March 27, 2024

Odia Express

News For Public

ବଲିଉଡ ର ଆଗ ଧାଡ଼ିର ଅଭିନେତା ଙ୍କ ଏଭଳି ଅଚାନକ ମୃତ୍ୟୁ ହେଇଥିଲା – ସାରା ବଲିଉଡ ରେ ଶୋକ ଖେଳିଯାଇଥିଲା..

ଏବେ ବଲିଉଡ୍ ରେ ବହୁତ ଖଳନାୟକ ଅଛନ୍ତି , କିନ୍ତୁ କିଛି ଖଳନାୟକ ଏମିତି ଥିଲେ ଯିଏ ହିନ୍ଦୀ ସିନେମାରେ ନିଜ ଛାପ ଛାଡି ଚାଲିଯାଇଛନ୍ତି , ଯିଏ ଆଜି ବି ନିଜ ଅଭିନୟ ଦ୍ୱାରା ଲୋକଙ୍କ ସ୍ମୃତିରେ ବସିଛନ୍ତି । ହିନ୍ଦୀ ସିନେମାରେ ଖଳନାୟକ ବିନା ଫିଲ୍ମ ଅଧୁରା ହୋଇଥାଏ , ଆଜି ଆମେ ଆପଣଙ୍କୁ ଏମିତି ଏକ ଭିଲିୟାନ୍ ଙ୍କ ବିଷୟରେ କହିବାକୁ ଯାଉଚୁ ,ଯାହାଙ୍କ ଏଣ୍ଟ୍ରି ହେବାପରେ ଦର୍ଶକଙ୍କ ମନରେ ଭୟ ସୃଷ୍ଟି ହୋଇଥିଲା ।ଭିଲିୟାନ୍ ଭୁମିକାରେ ନଜର ଆସିଥିଲେ ଅଭିନେତା ସଦାଶିବ ଅମରାପୁରକର , ପରଦାରେ ନିଜ ନକରାତ୍ମକ ଅଭିନୟ ଦ୍ୱାରା ଲୋକଙ୍କ ମନରେ ଭୟର ବାତାବରଣ ସୃଷ୍ଟି କରୁଥିବା ଏହି ଅଭିନେତା ଅସଲ ଜୀବନରେ ଏକ ବହୁତ ହିଁ ଭଲ ବ୍ୟକ୍ତିଥିଲେ , ଯାହାଙ୍କ ମୁଦ୍ଧା ବିଭିନ୍ନ ସାମାଜିକ ଗତିବିଧିଗୁଡିକରେ ହୋଇଥିଲା , ସଦାଶିବ ଦର୍ଶକଙ୍କ ଫେବରାଇଟ୍ ଖଳନାୟକ ଭାବେ ଜଣାଯାଇଥିଲେ ।

 

ସଦାଶିବଙ୍କ ନିଧନ ୨୦୧୪ କୁ ଫୁସ୍ ଫୁସ୍ ରେ ସଂକ୍ରମଣ ରୋଗ ଯୋଗୁଁ ହେଲା । ୧୯୫୦ ରେ ନାସିକରେ ଏକ ଅଟୋ ଚାଳକ ଘରେ ଜନ୍ମ ନେଇଥିବା ଅମରାପୁରକର ଅସଲି ନାଁ ଗଣେଷ କୁମାର ନାରବୋଡେ ଥିଲା । ସେ ୧୯୭୪ ରେ ନିଜ ନାଁ ସଦାଶିବ ରଖିନେଇଥିଲେ,  ସେ ନିଜ ପରିବାର ଓ ସାଙ୍ଗଙ୍କ ମଧ୍ୟରେ ତାତ୍ୟା ନାଁରେ ଲୋକପ୍ରିୟ ଅମରାପୁରକର୍ ଲାଳନପାଳନ ଅହମଦାନଗରରେ ହୋଇଥିଲା।  ଏଠାରେ ସେ ନିଜ ବାପା ମା ଓ ଛୋଟ ଭାଇ ସହ ରହୁଥିଲେ, ଛୋଟ ବୟସରେ ସେ ଅମରାପୁରକରଙ୍କ ଅଭିନୟ ସଉକ ଥିଲା , ଓ ସେ ନିଜ ସ୍କୁଲ୍ କଲେଜରୁ ବିଭିନ୍ନ ନାଟକରେ ଭାଗନେଇଥିଲେ ।

 

୨୧ ବର୍ଷ ବୟସରେ ସଦାଶିବ ଥିଏଟର୍ ଓ ମଞ୍ଚରେ ଅଭିନୟ କରିଥିଲେ । ସେ ୫୦ ରୁ ଅଧିକା ନାଟକରୁ କରିଥିଲେ । ଓ ୧୯୭୯ ରେ ସେ ମରାଠି ସିନେମାରେ ଛୋଟ ମୋଟ ଅଭିନୟ କରିଥିଲେ । ସଦାଶିବ ବଲିଉଡ୍ ର ସୁପରଷ୍ଟାର୍ ଙ୍କ ସହ ଅଭିନୟ କରିଥିଲେ । ଏଥିରେ ଧର୍ମେନ୍ଦ୍ର , ଅମିତାଭ ବଚ୍ଚନ, ଓ ସଲମାନ ଖାଁ ପରି ଷ୍ଟାର୍ସ ସାମିଲ୍ ଅଛନ୍ତି , ହିନ୍ଦୀରେ ୩୦୦ ରୁ ଅଧିକା ଦମଦାର୍ ଭୁମିକା ନିଭାଇଥିବା ଅମରାପୁରକର ବଙ୍ଗାଳୀ, ଓଡିଆ , ହରିଆଣୀବି ଫିଲ୍ମରେ ନିଜ ଅଭିନୟ ଦେଖାଇଥିଲେ ।

 

ସଦାଶିବ ସବୁଠାରୁ ଅଧିକା ରୋଲ୍ ଫିଲ୍ମ ସଡକ ଥିଲା , ଏହି ଫିଲ୍ମରେ ସେ କିନ୍ନର ଅଭିନୟ କରିଥିଲେ, ଯାହାକି ଲୋକ ବହୁତ ପସନ୍ଦ କରିଥିଲେ,  ସଦାଶିବଙ୍କ ପ୍ରଥମ ବ୍ରେକ୍ ମେକର୍ ଗୋବିନ୍ଦ ନିହଲାନୀ ଫିଲ୍ମ ଅର୍ଦ୍ଧ ସତ୍ୟରେ ଦିଆଯାଈଥିଲା । ସେମିତି ଏହି ରୋଲ୍ ଛୋଟ ଥିଲା । କିନ୍ତୁ ତାଙ୍କ ଅଭିନୟ ବହୁତ ପ୍ରଶଂସା କରାଯାଇଥିଲା । ଏହି ଫିଲ୍ମ ପାଇଁ ତାଙ୍କୁ ଫିଲ୍ମ ଫେୟାର୍ ଆୱାର୍ଡ ମିଳିଥିଲା । ଏହା ସହ ସେ ସର୍ବଶ୍ରେଷ୍ଠ ନକରାତ୍ମକ ଭୁମିକାରେ ସମ୍ମାନ ପାଇଥିବା ପ୍ରଥମ ଅଭିନେତା ହୋଇଥିଲେ,  ଏହାପରେ ସେ ବିଧୁ ବିନୋଦ ଚୋପ୍ରାଙ୍କ ଫିଲ୍ମ ଖାମୋସ୍ ରେ ସଦାଶିବରେ ବହୁତ ଭଲ ଭୁମିକା ନିଭାଇଥିଲେ ।

Leave a Reply

Your email address will not be published. Required fields are marked *