ୟୁପିର କାନପୁର ଜିଲ୍ଲାର କମାଲପୁର ଗାଁରେ ଏମିତି ଏକ ଖବର ଆସିଛି ଯାହାକୁ ଶୁଣିଲେ ଆପଣ ବିଶ୍ୱାସ କରିପାରିବେ ନାହିଁ , ଏଠାରେ ୧୫ ବର୍ଷୀୟ ଜଣେ ଝିଅ ଦାବା କରିଛନ୍ତି କି ଭଗବାନ ଶିବ ତାଙ୍କ ସ୍ୱପ୍ନରେ ଆସିଥିଲେ , ଓ କହିଲେ କି ମୁଁ ପ୍ରକଟ ହୋଇଛି, ଝିଅର କହିବା ମୁତାବିକ ନିଦ ଭାଙ୍ଗିବାପରେ ସେ ଘରେ ହୋଇଥିବା ମନ୍ଦିରର କବାଟ ଖୋଲିଲେ , ଓ ସ୍ୱପ୍ନ ସତ ହୋଇଛି ବୋଲି ଦେଖି ଆଶ୍ଚର୍ଯ୍ୟ ହୋଇଗଲେ , ଭିତରେ ଗୋଟେ ଶିବଲିଙ୍ଗ ଥିଲା , ଯେଉଁଥିରେ ନାଗ ଦେବତା ଗୁଡାଇ ହୋଇଥିଲେ ।ଦେଖୁ ଦେଖୁ ଏହି ଖବର ସବୁଆଡେ ଖବର ବ୍ୟାପି ହୋଇଯାଇଥିଲା , ତାପରେ କଣ , ଦୂର ଦୂରାନ୍ତରୁ ଏହି ଚମତ୍କାର ଦେଖିବାକୁ ଲୋକେ ରୁଣ୍ତ ହୋଇଥିଲେ , ଅଧିକା ଲୋକ ହେବାରୁ ପୋଲିସ୍ ଡକାଇ ଲାଇନ୍ କରି ଦର୍ଶନ କରାଗଲା ,
ସୂଚନା ପାଇଁ କହିଦେବୁ କି ମହାରାଜାପୁର ଥାନା କ୍ଷେତ୍ରରେ ଥିବା କମାଲପୁର ଗାଁରେ ରହୁଥିବା ରାଜୁ ପାଶବାନ୍ ଚାଷୀ ଅଟନ୍ତି , ପରିବାରରେ ସ୍ତ୍ରୀ ମାଳତୀ , ଝିଅ ରଚନା , ଓ ପୁଅ ନିତିନ୍ ଅଛନ୍ତି , ଝିଅର ମୁତାବିକ ଭଗବାନ ଶିବ ତାଙ୍କ ସ୍ୱପ୍ନରେ ବହୁତଥର ଆସନ୍ତି , ରବିବାରର ରାତିରେ ସେ ଦର୍ଶନ କରିଥିଲେ , ଓ ତାଙ୍କୁ କହିଲେ କି ଉଠ ମୁଁ ଆସିଯାଇଛି, ନିଦ ଭାଙ୍ଗିବା ପରେ ଯେବେ ପୁଜା ନିଜ ରୁମ୍ ରୁ ବାହାରିଲେ , ସେଠାରେ ଏକ ବଡ ଶିବଲିଙ୍ଗ ରଖାଯାଇଥିଲା , ଏହାପରେ ରଚନା ଘରଲୋକ ଏହି ଦୃଶ୍ୟ ଦେଖିଥିଲେ , ରାଜୁ ପାସୱାନଙ୍କ ଘରେ ଭିଡ ହୋଇଯାଇଥିଲା , ୧୦ ହଜାରରୁ ଅଧିକା ଲୋକ ଶିବଲିଙ୍ଗଙ୍କର ପୁଜା ଅର୍ଚ୍ଚନା କରିଥିଲେ ,
ବାପାଙ୍କ ଅନୁସାରେ ଝିଅ ରଚନାକୁ ଛୁଆବେଳେ ନାଗୁଣୀ ସ୍ୱପ୍ନରେ ଆସୁଥିଲେ , ତାଙ୍କର କହିବା କଥା ପୂର୍ଣ୍ଣିମା ରାତିରେ ଝିଅର ଶରୀରରେ ନାଗ ନାଗୁଣୀ ଚିତ୍ର ବାହାରି ଆସୁଉଥିଲା , ଏହା ନୁହେଁ ତାହା ସହ ସେ ତାଙ୍କୁ ସାଥିରେ ନେଇଯିବାପାଇଁ କହୁଥିଲେ ,ଏହି କାରଣରୁ ରଚନା ଶିବଙ୍କୁ ପୁଜା କରୁଥିଲେ , ଯାହାପରେ ସ୍ୱପ୍ନରେ ଶିବ ଦେଖା ହେବାକୁ ଲାଗିଲେ , ବାପାଙ୍କ ମୁତାବିକ ଶିବରାତ୍ରୀ ଦିନ ଭଗବାନ ତାଙ୍କ ସ୍ୱପ୍ନରେ ଆସି କହିଲେ ମୁଁ ଆସିଯାଇଛି, ତେବେ କିଛି ସମୟ ପରେ ଶିବଲିଙ୍ଗ ଅଦୃଶ୍ୟ ହୋଇଗଲା ।
ଏସ୍ ପି ପ୍ରଦ୍ୟୁମ୍ନ ସିଂ ମୁତାବିକ , କମାଲପୁର ଗାଁରେ ଗୋଟେ ଝିଅର କହିବା କଥା କି ତାଙ୍କ ସ୍ୱପ୍ନରେ ଶିବ ଆସିକରି ୨୦ ମାର୍ଚ୍ଚକୁ ପ୍ରକଟ ହୋଇଥିଲେ , କିନ୍ତୁ ସେ ପ୍ରଥମେ ପ୍ରକଟ ହୋଇଥିଲେ , ଝିଅକୁ ଆଗରୁ ବାତ ଆସୁଥିଲା , ଯାହାର ଚିକିତ୍ସା ହେଉଥିଲା , କାରଣ ଏହି ମାମଲା ଆସ୍ଥା ସହ ଯୋଡି ହୋଇଥିଲା , ଏଥିପାଇଁ ଥଣ୍ତା ହେବାପରେ ମାମଲାର ଯାଞ୍ଚ କରାଯିବ।