March 28, 2024

Odia Express

News For Public

ଗୋମାତା ର ଜୀବନ ବଞ୍ଚେଇବାକୁ ଯାଇ ସିଂହ ସହିତ ଲଢିଲେ ସାହସୀ କୃଷକ, ନିଜର ଜୀବନକୁ ଭୟ କଲେ ନାହିଁ , ଦେଖନ୍ତୁ ଭିଡ଼ିଓ – ସାରା ଦେଶ କରୁଛି ପ୍ରଶଂସା..

ଯେକୌଣସି କୃଷକ ପାଇଁ ତାଙ୍କର କ୍ଷେତ ଓ ଅଗଣାରେ ପାଳିଥିବା ଗୃହପାଳିତ ଜୀବ ସବୁଠାରୁ ବଡ ସମ୍ପତ୍ତି ହୋଇଥାନ୍ତି । ଗାଈ ଏପରି ଏକ ପଶୁ ଯାହାକୁ ପ୍ରାୟ ସମସ୍ତ ଚାଷୀ ନିଜ ଘରେ ରଖିଥାନ୍ତି । ସେମିତିରେ ମଧ୍ୟ ହିନ୍ଦୁ ଧର୍ମରେ ଘରେ ଗାଈ ରଖିବା ଶୁଭ ହୋଇଥାଏ । ଏହି ଗାଈ ଚାଷୀ ମାନଙ୍କର ଅନେକ କାମରେ ଆସିଥାଏ । ଏହି ପଶୁ ମାନଙ୍କର ଦେଖାଶୁଣା କରିବା ଓ ରକ୍ଷା କରିବା କୃଷକର ପରମ କର୍ତ୍ତବ୍ୟ ହୋଇଥାଏ । ଗୁଜୁରାଟ ରେ ଜଣେ ଚାଷୀ ନିଜର କର୍ତ୍ତବ୍ୟ ପାଳନ କରିବାକୁ ଯାଇ  ନିଜର ଗାଈ କୁ ବଞ୍ଚେଇବାକୁ ଏକ ସିଂହ ସହ ଲଢିଗଲା । ସିଂହ ଯେକୌଣସି ମନୁଷ୍ୟକୁ ମାରିବାରେ ସକ୍ଷମ ହୋଇଥାଏ । କିନ୍ତୁ ଏହି ସାହସୀ କୃଷକ ନିଜର ଜୀବନକୁ କ୍ଷତିର ନକରି ଗାଈ କୁ ବଞ୍ଚେଇବାକୁ ଯାଇ ସିଂହ ସହ ଲଢିଗଲା । ଆସନ୍ତୁ ସଂପୂର୍ଣ୍ଣ ବିବରଣୀ ଜାଣିବା

 

ନିକଟରେ ଇଣ୍ଟରନେଟରେ ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି ଯାହାକି ଏକ ସିସିଟିଭି ର ଭିଡ଼ିଓ ଫୁଟେଜ ଅଟେ । ଏଥିରେ ଗୋଟିଏ ସିଂହ ଏକ ବାଛୁରିର ବେକ କୁ ଚାପି ଧରିଛି । କିଛି ସମୟରେ ଜଣେ କୃଷକ ହାତରେ ଏକ ବାଡି ଧରି ଆସୁଛି ଓ ସିଂହ ଉପରକୁ ଫିଙ୍ଗିକରି ମାରୁଛି । ବାଡି ସିଂହ ଉପରେ ପଡିବାରୁ ତାର ପକଡ ଢିଲା ହୋଇଯାଉଛି ଓ ସିଂହ ଡରିଯାଇ ଧାଇଁ ପଳେଈଯାଉଛି । ସିଂହ ଯିବାପରେ ଅନ୍ୟ ଗାଈମାନେ ଦଉଡିକରି କୃଷକ ପାଖକୁ ଆସୁଛନ୍ତି ।

 

ସୂଚନା ଅନୁଯାୟୀ ଏହି ଘଟନା 18ଜୁନ ମଙ୍ଗଳବାରର ଅଟେ । ଗୁଜୁରାଟର ଗୀର ଜାତୀୟ ଉଦ୍ୟାନ ନିକଟରେ ଦେବସିଂହ ୱଢେର ନାମକ କୃଷକ ଘରକରି ରହୁଛନ୍ତି । ଦେବସିଂହଙ୍କ ଅନୁସାରେ ମଙ୍ଗଳବାର ଭୋର ସମୟରେ ସେ ଶୋଇଥିଲେ ସେତେବେଳେ ତାଙ୍କୁ ଗାଈ ମାନଙ୍କର ହଂବା ରଡି ଶୁଣାଗଲା । ସେତେବେଳେ ସେ କପଡା ନପିନ୍ଧି ପଦାକୁ ବାହାରି ଆସିଲା । ସେ ଦେଖିଲେ ଗୋଟିଏ ସିଂହ ତାଙ୍କର ଏକ ବାଛୁରୀକୁ ବେକରୁ ଚାପି ଧରିଛି । ଦେବସିଂହ କୁହନ୍ତି ଏହି ବାଛୁରି ତାଙ୍କର ବହୁତ ଗେଲ୍ହା ଥିଲା । ଏହା ପାଞ୍ଚ ମାସର ହୋଇଥିଲା । ସିଂହ ତାକୁ ମାରିବା ଦେଖି ମନରେ ବହୁତ ରାଗ ଆସିଲା । ଏହାପରେ ସେ ନିଜର ଲାଠି ଦ୍ଵାରା ସିଂହ ମୁଣ୍ଡକୁ ଜୋରରେ ଆଘାତ କଲେ, ଯାହାଫଳରେ ସିଂହ ବାଛୁରିକୁ ଛାଡି ସେଠାରେ ପଳେଇଲା ।

ଦେବସିଂହ କୁହନ୍ତି ଏହି ଅଞ୍ଚଳରେ ଅନେକ ସମୟରେ ସପ୍ତାହକୁ ଥରେ କିମ୍ବା ଦୁଇଥର ଏହିଭଳି ଘଟଣା ଘଟୁଛି । ଜଙ୍ଗଲିଜୀବ ଆମ ପଶୁ ମାନଙ୍କୁ ଆକ୍ରମଣ କରୁଛନ୍ତି । ଏମାନଙ୍କର ରକ୍ଷା ପାଇଁ ଆମକୁ ସତର୍କ ରହିବାକୁ ପଡୁଛି । ଏହି ଘଟଣାରେ ଭଲକଥା ଏହା ଯେ କାହାକୁ କିଛି ଆଘାତ ଲାଗିନାହିଁ। ସମସ୍ତଙ୍କ ଜୀବନ ବଞ୍ଚିଯାଇଛି । ଏହି ଘଟଣାର ସିସିଟିଭି ଫୁଟେଜ ସୋସିଆଲ ମିଡିଆରେ ଏବେ ତୀବ୍ରଗତିରେ ଭାଇରାଲ ହେଉଛି । ସମସ୍ତେ ଏହି ସାହସୀ କୃଷକଙ୍କର ପ୍ରଶଂସା କରୁଛନ୍ତି । ପ୍ରଚଳିତ ସମୟରେ ମଣିଷ ନିଜ ଜୀବନକୁ ଲୋଭ କରି ଆଉ ଗୋଟିଏ ମଣିଷ ଜୀବନ ବଞ୍ଚେଇବା ପ୍ରତି ବିମୁଖ ହେଉଛି , କିନ୍ତୁ ଏହି କୃଷକ ଜଣକ ଗୋଟିଏ ଗାଈ ପାଇଁ ନିଜ ଜୀବନକୁ ବାଜି ଲଗେଇଦେଇଥିଲା ।

Leave a Reply

Your email address will not be published. Required fields are marked *