April 17, 2024

Odia Express

News For Public

ବିଶ୍ୱକପର ଗତ ତିନୋଟି ମ୍ୟାଚରେ ଟିମ୍ କୁ ପାଣି ପିଆଉଥିଲେ ଶାମୀ , କାଲି ମ୍ୟାଚ୍ ଖେଳିଲେ ଓ ବନେଇଦେଲେ ଏଭଳି ବିଶ୍ୱ ରେକର୍ଡ..

ଆଇସିସି କ୍ରିକେଟ୍ ୱାର୍ଲଡ କପ୍ ୨୦୧୯ ପାଇଁ ଭାରତର ଦ୍ରୁତ ବୋଲର୍ ମହମ୍ମଦ ଶାମୀ ହାଟ୍ରିକ୍ ନେଇକରି ଇତିହାସ ଦୋହରାଇ ଦେଲେ , ସେ ତିନୋଟି ମ୍ୟାଚରୁ ମଇଦାନରେ ବାହାରେ ଥିଲେ । ଶମି ଶନିବାରକୁ ଆଫଗାନିସ୍ଥାନ ବିପକ୍ଷରେ ଶେଷ ଓଭରରେ ଲଗାତାର ତିନୋଟି ୱିକେଟ୍ ନେଇଥିଲେ,  ସେ ମହମ୍ମଦ ନବି, ଆଫତାବ ଆଲମ, ଓ ମୁଜିବ ଉର୍ ରେହମାନ ୱିକେଟ୍ କ୍ରମଶଃ ୪୯/୩ , ୪୯/୪, ୪୯/୫ ର ବଲ୍ ରେ ନେଇଥିଲେ,  ମହମ୍ମଦ ଶାମୀ ୯,୫ ଓଭରରେ ୪୦ ରନ୍ ଦେଇକରି ୪ ଟି ୱିକେଟ୍ ନେଇଥିଲେ । ସେ ଜଣେ ଭାରତୀୟ ଅଟନ୍ତି ଯିଏକି ୱାର୍ଲଡ କପ୍ ରେ ତିନୋଟି ହାଟ୍ରିକ୍ ୱିକେଟ୍ ନେଇଥିଲେ,  ଶମି ପୂର୍ବରୁ ଚେତନ ଶର୍ମା ୧୯୮୭ ରେ ନ୍ୟୁଜିଲାଣ୍ତ ବିପକ୍ଷରେ ତିନୋଟି ମ୍ୟାଚରେ ତିନୋଟି ୱିକେଟ୍ ନେଇଥିଲେ , ଶମି ଦୁନିଆଁର ୧୦ ମ ବୋଲର୍ ଅଟନ୍ତି , ଯିଏକି କ୍ରିକେଟ୍ ୱାର୍ଲଡ କପରେ ଲଗାତାର ତିନୋଟି ବଲ୍ ରେ ତିନୋଟି ୱିକେଟ୍ ନେଇଛନ୍ତି , ସବୁଠାରୁ ପ୍ରଥମେ ଭାରତର ଚେତନ ଶର୍ମା ୱାର୍ଲଡ କପ୍ ହାଟ୍ରିକ୍ ନେଇଥିଲେ ।

 

ଏହାପରେ ୧୯୯୯ ରେ ଜିମ୍ବାୱେ ବିପକ୍ଷରେ ପାକିସ୍ଥାନର ସକଲେନ୍ ମୁସ୍ତାକ, ୨୦୦୩ ରେ ଅଷ୍ଟ୍ରେଲିଆର ବ୍ରେଟ୍ ଲି ବାଙ୍ଗଲାଦେଶ ବିପକ୍ଷରେ , ୨୦୦୭ ରେ ଲାସିତ୍ ମାଲିଙ୍ଗା ଦକ୍ଷିଣ ଆଫ୍ରିକା , ୨୦୧୧ ରେ ୱେଷ୍ଟ ଇଣ୍ତିଜ୍ ର କେମାର୍ ରୋଚ୍ ନେଦରଲ୍ୟାଣ୍ତ ବିପକ୍ଷରେ ,୨୦୧୧ ରେ ଲାସିତ୍ ମାଲିଙ୍ଗା କେନିଆ ବିପକ୍ଷରେ , ୨୦୧୫ ରେ ଇଂଲଣ୍ତ ବିପକ୍ଷରେ ଷ୍ଟିଭେନ୍ ଫେନ୍ ଅଷ୍ଟ୍ରେଲିଆ ବିପକ୍ଷରେ , ୨୦୧୫ ରେ ଦକ୍ଷିଣ ଆଫ୍ରିକାର ଜେପି ଡୁମିନି ଶ୍ରୀଲଙ୍କା ବିପକ୍ଷରେ ହାଟ୍ରିକ୍ ନେଇଥିଲେ ,

 

୪୯।୩ ମହମ୍ମଦ ଶାମି ୟରକର୍ ପକାଇଥିଲେ,  ଏହ ବଲ୍ ରେ ମହମ୍ମଦ ନବି ଏକ ବଡ ସଟ୍ ମାରିବାକୁ ଚେଷ୍ଟା କରିଥିଲେ,  ଓ ବଲ୍ ଲଙ୍ଗ୍ ଅନ୍ ରେ ଗଲା , ଏଠାରେ ହାର୍ଦିକ୍ ପାଣ୍ତିଆ ବଡ ଆରାମରେ କ୍ୟାଚ୍ ଆଉଟ୍ କରିଥିଲେ , ଶମି ଏହି ବଲ୍ ବହୁତ ଚାଲାକ୍ ରେ ପକାଇଥିଲେ,  ନବିଙ୍କ ଜାଗାରେ ସେ ସଟ୍ ଲଗାଇବାକୁ ଚାହିଁଲେ କିନ୍ତୁ ଶମି ତାଙ୍କର ପିଛା କଲେ , ନବି ୫୫ ଟି ବଲ୍ ରୁ ୫୨ ରନ୍ କରି ଆଉଟ୍ ହୋଇଥିଲେ,

୪୯।୪ ନୁଆ ବ୍ୟାଟ୍ସମ୍ୟାନ୍ ଆଫତାବ ଆଲାମ୍ କ୍ରିଜ୍ ରେ ଆସିଥିଲେ,  ଶମି ଆଉଥରେ ପୁଣି ୟର୍କର ଆକ୍ରମଣ କଲେ , ଆଲମ ବି ସର୍ଟ ମାରିବାକୁ ଚେଷ୍ଟା କରିଥିଲେ,  କିନ୍ତୁ ଶମିଙ୍କ ବଲ୍ ଷ୍ଟମ୍ ଓଖାଡି ଦେଇଥିଲା , ଆଲାମ୍ ବିନା ଖାତା ଖୋଲି ପାଭିଲିୟନ୍ ଫେରିଯାଇଥିଲେ ।

 

Leave a Reply

Your email address will not be published. Required fields are marked *