March 24, 2024

Odia Express

News For Public

ଆଫଗାନିସ୍ତାନ ସହ ଖେଳୁଥିଵା ବେଳେ ମ୍ୟାଚ୍ ଖସିଯାଉଥିବା ଦେଖି ଦୁଇ ଓଭର ପାଇଁ ଅଧିନାୟକ ହେଲେ ଧୋନୀ , ତାପରେ ସାମୀଙ୍କୁ ଏଭଳି କହି ପଲଟାଇଦେଲେ ପୁରା ଖେଳ…

ଆଉଥରେ ପୁଣି ଧୋନୀଙ୍କ ଅଧିନାୟକତ୍ୱରେ ଗୋଟେ ହାରିଯାଉଥିବା ମ୍ୟାଚ୍ ଜିତିପାରିଥିଲେ । ମ୍ୟାଚ୍ ରେ ହାଟ୍ରିକ୍ ନେଇଥିବା ଶାମି ନିଜକୁ କହିଲେ କି ଧୋନୀ ଭାଇ ତାଙ୍କୁ ୟର୍କର ପକାଇବାକୁ କହିଥିଲେ । ଭାରତ ଆଇସିସି ୱାର୍ଲଡ କପ୍ ସେମି ଫାଇନାଲ୍ ରେ ପହଞ୍ଚିଯାଇଛି,  ଟାଇଟ୍ ମ୍ୟାଚ୍ ରେ ଭାରତ ଆଫଗାନିସ୍ଥାନକୁ ହରାଇଦେଲେ , ଆଫଗାନିସ୍ଥାନ ମ୍ୟାଚରେ ଜନତା ବହୁତ ମଜା ନେଲେ , ପ୍ରଥମ ଭାରତ ପରି ଟିମ୍ କୁ ୨୨୪ ରନ୍ ରେ ଅଟକାଇଦେଇଥିଲେ , ଗୋଟେ ସମୟରେ ଏମିତି ଲାଗୁଥିବା କୋହଲି ଟିମ୍ ହାରିଯିବ , କିନ୍ତୁ ଆମର ପୁର୍ବ ଅଧିନାୟକ ଥିଲା ନା ଯିଏକି ଲାଷ୍ଟ ଦୁଇ ଓଭର ପାଇଁ ନିଜ ଟିମ୍ ର କ୍ୟାପଟେନ୍ସି ଭାର୍ ନେଇଥିଲେ,  ଓ ଫଳାଫଳ ଯାହା ହୋଇଥିଲା ତାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ।

 

ଆଫଗାନିସ୍ଥାନ ପକ୍ଷରୁ ମ୍ୟାଚ ଯାଉଥିବା ଦେଖି ଧୋନୀ ସକ୍ରିୟ ହୋଇଗଲେ , ଓ ସେ ବୋଲର୍ ଜଶପ୍ରିତ ବୁମରାହଙ୍କୁ ୪୯ ତମ ପୂର୍ବରୁ ଟିପ୍ସ ଦେଇଥିଲେ।  ୱିକେଟ୍ କିପର୍ ଧୋନୀ ନିଜ ହିସାବରେ ମଇଦାନରେ ଖେଳାଳୀଙ୍କୁ ସଜାଇ ହୋଇ ଜଗିବାପାଇଁ କହିଥିଲେ । ଏହି ସମୟରେ ବିରାଟ କୋହଲି ବାଉଣ୍ଡ୍ରି ପାଖରେ ଠିଆ ହୋଇଥିଲେ,  ଆଫଗାନିସ୍ଥାନ ଦୁଇ ଓଭରରେ ୨୧ ରନ୍ ଦରକାର କରୁଥିଲେ,  ଓ ନବି କ୍ରିଜ୍ ରେ ଥିଲେ , ବୁମରାହ ୪୯ ଓଭରରେ କେବଳ ୫ ରନ୍ ଦେଲେ , ସେମିତି ମହମ୍ମଦ ଶାମୀ ୫୦ ତମ ଓଭର ପକାଇବାପାଇଁ ଆସିଲେ ତ ଧୋନୀ ତାଙ୍କୁ କିଛି କହିଥିଲେ,  ଏହା ପରେ ଶମିଙ୍କ ଶେଷ ଓଭରରେ ପ୍ରଥମ ବଲ୍ ରେ ନବି ଚୌକା ମାରିଦେଇଥିଲେ, ଏହା ଦେଖି ଧୋନୀ ଓ ଶାମିଙ୍କୁ ୟର୍କର ଲେନ୍ଥ ପକାଇବାକୁ କହିଥିଲେ, ସେ ତାହା ହିଁ କରିଥିଲେ,  ଓ କିଛି ରନ୍ ଦେଇନଥିଲେ  ତୃତୀୟ ବଲରେ ହାର୍ଦିକ ପାଣ୍ତିଆ ନବିଙ୍କ କ୍ୟାଚ୍ ନେଇଥିଲେ,

 

ଏହାପରେ ଶମି ଶେଷ ଓଭରରେ ଚତୁର୍ଥ ବଲ୍ ରେ ଆଫତାବ ଆଲମ, ପଞ୍ଚମ ବଲ୍ ରେ ମୁଜିବ୍ ଓର୍ ରେହମାନ ସହ ଟିମ୍ କୁ ଜିତ୍ ଦେଇଥିଲେ,  ଏହା ସହ ଶମି ବିଶ୍ୱକପ୍ ରେ ହାଟ୍ରିକ୍ ନେଇଥିବା ବୋଲର୍ ଭାବେ ଭାରତର ଦ୍ୱିତୀୟ ବୋଲର୍ ହୋଇଗଲେ,  ତାହା ସହ ବିଶ୍ୱକପ୍ ରେ ହାଟ୍ରିକ୍ ୱିକେଟ୍ ନେଇଥିବା ନବମ ବୋଲର୍ ହୋଇଗଲେ,

 

ଶମି କହିଲେ କି ରଣନୀତି ସରଳ ଥିଲା , ଓ ସେ ୟର୍କର ପକାଇବାର ଥିଲା , ଏହା ସହ ମାହି ଭାଇ ମୋତେ ଉପଦେଶ ଦେଇଥିଲେକି ଏବେ କିଛି ବଦଳାଅ ନାହିଁ ତୁମର ପାଖରେ ହାଟ୍ରିକ୍ ହାସିଲ୍ କରିବାର ଶାନଦାର୍ ମୌକା ଅଛି , ତୁମକୁ ଏହାପାଇଁ ଚେଷ୍ଟା କରିବାର ଅଛି, ଏଥିପାଇଁ ମୁଁ ତାଙ୍କ ଆଦେଶ ଅନୁସରଣ କଲି ଓ ପରିଣତି ହିସାବରେ ତିନୋଟି ୱିକେଟ୍ ସହ ହାଟ୍ରିକ୍ ଅର୍ଜନ କଲି ।

Leave a Reply

Your email address will not be published. Required fields are marked *