March 29, 2024

Odia Express

News For Public

ନିଜର ଫୋନ ଦେଖିନିଅନ୍ତୁ , ଯଦି ଏଭଳି ଚିହ୍ନ ଦେଖାଉଥିବ ତେବେ ଜାଣନ୍ତୁ ଆପଣଙ୍କ WhatsApp ହ୍ୟାକ ହୋଇଛି – ଶୀଘ୍ର ଦେଖି ନିୟନ୍ତୁ..

1 min read

ବର୍ତ୍ତମାନ ସଂପୂର୍ଣ୍ଣ ବିଶ୍ଵରେ ଯେଉନଭଳି ସାଇବର ଆଟାକ ର ମାମଲା ଆସୁଛି ତାକୁ ଦେଖି ସାଇବର ସୁରକ୍ଷା କୁ ନେଇ ପୂର୍ଣ୍ଣ ନିରାପତ୍ତା ଅବଲମ୍ବନ କରାଯାଉଛି । କିନ୍ତୁ ଆପଣଙ୍କୁ ଏହା ମଧ୍ୟ କହି ରଖୁଚୁ ଯେ ଯେତେ ଯିଏ ଯାହା ବି କହୁ ଇଣ୍ଟର୍ନେଟ ଦୁନିଆରେ କିଛି ନିରାପଦ ନୁହେଁ । ଏହାଛଡା ଏହାର ସୁରକ୍ଷା ନେଇ ଯେତେ ଲୋକ ଲାଗିଛନ୍ତି  ତାଠାରୁ ବହୁତ ଅଧିକ ତାକୁ ଭାଙ୍ଗିବାକୁ ଓ ଏପଟସେପଟ କରିବାରେ ବ୍ୟସ୍ତ । ଏହି କାରଣରୁ ସାଇବର ଦ୍ରୁଷ୍ଟି ରେ ଦୁନିଆର ସବୁଠୁ ସୁରକ୍ଷିତ ଜଣାଶୁଣା ଗୁଗୁଲ କୁ ବି କିଛି ସାଇବର ଅପରାଧୀ ଆହ୍ଵାନ ଦେଇଛନ୍ତି ।

 

ପ୍ରକୃତରେ ଏହି କିଛି ଦିନ ପୂର୍ବରୁ ଏହା ଜଣା ପଡିଛି କି ଗୁଗୁଲ ପ୍ଲେଷ୍ଟୋର ଯେଉଁଠାରୁ ସ୍ମାର୍ଟଫୋନ ପାଇଁ ସମସ୍ତ ଆପ୍ପ୍ସ ଡାଉନଲୋଡ କରାଯାଏ ସେହି ପ୍ଲେ ଷ୍ଟୋର ରେ ହ୍ଵାଟ୍ସଆପ ର ଏକ ନକଲି ଆପ ରହିଛି ଓ ସବୁଠାରୁ ଚିନ୍ତାର ବିଷୟ ଏହା କି ଏହି ନକଲି ଆପ କୁ ବର୍ତ୍ତମାନ ଯାଏ ୧୦ଲକ୍ଷ ଲୋକ ଡାଉନଲୋଡ କରିସାରିଛନ୍ତି । ଏହା ସେହି ନାମରେ ଅଛି ଯେଉଁ ନାମରେ ଅରିଜିନାଲ ହ୍ଵାଟ୍ସଆପ ରହିଛି । ବ୍ୟବହାରକାରୀ ମାନେ କେଉଁଟି ଅସଲି ଓ କେଉଁଟି ନକଲି ତାହା ଜାଣିବାରେ ଅସୁବିଧା ହେଉଛି। ଏହାର ସଂପୂର୍ଣ୍ଣ ଲାଭ ଏହି ନକଲି ଆପ୍ପ କମ୍ପାନୀ କୁ ଯାଉଛି ।

 

ଏହା ଜାଣିବା ପରେ ନିଶ୍ଚିତ ଭାବେ ଆପଣଙ୍କ ମନରେ ମଧ୍ୟ ଏହି ପ୍ରଶ୍ନ ଉଠୁଥିବ ଏହା କିଭଳି ସମ୍ଭବ ଯେ ହ୍ଵାଟ୍ସଆପ ଯାହାକି ପ୍ଲେଷ୍ଟୋର ରେ ମହଜୁଦ ସବୁଠାରୁ ଲୋକପ୍ରିୟ ଆପ୍ପ ମଧ୍ୟରୁ ଗୋଟିଏ କିଏ ଏହାର ନକଲି ଆପ୍ପ କରୁଛି ଓ ଆହୁରି ଚିନ୍ତାର କାରଣ ଏହା ଯେ ଏହି ନକଲି ଆପ୍ପ ଅସଲି ଡେଭେଲପର ନାମରେ କିପରି । ପ୍ରକୃତରେ ଏହା ସାଇବର ଅପରାଧର ଅଂଶ ଅଟେ ଯାହାକି ହ୍ୟାକର ମାନେ ନିଜର ଚତୁର ବୁଦ୍ଧିର ବ୍ୟବହାର କରି ଡେଭେଲପର ନାମ ଜାଗାରେ whatsappInc ଦେଖାଯିବା ପାଇଁ ଏକ କୌଶଳ ବ୍ୟବହାର କରିଛନ୍ତି । ବିଶେଷଜ୍ଞ ମାନଙ୍କ ଅନୁଯାୟୀ ଏହା ଏକ ବିଶେଷ ପ୍ରକାର ୟୁନିକୋଡ ଦ୍ଵାରା ସମ୍ଭବ ହୋଇଛି ।

 

ଏହି ପ୍ରକାର ଠକାମି ରୁ ବଞ୍ଚିବା ପାଇଁ ଆପଣ ସବୁଠୁ ପ୍ରଥମେ ଗୁଗୁଲ ଆପ୍ପ ଯାଇ ଏହା ସୁନିଶ୍ଚିତ କରନ୍ତୁ କି ଆପଣ ଯେଉଁ ହ୍ଵାଟ୍ସଆପ ଡାଉନଲୋଡ କରିଛନ୍ତି ତାହାର ଡାଉନଲୋଡିଙ୍ଗ ସଂଖ୍ୟା ଏକ ଅରବ କି ନାହିଁ। ଏହାଛଡା ଆପଣ ଯେଉଁ ଆପ୍ପ ଡାଉନଲୋଡ କରିଛନ୍ତି ସେହି ଆପ୍ପ ର ବିବରଣୀ ଦେଖିକରି ନିଶ୍ଚିତ ହୋଇପାରିବେ ଯେ developer,visitwebsite,emailandroid@support.whatsapp.com,privacy ପଲିସି, 650castrostreet,suite 120-219,mountainview,CA,USA, 94041 ଭଳି ସବୁ ବିବରଣୀ ଦିଆଯାଇଛି କି ନାହିଁ। ଯଦି ଏଥିରୁ କୌଣସି ବିବରଣୀ ନାହିଁ ତେବେ ବୁଝି ଯାଆନ୍ତୁ କି ଆପଣଙ୍କ ଦ୍ଵାରା ଡାଉନଲୋଡ ହୋଇଥିବା ଆପ୍ପ ନକଲି ଅଟେ ଓ କେବଳ ଏତିକି ନୁହେଁ ଆପଣଙ୍କ ବ୍ୟକ୍ତିଗତ ସୂଚନା ମଧ୍ୟ ବିପଦରେ । ତେଣୁ ଭଲ ହେବ କି ଆପଣ ଏହି ନକଲି ଆପ୍ପ କୁ ତୁରନ୍ତ ନିଜ ଫୋନ ରୁ uninstall କରିଦିଅନ୍ତୁ ଓ ଅସଲି ହ୍ଵାଟ୍ସଆପ ଡାଉନଲୋଡ କରନ୍ତୁ ।

ଆପଣ ଜାଣିରଖନ୍ତୁ ଯେ ଏହା ପ୍ରଥମଥର ନୁହେଁ , ହ୍ୟାକର ମାନେ ଏହା ପୂର୍ବରୁ ଆପଲ ର ୱେବସାଇଟ ର କୌଣସି ୟୁନିକୋଡ ଜରିଆରେ ଖୋଲି ପ୍ରବେଶ କରିଥିଲେ ଓ ଲୋକମାନଙ୍କୁ ଖୁବ ବୋକା ବନେଇଥିଲେ ।

Leave a Reply

Your email address will not be published. Required fields are marked *