April 21, 2024

Odia Express

News For Public

ସେନାର କୁକୁର ନିଜର ଜୀବନ ଦେଇ ପାଖାପାଖି ୧୨ଜଣ ସୈନିକ ଙ୍କ ଜୀବନ ବଞ୍ଚାଇଲା, ଦେଶ ପାଇଁ ସହିଦ ହେଲା – ଦେଖନ୍ତୁ ପୁରା ଘଟଣା..

କେବଳ ମନୁଷ୍ୟ ଭାରତ ମାତାର ସେବା କରିବା ପାଇଁ ସେନାରେ ଭର୍ତ୍ତି ହୁଅନ୍ତି, କୁକୁର ମାନେ ମଧ୍ୟ ଦେଶସେବା ପାଇଁ ସେନାରେ ଭର୍ତ୍ତି ହୋଇଥାନ୍ତି ଓ ବୁଦ୍ଧିରେ ଭାରତମାତାର ଏହି ସନ୍ତାନ କୌଣସି ମନୁଷ୍ୟ ଠାରୁ କମ ନୁହେଁ । ଯେକୌଣସି ସନ୍ଦିଗ୍ଧ ବସ୍ତୁକୁ କୁକୁର ଦୂରରୁ ଦେଖି ଜାଣିଜାଇଥାନ୍ତି। ଅପରାଧୀ ମାନଙ୍କୁ ସେମାନଙ୍କର ହାବଭାବ ରୁ ଠଉରେଇ ପାରନ୍ତି ।ଅପରାଧୀ କେଉଁ ଦିଗରେ ଅଛନ୍ତି ଏହା ଏମାନଙ୍କୁ ଜଣାପଡିଥାଏ ଓ ଏମାନେ ଦଉଡିଯାଇ ଧରି ନିଅନ୍ତି । କୁକୁର ସେନାରେ ସାମିଲ ହୋଇ ଭାରତ ମାତା ର ସେବା କରୁଛନ୍ତି । ନିକଟରେ ଭାରତ ମାତା ର ସେବା କରିବା ସମୟରେ ଏକ ସ୍ନାଇପରଡଗ ଯାହାର ନାମ କ୍ରାକର , ସେ ଛତିଶଗଡର ବୀଜାପୁର ଠାରେ ଶହୀଦ ହୋଇଗଲା । କିନ୍ତୁ ଭାରତ ମାଆ ର ଏହି ସନ୍ତାନ ନିଜର ବଳିଦାନ ଦେଇ ଦର୍ଜନରୁ ଅଧିକ ସୈନ୍ୟଙ୍କ ଜୀବନ ବଞ୍ଚେଇଦେଲା

 

ତଥ୍ୟ ଅନୁଯାୟୀ ବୀଜାପୁର ଜିଲ୍ଲାର ନକ୍ସଲ ପ୍ରବଣ ସ୍ଥାନ ଚିତ୍ରକୋଣ୍ଡା ଅଞ୍ଚଳକୁ ସିଆରପିଏଫ ଜବାନ ଗସ୍ତରେ ଯାଇଥିଲେ । ସେମାନଙ୍କ ସହ କ୍ରାକର ମଧ୍ୟ ଥିଲା । ସେଠାରେ ନକ୍ସଲ ମାନେ ଲାଣ୍ଡମାଇନ ବିଛେଇ ରଖିଥିଲେ , ସ୍ନାଇପର ଡଗ କ୍ରାକର ଆଗରେ ଚାଲୁଥିଲା ସୈନ୍ୟ ମାନେ ପଛରେ ଆସୁଥିଲେ , କମାଣ୍ଡାଣ୍ଟ ଭାନୁପ୍ରକାଶ ରେଡ୍ଡୀ କ୍ରାକରକୁ ଧରେ ତାସହ ଚାଲୁଥିଲେ , ଅଚାନକ ଆଇଇଡ଼ି ବିସ୍ଫୋରଣ ହେବାରୁ କ୍ରାକର ଖଣ୍ଡଖଣ୍ଡ ହୋଇଗଲା, ଭାନୁ ପ୍ରକାଶ ରେଡ୍ଡୀଙ୍କୁ ଆଘାତ ଲାଗିଲା କିନ୍ତୁ ପଛରେ ଆସୁଥିବା ସୈନ୍ୟ ଟିକେ ଟିକେ ରେ ବଞ୍ଚିଗଲେ । ଏହିପରି ଭାରତ ମାତାର ଏହ ସନ୍ତାନ ନିଜେ ବଳିଦାନ ଦେଇ ଦର୍ଜନରୁ ଅଧିକ ସୈନ୍ୟଙ୍କ ଜୀବନ ବଞ୍ଚେଇଦେଲା ।

Leave a Reply

Your email address will not be published. Required fields are marked *