ଯବାନଙ୍କ ସହ ପାଦରେ ପାଦ ମିଶେଇ ଦେଶର ରକ୍ଷା କରନ୍ତି ଆର୍ମୀର କୁକୁର , ଦେଶ ପାଇଁ ଏଭଳି ଭାବେ ସହୀଦ ହୋଇଥାନ୍ତି…

ଯୋଗ ଦିବସରେ ରାହୁଲ ଗାନ୍ଧୀ ଆର୍ମୀ କୁକୁରଙ୍କୁ ପରିହାସ କରିଦେଲେ । ଯାହାପାଇଁ ତାଙ୍କ ବିଷୟରେ ସବୁଆଡେ ଆଲୋଚନା ହେଉଛି, ସରକର ଓ ବିଜେପି ରାହୁଲ୍ ଗାନ୍ଧୀଙ୍କୁ କ୍ଷୁବ୍ଧ ହୋଇଛନ୍ତି , ଏମିତିରେ ଆଜି ଆମେ ଆଲୋଚନା କରିବୁ ଆର୍ମୀ କୁକୁରଙ୍କର କାମ କଣ ଥାଏ ସେନାରେ ।  ସେନାରେ ଯେତିକି ସମ୍ମାନ ଗୋଟେ ଜବାନର ହୋଇଥାଏ । ସେତିକି ସମ୍ମାନ ଜଣେ ଆର୍ମୀର କୁକୁରର ହୋଇଥାଏ , କୁକୁରର ମେଜର କର୍ଣ୍ଣଲ ଯେପରି ଉପାଧି ବି ଦିଆଯାଏ , ଓ ସେନାର ବହୁତ ଗୁପ୍ତ ଅପରେସନ୍ ରେ ସେ ଦେଶ ପାଇଁ ଶହୀଦ ହୋଇଥାନ୍ତି , ୧୯୫୯ ରୁ ହୋଇଛନ୍ତି ସାମିଲ୍ ଭାରତୀୟ ସେନାରେ : ୧୯୫୯ରେ ପ୍ରଥମଥର ସେନାରେ କୁକୁର ମାନଙ୍କୁ ପ୍ରଶିକ୍ଷଣ ଦିଆଯାଇ ସାମିଲ୍ କରାଯାଇଥିଲା , ତେବେ ଠାରୁ ନେଇକରି ଆଜି ପର୍ଯ୍ୟନ୍ତ ସେମାନେ ଦେଶ ପାଇଁ ନିଜ ତ୍ୟାଗ ଓ ବଳିଦାନ ଦେଇଛନ୍ତି , ଟେକ୍ନୋଲୋଜିର ଦୁନିଆଁରେ ଆଜି ବି ଆର୍ମୀକୁକୁରଙ୍କ ଅଲଗା ଯୋଗଦାନ ରହିଛି ,

 

ହଁ ଆଜ୍ଞା ଏହି କଥା ସତ କି ଆଜିର ଜମାନାରେ ଆଇଇଡି ଖୋଜିବା ପାଇଁ ନାନାପ୍ରକାରର ଡିଭାଇସ୍ ବ୍ୟବହାର ହୋଇଥାଏ , କିନ୍ତୁ ଯେଉଁ କାମ ଆର୍ମୀର ଡଗସ୍ କରିପାରନ୍ତି ସେହି କାମ କେଉଁ ଅଲଗା ମେସିନ୍ କରିପାରନ୍ତି ନାହିଁ , ଆର୍ମୀର କୁକୁର ମାଟି ତଳେ ପୋତା ହୋଇଥିବା ବମ୍ କୁ ଖୋଜିବାରେ ସାହାଯ୍ୟ କରନ୍ତି , ସବୁଠାରୁ ବଡ କଥା ଏହି କି ଯେ ଆର୍ମୀର କୁକୁର ଏହା ବି ଜାଣିପାରନ୍ତି କି ସେ ସେନାର ବ୍ୟକ୍ତି ନା ବାହାର କେଉଁ ସନ୍ନିଘ୍ନ ବ୍ୟକ୍ତି , କାରଣ ତାଙ୍କର ଶୁଙ୍ଗିବା ଶକ୍ତି ପ୍ରଖର ଥାଏ , ସେନାରେ ଡଗ୍ସଙ୍କ ଟ୍ରେନିଙ୍ଗ୍ ବି ଜବାନଙ୍କ ପରି କଠିନ ହୋଇଥାଏ , ଟ୍ରେନିଙ୍ଗ୍ ସମୟରେ ଡଗ୍ସ ଟ୍ରେନିଙ୍ଗ୍ ବି ଭଲରେ ହୋଇଥାଏ , ଓ ତାଙ୍କୁ ଟ୍ରେନିଙ୍ଗ୍ ରେ ଭଲ ପ୍ରଦର୍ଶନ ଦ୍ୱାରା ଆର୍ମୀରେ ଭର୍ତ୍ତି କରାଯାଏ , ଓ ବାକି ଡଗ୍ସଙ୍କୁ ଆର୍ମୀରୁ ବହିଷ୍କାର କରାଯାଏ ।

 

ଆର୍ମୀ ଡଗ୍ସଙ୍କ ଟ୍ରେନିଙ୍ଗ୍ ସକାଳ ୫ ଟାରୁ ଆରମ୍ଭ ହୋଇଯାଏ , ଏହାପରେ ସେମାନେ ଗ୍ରୁମିଙ୍ଗ୍ , ବ୍ୟାୟାମ୍ ଖାଇବା ପିଇବା ଓ ଟ୍ରେନିଙ୍ଗ୍ ଦିଆଯାଏ । ଟ୍ରେନିଙ୍ଗ୍ ସମୟରେ ଏମାନଙ୍କ ସହ କେଉଁ ସନ୍ନିଘ୍ନ ଜିନିଷକୁ ଚିହ୍ନଟ କରିବାପାଇଁ ଟୟ ଗନ୍ , ଟୟ ରୋବୋଟ୍ , ବଲ୍ସ ଓ ଡଲ୍ସ ବ୍ୟବହାର ହୋଇଥାଏ , ଏମାନଙ୍କ ଟ୍ରେନିଙ୍ଗ୍ ସେଣ୍ଟର ଏକ ଛୋଟ ସିନେମା ହଲ୍ ପରି ହୋଇଥାଏ , ଓ ଏମାନଙ୍କୁ ବୁଝାଇବାପାଇଁ ଛୋଟ ଛୋଟ କାର୍ଟୁନ୍ ଫିଲ୍ମ ମାନ ଦେଖାଯାଇଥାଏ ।ସେନାରେ ସେମିତି ହଜାର ସଂଖ୍ୟକ ଡଗ୍ସଙ୍କୁ ନିଆଯାଏ , କିନ୍ତୁ କିଛି ପ୍ରଜାତିର କୁକୁର ଅଛନ୍ତି , ଯାହାଙ୍କୁ ଭାରତୀୟ ସେନାରେ ସାମିଲ୍ କରାଯାଏ , ସେନାରେ ସବୁଠାରୁ ଅଧିକା ବ୍ୟବହାର ହେଉଥିବା କୁକୁର ଯେପରି ଲାବ୍ରାଡଗ୍ସ, ସେନାରେ ଏମାନଙ୍କୁ ଏକ ଖାସ୍ ଟ୍ରେନିଙ୍ଗ୍ ଦିଆଯାଏ , ଏମାନେ ମାଇନ୍ସ ଓ ବମ୍ କୁ ଶୁଙ୍ଗି ଖୋଜିବାରେ ମାହିର୍ ହୋଇଥାନ୍ତି ,

 

ଲାବ୍ରାଡଗ୍ସ ଅଧିକା ଆମେରିକାର ସେନା ବଳରେ ବ୍ୟବହାର କରାଯାଏ , ଯିଏକି ଦୁନିଆଁର ସବୁଠାରୁ ଶକ୍ତିଶାଳୀ ସେନା ଅଟେ , ଲାବ୍ରାଡଗ୍ସ ସେନାର ଜବାନଙ୍କ ସହ ମିଶିକରି ରୁହନ୍ତି ଓ ଦେଶର ସେବା କରନ୍ତି , ଓ ତାଙ୍କର ମନୋରଞ୍ଜନ ବି କରନ୍ତି , ଏବେ କଥା ହେବା କୁକୁରଙ୍କ ଆଉ ଏକ ଖାସ୍ ପ୍ରଜାତିର , ଜର୍ମାନ୍ ସେପର୍ଟ ବହୁତ ହିଁ ଖତରନାକ ପ୍ରଜାତି ଅଟନ୍ତି , ସେନାରେ ଏମାନଙ୍କ ପ୍ରୟୋଗ ଅଧିକା ହୋଇଥାଏ , ଏମାନେ ଗୋଟିଏ ବାର୍ତ୍ତା ଆଉ ଏକ ସ୍ଥାନକୁ ପହଞ୍ଚାଇବାରେ ମାହିର୍ ହୋଇଥାନ୍ତି , ଯୁଦ୍ଧ ସମୟରେ ଏହି ଡଗ୍ସମାନେ ଗୋଟିଏ ବାର୍ତ୍ତା ଆଉ ଏକ ସ୍ଥାନକୁ ବିନା କୌଣସି ଅସୁବିଧାରେ ପହଞ୍ଚାଇପାରନ୍ତି , ଜର୍ମାନୀ ସେପର୍ଟ ସେନାରେ ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ପ୍ରୟୋଗ ହୋଇଥିଲା , ଏହା ବହୁତ ମଜବୁତ ଓ ଫୁର୍ତିଲା ହୋଇଥାନ୍ତି  ।

Leave a Reply

Your email address will not be published. Required fields are marked *