April 14, 2024

Odia Express

News For Public

ଭାରତୀୟ ଆର୍ମୀ କୁକୁର ମାନେ ମଧ୍ୟ ଯୋଗ ଦିବସ ପାଳିଲେ , ସୈନ୍ୟ ମାନଙ୍କ ସହ ଯୋଗ କଲେ – ଦେଖିଲେ ଆପଣ ମଧ୍ୟ ଖୁସି ହେଇଯିବେ..

1 min read

କାଲି 5ମ ବିଶ୍ଵ ଯୋଗ ଦିବସ ପାଳନ କରାଯାଉଛି । ଅନ୍ତରାଷ୍ଟ୍ରୀୟ ଯୋଗ ଦିବସର ଏହିବର୍ଷ ର ବିଷୟବସ୍ତ ହେଲା “କ୍ଲାଇମେଟ ଆକ୍ସନ “ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଝାଡଖଣ୍ଡ ର ରାଜଧାନୀ ରାଞ୍ଚୀରେ ଯୋଗ କରିଛନ୍ତି । ମୋଦୀଙ୍କ ସହ ରାଞ୍ଚୀର ପ୍ରଭାତତାରା ପଡିଆରେ ପ୍ରାୟ ୩୫୦୦୦ଜନତା ଏହି ଯୋଗକ୍ରିୟାରେ ଭାଗ ନେଇଥିଲେ ।

 

ଯୋଗ କ୍ରିୟା ପାଳନରେ ଆମ ଦେଶର ସୈନିକ ମଧ୍ୟ ପଛରେ ନାହାନ୍ତି । ତାଙ୍କ ସହ ସେନାବାହିନୀର ତାଲିମପ୍ରାପ୍ତ କୁକୁର ମାନେ ମଧ୍ୟ ଯୋଗ ଦେଇଥିଲେ । ଉତ୍ତର ଲାଦାଖ ରେ ଭରତ ତିବ୍ବତ ପୋଲିସ ବର୍ଡରର ସୈନ୍ୟ ମାନେ ୧୮୦୦୦ଫୁଟ ଉପରେ ଯୋଗ କରିଥିଲେ । ଲାଦାଖ ରେ ଭାରତୀୟ ସେନାର ସୈନିକ ମାନେ ସବଠାରୁ କମ ଉତ୍ତାପ ରେ ଯୋଗ କରିଥିଲେ । ସୈନ୍ୟ ମାନେ ବିଯୁକ୍ତ ୨୦ଡିଗ୍ରୀତାପମାତ୍ରା ରେ ଯୋଗ କରିଥିଲେ। ହିମାଚଳପ୍ରଦେଶ ରେ ଭାରତ-ତିବ୍ବତ ପୋଲିସ ବର୍ଡର ର ସୈନିକ ମାନେ ରୋହତଙ୍ଗ ନିକଟସ୍ଥ ୧୪୦୦୦ମିଟର ଉଚ୍ଚତାରେ ଯୋଗକ୍ରିୟା କରିଥିଲେ । ଏଠାରେ ସୈନିକ ମାନେ ବିଯୁକ୍ତ୧୦ଡିଗ୍ରୀ ତାପମାତ୍ରାରେ ଯୋଗକ୍ରିୟା କରିଥିଲେ ।

 

ମୋଦୀ କହିଲେ –ଯୋଗକ୍ରିୟା କୁ ଗରିବ ମାନଙ୍କ ପାଖରେ ପହଞ୍ଚେଇ ଦିଆଯିବ :

ମୋଦୀ କହିଲେ- ଡ୍ରଇଙ୍ଗରୁମ ରୁ ବୋର୍ଡରୁମ ଯାଏଁ , ସହର ମାନଙ୍କର ପାର୍କ ଠାରୁ ନେଇ କ୍ରିଡା ଅନୁଷ୍ଠାନ ପର୍ଯ୍ୟନ୍ତ ଆଜି ଦିବସରେ ସମସ୍ତେ ଯୋଗ ଦିବସ ପାଳନ କରୁଛନ୍ତି । ଗାଁ ଗଣ୍ଡା ରୁ ନେଇ ୱେଲନେସସେଣ୍ଟର ଯାଏଁ ଆଜି ଚତୁର୍ଦିଗରେ ଯୋଗ ଅନୁଭକ କରାଯାଉଛି । ଆଜିର ବଦଳୁଥିବା ସମୟରେ ନିରୋଗ ରହିବା ସହ ୱେଲନେସ୍ ଉପରେ ଆମେ ଫୋକସ କରିବା ଆବଶ୍ୟକ । ଏହି ଶକ୍ତି ଆମକୁ ଯୋଗ କରିବା ଦ୍ଵାରା ମିଳିଥାଏ । ଏହି ଭାବନା ଯୋଗ ଯୋଗୁ ହୋଇଥାଏ । ପୁରାତନ ଭାରତୀୟ ଦର୍ଶନ ର ଅଟେ । ଯୋଗ କେବଳ ସେତେବେଳେ ହୁଏ ନାହିଁ ଯେତେବେଳେ କି ଆମେ ଅଧଘଣ୍ଟା ଭୂମି ଉପରେ କିମ୍ବା ମ୍ୟାଟ ଉପରେ କରିଥାଉ ।

Leave a Reply

Your email address will not be published. Required fields are marked *