April 20, 2024

Odia Express

News For Public

ଶହୀଦ ହେବା ପୂର୍ବରୁ ସଚିନ କହିଥିଲେ – ମାଆ ଏଥର ମୋର ଅପେକ୍ଷା କରିବନାହିଁ –ଶତ୍ରୁ ମାନଙ୍କୁ ଖିନଭିନ କରି ମାରିବି – ଆଉ କିଛି ଘଣ୍ଟା ମଧ୍ୟରେ..

୧୯ବର୍ଷ ବୟସରେ ଦେଶ ପାଇଁ ବଳିଦାନ ଦେଇଥିବା ସଚିନ ଶର୍ମାଙ୍କ ମାଆ ଙ୍କୁ କଣ ଜଣାଥିଲା କି ଗୋଟିଏ ଦିନ ପୂର୍ବରୁ ଯେଉଁ ପୁତ୍ରକୁ କୁଶଳତା ପଚାରିଥିଲେ , ତା ପରଦିନ ତାର ବଳିଦାନ ଖବର ଆସିବା । ସଚିନ ଶର୍ମା ମୃତ୍ୟୁର ଗୋଟିଏ ଦିନ ପୂର୍ବରୁ ଘରକୁ ଫୋନ କରିଥିଲେ । ମା ସାବିତ୍ରୀ ଦେବୀଙ୍କ ସହ କଥା ହୋଇଥିଲେ ଓ ସେ କହିଥିଲେ ମାଆ, ଏହିଥର ମୁଁ ଶୀଘ୍ର ଆସି ପାରିବି ନାହିଁ । ସୀମାରେ ଉତ୍ତେଜନା ବୃଦ୍ଧି ପାଉଛି । ଶତ୍ରୁ ମାନେ ଦୁଃସାହସ କଲେ ସେମାନଙ୍କୁ ମାରିକରି ଆସିବି । ମାଆ କହିଲେ କେତେ ଦୁର୍ବଳ ହୋଇଗଲୁଣି ଖାଇବା ପିଇବା ଭଲରେ କର ତ ସେ କହିଲେ ମା, ଶତ୍ରୁ ମାନଙ୍କ ପାଇଁ ମୁଁ ଦୁର୍ବଳ ହୋଇ ମଧ୍ୟ ଯଥେଷ୍ଟ । ଏହାପର ଦିନ ସେ ଶହୀଦ ହୋଇଗଲେ ।

 

ଜାଠ ରେଜିମେଣ୍ଟ ର ଲେଫ୍ଟନାଣ୍ଟ କର୍ଣ୍ଣେଲ କମଲ ସିଂହ କହିଲେ ଯେ ସଚିନଙ୍କର ଖେଳରେ ରୁଚି ଥିଲା । ସେ ରାଜପୁତନା ରାଇଫଲ ବାଟାଲିଆନ ର କବାଡି ଦଳରେ ପ୍ରମୁଖ ଖେଳାଳି ଥିଲେ । ଓ ତାରକା ଖେଳାଳି ଥିଲେ। ଅନେକ ଥର ତାଙ୍କୁ ସେନାଅଧିକାରୀ ମାନେ ଖେଳ ପାଇଁ ସମ୍ମାନିତ କରିଥିଲେ । ସେ ସବୁ ସମୟରେ ହୁସିଆର ରହୁଥିଲେ ଓ କର୍ତ୍ତବ୍ୟ ପ୍ରତି ପୂର୍ଣ୍ଣ ସମର୍ପିତ ଥିଲେ । ତାଙ୍କୁ କେହି କର୍ତ୍ତବ୍ୟ ସମୟରେ ଠକିବା ଦେଖିନଥିଲେ । ସଚିନଙ୍କୁ ତାଙ୍କ ପିତା ସୁରେନ୍ଦ୍ର ଶର୍ମା ବାରମ୍ବାର ବିବାହ କରିବାକୁ କହୁଥିଲେ । କିନ୍ତୁ ସବୁବେଳେ ଗୋଟିଏ ଉତ୍ତର ମିଳୁଥିଲା ପ୍ରଥମେ ସାନଭଉଣୀ ଅଞ୍ଜୁ ଓ ଭାଇ ସାହିଲ କୁ ପାଠ ପଢେଇ ଦିଏ । ଆଉ ଏବେ ଯଦି ବିବାହ କରିବି ଓ ଶହୀଦ ହେଇଯିବି ତେବେ ଘର ଉପରେ ବୋହୁ ର ଭାର ମଧ୍ୟ ବଢିଯିବ । ସଚିନ ନିଜର ଲକ୍ଷ ପୂର୍ଣ୍ଣ କରିବା ପୂର୍ବରୁ ଜାନୁୟାରୀ 2018ରେ ଅରୁଣାଚଲ  ପ୍ରଦେଶ ରେ ଶତ୍ରୁ ସହ ମୁକାବିଲା ରେ ଶହୀଦ ହୋଇଥିଲା ।

 

13ଡିସେମ୍ବର 2016ରେ ୟୁପିରେ ସଚିତ ଟ୍ରେନିଂ ଆରମ୍ଭ କରିଥିଲା । ଅକ୍ଟୋବର ରେ ଟ୍ରେନିଂ ସାରି 15ଦିନ ଛୁଟି ନେଇ ଘରକୁ ଆସିଥିଲା । ନଭେମ୍ବର ରେ ପ୍ରଥମ ପୋଷ୍ଟିଂ ଅରୁଣାଚଳପ୍ରଦେଶ ର ତୱାଙ୍ଗ ଠାରେ ହୋଇଥିଲା । 5ଫେବ୍ରୁୟାରୀ ରେ ତାର 15ଦିନ ଛୁଟି ମଞ୍ଜୁର ହୋଇଥିଲା ସଚିନ ପ୍ରତି ତିନି ଚାରି ଦିନରେ ଫୋନ କରି ଘର ସହିତ କଥା ହେଉଥିଲା । ଘର ଖର୍ଚ କରିବା ନିମନ୍ତେ ସଚିନ ନିଜର ଏଟିଏମ କାର୍ଡ ପିତାଙ୍କୁ ଦେଇ ଆସିଥିଲା । ସେ କହିଥିଲା କି ତାର ଏପରି ଜାଗାରେ ଡ୍ୟୁଟି ପଡିଛି ଯେଉଁଠି ଟଙ୍କାର ଆବଶ୍ୟକତା ନାହିଁ । ଗୋଟିଏ ସମୟରେ ଖେଳ ପାଇଁ ଜୋତା କିଣିବାକୁ ପଇସା ନଥିଲା, ଯମୁନା ନଦୀ କୂଳରେ ଖାଲି ପାଦରେ ଦଉଡିବାକୁ ହେଉଥିଲା ।

ମୋହିତ ଓ ସୋନୁ କହିଲେ ଯେ ତାଙ୍କ ସାଂଗ ସଚିନ ଶର୍ମା ବାଲ୍ୟକାଳରୁ ପରିଶ୍ରମୀ ଥିଲା । ତାର ସୈନିକ ହେବାର ସ୍ଵପ୍ନ ଥିଲା । ସେ ନିଜର ସ୍ଵପ୍ନ ପୂରଣ ପାଇଁ ଦଉଡିବାର ଅଭ୍ଯାସ ନିମନ୍ତେ ତା ପାଖରେ ଜୋତା ନଥିଲା, ସେମାନେ ଜୋତା କିଣିଦେବାକୁ କହିବାରୁ ସେ ମନା କରିଦେଇଥିଲା । ସେ ସଡକ ବଦଳରେ ଯମୁନା ନଦୀର ବାଲିପଠା ରେ ଦୌଡିବା ଅଭ୍ଯାସ କରୁଥିଲା । ସେ ପରିଶ୍ରମ କରି ଦୁଇ ବର୍ଷରେ ସେନାରେ ଭର୍ତ୍ତି ହୋଇଥିଲା ।

Leave a Reply

Your email address will not be published. Required fields are marked *