୭ ଜୁଲାଇରେ ବୁଧ କର୍କଟ ରାଶିରେ ପ୍ରବେଶ କରିବେ , ଏହି ପାଞ୍ଚଟି ରାଶି ହେବେ ଭାଗ୍ୟବାନ, ସ୍ଵପ୍ନ ବାସ୍ତବ ହେବ…

ଜ୍ୟୋତିଷଶାସ୍ତ୍ର ଅନୁସାରେ ଗ୍ରହ ମାନଙ୍କ ଚଳନ ସବୁ ସମୟରେ ଚାଲିଥାଏ ।ଏହାଦ୍ୱାରା ବାରଟି ଯାକ ରାଶି ପ୍ରଭାବିତ ହୋଇଥାନ୍ତି । ଯଦି ଗ୍ରହ ଚଳନ କେଉଁ ରାଶିରେ ଠିକ ସ୍ଥିତିରେ ଥିବ ତେବେ  ଏହାର ଶୁଭ ପରିଣାମ ମିଳିବ , କିନ୍ତୁ ଏହି ସ୍ଥିତି ଠିକ ନରହିଲେ ଏହି ରାଶିର ବ୍ୟକ୍ତି ମାନଙ୍କୁ ଅନେକ ପ୍ରକାର ବିପଦ ର ସମ୍ମୁଖୀନ ହେବାକୁ ପଡିଥାଏ । ଜ୍ୟୋତିଷ ବିଶାରଦ ମାନଙ୍କ କହିବା ଅନୁଯାୟୀ ବୁଧ ମିଥୁନ ରାଶିକୁ ଛାଡି କର୍କଟ ରାଶିରେ ଗୋଚର କରିଛି । ବୁଧ କର୍କଟ ରାଶିରେ ୨୦ଜୁନ ରେ ପ୍ରବେଶ କରିଛି ଓ ଏହା ଏହି ରାଶିରେ ୭ଜୁଲାଇ ପର୍ଯ୍ୟନ୍ତ ରହିବ । ବୁଧର ଏହି ରାଶି ପରିବର୍ତ୍ତନ କାରଣରୁ ସମସ୍ତ ରାଶି ମାନଙ୍କ ଉପରେ ଏହାର କିଛି ନା କିଛି ପ୍ରବାବ ଅନୁଭୂତ ହେବ ।

ଆଜି ଆମେ ଆପଣଙ୍କୁ ବୁଧ ର ଏହି ପରିବର୍ତ୍ତନ କେଉଁ ରାଶି ପାଇଁ ଶୁଭ ଓ କେଉଁ ରାଶି ପାଇଁ ଅଶୁଭ ତାହା ଜଣେଇ ଦେବୁ ।

ମେଷରାଶି – ଏହି ରାଶିର ବ୍ୟକ୍ତି ମାନଙ୍କ ଉପରେ ବୁଧର ଏହି ପରିବର୍ତ୍ତନ ଭଲ ପ୍ରଭାବ ରହିବ । ପାରିବାରିକ ଜୀବନରେ ସୁଖଶାନ୍ତି ଆସିବ । ଆପଣଙ୍କ କଥାରେ ଲୋକମାନେ ସହମତ ହେବେ । କର୍ଜୟସ୍ଥଳରେ ସମ୍ମାନ ବୃଦ୍ଧି ହେବ । ନିଜ କାର୍ଯ୍ୟରେ ମନୋନିବେଶ କରିପାରିବେ । ଲେଖନ ଓ ବାଣିଜ୍ୟ କାର୍ଯ୍ୟ ନିଯୋଜିତ ବ୍ୟକ୍ତିମାନେ ଭଲ ଲାଭ ପ୍ରାପ୍ତ ହେବେ । ନୂତନ ବାସଗୃହ କିଣିବାର ମନ କରିବେ । ଜମିବାଡି ସମ୍ବନ୍ଧୀୟ କାର୍ଯ୍ୟରେ ଲାଭ ମିଳିବ ।

ବୃଷ ରାଶି – ବୃଷରାଶି ବ୍ୟକ୍ତିଙ୍କୁ ଏହି ପରିବର୍ତ୍ତନ ଆର୍ଥିକ ରୂପରେ ଲାଭାନ୍ଵିତ କରିବ । ଅଚାନକ କୌଣସି ଛୋଟ ଯାତ୍ରାରେ ଯାଇପାରନ୍ତି। ବ୍ୟାପାର ବିସ୍ତାର କରିପାରନ୍ତି ଯାହା ଆପଣଙ୍କ ପାଇଁ ଲାଭଦାୟକ ହେବ । ପ୍ରେମପ୍ରସଙ୍ଗ ନିମନ୍ତେ ଏହି ସମୟ ସାମାନ୍ୟ ରହିବ । ଘରପରିବାର ଓ ମିତ୍ରଙ୍କ ସହ ସୁଖ ସମୟ ବ୍ୟୟ କରିବେ ।

 

କନ୍ୟାରାଶି – କନ୍ୟାରାଶି ପାଇଁ ବୁଧର ଏହି ପରିବର୍ତ୍ତନ ଅତ୍ୟନ୍ତ ଶୁଭ ହେବ । ଆପଣଙ୍କର ଅନେକ ମନୋକମାନ ପୂରଣ ହେବ । ଅବିବାହିତ ମାନଙ୍କର ନୂତନ ସମ୍ବନ୍ଧ ସ୍ଥିର ହେବ , ଆମଦାନୀରେ ବୃଦ୍ଧି ହେବ । ଧର୍ମକର୍ମ କାର୍ଯ୍ୟରେ ଅଧିକ ମନ ଲାଗିବ । କାର୍ଯ୍ୟକ୍ଷେତ୍ରରେ ଆସୁଥିବା ସମସ୍ତ ବାଧା ଦୂର ହେବ । ଜୀବନସାଥିଙ୍କ ପୂର୍ଣ୍ଣ ସହଯୋଗ ମିଳିବ । ବ୍ୟକ୍ତିଗତ ଜୀବନରେ ଅନେକ ସୁଖ ମିଳିବ । କୌଣସି ନୂତନକାର୍ଯ୍ୟର ଯୋଜନା କରିପାରନ୍ତି ।

 

ମକର ରାଶି – ମକର ରାଶି ବ୍ୟକ୍ତି ମାନେ ଏହି ରାଶି ପରିବର୍ତ୍ତନ ଯୋଗୁ କାର୍ଯ୍ୟ କ୍ଷେତ୍ରରେ ଉନ୍ନତି କରିବାର ଯୋଗ ରହୁଛି । ଆମଦାନୀରେ ମଧ୍ୟ ବୃଦ୍ଧି ହୋଇପାରେ । ଜୀବନସାଥି ସହ ସମ୍ବନ୍ଧ ରେ ସୁଧାର ଆସିବ , ପ୍ରପର୍ଟି କିମ୍ବା ସେୟାର ବଜାର ରେ ନିବେଶ କରିଥିଲେ ଏହା ଆପଣଙ୍କ ନିମନ୍ତେ ଲାଭଜନକ ହେବ । ଆତ୍ମବିଶ୍ଵାସ ଓ ପରାକ୍ରମରେ ବୃଦ୍ଧି ହେବ । ପୁରାତନ ରୋଗରୁ ମୁକ୍ତି ମିଳିବ , ଚାକିରି ବୃତ୍ତିଧାରୀ ବ୍ୟକ୍ତି ନିଜର ବର୍ତ୍ତମାନ ଚାକିରି ବଦଳେଇବାକୁ ଚିନ୍ତା କରିପାରନ୍ତି ।

 

କୁମ୍ଭରାଶି – କୁମ୍ଭରାଶି ବ୍ୟକ୍ତି ମାନେ ବୁଧର ଏହି ପରିବର୍ତ୍ତନରେ ନିଜର ପୁରାତନ ଋଣରୁ ମୁକ୍ତି ପାଇବେ । ଆର୍ଥିକ ସ୍ଥିତିରେ ସୁଧାର ଆସିବ । ବିଦ୍ୟାର୍ଥୀ ବର୍ଗ ଙ୍କୁ ପ୍ରତିଯୋଗିତାରେ ଭଲ ପରିଣାମ ମିଳିବ । ନିଜର ମଧୁର ବାଣୀ ଦ୍ଵାରା ଲୋକଙ୍କୁ ପ୍ରଭାବିତ କରିବେ । ବିଚାର ସକାରାତ୍ମକ ରହିବ , ଆପଣଙ୍କ ଦ୍ଵାରା କରାଯାଇଥିବା ନୂତନ ଯୋଜନା ଫଳପ୍ରଦ ହେବ । ଆମଦାନୀ ର ଉନ୍ନତ ସ୍ରୋତ ପ୍ରାପ୍ତ ହେବ ।

Leave a Reply

Your email address will not be published.