୍ତୁ କଣ କହିଲେ ଅଭିନନ୍ଦନ..

1 min read

ପାକିସ୍ଥାନୀ ଲଢୁଆ ବିମାନ F-16 କୁ ମାରି ତଳେ ପକାଇଥିବା ୱିଙ୍ଗ୍ କମାଣ୍ତର ଅଭିନନ୍ଦନଙ୍କର ଆଜି ଜନ୍ମ ଦିନ ଅଟେ , ୨୧ ଜୁନ୍ ୧୯୮୩ କୁ ଜନ୍ମ ନେଇଥିବା ଅଭିନନ୍ଦନ ଆଜି ୩୬ ବର୍ଷରେ ପଦାର୍ପଣ କରିଛନ୍ତି ,ଅଭିନନ୍ଦନ ଏବେ ରାଜସ୍ଥାନରେ ପୋଷ୍ଟେଡ୍ ଅଛନ୍ତି , ୨୭ ଫେବୃୟାରୀକୁ ପାକିସ୍ଥାନୀ ଲଢୁଆ ବିମାନକୁ ମାରି ତଳେ ପକାଇଥିବା ଅଭିନନ୍ଦନ ଏଲଓସି ବର୍ଡର ପାର୍ କରିଦେଇଥିଲେ।  ଏହାପରେ ପାକ ସେନା ତାଙ୍କୁ ବନ୍ଧକ ବନାଇ ରଖିଥିଲା। ପ୍ରାୟ ୬୦ ଘଣ୍ଟା ପରେ ତାଙ୍କ ଭାରତକୁ ଫେରାଇଦିଆଯାଇଥିଲା ।

 

ଅଭିନନ୍ଦନ ମିଗ୍ -୨୧ ବିମାନରୁ ପାକ୍ ର ଏଫ୍-୧୬ ବିମାନକୁ ମାରି ତଳେ ପକାଇଦେଇଥିଲେ । ୨୭ ଫେବୃୟାରୀକୁ ତିନୋଟି ବିମାନ ଭାରତୀୟ ସୀମାରେ ପଶିଆସିଥିଲା , ବାୟୁସେନାର ଦୁଇଟି ମିଗ୍ -୨୧ ଓ ତିନୋଟି ସୁଖୋଇ ୩୦ ବିମାନ ଏହାର ଜବାବ ଦେଇଥିଲେ , ଏହି ସମୟରେ ଅଭିନନ୍ଦନ ପାକିସ୍ଥାନି ଏ ଏଫ୍ ୧୬ ବିମାନକୁ ମାରି ତଳେ ପକାଇଥିଲେ, କିନ୍ତୁ ବହୁତ ଚେଷ୍ଟାରେ ତାଙ୍କ ବିମାନ ବି ପାକିସ୍ଥାନ ସୀମାରେ କ୍ରାସ୍ ହେଇଗଲା ।

 

ଏହାପରେ ପାକିସ୍ଥାନୀ ସେନା ତାଙ୍କୁ ବନ୍ଦୀ କରିନେଲେ , ପାକସେନା ତାଙ୍କୁ ରହସ୍ୟ ଜାଣିବାପାଇଁ ବହୁତ ଚେଷ୍ଟା କରିଥିଲେ , କିନ୍ତୁ ସେ କେବଳ ଗୋଟିଏ ଉତ୍ତର ଦେଇଥିଲେ, ମୁଁ ଆପଣଙ୍କୁ କିଛି ବି କହିପାରିବି ନାହିଁ , ପରେ ଭାରତ ଏହାର ଉତ୍ତର ରଖି ପାକିସ୍ଥାନର ମୁହଁ ବନ୍ଦ କରିଦେଇଥିଲା,  ତାମିଲନାଡୁର ଚେନ୍ନାଇରେ ରହୁଥିବା ଅଭିନନ୍ଦନଙ୍କ ପୁରା ପରିବାର ଦେଶ ସେବାରେ ଲାଗିଛନ୍ତି , ୱିଙ୍ଗ୍ କମାଣ୍ତର ଅଭିନନ୍ଦନ ଏବେ ଭାରତୀୟ ବାୟୁସେନାରେ ସର୍ଭିସ୍ ନମ୍ବର ୨୭୯୮୧ ରେ ଓ ତାଙ୍କ ବାପା ବର୍ତ୍ତମାନ ସର୍ଭିସ୍ ନମ୍ବର ୧୩୬୦୬ ରେ ଅଛନ୍ତି , ପୁଅର ଏଭଳି ଦୁଃସାହସୀକତା କାମ ଆଜି ରିଟାୟର୍ଡ ଏୟାର୍ ମାର୍ଶଲ୍ ଏସ୍ ବର୍ତ୍ତମାନ ଙ୍କ ଗର୍ବରେ ଛାତି ଫୁଲି ଉଠିଛି, ତାଙ୍କ ପରିବାର ସେମିତି ସକୁଶଳ ଫେରିବା ପାଇଁ ସରକାରଙ୍କୁ ଅପିଲ୍ କରିଥିଲେ , କିନ୍ତୁ ସେ ଅଦସ୍ୟ ସାହାସ ଦେଖାଇ ଏୟାର୍ ଫୋର୍ସ ଅଫିସର୍ ରହିଛନ୍ତି, କିଛି ଦିନ ପୂର୍ବରୁ ଗୋଟେ କାର୍ଯ୍ୟକ୍ରମରେ ଏୟାର୍ ମାର୍ଶଲ୍ ଏସ୍ ବର୍ତ୍ତମାନ କହିଲେ କି ଫାଇଟର୍ ପ୍ଲେନ୍ ଏହା ଜାଣେ ନାହିଁ କି ସେ ଉଡାଉଥିବା ଲୋକ ପୁରୁଷ କି ମହିଳା ।

 

୧୯୭୩ ରେ ଏୟାର୍ ଫୋର୍ସରେ ଜଏନ୍ କରିଥିବା ରିଟାୟର୍ଡ ଏୟାର୍ ମାର୍ଶଲ୍ ଏସ୍ ବର୍ତ୍ତମାନଙ୍କ ପାଖରେ ୪ ହଜାର ଘଣ୍ଟାରୁ ଅଧିକା ଓ ୪୦ ରୁ ଅଧିକା ପ୍ରକାରର ପ୍ଲେନ୍ ଉଡାଇଛନ୍ତି , କାରଗିଲ୍ ଯୁଦ୍ଧ ସମୟରେ ଗ୍ଲାଲିୟର୍ ଏୟାରବେସ୍ ଚିଫ୍ ଅପରେସନ୍ ଅଫିସର୍ ଥିଲେ,  ଏୟାର୍ ମାର୍ଶଲ୍ ଏସ୍ ବର୍ତ୍ତମାନ ୨୦୧୭ ରେ ଆଇ ମଣି ରତ୍ନମ୍ ଙ୍କ ଫିଲ୍ମ କାତରୁ ବେଲିୟିଅଇ ପାଇଁ ଉପଦେଶକର୍ତ୍ତା କାମ କରିଥିଲେ, ଯେଉଁ ଫିଲ୍ମ କାରଗିଲ୍ ଯୁଦ୍ଧ ସମୟରେ ଏକ ଭାରତୀୟ ପାଇଲଟ୍ କିପରି ପାକିସ୍ଥାନରେ ଧରାପଡିଯିବାର ଦୃଶ୍ୟ ସେହି ଫିଲ୍ମରେ ଦେଖାଯାଇଥିଲା  ସଂଯୋଗ ଦେଖନ୍ତୁ , ତାଙ୍କ ପୁଅ ପାକିସ୍ଥାନ ଏୟାର୍ ଫୋର୍ସ ମିଶନ୍ ସମୟରେ ଧରାପଡିଯାଇଥିଲେ ।

 

ୱିଙ୍ଗ୍ କମାଣ୍ତର ଅଭିନନ୍ଦନ ବର୍ତ୍ତମାନ ସ୍ତ୍ରୀ ରିଟାୟର୍ଡ ସ୍କ୍ୱାବାର୍ଡନ୍ ଲିଡର୍ ତନବି ମରବାହା ବାଙ୍ଗାଲୋର୍ ସ୍କୁଲ୍ ପାଠ ପଢିବାପରେ  ଏୟାର୍ ଫୋର୍ସ ଅଫିସର୍ ଙ୍କ ପୁଅ ୱିଙ୍ଗ୍ କମାଣ୍ତର ଅଭିନନ୍ଦନ ବର୍ତ୍ତମାନ ଜୀବନ ସାଥୀ ହିସାବରେ ଏୟାର୍ ଫୋର୍ସ ଅଧିକାରୀ ସ୍କ୍ୱାବାର୍ଡନ୍ ଲିଡର୍ ତନବି ମରବାହା ବାଛିଥିଲେ , ଅଭିନନ୍ଦନଙ୍କ ସ୍ତ୍ରୀ ତନବୀ ମରୱାହା ସର୍ଭିସ୍ ନମ୍ବର  ୨୮୮୦୦ ରେ ଅଛନ୍ତି , ଇଣ୍ତିଆନ୍ ଏୟାର୍ ଫୋର୍ସ ରେ ସ୍କାର୍ଡନ୍ ଲିଡର୍ ହିସାବରେ କାମ କରୁଥିଲେ , ଓ ୧୫ ବର୍ଷ ବୟସର ସର୍ଭିସ୍ ପରେ ହେଲିକାପ୍ଟର ପାଇଲଟ୍ ହିସାବରେ ରିଟାୟର୍ଡ ହୋଇଥିଲେ।  ତାନବୀ ମରୱାହା ଆଇଆଇ ଏମ୍ , ଅହମଦାବାଦ ରୁ ଆର୍ମଡ୍ ଫୋର୍ସେସ୍ ଏକଜ୍ୟୁଭିଟିଭ୍ କୋର୍ସ କରିସାରିଛନ୍ତି , ଓ ଏହି ସମୟରେ ବାଙ୍ଗାଲୋର୍ ରେ ରିଲାୟନ୍ସ ଜିଓର ଡିଜିଏମ୍ ଅଛନ୍ତି , ଅଭିନନ୍ଦନ ଓ ତନବି ଏକ ଛୋଟ ଛୁଆ ବି ଅଛି ।

Leave a Reply

Your email address will not be published. Required fields are marked *